୬-୧୨ ଏପ୍ରିଲ୍
୭ ଏପ୍ରିଲ୍ ୨୦୨୦, ମଙ୍ଗଳବାର—ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରାଯିବ
ପ୍ରତିବର୍ଷ ସ୍ମାରକ ଦିନର ଆଖପାଖର ଦିନଗୁଡ଼ିକରେ ଅନେକ ଖ୍ରୀଷ୍ଟିୟାନମାନେ ଏହା ଉପରେ ଚିନ୍ତନ କରନ୍ତି ଯେ ଯିହୋବା ଓ ତାହାଙ୍କ ପୁତ୍ର ଯୀଶୁ କିପରି ନିଜ ପ୍ରେମର ସବୁଠାରୁ ବଡ଼ ପ୍ରମାଣ ଦେଲେ। (ଯୋହ ୩:୧୬; ୧୫:୧୩) ସୁସମାଚାରର ବହିଗୁଡ଼ିକ ଅନୁସାରେ ଆଗକୁ ଥିବା ଚାର୍ଟରେ ଦିଆଯାଇଛି ଯେ ଯୀଶୁଙ୍କ ସେବାର ଶେଷ ଦିନଗୁଡ଼ିକରେ ଯିରୂଶାଲମରେ କʼଣ କʼଣ ହୋଇଥିଲା। ଏହା ଛଡ଼ା, ପୃଥିବୀରେ ବଞ୍ଚିଥିବା ସର୍ବଶ୍ରେଷ୍ଠ ମଣିଷ (ହିନ୍ଦୀ) ବହିର ୧୦୧-୧୩୧ ଅଧ୍ୟାୟରେ ମଧ୍ୟ ଏହି ଘଟଣାଗୁଡ଼ିକ ବିଷୟରେ ଆଲୋଚନା କରାଯାଇଛି। ଆମେ ପ୍ରତ୍ୟେକେ ନିଜକୁ ପଚାରିବା ଉଚିତ୍ ଯେ ଈଶ୍ୱର ଓ ଖ୍ରୀଷ୍ଟଙ୍କ ପ୍ରେମ ଆମକୁ କʼଣ କରିବା ପାଇଁ ପ୍ରେରିତ କରିବ ?—୨କରି ୫:୧୪, ୧୫; ୧ଯୋହ ୪:୧୬, ୧୯.
ଯିରୂଶାଲମରେ ଯୀଶୁଙ୍କ ସେବାର ଶେଷ କିଛି ଦିନ
ସମୟ |
ସ୍ଥାନ |
ଘଟଣା |
ମାଥିଉ |
ମାର୍କ |
ଲୂକ |
ଯୋହନ |
|---|---|---|---|---|---|---|
୩୩, ନୀସନ୍ ୮ (୧-୨ ଏପ୍ରିଲ୍, ୨୦୨୦) |
ବେଥନୀୟା |
ଯୀଶୁ ନିସ୍ତାର ପର୍ବର ଛଅ ଦିନ ପୂର୍ବରୁ ସେଠି ପହଞ୍ଚନ୍ତି |
୧୧:୫୫– ୧୨:୧ |
|||
ନୀସନ୍ ୯ (୨-୩ ଏପ୍ରିଲ୍, ୨୦୨୦) |
ବେଥନୀୟା |
ମରୀୟମ ତାହାଙ୍କ ମୁଣ୍ଡ ଓ ପାଦରେ ତେଲ ଢାଳନ୍ତି |
୨୬:୬-୧୩ |
୧୪:୩-୯ |
୧୨:୨-୧୧ |
|
ବେଥନୀୟା- ବେଥ୍ଫାଗୀ- ଯିରୂଶାଲମ |
ଗଧ ଉପରେ ବସି ଯିରୂଶାଲମରେ ରାଜା ଭାବେ ପ୍ରବେଶ କରନ୍ତି |
୨୧:୧-୧୧, ୧୪-୧୭ |
୧୧:୧-୧୧ |
୧୯:୨୯-୪୪ |
୧୨:୧୨-୧୯ |
|
ନୀସନ୍ ୧୦ (୩-୪ ଏପ୍ରିଲ୍, ୨୦୨୦) |
ବେଥନୀୟା- ଯିରୂଶାଲମ |
ଡିମିରି ଗଛକୁ ଅଭିଶାପ ଦିଅନ୍ତି; ପୁଣିଥରେ ମନ୍ଦିରକୁ ଶୁଦ୍ଧ କରନ୍ତି |
୨୧:୧୮, ୧୯; ୨୧:୧୨, ୧୩ |
୧୧:୧୨-୧୭ |
୧୯:୪୫, ୪୬ |
|
ଯିରୂଶାଲମ |
ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଯୀଶୁଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରନ୍ତି |
୧୧:୧୮, ୧୯ |
୧୯:୪୭, ୪୮ |
|||
ଯିହୋବାଙ୍କ ସ୍ୱର ଶୁଭେ; ଯୀଶୁ ନିଜ ମୃତ୍ୟୁର ଭବିଷ୍ୟତବାଣୀ କରନ୍ତି; ଯିହୁଦୀ ବିଶ୍ୱାସ କରନ୍ତି ନାହିଁ, ଯାହାଫଳରେ ଯିଶାଇୟଙ୍କ ଭବିଷ୍ୟତବାଣୀ ପୂରଣ ହୁଏ |
୧୨:୨୦-୫୦ |
|||||
ନୀସନ୍ ୧୧ (୪-୫ ଏପ୍ରିଲ୍, ୨୦୨୦) |
ବେଥନୀୟା- ଯିରୂଶାଲମ |
ଶୁଖିଲା ଡିମିରି ଗଛରୁ ଶିକ୍ଷା |
୨୧:୧୯-୨୨ |
୧୧:୨୦-୨୫ |
||
ଯିରୂଶାଲମର ମନ୍ଦିର |
ତାହାଙ୍କ ଅଧିକାର ଉପରେ ପ୍ରଶ୍ନ କରାଯାଏ; ଦୁଇ ପୁତ୍ରଙ୍କ ଦୃଷ୍ଟାନ୍ତ |
୨୧:୨୩-୩୨ |
୧୧:୨୭-୩୩ |
୨୦:୧-୮ |
||
ଦୃଷ୍ଟାନ୍ତ: ହତ୍ୟାକାରୀ କୃଷକମାନେ, ବିବାହ ଭୋଜି |
୨୧:୩୩–୨୨:୧୪ |
୧୨:୧-୧୨ |
୨୦:୯-୧୯ |
|||
ଈଶ୍ୱର, କାଇସର, ପୁନରୁତ୍ଥାନ ଓ ଶ୍ରେଷ୍ଠ ଆଜ୍ଞା ବିଷୟରେ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତି |
୨୨:୧୫-୪୦ |
୧୨:୧୩-୩୪ |
୨୦:୨୦-୪୦ |
|||
ଲୋକସମୂହକୁ ପଚାରନ୍ତି ଯେ କʼଣ ଖ୍ରୀଷ୍ଟ ଦାଉଦଙ୍କ ସନ୍ତାନ ? |
୨୨:୪୧-୪୬ |
୧୨:୩୫-୩୭ |
୨୦:୪୧-୪୪ |
|||
ଶାସ୍ତ୍ରୀ ଓ ଫାରୂଶୀମାନଙ୍କୁ ଧିକ୍କାର କରନ୍ତି |
୨୩:୧-୩୯ |
୧୨:୩୮-୪୦ |
୨୦:୪୫-୪୭ |
|||
ବିଧବାଙ୍କ ଦାନ ପ୍ରତି ଧ୍ୟାନ ଦିଅନ୍ତି |
୧୨:୪୧-୪୪ |
୨୧:୧-୪ |
||||
ଜୀତ ପର୍ବତ |
ତାହାଙ୍କ ଉପସ୍ଥିତିର ଲକ୍ଷଣ ବିଷୟରେ କହନ୍ତି |
୨୪:୧-୫୧ |
୧୩:୧-୩୭ |
୨୧:୫-୩୮ |
||
ଦୃଷ୍ଟାନ୍ତ: ଦଶ କନ୍ୟା, ତୋଡ଼ା, ମେଷ ଓ ଛାଗ |
୨୫:୧-୪୬ |
|||||
ନୀସନ୍ ୧୨ (୫-୬ ଏପ୍ରିଲ୍, ୨୦୨୦) |
ଯିରୂଶାଲମ |
ନେତୃତ୍ୱ ନେଉଥିବା ଯିହୁଦୀମାନେ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରନ୍ତି |
୨୬:୧-୫ |
୧୪:୧, ୨ |
୨୨:୧, ୨ |
|
ଯିହୂଦା ଯୀଶୁଙ୍କୁ ଧରାଇବା ପାଇଁ ଯୋଜନା କରେ |
୨୬:୧୪-୧୬ |
୧୪:୧୦, ୧୧ |
୨୨:୩-୬ |
|||
ନୀସନ୍ ୧୩ (୬-୭ ଏପ୍ରିଲ୍, ୨୦୨୦) |
ଯିରୂଶାଲମରେ ଓ ତାର ଆଖପାଖରେ |
ଶେଷ ନିସ୍ତାର ପର୍ବ ପାଇଁ ପ୍ରସ୍ତୁତି କରନ୍ତି |
୨୬:୧୭-୧୯ |
୧୪:୧୨-୧୬ |
୨୨:୭-୧୩ |
|
ନୀସନ୍ ୧୪ (୭-୮ ଏପ୍ରିଲ୍, ୨୦୨୦) |
ଯିରୂଶାଲମ |
ପ୍ରେରିତମାନଙ୍କ ସହ ନିସ୍ତାର ପର୍ବର ଭୋଜି ଖାଆନ୍ତି |
୨୬:୨୦, ୨୧ |
୧୪:୧୭, ୧୮ |
୨୨:୧୪-୧୮ |
|
ପ୍ରେରିତମାନଙ୍କ ପାଦ ଧୋଅନ୍ତି |
୧୩:୧-୨୦ |
|||||
ଯୀଶୁ ଯିହୂଦାକୁ ବିଶ୍ୱାସଘାତକ କହି ବାହାରକୁ ପଠାଇ ଦିଅନ୍ତି |
୨୬:୨୧-୨୫ |
୧୪:୧୮-୨୧ |
୨୨:୨୧-୨୩ |
୧୩:୨୧-୩୦ |
||
ପ୍ରଭୁଭୋଜର ଆରମ୍ଭ କରନ୍ତି (୧କରି ୧୧:୨୩-୨୫) |
୨୬:୨୬-୨୯ |
୧୪:୨୨-୨୫ |
୨୨:୧୯, ୨୦, ୨୪-୩୦ |
|||
ଯୀଶୁ କହନ୍ତି ଯେ ପିତର ତାହାଙ୍କୁ ଜାଣିବାର ଅସ୍ୱୀକାର କରିବେ ଓ ପ୍ରେରିତମାନେ ଛିନ୍ନଭିନ୍ନ ହୋଇଯିବେ |
୨୬:୩୧-୩୫ |
୧୪:୨୭-୩୧ |
୨୨:୩୧-୩୮ |
୧୩:୩୧-୩୮ |
||
ସାହାଯ୍ୟକାରୀ ପଠାଇବାର ପ୍ରତିଜ୍ଞା କରନ୍ତି; ପ୍ରକୃତ ଦ୍ରାକ୍ଷାଲତାର ଦୃଷ୍ଟାନ୍ତ; ପ୍ରେମ କରିବାର ଆଜ୍ଞା; ପ୍ରେରିତମାନଙ୍କ ସହ ଶେଷ ପ୍ରାର୍ଥନା |
୧୪:୧– ୧୭:୨୬ |
|||||
ଗେଥ୍ଶିମାନୀ |
ଉଦ୍ୟାନରେ ଅତ୍ୟନ୍ତ ଦୁଃଖରେ; ତାହାଙ୍କୁ ବିଶ୍ୱାସଘାତ ଓ ବନ୍ଦୀ କରାଯାଏ |
୨୬:୩୦, ୩୬-୫୬ |
୧୪:୨୬, ୩୨-୫୨ |
୨୨:୩୯-୫୩ |
୧୮:୧-୧୨ |
|
ଯିରୂଶାଲମ |
ହାନାନ ପଚରାଉଚୁରା କରେ; ମହାସଭାରେ କୟାଫା ମକଦ୍ଦମା ଚଲାଏ; ପିତର ଯୀଶୁଙ୍କୁ ଜାଣିବାର ଅସ୍ୱୀକାର କରନ୍ତି |
୨୬:୫୭–୨୭:୧ |
୧୪:୫୩–୧୫:୧ |
୨୨:୫୪-୭୧ |
୧୮:୧୩-୨୭ |
|
ବିସ୍ୱାଶଘାତକ ଯିହୂଦା ଆତ୍ମହତ୍ୟା କରେ (ପ୍ରେରି ୧:୧୮, ୧୯) |
୨୭:୩-୧୦ |
|||||
ପ୍ରଥମେ ପୀଲାତ, ତାʼପରେ ହେରୋଦ ଓ ପୁଣିଥରେ ପୀଲାତର ସମ୍ମୁଖକୁ ଅଣାଯାଏ |
୨୭:୨, ୧୧-୧୪ |
୧୫:୧-୫ |
୨୩:୧-୧୨ |
୧୮:୨୮-୩୮ |
||
ପୀଲାତ ତାହାଙ୍କୁ ମୁକ୍ତ କରିବାକୁ ଚାହେଁ, କିନ୍ତୁ ଯିହୁଦୀ ବାରବ୍ବାକୁ ମୁକ୍ତ କରିବାକୁ ଦାବି କରନ୍ତି; ଯାତନା ଖୁଣ୍ଟରେ ହତ୍ୟା କରିବାର ଆଦେଶ ଦିଆଯାଏ |
୨୭:୧୫-୩୦ |
୧୫:୬-୧୯ |
୨୩:୧୩-୨୫ |
୧୮:୩୯–୧୯:୧୬ |
||
(ଦ୍ୱିପହର ପ୍ରାୟ ୩ ଟା, ଶୁକ୍ରବାର) |
ଗଲ୍ଗଥା |
ଯାତନା ଖୁଣ୍ଟରେ ଶେଷ ନିଃଶ୍ୱାସ ତ୍ୟାଗ କରନ୍ତି |
୨୭:୩୧-୫୬ |
୧୫:୨୦-୪୧ |
୨୩:୨୬-୪୯ |
୧୯:୧୬-୩୦ |
ଯିରୂଶାଲମ |
ଯୀଶୁଙ୍କ ଶରୀରକୁ ଯାତନା ଖୁଣ୍ଟରୁ ଓହ୍ଲାଇ ସମାଧିରେ ରଖାଯାଏ |
୨୭:୫୭-୬୧ |
୧୫:୪୨-୪୭ |
୨୩:୫୦-୫୬ |
୧୯:୩୧-୪୨ |
|
ନୀସନ୍ ୧୫ (୮-୯ ଏପ୍ରିଲ୍, ୨୦୨୦) |
ଯିରୂଶାଲମ |
ଯାଜକ ଓ ଫାରୂଶୀମାନେ ସମାଧି ସମ୍ମୁଖରେ ପ୍ରହରୀମାନଙ୍କୁ ନିଯୁକ୍ତ କରନ୍ତି ଏବଂ ତାର ଦ୍ୱାରରେ ମୁଦ୍ରାଙ୍କ ଦିଅନ୍ତି |
୨୭:୬୨-୬୬ |
|||
ନୀସନ୍ ୧୬ (୯-୧୦ ଏପ୍ରିଲ୍, ୨୦୨୦) |
ଯିରୂଶାଲମ ଓ ତାର ଆଖପାଖରେ; ଇମ୍ମାୟୁ |
ଯୀଶୁ ପୁଣି ଜୀବିତ ହୁଅନ୍ତି; ପାଞ୍ଚ ଥର ଶିଷ୍ୟମାନଙ୍କୁ ଦେଖା ଦିଅନ୍ତି |
୨୮:୧-୧୫ |
୧୬:୧-୮ |
୨୪:୧-୪୯ |
୨୦:୧-୨୫ |
ନୀସନ୍ ୧୬ ପରେ |
ଯିରୂଶାଲମ; ଗାଲିଲୀ |
ଶିଷ୍ୟମାନଙ୍କୁ ଆହୁରି ଅନେକ ଥର ଦେଖା ଦିଅନ୍ତି (୧କରି ୧୫:୫-୭; ପ୍ରେରି ୧:୩-୮); ପରାମର୍ଶ ଦିଅନ୍ତି; ଶିଷ୍ୟ କରିବା ପାଇଁ ଆଜ୍ଞା ଦିଅନ୍ତି |
୨୮:୧୬-୨୦ |
୨୦:୨୬–୨୧:୨୫ |