ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb24 ଜାନୁୟାରୀ ପୃଷ୍ଠା ୮-୯
  • ୨୯ ଜାନୁୟାରୀ-୪ ଫେବୃୟାରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୯ ଜାନୁୟାରୀ-୪ ଫେବୃୟାରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
mwb24 ଜାନୁୟାରୀ ପୃଷ୍ଠା ୮-୯

୨୯ ଜାନୁୟାରୀ–୪ ଫେବୃୟାରୀ

ଆୟୁବ ୪୦-୪୨

ଗୀତ ୧୨୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଆୟୁବ ଯାହା ଶିଖିଲେ, ସେଥିରୁ ଆମେ ବି ଶିଖିପାରିବା

(୧୦ ମି.)

ମନେରଖନ୍ତୁ ଯେ ଯିହୋବା ଯେତେ ଜାଣିଛନ୍ତି, ଆମେ ସେତେ ଜାଣି ନାହୁଁ (ଆୟୁ ୪୨:୧-୩; ପ୍ର୧୦-ହି ୧୦/୧୫ ପୃ ୩-୪ ¶୪-୬)

ଯିହୋବା ଓ ତାଙ୍କ ସଙ୍ଗଠନରୁ ମିଳୁଥିବା ପରାମର୍ଶକୁ ତୁରନ୍ତ ମାନନ୍ତୁ (ଆୟୁ ୪୨:୫, ୬; ପ୍ର୧୭.୦୬-ହି ପୃ ୨୫ ¶୧୨)

ଯିହୋବା ସେମାନଙ୍କୁ ପୁରସ୍କାର ଦିଅନ୍ତି, ଯେଉଁମାନେ ସମସ୍ୟାଗୁଡ଼ିକ ସତ୍ତ୍ୱେ ତାଙ୍କ ବିଶ୍ୱସ୍ତ ରହନ୍ତି (ଆୟୁ ୪୨:୧୦-୧୨; ଯାକୁ ୫:୧୧; ପ୍ର୨୨.୦୬ ପୃ ୨୫ ¶୧୭-୧୮)

ଆୟୁବ ଓ ତାଙ୍କ ସ୍ତ୍ରୀ ପାହାଡ଼ କଡ଼ରେ ଛିଡ଼ା ହୋଇଛନ୍ତି ଓ ପରସ୍ପରକୁ ଦେଖୁଛନ୍ତି । ଆୟୁବ ତାଙ୍କୁ ସେମାନଙ୍କ ଘର ଓ ମେଷପଲକୁ ଦେଖାଉଛନ୍ତି ।

ଯିହୋବା ଆୟୁବଙ୍କୁ ତାଙ୍କ ବିଶ୍ୱସ୍ତତା ପାଇଁ ପୁରସ୍କାର ଦେଲେ

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଆୟୁ ୪୨:୭—ଆୟୁବଙ୍କ ତିନି ସାଙ୍ଗ ପ୍ରକୃତରେ କାହା ବିରୁଦ୍ଧରେ କଥା ହେଉଥିଲେ ? ଏହି କଥା ଜାଣିବା ଦ୍ୱାରା ଆମେ ସେସମୟରେ କିପରି ଧୈର୍ଯ୍ୟ ଧରିପାରୁ ଯେବେ ଲୋକମାନେ ଆମକୁ ନୀଚ ଅନୁଭବ କରାନ୍ତି ? (ଇନସାଇଟ୍‌-୨ ପୃ ୮୦୮)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଆୟୁ ୪୨:୧-୧୭ (ଶିଖାଇବା ଅଧ୍ୟୟନ ୧୧)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ଆପଣ ଯାହାକୁ ପ୍ରଚାର କରୁଛନ୍ତି, ସେ ବାଇବଲ ବିଷୟରେ ଜାଣି ନାହାନ୍ତି । (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୩)

୫. ବାଇବଲ ଅଧ୍ୟୟନ ସମୟରେ

(୫ ମି.) ଜୀବନ ବହି ପାଠ ୧୩ ପଏଣ୍ଟ ନଂ. ୬-୭ ଏବଂ କିଛି ଲୋକ କହନ୍ତି (ଲୋକଙ୍କୁ ପ୍ରେମ ପାଠ ୧୧ ପଏଣ୍ଟ ନଂ. ୪)

୬. ଭାଷଣ

(୪ ମି.) ଲୋକଙ୍କୁ ପ୍ରେମ ଆଉ କିଛି ପରାମର୍ଶ—କ ପଏଣ୍ଟ ନଂ. ୨—ବିଷୟ: ଏହି ପୃଥିବୀ କେବେ ବିନାଶ ହେବ ନାହିଁ । (ଶିଖାଇବା ଅଧ୍ୟୟନ ୧୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୦୮

୭. ଅନ୍ୟମାନଙ୍କୁ ଯିହୋବାଙ୍କ ପ୍ରେମ ଅନୁଭବ କରାନ୍ତୁ

(୧୫ ମି.) ଆଲୋଚନା ।

“ଆମକୁ ଯିହୋବାଙ୍କ ପରିବାରରେ ପ୍ରକୃତ ପ୍ରେମ ମିଳିଲା” ଭିଡିଓର ଦୃଶ୍ୟ । ମିମି ଓ ତାଙ୍କ ମାଆ ହସ୍ପିଟାଲରେ ଥିବା ଜଣେ ଭଉଣୀଙ୍କୁ ଭେଟିବା ପାଇଁ ଆସିଛନ୍ତି ଓ ତାଙ୍କ ପାଇଁ ଫୁଲ ଏବଂ କାର୍ଡ ଆଣିଛନ୍ତି ।

ଆମେ ବହୁତ ଖୁସି ଯେ ଆମ ଈଶ୍ୱର ଯିହୋବା ପ୍ରେମର ଈଶ୍ୱର ଅଟନ୍ତି । (୧ଯୋହ ୪:୮, ୧୬) ଏହି ଗୁଣ ଆମକୁ ତାଙ୍କ ଆଡ଼କୁ ଆକର୍ଷିତ କରେ । ତାଙ୍କ ପ୍ରେମ ଯୋଗୁଁ ହିଁ ଆମେ ତାଙ୍କ ସାଙ୍ଗ ହୋଇ ରହିବା ପାଇଁ ଚାହୁଁ । ଯେବେ ଆମେ ତାଙ୍କ ସେବା କରୁ, ତେବେ ଆମେ ଅନୁଭବ କରିପାରୁ ଯେ ସେ ଆମକୁ ବହୁତ ପ୍ରେମ କରନ୍ତି ।

ଆମେ ପୂରା ଚେଷ୍ଟା କରୁ ଯେ ନିଜ ପରିବାର ଲୋକଙ୍କୁ, ଭାଇଭଉଣୀଙ୍କୁ ଓ ଅନ୍ୟ ଲୋକମାନଙ୍କୁ ଯିହୋବାଙ୍କ ଭଳି ପ୍ରେମ କରୁ । (ଆୟୁ ୬:୧୪; ୧ଯୋହ ୪:୧୧) ଏପରି ଭାବେ ଆମେ ଅନ୍ୟମାନଙ୍କୁ ଯିହୋବାଙ୍କ ବିଷୟରେ ଜାଣିବା ଓ ତାଙ୍କ ନିକଟତର ହେବା ପାଇଁ ସାହାଯ୍ୟ କରୁ । କିନ୍ତୁ ଯଦି ଆମେ ଅନ୍ୟମାନଙ୍କୁ ପ୍ରେମ କରିବାନି, ତେବେ ସେମାନଙ୍କୁ ଏହା ଭରସା କରିବା କଠିନ ଲାଗିବ ଯେ ଯିହୋବା ସେମାନଙ୍କୁ ପ୍ରେମ କରନ୍ତି ।

ଆମକୁ ଯିହୋବାଙ୍କ ପରିବାରରେ ପ୍ରକୃତ ପ୍ରେମ ମିଳିଲା ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

ଲୟ୍‌ଲୟ୍‌ ଓ ମିମିଙ୍କ ଅନୁଭୂତିରୁ କିପରି ଜଣାପଡ଼େ ଯେ ଅନ୍ୟମାନଙ୍କୁ ପ୍ରେମ କରିବା ଜରୁରୀ ଅଟେ ?

ଆମେ ଭାଇଭଉଣୀମାନଙ୍କୁ ଯିହୋବାଙ୍କ ପ୍ରେମ ଅନୁଭବ କରାଇବା ପାଇଁ କʼଣ କରିପାରିବା ?

  • ଆମେ ମନେରଖିବା ଉଚିତ୍‌ ଯେ ସେମାନେ ଯିହୋବାଙ୍କ ବହୁମୂଲ୍ୟ ମେଷ ଅଟନ୍ତି ।—ଗୀତ ୧୦୦:୩

  • ଆମେ ସେମାନଙ୍କୁ ଏପରି କଥା କହିବା ଉଚିତ୍‌ ଯେଉଁଥିରୁ ସେମାନଙ୍କର ଉତ୍ସାହ ବଢ଼ିବ ।—ଏଫି ୪:୨୯

  • ଆମକୁ ସେମାନଙ୍କ ଭାବନା ବୁଝିବା ଉଚିତ୍‌ ଓ ସେମାନଙ୍କ ସହିତ ଭଲ ବ୍ୟବହାର କରିବା ଉଚିତ୍‌ ।—ମାଥି ୭:୧୧, ୧୨

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୧.୧୦-ହି ଅଧ୍ୟୟନ ଲେଖା ୪୧ ¶୧-୮

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୨୬ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ