ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ନଭେମ୍ବର ପୃଷ୍ଠା ୧୧
  • ଭରସା ରଖନ୍ତୁ ଯେ ଦୁନିଆର ବିନାଶ ସମୟରେ ଆପଣଙ୍କୁ ରକ୍ଷା କରାଯିବ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଭରସା ରଖନ୍ତୁ ଯେ ଦୁନିଆର ବିନାଶ ସମୟରେ ଆପଣଙ୍କୁ ରକ୍ଷା କରାଯିବ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଯୁଗାନ୍ତ ଆସିବା ପର୍ଯ୍ୟନ୍ତ ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ନଭେମ୍ବର ପୃଷ୍ଠା ୧୧
ଜଣେ ଭାଇ “ସାରା ଥିବୀରେ ଯିହୋବାଙ୍କ ଶୁଦ୍ଧ ଉପାସନା ପୁଣି ଆର !” ବହିରୁ ଅଧୟନ କରୁଛନ୍ତି । ସେ କଳ୍ପନା କରୁଛନ୍ତି ଯେ ହର୍ମିଗିଦ୍ଦୋନ୍‌ ସମୟରେ ଯିହୋବାଙ୍କ ଗୋଟିଏ ର୍ଗଦୂତ ଲୋକମାନଙ୍କର ଗୋଟିଏ ସମୂହକୁ ରକ୍ଷା କରୁଛି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଭରସା ରଖନ୍ତୁ ଯେ ଦୁନିଆର ବିନାଶ ସମୟରେ ଆପଣଙ୍କୁ ରକ୍ଷା କରାଯିବ

ଯିହୋବା ଏହି ଦୁନିଆ ପାଇଁ ବହୁତ ଧୈର୍ଯ୍ୟ ଧରିଛନ୍ତି । କିନ୍ତୁ ସେ ସବୁବେଳେ ଧୈର୍ଯ୍ୟ ଧରିବେ ନାହିଁ । ଖୁବ୍‌ ଶୀଘ୍ର ମିଥ୍ୟା ଧର୍ମଗୁଡ଼ିକୁ ବିନାଶ କରାଯିବ ଏବଂ ରାଷ୍ଟ୍ରଗୁଡ଼ିକର ସମୂହ ଈଶ୍ୱରଙ୍କ ଲୋକମାନଙ୍କ ଉପରେ ଆକ୍ରମଣ କରିବ । ସେତେବେଳେ ଯିହୋବା ହର୍ମିଗିଦ୍ଦୋନ୍‌ ଯୁଦ୍ଧରେ ଲୋକମାନଙ୍କୁ ବିନାଶ କରିଦେବେ । ଏହି ବଡ଼ ବଡ଼ ଓ ରୋମାଞ୍ଚକର ଘଟଣାଗୁଡ଼ିକୁ ଦେଖିବା ପାଇଁ ଆମେ ସମସ୍ତେ ଉତ୍ସାହର ସହ ଅପେକ୍ଷା କରୁଛୁ ।

ଆଜି ଆମକୁ ମହାକ୍ଳେଶ ବିଷୟରେ ସବୁକିଛି ଜଣା ନାହିଁ । ଯେପରି, ଆମକୁ ଜଣା ନାହିଁ ଯେ ଏହା କେବେ ଆରମ୍ଭ ହେବ କିମ୍ବା ରାଜନୈତିକ ଶକ୍ତିଗୁଡ଼ିକ କେଉଁ କାରଣ ଯୋଗୁଁ ଧର୍ମଗୁଡ଼ିକ ଉପରେ ଆକ୍ରମଣ କରିବ । ଆମକୁ ଜଣା ନାହିଁ ଯେ ରାଷ୍ଟ୍ରଗୁଡ଼ିକ ଈଶ୍ୱରଙ୍କ ଲୋକମାନଙ୍କ ଉପରେ କେତେ ସମୟ ଯାଏ ଆକ୍ରମଣ କରିବେ କିମ୍ବା କିପରି ଆକ୍ରମଣ କରିବେ । ଆମକୁ ଏହା ବି ଜଣା ନାହିଁ ଯେ ହର୍ମିଗିଦ୍ଦୋନ୍‌ ସମୟରେ ଯିହୋବା ଠିକ୍‌ କିପରି ଭାବେ ଦୁଷ୍ଟ ଲୋକମାନଙ୍କୁ ବିନାଶ କରିବେ ।

କିନ୍ତୁ ଭବିଷ୍ୟତରେ ହେବାକୁ ଯାଉଥିବା ଘଟଣାଗୁଡ଼ିକର ସାହସର ସହ ସାମନା କରିବା ପାଇଁ ଆମକୁ ଯାହା ତଥ୍ୟ ଦରକାର, ତାହା ବାଇବଲରେ ଦିଆଯାଇଛି । ଯେପରି, ବାଇବଲରୁ ଆମେ ଜାଣିପାରୁ ଯେ ଆମେ ‘ଶେଷକାଳର’ ପୂରା ଶେଷ ସମୟରେ ବଞ୍ଚୁଛୁ । (୨ତୀମ ୩:୧) ଆମେ ଜାଣିଛୁ ଯେ ମିଥ୍ୟା ଧର୍ମ ଉପରେ ଯେଉଁ ଆକ୍ରମଣ ହେବ ତାʼର ସମୟ “ଊଣା” ବା କମ୍‌ କରାଯାଇଛି, ଯାହାଫଳରେ ସତ୍ୟ ଧର୍ମ ବିନାଶ ନ ହେଉ । (ମାଥି ୨୪:୨୨) ଆମେ ଜାଣିଛୁ ଯେ ଯିହୋବା ନିଜ ଲୋକମାନଙ୍କୁ ରକ୍ଷା କରିବେ । (୨ପିତ ୨:୯) ଆମେ ଏହା ମଧ୍ୟ ଜାଣିଛୁ ଯେ ଯିହୋବା ହର୍ମିଗିଦ୍ଦୋନ୍‌ ସମୟରେ ନ୍ୟାୟ କରିବା ପାଇଁ ଯାହାକୁ ବାଛିଛନ୍ତି, ସେ ଧାର୍ମିକ ଓ ଶକ୍ତିଶାଳୀ । ସେ ଏହି ଯୁଦ୍ଧରେ ଦୁଷ୍ଟ ଲୋକମାନଙ୍କୁ ସମ୍ପୂର୍ଣ୍ଣ ବିନାଶ କରିଦେବେ ଓ ମହାଜନତାର ଲୋକମାନଙ୍କୁ ରକ୍ଷା କରିବେ ।—ପ୍ରକା ୧୯:୧୧, ୧୫, ୧୬.

ଭବିଷ୍ୟତରେ ଯେଉଁ ଘଟଣାଗୁଡ଼ିକ ହେବ ତାʼ ଯୋଗୁଁ “ଲୋକେ ମୂର୍ଚ୍ଛିତ ହେବେ ।” କିନ୍ତୁ ଆମକୁ ଡରିବା ଦରକାର ନାହିଁ । ଯିହୋବା ଆଗରୁ ଯେପରି ଭାବେ ନିଜ ଲୋକମାନଙ୍କୁ ରକ୍ଷା କରିଛନ୍ତି ଓ ଭବିଷ୍ୟତ ବିଷୟରେ ଯାହା ତଥ୍ୟ ଦେଇଛନ୍ତି, ସେବିଷୟରେ ଆମେ ପଢ଼ିପାରିବା ଓ ଚିନ୍ତନ କରିପାରିବା । ଏପରି କଲେ ଆମେ ସେସମୟରେ ‘ଊର୍ଦ୍ଧଦୃଷ୍ଟି କରି ମସ୍ତକ ଉତ୍ତୋଳନ’ କରିପାରିବା ଏବଂ ଭରସା ରଖିପାରିବା ଯେ ଆମ ଉଦ୍ଧାର ପାଇବାର ସମୟ ପାଖେଇ ଆସିଛି ।—ଲୂକ ୨୧:୨୬, ୨୮.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ