ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ସେପ୍ଟେମ୍ବର ପୃଷ୍ଠା ୫
  • ବୁଝିବିଚାରି କାମ କରିବାର ଶକ୍ତିକୁ ତାଲିମ ଦେବା ଜାରି ରଖନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବୁଝିବିଚାରି କାମ କରିବାର ଶକ୍ତିକୁ ତାଲିମ ଦେବା ଜାରି ରଖନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଆମେ ଭଲ ନିଷ୍ପତ୍ତି କିପରି ନେଇପାରିବା ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଅନ୍ୟମାନଙ୍କର ନିଷ୍ପତ୍ତିର ଆଦର କରନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ଏପରି ନିଷ୍ପତ୍ତି ନିଅନ୍ତୁ, ଯେଉଁଥିରୁ ଯିହୋବା ଖୁସି ହେବେ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ବାଇବଲ ସିଦ୍ଧାନ୍ତଗୁଡ଼ିକରୁ ନିଜ ବିବେକକୁ ପ୍ରଶିକ୍ଷିତ କରନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ସେପ୍ଟେମ୍ବର ପୃଷ୍ଠା ୫

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ବୁଝିବିଚାରି କାମ କରିବାର ଶକ୍ତିକୁ ତାଲିମ ଦେବା ଜାରି ରଖନ୍ତୁ

ଜଣେ ଖେଳାଳୀକୁ ଲଗାତାର ବ୍ୟାୟାମ କରିବାକୁ ହୁଏ, ଯାହାଫଳରେ ସେ ସବୁବେଳେ ଭଲ ଖେଳି ପାରିବ । ଠିକ୍‌ ସେହିପରି ଆମକୁ ମଧ୍ୟ ନିଜ ବୁଝିବିଚାରି କାମ କରିବାର ଶକ୍ତିକୁ ତାଲିମ ଦେବା ଜାରି ରଖିବା ଉଚିତ୍‌ । ତେବେ, ଆମେ ଏହି ଶକ୍ତିକୁ ଭଲଭାବେ ବ୍ୟବହାର କରିପାରିବା । (ଏବ୍ରୀ ୫:୧୪) ଅନ୍ୟମାନେ ଯାହା ନିଷ୍ପତ୍ତି ନେଇଛନ୍ତି ସେହି ନିଷ୍ପତ୍ତି ନେବା ଆମକୁ ସହଜ ଲାଗିପାରେ । କିନ୍ତୁ ଏପରି କରିବା ପରିବର୍ତ୍ତେ ଆମେ ନିଜେ ଭାବିଚିନ୍ତି ସଠିକ୍‌ ନିଷ୍ପତ୍ତି ନେବା ଉଚିତ୍‌ । ଏହା କାହିଁକି ଜରୁରୀ ? କାରଣ ଆମ ପ୍ରତ୍ୟେକଙ୍କୁ ନିଜ ନିଷ୍ପତ୍ତିଗୁଡ଼ିକ ପାଇଁ ଈଶ୍ୱରଙ୍କୁ ହିସାବ ଦେବାକୁ ହେବ ।—ରୋମୀ ୧୪:୧୨.

ଆମେ ଅନେକ ବର୍ଷ ହେଲା ସତ୍ୟରେ ଅଛୁ କିନ୍ତୁ ଆମର ସବୁ ନିଷ୍ପତ୍ତି ସଠିକ୍‌ ହେବ ବୋଲି ଭାବିବା ଉଚିତ୍‌ ନୁହେଁ । ସଠିକ୍‌ ନିଷ୍ପତ୍ତି ନେବା ପାଇଁ ଆମେ ଯିହୋବା, ତାହାଙ୍କ ବାକ୍ୟ ଓ ତାହାଙ୍କ ସଂଗଠନର ପରାମର୍ଶ ମାନିବା ଉଚିତ୍‌ ।—ଯିହୋ ୧:୭, ୮; ହିତୋ ୩:୫, ୬; ମାଥି ୨୪:୪୫.

“ଉତ୍ତମ ବିବେକ ରଖନ୍ତୁ” ନାମକ ଭିଡିଓ ଦେଖାନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ ।

  • “ନିଜ ବିବେକ ଶୁଦ୍ଧ ବଜାୟ ରଖ” ଭିଡିଓର ଏକ ଦୃଶ୍ୟ । ଏମା ଓ ତାଙ୍କ ପତି ବିବାହର ନିମନ୍ତ୍ରଣ ଦେଖୁଛନ୍ତି ।

    ଏମାଙ୍କୁ କʼଣ ନିଷ୍ପତ୍ତି ନେବାର ଥିଲା ?

  • “ନିଜ ବିବେକ ଶୁଦ୍ଧ ବଜାୟ ରଖ” ଭିଡିଓର ଏକ ଦୃଶ୍ୟ । ଏମା ନିଜ ମତ କଛନ୍ତି ।

    ଜଣେ ବ୍ୟକ୍ତି ନିଜ ବିବେକ ଅନୁସାରେ ନିଷ୍ପତ୍ତି ନେବା ସମୟରେ ଆମେ କାହିଁକି ତାଙ୍କୁ ନିଜ ମତ ଦେବା ଉଚିତ୍‌ ନୁହେଁ ?

  • “ନିଜ ବିବେକ ଶୁଦ୍ଧ ବଜାୟ ରଖ” ଭିଡିଓର ଏକ ଦୃଶ୍ୟ । ଏମା ଚାଲେଟ ଓ ଏଲେନଙ୍କଠାରୁ ପରାମର୍ଶ ନେଉଛନ୍ତି ।

    ଜଣେ ଭାଇ ଓ ତାଙ୍କ ପତ୍ନୀ ଏମାଙ୍କୁ କʼଣ ପରାମର୍ଶ ଦେଲେ ?

  • “ନିଜ ବିବେକ ଶୁଦ୍ଧ ବଜାୟ ରଖ” ଭିଡିଓର ଏକ ଦୃଶ୍ୟ । ଏମା ନିଜ କମ୍ପୁଟରରେ “ୱାଚଟାୱର ଅନଲାଇନ୍‌ ଲାଇବରୀ” ରେ ଗବେଷଣା କରୁଛନ୍ତି ।

    ସଠିକ୍‌ ନିଷ୍ପତ୍ତି ନେବା ପାଇଁ ଏମାଙ୍କୁ ଭଲ ତଥ୍ୟ କେଉଁଠାରୁ ମିଳିଲା ?

ମୁଁ କିପରି ଭାବେ ନିଷ୍ପତ୍ତି ନେବା ଉଚିତ୍‌ ?

  • ନିଜ ବୁଦ୍ଧି ଅନୁସାରେ

  • ଅନ୍ୟମାନଙ୍କ ମତ ଅନୁସାରେ

  • ବାଇବଲର ସିଦ୍ଧାନ୍ତଗୁଡ଼ିକ ଅନୁସାରେ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ