ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଡିସେମ୍ବର ପୃଷ୍ଠା ୮
  • ଯାହା କେବେ ହେବ ନାହିଁ ପୁରୁଣା !

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯାହା କେବେ ହେବ ନାହିଁ ପୁରୁଣା !
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଡିସେମ୍ବର ପୃଷ୍ଠା ୮
ଜଣେ ଭଉଣୀ ‘ସଜାଗ ଅ !’ ପତକାର ଏକ ବିଷୟ ଉପରେ ଜଣେ ମହିଳାଙ୍କ ସହ କଥା ହେଉଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯାହା କେବେ ହେବ ନାହିଁ ପୁରୁଣା !

ଅନେକ ବର୍ଷ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ପ୍ରହରୀଦୁର୍ଗ ଓ ସଜାଗ ହୁଅ ! ପତ୍ରିକାର ପ୍ରତ୍ୟେକ ସଂଖ୍ୟାରେ ଭିନ୍ନ ଭିନ୍ନ ବିଷୟ ଉପରେ ତଥ୍ୟ ଦିଆଯାଉଥିଲା । କିନ୍ତୁ ୨୦୧୮ରୁ ଗୋଟିଏ ସଂଖ୍ୟାରେ ଗୋଟିଏ ବିଷୟ ଉପରେ ତଥ୍ୟ ଦିଆଯାଉଛି । ୨୦୧୮ରୁ ପ୍ରକାଶିତ ହୋଇଥିବା ଏହି ପତ୍ରିକାଗୁଡ଼ିକ ଆମ “ଶିକ୍ଷା ଉପକରଣ ବକ୍ସରେ” ଅଛି । ତେଣୁ ପ୍ରଚାର କରିବା ସମୟରେ ଆମେ ଏଗୁଡ଼ିକୁ ଦେଇପାରିବା । ଯେତେବେଳେ ଆମେ କୌଣସି ଜାଗାକୁ ଯାତ୍ରା କରୁ କିମ୍ବା ବଜାରକୁ ଯାଉ, ସେତେବେଳେ ଆମେ କିଛି ପତ୍ରିକା ନିଜ ପାଖରେ ରଖିପାରିବା । ଏହା ସତ ଯେ ଏହି ପତ୍ରିକାଗୁଡ଼ିକ ସାହାଯ୍ୟରେ ଆମେ ବାଇବଲ ଅଧ୍ୟୟନ କରି ନ ଥାଉ, କିନ୍ତୁ ହୁଏତ ଏଗୁଡ଼ିକୁ ପଢ଼ି କାହାରିକୁ ଈଶ୍ୱରଙ୍କ ବିଷୟରେ ଜାଣିବାକୁ ଇଚ୍ଛା ଲାଗିପାରେ ।

ଜଣେ ବ୍ୟକ୍ତିଙ୍କ ସହ କଥା ଆରମ୍ଭ କରିବା ପରେ ଗୋଟିଏ ପଦ ପଢ଼ନ୍ତୁ । ତାʼପରେ ଏପରି କୌଣସି ପତ୍ରିକା ବିଷୟରେ କୁହନ୍ତୁ, ଯାହାର ବିଷୟ ପ୍ରତି ତାଙ୍କ ଆଗ୍ରହ ଥିବ । ଯେପରି, ଯଦି ତାଙ୍କ ପିଲା ଅଛନ୍ତି କିମ୍ବା ସେ କୌଣସି କାରଣରୁ ଚିନ୍ତାରେ ଅଛନ୍ତି, ତେବେ ଆପଣ ଏପରି କିଛି କହିପାରିବେ: “ମୁଁ ଏବେ ଏବେ ଏହି ବିଷୟରେ ଗୋଟିଏ ବହୁତ ବଢ଼ିଆ ଲେଖା ପଢ଼ିଥିଲି । କʼଣ ମୁଁ ଆପଣଙ୍କୁ ତାହା ଦେଖାଇପାରିବି ?” ଯଦି ସେ ତାହା ପଢ଼ିବାକୁ ଚାହାନ୍ତି, ତେବେ ଆପଣ ତାଙ୍କୁ ସେହି ପତ୍ରିକା ଦେଇପାରିବେ । କିମ୍ବା ଆପଣ ତାହା ଇ-ମେଲ୍‌ କିମ୍ବା ମେସେଜ୍‌ ଦ୍ୱାରା ପଠାଇପାରିବେ । ଆପଣ ଚାହିଁଲେ ପ୍ରଥମ ସାକ୍ଷାତରେ ହିଁ ପତ୍ରିକା ଦେଇପାରିବେ । ଏହା ସତ ଯେ ଆମ ଉଦ୍ଦେଶ୍ୟ କେବଳ ପତ୍ରିକା ଦେବା ନୁହେଁ, କିନ୍ତୁ ଏହିପରି ଭାବେ ଆମେ ଏପରି ଲୋକମାନଙ୍କୁ ଖୋଜିପାରିବା, ଯେଉଁମାନେ ଈଶ୍ୱରଙ୍କ ବିଷୟରେ ଶିଖିବାକୁ ଚାହାନ୍ତି ଏବଂ ସଠିକ୍‌ ରାସ୍ତାରେ ଚାଲିବାକୁ ଚାହାନ୍ତି ।—ପ୍ରେରି ୧୩:୪୮.

୨୦୧୮

ଚିତସମୂହ: ୨୦୧୮ର ‘ହରୀଦୁର୍ଗ’ ଓ ‘ସଜାଗ ଅ !’ ପତକାର ବିଷୟ । ୧. ‘କ’ଣ ଆଜିର ସମୟରେ ବାଇବଲ ପଲେ ଲାଭ ହେବ ?’ ୨. ‘ଆଗାମୀ ଭବିଷ୍ୟତ କିପରି ହେବ ?’ ୩. ‘କ’ଣ ଈର ଆପଣଙ୍କ ବିଷୟରେ ଚିନ୍ତା କରନ୍ତି ?’ ୪. ’ଖୁସିର ପଥ’ ୫. ୧୨ଟି ପରାମର୍ଶ ଆପଣା, ନିଜ ପରିବାରକୁ ସୁଖୀ କର’ ୬. ‘ନିଜ ଆୟମାନଙ୍କୁ ହରାଇବାର ଦୁଃଖ କିପରି ସହିବା ?’’

୨୦୧୯

ଚିତସମୂହ: ୨୦୧୯ର ‘ହରୀଦୁର୍ଗ’ ଓ ‘ସଜାଗ ଅ !’ ପତକାର ବିଷୟ । ୧. ‘ଈର କିଏ ଅଟନ୍ତି ?’ ୨. ‘ମୁଁ ବଞ୍ଚି କ’ଣ କରିବି ?’ ୩. ‘କ’ଣ ଏହା ହି ଜୀବନ ?’ ୪. କ’ଣ ଆମେ କେବେ ସୁରକ୍ଷିତ ରହିପାରିବା ?’ ୫. ‘ପିଲାଙ୍କ ପାଇଁ ଛଅଟି ମହତ୍ତପୂର୍ଣ୍ଣ ଶିକ୍ଷା’ ୬. ‘ଏପରି ଏକ ବହି ଯାହା ଆମ ଜୀବନକୁ ସୁଧାରିଦିଏ’

୨୦୨୦

ଚିତସମୂହ: ୨୦୨୦ର ‘ହରୀଦୁର୍ଗ’ ଓ ‘ସଜାଗ ଅ !’ ପତକାର ବିଷୟ । ୧. ‘ସତ୍ୟ ଜାଣ, ଜୀବନ ରକ୍ଷା କର’ ୨. ‘ଈରଙ୍କ ରାଜ୍ୟ କ’ଣ ଅଟେ ?’ ୩. ଈରଙ୍କଠାରୁ ସର୍ବଦା ଆଶିଷ ପାଆ !’ ୪. ‘କିପରି ଦୂର କରିବା ଚିନ୍ତା ?’ ୫. ଦୁଃଖକଷ୍ଟ ବିଷୟରେ ପାଞ୍ଚଟି ଶ୍ନ— ଉତ୍ତର ଜାଣ’ ୬. ‘କ’ଣ ଭେଦଭାବ କେବେ ସମା ହେବ ?’

ଆପଣ ଯେଉଁ ଜାଗାରେ ରହନ୍ତି, ସେଠାରେ ଲୋକେ କେଉଁ କେଉଁ ବିଷୟ ଉପରେ ଆଗ୍ରହ ରଖନ୍ତି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ