ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯୋହନ ୯-୧୦
ଯୀଶୁ ନିଜ ମେଷମାନଙ୍କର ଯତ୍ନ ନିଅନ୍ତି
୧୦:୧-୫, ୧୧, ୧୫, ୧୬
ଜଣେ ମେଷପାଳକ ନିଜ ମେଷମାନଙ୍କୁ ଭଲ ଭାବେ ଜାଣେ ଏବଂ ମେଷମାନେ ମଧ୍ୟ ତାକୁ ଚିହ୍ନନ୍ତି ଓ ତାʼ ଉପରେ ଭରସା କରନ୍ତି । ଯୀଶୁ ଖ୍ରୀଷ୍ଟ ଉତ୍ତମ ମେଷପାଳକ ଅଟନ୍ତି । ସେ ନିଜ ପ୍ରତ୍ୟେକ ମେଷର ଆବଶ୍ୟକତା, ତାʼର ଦୁର୍ବଳତା ଓ ତାʼର ସାମର୍ଥ୍ୟ ଜାଣନ୍ତି । ମେଷମାନେ ମଧ୍ୟ ନିଜ ମେଷପାଳକ ଯୀଶୁଙ୍କୁ ଜାଣନ୍ତି ଏବଂ ତାହାଙ୍କ ଉପରେ ଭରସା କରନ୍ତି ଯେ ସେ ସେମାନଙ୍କୁ ସଠିକ୍ ବାଟ ଦେଖାନ୍ତି ।
ଉତ୍ତମ ମେଷପାଳକ ଯୀଶୁ କିପରି . . .
ନିଜ ମେଷମାନଙ୍କୁ ଏକତ୍ରିତ କରୁଛନ୍ତି?
ସେମାନଙ୍କୁ ବାଟ ଦେଖାଉଛନ୍ତି?
ସେମାନଙ୍କୁ ରକ୍ଷା କରୁଛନ୍ତି?
ସେମାନଙ୍କୁ ଖୁଆଉଛନ୍ତି?