ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ନିଜ ହୃଦୟର ରକ୍ଷା କର
ଶଲୋମନ ଯିହୋବାଙ୍କ ପ୍ରେରଣାରେ ଲେଖିଲେ, “ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ; ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମେ ।” (ହିତୋ ୪:୨୩) କିନ୍ତୁ ଦୁଃଖର କଥା, ଈଶ୍ୱରଙ୍କ ଲୋକମାନେ ଅର୍ଥାତ୍ ଇସ୍ରାଏଲୀୟମାନେ “ସର୍ବାନ୍ତଃକରଣ” ବା ପୂର୍ଣ୍ଣ ହୃଦୟରୁ ଯିହୋବାଙ୍କ ଦେଖାଇଥିବା ରାସ୍ତାରେ ଚାଲିବା ଛାଡ଼ିଦେଲେ । (୨ବଂଶା ୬:୧୪) ଏପରି କି ରାଜା ଶଲୋମନଙ୍କ ହୃଦୟ ମଧ୍ୟ ଯିହୋବାଙ୍କ ଉପରେ ପୂରାପୂରି ଲାଗି ରହିଲାନି । ସେ ଅନ୍ୟ ଜାତିର ନିଜ ସ୍ତ୍ରୀମାନଙ୍କର କଥାରେ ଆସି ମିଥ୍ୟା ଦେବାଦେବୀମାନଙ୍କୁ ପୂଜା କରିବାକୁ ଲାଗିଲେ । (୧ରାଜା ୧୧:୪) ଆପଣ ନିଜ ହୃଦୟର ରକ୍ଷା କିପରି କରିପାରିବେ ? ଜାନୁୟାରୀ ୨୦୧୯ ପ୍ରହରୀଦୁର୍ଗର ୧୪-୧୯ ପୃଷ୍ଠାରେ ଏହି ବିଷୟ ଉପରେ ଗୋଟିଏ ଅଧ୍ୟୟନ ଲେଖା ଆସିଥିଲା ।
ପ୍ରହରୀଦୁର୍ଗରୁ ମିଳିଥିବା ଶିକ୍ଷା—ନିଜ ହୃଦୟକୁ ରକ୍ଷା କିପରି କରିବା ? ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
ଆଗକୁ କୁହାଯାଇଥିବା ଭାଇଭଉଣୀମାନଙ୍କର ବିଶ୍ୱାସ କେଉଁ କାରଣରୁ ଦୁର୍ବଳ ହୋଇପାରନ୍ତା ? ସେମାନେ ଏହି ଅଧ୍ୟୟନ ଲେଖାରେ ଦିଆଯାଇଥିବା ତଥ୍ୟକୁ ପଢ଼ି କିପରି ନିଜ ହୃଦୟର ରକ୍ଷା କଲେ ?
ବ୍ରେଣ୍ଟ ଓ ଲୌରନ
ଉମଜେ
ହୈପି ଲେୟୁ
ଏହି ଅଧ୍ୟୟନ ଲେଖାରୁ ଆପଣଙ୍କୁ କିପରି ସାହାଯ୍ୟ ମିଳିଛି ?