ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ମେ ପୃଷ୍ଠା ୮
  • “ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି . . .”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି . . .”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ଆପଣଙ୍କ ପ୍ରଶ୍ନ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ମେ ପୃଷ୍ଠା ୮

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

“ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି . . .”

ମୋଶାଙ୍କ ନିୟମ ଅନୁସାରେ ଯଦି ଜଣେ ପୁରୁଷ ନିଜ ପତ୍ନୀକୁ ଛାଡ଼ପତ୍ର ଦେବାକୁ ଚାହୁଁଥିଲା, ତେବେ ତାକୁ ଏକ ତ୍ୟାଗପତ୍ର ବା ଆଇନ ସମ୍ବନ୍ଧୀୟ ଏକ ଦଲିଲ୍‌ ପ୍ରସ୍ତୁତ କରିବାକୁ ପଡ଼ୁଥିଲା। ଏହି କାରଣରୁ ଲୋକେ ତରବର ହୋଇ ଛାଡ଼ପତ୍ର ଦେଇପାରୁ ନ ଥିଲେ। କିନ୍ତୁ ଯୀଶୁଙ୍କ ସମୟରେ ଧର୍ମଗୁରୁମାନେ ଛୋଟ ଛୋଟ କଥାରେ ମଧ୍ୟ ଛାଡ଼ପତ୍ର ଦେବା ପାଇଁ ଅନୁମତି ଦେଉଥିଲେ ଏବଂ ଲୋକେ ଅତି ସହଜରେ ଛାଡ଼ପତ୍ର ଦେଇ ଦେଉଥିଲେ। (ଅଧ୍ୟୟନ ବାଇବଲ—ମାର୍କ ୧୦:୪, ୧୧ ଅଧ୍ୟୟନ ତଥ୍ୟ) ଯୀଶୁ କହିଥିଲେ ଯେ ବିବାହ ଈଶ୍ୱରଙ୍କ ତରଫରୁ ଏକ ବ୍ୟବସ୍ଥା ଅଟେ। (ମାର୍କ ୧୦:୨-୧୨) ଈଶ୍ୱର ଚାହାନ୍ତି ଯେ ପତିପତ୍ନୀ “ଏକାଙ୍ଗ” ହୁଅନ୍ତୁ ଏବଂ ସେମାନଙ୍କ ବିବାହ ବନ୍ଧନ ଅତୁଟ ରହୁ। ଯଦି ଜଣେ ବ୍ୟକ୍ତି ନିଜ ଜୀବନସାଥୀ ଛଡ଼ା ଅନ୍ୟ କାହାରି ସହିତ “ବ୍ୟଭିଚାର” କରେ, ତେବେ ତାʼ ସାଥୀ ତାକୁ ଛାଡ଼ପତ୍ର ଦେଇପାରେ। ବାଇବଲ ଅନୁଯାୟୀ ଏହା ହିଁ ଛାଡ଼ପତ୍ର ଦେବାର ଏକମାତ୍ର ଯଥାର୍ଥ କାରଣ।—ମାଥି ୧୯:୯.

ଆଜି ଅଧିକାଂଶ ଲୋକ ବିବାହ ବିଷୟରେ ଯୀଶୁଙ୍କ ଭଳି ନୁହେଁ, ବରଂ ଫାରୂଶୀମାନଙ୍କ ଭଳି ଦୃଷ୍ଟିକୋଣ ରଖିଥାʼନ୍ତି। ଯେତେବେଳେ ପତିପତ୍ନୀଙ୍କ ମଧ୍ୟରେ କିଛି ସମସ୍ୟା ଦେଖାଦିଏ, ସେମାନେ ତୁରନ୍ତ ଛାଡ଼ପତ୍ର ଦେଇ ଦିଅନ୍ତି। କିନ୍ତୁ ଖ୍ରୀଷ୍ଟିୟାନମାନେ ବିବାହ ସମୟରେ ନେଇଥିବା ଶପଥକୁ ଗମ୍ଭୀରତାର ସହିତ ନିଅନ୍ତି ଏବଂ ଯେତେବେଳେ ସମସ୍ୟା ଆସେ, ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଆପଣାଇ ତାକୁ ସମାଧାନ କରିବାକୁ ଚେଷ୍ଟା କରିଥାʼନ୍ତି। ପ୍ରେମ ଓ ଆଦର ବିବାହ ବନ୍ଧନକୁ ଏକତାରେ ବାନ୍ଧି ରଖେ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ଏବଂ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଆପଣ ନିଜ ବୈବାହିକ ଜୀବନରେ ହିତୋପଦେଶ ୧୫:୧ ପଦରେ ଥିବା ପରାମର୍ଶକୁ କିପରି ଲାଗୁ କରିପାରିବେ? ଏହି ପରାମର୍ଶକୁ ପାଳନ କରିବା କାହିଁକି ଜରୁରୀ?

  • ହିତୋପଦେଶ ୧୯:୧୧ ପଦରେ ଥିବା ପରାମର୍ଶକୁ ପାଳନ କରିବା ଦ୍ୱାରା ଆପଣ ସମସ୍ୟାଗୁଡ଼ିକଠାରୁ କିପରି ଦୂରେଇ ରହିପାରିବେ?

  • ଯଦି ଆପଣଙ୍କ ବୈବାହିକ ସମ୍ପର୍କ ଭାଙ୍ଗିବା ଉପରେ ଅଛି, ତେବେ ଛାଡ଼ପତ୍ର ବିଷୟରେ ଭାବିବା ପରିବର୍ତ୍ତେ, ଆପଣ କେଉଁ ପ୍ରଶ୍ନଗୁଡ଼ିକ ଉପରେ ଚିନ୍ତନ କରିବା ଉଚିତ୍‌?

  • ମାଥିଉ ୭:୧୨ ପଦରେ ଥିବା ପରାମର୍ଶକୁ ଲାଗୁ କରିବା ଦ୍ୱାରା ଆପଣ କିପରି ଜଣେ ଭଲ ପତି କିମ୍ବା ଭଲ ପତ୍ନୀ ହୋଇପାରିବେ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ