ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb24 ଜାନୁୟାରୀ ପୃଷ୍ଠା ୬-୭
  • ୨୨-୨୮ ଜାନୁୟାରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୨-୨୮ ଜାନୁୟାରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
mwb24 ଜାନୁୟାରୀ ପୃଷ୍ଠା ୬-୭

୨୨-୨୮ ଜାନୁୟାରୀ

ଆୟୁବ ୩୮-୩୯

ଗୀତ ୧୧ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. କʼଣ ଆପଣ ସୃଷ୍ଟିକୁ ଧ୍ୟାନର ସହ ଦେଖିବା ପାଇଁ ସମୟ ବାହାର କରନ୍ତି ?

(୧୦ ମି.)

ପୃଥିବୀକୁ ସୃଷ୍ଟି କଲା ପରେ ଯିହୋବା ସମୟ ବାହାର କରି ନିଜ କାମର ଯାଞ୍ଚ କଲେ (ଆଦି ୧:୧୦, ୧୨; ଆୟୁ ୩୮:୫, ୬; ପ୍ର୨୧.୦୮-ହି ପୃ ୯-୧୦ ¶୭)

ସ୍ୱର୍ଗଦୂତମାନେ ମଧ୍ୟ ଯିହୋବାଙ୍କ ସୃଷ୍ଟି ଉପରେ ଧ୍ୟାନ ଦେବା ପାଇଁ ସମୟ ବାହାର କଲେ (ଆୟୁ ୩୮:୭; ପ୍ର୨୦.୦୮-ହି ପୃ ୧୪ ¶୨)

ଯଦି ଆମେ ସମୟ ବାହାର କରି ସୃଷ୍ଟି ଉପରେ ଧ୍ୟାନ ଦେବା ଓ ତାʼପାଇଁ କୃତଜ୍ଞ ରହିବା, ତେବେ ଆମେ ଯିହୋବାଙ୍କୁ ଆହୁରି ଭରସା କରିବାକୁ ଲାଗିବା (ଆୟୁ ୩୮:୩୨-୩୫; ପ୍ର୨୩.୦୩ ପୃ ୧୭ ¶୮)

ଜଣେ ମାଆ ଓ ତାଙ୍କ ଛୋଟ ଝିଅ ଘର ବାହାରେ ପ୍ରଜାପତି ଦେଖି ଖୁସି ହେଉଛନ୍ତି ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଆୟୁ ୩୮:୮-୧୦—ଯିହୋବାଙ୍କ ନିୟମଗୁଡ଼ିକରୁ ଆମେ ତାଙ୍କ ବିଷୟରେ କʼଣ ଶିଖୁ ? (ଇନସାଇଟ୍‌-୨ ପୃ ୨୨୨)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଆୟୁ ୩୯:୧-୨୨ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଯେବେ ଆପଣଙ୍କୁ ଲାଗେ ଯେ ଜଣେ ବ୍ୟକ୍ତି କଥା ହେବା ପାଇଁ ଚାହୁଁ ନାହାନ୍ତି, ତେବେ ପ୍ରେମର ସହ କଥାବାର୍ତ୍ତା ବନ୍ଦ କରିଦିଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୩)

୫. ପୁଣିଥରେ ଭେଟିବା ସମୟରେ

(୫ ମି.) ଘର ଘର ପ୍ରଚାର । ଗତଥର ଘରମାଲିକ ଆପଣଙ୍କୁ କହିଥିଲେ ଯେ କିଛି ସମୟ ପୂର୍ବେ ତାଙ୍କର କେହି ପ୍ରିୟଜନଙ୍କ ମୃତ୍ୟୁ ହୋଇଯାଇଛି । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)

୬. ଭାଷଣ

(୫ ମି.) ଲୋକଙ୍କୁ ପ୍ରେମ ଆଉ କିଛି ପରାମର୍ଶ—କ ପଏଣ୍ଟ ନଂ. ୧—ବିଷୟ: ଆଜିକାଲି ଦୁନିଆରେ ଯାହା ହେଉଛି ତାକୁ ଦେଖିଲେ ଜଣାପଡ଼େ ଯେ ବହୁତ ଶୀଘ୍ର ପରିସ୍ଥିତି ବଦଳିବ । (ଶିଖାଇବା ଅଧ୍ୟୟନ ୧୬)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୧୧

୭. ସୃଷ୍ଟିକୁ ଦେଖିଲେ ଆମେ ନିଜ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଯିହୋବାଙ୍କ ଉପରେ ଧ୍ୟାନ ଦେଇପାରୁ

(୧୫ ମି.) ଆଲୋଚନା ।

ଆୟୁବ ଯିହୋବାଙ୍କ ସୃଷ୍ଟିର କିଛି ଜୀବଜନ୍ତୁ ବିଷୟରେ ଭାବୁଛନ୍ତି । ଯେପରି, ଜଳହସ୍ତୀ, ସାରସ ପକ୍ଷୀ, ଓଟପକ୍ଷୀ, କୁମ୍ଭୀର, ଚିଲ, ଘୋଡ଼ା ଏବଂ ଜଙ୍ଗଲି ଷଣ୍ଢ । ବହୁତ ଜୋର୍‌ରେ ଝଡ଼ ତୋଫାନ ଚାଲୁଛି ଆଉ ଇଲୀହୂ ଆଉ ମିଛ କହୁଥିବା ଆୟୁବଙ୍କ ତିନି ସାଙ୍ଗ ବସିଛନ୍ତି ।

ଆୟୁବଙ୍କ ତିନି ସାଙ୍ଗ ତାଙ୍କ ଉପରେ ଅନେକ ମିଛ ଆରୋପ ଲଗାଇଲେ । ଶୟତାନ ମଧ୍ୟ ଆୟୁବଙ୍କ ଉପରେ ବହୁତଗୁଡ଼ିଏ ସମସ୍ୟା ଆଣିଲା । ତେଣୁ ତାଙ୍କୁ କେବଳ ନିଜ ସମସ୍ୟାଗୁଡ଼ିକ ହିଁ ଦେଖାଗଲା ।

ଆୟୁବ ୩୭:୧୪ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

ନିଜ ସମସ୍ୟାଗୁଡ଼ିକ ଉପରେ ଧ୍ୟାନ ଦେବା ପରିବର୍ତ୍ତେ, ଯିହୋବାଙ୍କ ଉପରେ ଧ୍ୟାନ ଦେବା ପାଇଁ ତାଙ୍କୁ କʼଣ କରିବାର ଆବଶ୍ୟକ ଥିଲା ?

ସମସ୍ୟା ଆସିଲେ ଆମେ ବହୁତ ଚିନ୍ତିତ ହୋଇପାରୁ । ଏପରି ସମୟରେ ଯଦି ଆମେ ଯିହୋବାଙ୍କ ସୃଷ୍ଟିକୁ ଧ୍ୟାନ ଦେବା, ତେବେ ଆମେ ମନେରଖିପାରିବା ଯେ ସେ କେତେ ମହାନ ଅଟନ୍ତି ଏବଂ ତାଙ୍କ ବିଶ୍ୱସ୍ତ ରହିବାର ଆମ ଉଦ୍ଦେଶ୍ୟ ଆହୁରି ଦୃଢ଼ ହୋଇଯିବ ଓ ଏକଥା ଉପରେ ମଧ୍ୟ ଆମର ଭରସା ବଢ଼ିବ ଯେ ସେ ଆମ ଯତ୍ନ ନେଇପାରିବେ ।—ମାଥି ୬:୨୬.

ଆୟୁବ ବହିରୁ ଆମେ କʼଣ ଶିଖୁ—ଜୀବଜନ୍ତୁକୁ ଦେଖି ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

ଏହି ଭିଡିଓ ଦେଖି ଯିହୋବାଙ୍କ ଉପରେ ଆପଣଙ୍କ ଭରସା କିପରି ବଢ଼େ ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୧.୧୦-ହି ଅଧ୍ୟୟନ ଲେଖା ୪୦ ¶୧୪-୨୨

ଶେଷ ଟିପ୍ପଣୀ (୩ ମି.) | ଗୀତ ୫୪ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ