ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb24 ମାର୍ଚ୍ଚ ପୃଷ୍ଠା ୧୦-୧୧
  • ୮-୧୪ ଏପ୍ରିଲ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୮-୧୪ ଏପ୍ରିଲ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
mwb24 ମାର୍ଚ୍ଚ ପୃଷ୍ଠା ୧୦-୧୧

୮-୧୪ ଏପ୍ରିଲ୍‌

ଗୀତସଂହିତା ୨୬–୨୮

ଗୀତ ୩୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ରାଜା ଦାଉଦ ହୃଦୟରୁ ପ୍ରାର୍ଥନା କରୁଛନ୍ତି ।

୧. ନିର୍ଦ୍ଦୋଷ ରହିବା ପାଇଁ ଦାଉଦ କʼଣ କଲେ ?

(୧୦ ମି.)

ଦାଉଦ ଯିହୋବାଙ୍କୁ କହିଲେ ଯେ ସେ ଦାଉଦଙ୍କ ଚିନ୍ତାଧାରାଗୁଡ଼ିକୁ ଶୁଦ୍ଧ କରନ୍ତୁ (ଗୀତ ୨୬:୧, ୨; ପ୍ର୦୪-ହି ୧୨/୧ ପୃ ୧୪ ¶୮-୯)

ଦାଉଦ ଖରାପ ଲୋକମାନଙ୍କ ସହିତ ମିଳାମିଶା କଲେନି (ଗୀତ ୨୬:୪, ୫; ପ୍ର୦୪-ହି ୧୨/୧ ପୃ ୧୫-୧୬ ¶୧୨-୧୩)

ଦାଉଦଙ୍କୁ ଯିହୋବାଙ୍କ ଉପାସନା କରିବା ବହୁତ ଭଲ ଲାଗୁଥିଲା (ଗୀତ ୨୬:୮; ପ୍ର୦୪-ହି ୧୨/୧ ପୃ ୧୬-୧୭ ¶୧୭-୧୮)


ଏହା ସତ ଯେ ଦାଉଦ ଅନେକ ଭୁଲ କଲେ, ତଥାପି ସେ “ଏକାନ୍ତ ଚିତ୍ତରେ” ଚାଲିଲେ । (୧ ରାଜା. ୯:୪) ସେ ପୂରା ହୃଦୟରୁ ଲଗାତାର ଯିହୋବାଙ୍କୁ ପ୍ରେମ କଲେ ଓ ତାଙ୍କ ସେବା କଲେ । ଏପରି ଭାବେ ସେ ଯିହୋବାଙ୍କ ବିଶ୍ୱସ୍ତ ରହିଲେ ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୨୭:୧୦—ଯେବେ ଆମର ପରିବାର ଲୋକେ କିମ୍ବା ଆମ ବହୁତ ଭଲ ସାଙ୍ଗ ଆମକୁ ଛାଡ଼ି ଦିଅନ୍ତି, ତେବେ ଏହି ପଦରୁ ଆମକୁ କିପରି ସାନ୍ତ୍ୱନା ମିଳିପାରିବ ? (ପ୍ର୦୬-ହି ୮/୧ ପୃ ୨୦ ¶୧୫)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଗୀତ ୨୭:୧-୧୪ (ଶିଖାଇବା ଅଧ୍ୟୟନ ୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ଘର ଘର ପ୍ରଚାର । ଶିକ୍ଷା ଉପକରଣ ବକ୍ସରୁ କିଛି ଟ୍ରାକ୍ଟ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୩)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । ଗତଥର ଆପଣ ଯେଉଁ ଟ୍ରାକ୍ଟ ଦେଇଥିଲେ, ତାʼପଛପଟେ ଦିଆଯାଇଥିବା ପ୍ରଶ୍ନ ଉପରେ ଚର୍ଚ୍ଚା କରନ୍ତୁ । ସେହି ବ୍ୟକ୍ତିଙ୍କୁ jw.org ୱେବସାଇଟ୍‌ ଖୋଲିକି ଦେଖାନ୍ତୁ ଏବଂ ସେଠାରେ କେଉଁ ପ୍ରକାରର ତଥ୍ୟ ମିଳେ, ଏହାର ଗୋଟିଏ ଉଦାହରଣ କହନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)

୬. ଭାଷଣ

(୫ ମି.) ଲୋକଙ୍କୁ ପ୍ରେମ ଆଉ କିଛି ପରାମର୍ଶ—କ ପଏଣ୍ଟ ନଂ. ୩—ବିଷୟ: ଭବିଷ୍ୟତରେ ପ୍ରଦୂଷଣ ହେବ ନାହିଁ ଆଉ ପୂରା ପୃଥିବୀ ସୁନ୍ଦର ହୋଇଯିବ । (ଶିଖାଇବା ଅଧ୍ୟୟନ ୧୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୨୮

୭. ନିର୍ଦ୍ଦୋଷ ଚାଲିଚଳନ ରଖୁଥିବା ଯୁବାମାନେ

(୧୫ ମି.) ଆଲୋଚନା ।

ଜଣେ ଯୁବା ଭାଇ କୌଣସି ପଦ ପଢ଼ିବା ପରେ ସେବିଷୟରେ ଚିନ୍ତନ କରୁଛନ୍ତି । ତାଙ୍କ ପାଖରେ ଗୋଟିଏ ଟ୍ୟାବଲେଟ ରଖା ହୋଇଛି, ଯେଉଁଥିରେ “କିଶୋର-କିଶୋରୀ—ଦ୍ୱନ୍ଦ ଓ ତାର ଉତ୍ତର: ଯଦି କେହି ମୋତେ ସେକ୍ସ ପାଇଁ କହିବେ, ତେବେ କʼଣ କରିବି ?” ଭିଡ଼ିଓର ଗୋଟିଏ ଦୃଶ୍ୟ ଦେଖାଯାଉଛି । ସେହି ଦୃଶ୍ୟରେ ଯୋଷେଫ ପୋଟୀଫରଙ୍କ ସ୍ତ୍ରୀଠାରୁ ପଳାଉଛନ୍ତି ।

ମଣ୍ଡଳୀର ଯୁବାମାନଙ୍କ ପାଇଁ ନିର୍ଦ୍ଦୋଷ ଚାଲିଚଳନ ରଖିବା ଲଢ଼େଇ ପରି ଅଟେ । ସେମାନଙ୍କୁ ଅପରିପୂର୍ଣ୍ଣତା ଯୋଗୁଁ ନିଜ ସହ ଲଢ଼ିବାକୁ ପଡ଼େ ଏବଂ ଯୌବନ ଅବସ୍ଥାର ଆରମ୍ଭ ସମୟ ଯୋଗୁଁ ତାଙ୍କ ଭିତରେ ଯୌନ ଇଚ୍ଛାଗୁଡ଼ିକ ପ୍ରବଳ ହୋଇଥାଏ । (ରୋମୀ ୭:୨୧; ୧କରି ୭:୩୬) ତାʼଛଡ଼ା ସେମାନଙ୍କ ଉପରେ ଲଗାତାର ଏହା ଚାପ ପକାଯାଏ ଯେ ସେମାନେ ସମାନ ଲିଙ୍ଗର କିମ୍ବା ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ସହ ଯୌନ ସମ୍ପର୍କ ରଖନ୍ତୁ । (ଏଫି ୨:୨) ତଥାପି ସେମାନେ ଯିହୋବାଙ୍କ ବିଶ୍ୱସ୍ତ ରହନ୍ତି । ତେଣୁ ଆମେ ସେମାନଙ୍କ ପାଇଁ ବହୁତ ଗର୍ବିତ ।

କିଶୋର-କିଶୋରୀ—ଦ୍ୱନ୍ଦ ଓ ତାର ଉତ୍ତର: ଯଦି କେହି ମୋତେ ସେକ୍ସ ପାଇଁ କହିବେ, ତେବେ କʼଣ କରିବି ? ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • କୋରୀ ଓ କେମରନ୍‌ ଉପରେ କʼଣ କରିବାର ଚାପ ଆସିଲା ?

  • ନିର୍ଦ୍ଦୋଷ ଚାଲିଚଳନ ରଖିବା ପାଇଁ ସେମାନେ କʼଣ କଲେ ?

  • ଏପରି ପରିସ୍ଥିତିର ସାମନା କରିବା ପାଇଁ ବାଇବଲର କେଉଁ ସିଦ୍ଧାନ୍ତ ଆପଣଙ୍କୁ ସାହାଯ୍ୟ କରିପାରିବ ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୧.୧୧-ହି ଅଧ୍ୟୟନ ଲେଖା ୪୪ ¶୧୪-୧୯

ଶେଷ ଟିପ୍ପଣୀ (୩ ମି.) |ଗୀତ ୩୮ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ