ଡିସେମ୍ବର—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍ସ
୪-୧୦ ଡିସେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ସିଫନୀୟ ୧–ହାଗୟ ୨
“ଯିହୋବାଙ୍କର କ୍ରୋଧର ଦିନ ଆସିବା ପୂର୍ବରୁ ତାହାଙ୍କର ଅନ୍ୱେଷଣ କରନ୍ତୁ”
ପ୍ର୦୧-ହି ୨/୧୫ ୧୮-୧୯ ¶୫-୭
ଯିହୋବାଙ୍କର କ୍ରୋଧର ଦିନ ଆସିବା ପୂର୍ବରୁ ତାହାଙ୍କର ଅନ୍ୱେଷଣ କରନ୍ତୁ
ଆପଣ ହୁଏତ କହିପାରନ୍ତି: ‘ମୁଁ ନିଜ ସମର୍ପଣ କରି ବାଯ୍ତିସ୍ମ ନେଇସାରିଛି ଏବଂ ଯିହୋବାଙ୍କ ସାକ୍ଷୀ ହୋଇଯାଇଛି। ତେବେ, କʼଣ ମୁଁ ଏସବୁ ଜରୁରୀ ପରିବର୍ତ୍ତନ କରି ନାହିଁ?’ ପ୍ରକୃତରେ କହିବାକୁ ଗଲେ, ଯିହୋବାଙ୍କୁ ସମର୍ପଣ କରିବା ଯଥେଷ୍ଟ ନୁହେଁ। ଇସ୍ରାଏଲୀୟ ଜାତି ମଧ୍ୟ ଏକ ସମର୍ପିତ ଜାତି ଥିଲା। କିନ୍ତୁ ସିଫନୀୟଙ୍କ ସମୟରେ ଯିହୁଦାର ଲୋକମାନେ ନିଜ ସମର୍ପଣ ଅନୁସାରେ ଜୀବନଯାପନ କରୁ ନ ଥିଲେ। ଏହାର ପରିଣାମ କʼଣ ହେଲା? ପରିଶେଷରେ ଈଶ୍ୱର ସମଗ୍ର ଜାତିକୁ ପରିତ୍ୟାଗ କରିଦେଲେ। ଆଜି “ଯିହୋବାଙ୍କର ଅନ୍ୱେଷଣ” କରିବାର ଅର୍ଥ ହେଉଛି, ଯିହୋବାଙ୍କ ସହିତ ସମ୍ପର୍କକୁ ମଜବୁତ୍ କରିବା ଏବଂ ତାକୁ ବଜାୟ ରଖିବା। ଏପରି କରିବା ପାଇଁ ଆମେ ପୃଥିବୀରେ ଥିବା ତାହାଙ୍କ ସଂଗଠନ ସହ ଯୋଡ଼ି ହୋଇ ରହିବା। ଏଥିରେ ଏହା ମଧ୍ୟ ସାମିଲ୍ ଅଛି ଯେ ପ୍ରତ୍ୟେକ ପରିସ୍ଥିତିରେ ଆମେ ଯିହୋବାଙ୍କର ଦୃଷ୍ଟିକୋଣ ଜାଣିବା ଏବଂ ଆମର କୌଣସି କାମକୁ ଦେଖି ସେ କିପରି ଅନୁଭବ କରନ୍ତି, ତାହା ମଧ୍ୟ ଜାଣିବା। ଯିହୋବାଙ୍କର ଅନ୍ୱେଷଣ କରିବା ପାଇଁ ଏହା ମଧ୍ୟ ଜରୁରୀ ଯେ ଆମେ ତାହାଙ୍କ ବାକ୍ୟର ଗଭୀରତାର ସହିତ ଅଧ୍ୟୟନ କରିବା, ତାʼ ଉପରେ ଚିନ୍ତନ କରିବା ଏବଂ ତାହାଙ୍କ ପରାମର୍ଶଗୁଡ଼ିକୁ ନିଜ ଜୀବନରେ ଲାଗୁ କରିବା। ଯିହୋବାଙ୍କର ଅନ୍ୱେଷଣ କରିବା ପାଇଁ ଏହା ମଧ୍ୟ ଆବଶ୍ୟକ ଯେ ଆମେ ହୃଦୟର ସହିତ ଯିହୋବାଙ୍କୁ ପ୍ରାର୍ଥନାରେ ତାହାଙ୍କ ମାର୍ଗଦର୍ଶନ ମାଗିବା ଏବଂ ପବିତ୍ର ଆତ୍ମା ଦ୍ୱାରା ପ୍ରଦର୍ଶିତ ମାର୍ଗରେ ଚାଲିବା। ଏପରି କରିବା ଦ୍ୱାରା ଆମେ ଯିହୋବାଙ୍କର ଆହୁରି ନିକଟବର୍ତ୍ତୀ ହୋଇପାରିବା ଏବଂ ଆମକୁ “ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ସହିତ” ଯିହୋବାଙ୍କ ସେବା କରିବା ପାଇଁ ପ୍ରେରଣା ମିଳିବ।—ଦ୍ୱିତୀୟ ବିବରଣ ୬:୫; ଗାଲାତୀୟ ୫:୨୨-୨୫; ଫିଲିପ୍ପୀୟ ୪:୬, ୭; ପ୍ରକାଶିତ ବାକ୍ୟ ୪:୧୧.
ସିଫନୀୟ ୨:୩ ପଦରେ ଈଶ୍ୱରଙ୍କ ବାକ୍ୟ କହେ: “ଧର୍ମର ଅନ୍ୱେଷଣ କର।” ଆମ ମଧ୍ୟରୁ ଅନେକେ ଖ୍ରୀଷ୍ଟିୟାନ ବାଯ୍ତିସ୍ମର ଯୋଗ୍ୟ ହେବା ପାଇଁ ନିଜ ଜୀବନରେ ବଡ଼ ବଡ଼ ପରିବର୍ତ୍ତନ କରିଥିଲୁ। କିନ୍ତୁ, ଆଗକୁ ମଧ୍ୟ ଆମକୁ ଜୀବନସାରା ଯିହୋବାଙ୍କର ଧାର୍ମିକ ମାନଦଣ୍ଡ ଅନୁଯାୟୀ ଲଗାତାର ଚାଲିବାକୁ ହେବ। କିଛି ଭାଇଭଉଣୀମାନେ ବାଯ୍ତିସ୍ମ ପରେ କିଛି ସମୟ ପର୍ଯ୍ୟନ୍ତ ଈଶ୍ୱରଙ୍କ ଧାର୍ମିକ ମାନଦଣ୍ଡ ଅନୁଯାୟୀ ଚାଲିବା ଆରମ୍ଭ କରିଥିଲେ ସତ, କିନ୍ତୁ ଧୀରେ ଧୀରେ ସେମାନେ ଏହି ଜଗତର ମଳିନତାରେ ଦୂଷିତ ହୋଇଗଲେ। ଏହା ସତ ଯେ ଆଜି ଧର୍ମକୁ ଅନ୍ୱେଷଣ କରିବା ଏତେ ସହଜ ନୁହେଁ, କାରଣ ଆମ ଚାରିପାଖରେ ଏପରି ଲୋକ ଭରି ରହିଛନ୍ତି, ଯେଉଁମାନଙ୍କ ପାଇଁ ଯୌନ ଅନୈତିକତା, ମିଥ୍ୟା କହିବା ଓ ଅନ୍ୟ ମନ୍ଦ କାମଗୁଡ଼ିକ ଅତି ସାଧାରଣ। ଆମ ଭିତରେ ମଧ୍ୟ ଏହି ଦୁଷ୍ଟ ଜଗତର ଲୋକମାନଙ୍କ ଚାଲିଚଳନକୁ ଅନୁକରଣ କରିବା ଏବଂ ସେମାନଙ୍କ ପ୍ରଶଂସା ପାଇବାର ଇଚ୍ଛା ଜାଗ୍ରତ ହୋଇପାରେ। କିନ୍ତୁ ଯଦି ଯିହୋବାଙ୍କୁ ଖୁସି କରିବାର ଆମ ଇଚ୍ଛା ଦୃଢ଼ ହୋଇଥାଏ, ତେବେ ଆମେ ଏପରି ପ୍ରତ୍ୟେକ ଇଚ୍ଛାକୁ ନିୟନ୍ତ୍ରଣ କରିପାରିବା। ମନେ ପକାନ୍ତୁ ଯେ ଯିହୋବା ଯିହୁଦାକୁ ଏଥିପାଇଁ ପରିତ୍ୟାଗ କରିଦେଇଥିଲେ, କାରଣ ଏହାର ଲୋକମାନେ ନିଜ ଆଖପାଖର ଜାତିମାନଙ୍କ ଭକ୍ତିହୀନ ଲୋକମାନଙ୍କର ଚାଲିଚଳନକୁ ଅନୁକରଣ କରୁଥିଲେ। ତେଣୁ ଆସନ୍ତୁ ଆମେ ଏହି ଜଗତର ନକଲ କରିବା ପରିବର୍ତ୍ତେ, “ଈଶ୍ୱରଙ୍କ ଅନୁକାରୀ” ହେବା ଏବଂ “ନୂତନ ସ୍ୱଭାବ” ବଢ଼ାଇବା ଜାରି ରଖିବା, ଯାହା “ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟି ହୋଇଅଛି।”—ଏଫିସୀୟ ୪:୨୪; ୫:୧.
ସିଫନୀୟ ୨:୩ ପଦ ଅନୁସାରେ ଯିହୋବାଙ୍କ କ୍ରୋଧର ଦିନରୁ ରକ୍ଷା ପାଇବା ପାଇଁ ଆମକୁ ‘ନମ୍ରତାର ଅନ୍ୱେଷଣ କରିବାକୁ’ ହେବ। ପ୍ରତିଦିନ ଆମେ ଏପରି ପୁରୁଷ, ସ୍ତ୍ରୀ ଓ ଯୁବକଯୁକତୀମାନଙ୍କ ସମ୍ପର୍କରେ ଆସୁ, ଯେଉଁମାନଙ୍କଠାରେ ନମ୍ରତାର ଗୁଣ ଆଦୌ ଦେଖିବାକୁ ମିଳେ ନାହିଁ। ସେମାନଙ୍କ ଦୃଷ୍ଟିରେ ନମ୍ର ବ୍ୟକ୍ତି କାପୁରୁଷ ହୋଇଥାଏ। ସେମାନେ ଭାବନ୍ତି ଯେ କେବଳ ଦୁର୍ବଳ ବ୍ୟକ୍ତିମାନେ ହିଁ ଅନ୍ୟମାନଙ୍କ ଅଧୀନରେ ରହନ୍ତି। ତେଣୁ ସେମାନେ ଅନ୍ୟମାନଙ୍କଠାରୁ ଅତ୍ୟଧିକ ଆଶା କରନ୍ତି, ନିଜର ମତ ବା ଧାରଣାକୁ ଅଧିକ ମହତ୍ତ୍ୱ ଦିଅନ୍ତି ଏବଂ ସ୍ୱାର୍ଥପର ହୋଇଥାʼନ୍ତି। ସେମାନେ ଭାବନ୍ତି, ଯେକୌଣସି ପ୍ରକାରେ ସେମାନଙ୍କୁ ନିଜ “ଅଧିକାର” ମିଳିବା ଉଚିତ୍ ଏବଂ ପ୍ରତ୍ୟେକ କାମ ସେମାନଙ୍କ ପସନ୍ଦ ମୁତାବକ ହେବା ଦରକାର। ଯଦି ଆମେ ମଧ୍ୟ ସେମାନଙ୍କ ଭଳି ମନୋଭାବ ରଖିବା, ତେବେ ଏହା କେତେ ଦୁଃଖର କଥା ହେବ! ତେଣୁ ‘ନମ୍ରତାର ଅନ୍ୱେଷଣ କରିବା’ ପାଇଁ ବର୍ତ୍ତମାନ ହିଁ ଉପଯୁକ୍ତ ସମୟ। କିନ୍ତୁ ଏହା କିପରି କରିବା? ଈଶ୍ୱରଙ୍କ ଅଧୀନରେ ରହିବା, ନମ୍ରତାର ସହିତ ତାହାଙ୍କ ଅନୁଶାସନକୁ ସ୍ୱୀକାର କରିବା ଏବଂ ତାହାଙ୍କ ଇଚ୍ଛା ଅନୁସାରେ ନିଜକୁ ପରିବର୍ତ୍ତନ କରିବା ଦ୍ୱାରା।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୭-ହି ୧୨/୧ ୧୧ ¶୩
ନାହୂମ, ହବକ୍କୂକ ଓ ସିଫନୀୟ ବହିର ମୁଖ୍ୟାଂଶ
୧:୮. ସିଫନୀୟଙ୍କ ସମୟରେ କିଛି ଲୋକ ଆଖପାଖର ଜାତିଗୁଡ଼ିକ ନିକଟରେ ଗ୍ରହଣୀୟ ହେବା ପାଇଁ “ବିଦେଶୀ ବସ୍ତ୍ର” ପିନ୍ଧୁଥିଲେ। ଠିକ୍ ସେହିପରି, ଯଦି ଯିହୋବାଙ୍କ ଉପାସକମାନେ ମଧ୍ୟ ଏହି ଦୁଷ୍ଟ ଜଗତର ଚାଲିଚଳନ ଆପଣାଇବାକୁ ଚେଷ୍ଟା କରନ୍ତି, ତେବେ ଏହା କେତେ ବଡ଼ ମୂର୍ଖାମି ହେବ!
ପ୍ର୦୭-ହି ୧୨/୧ ୧୩ ¶୨
ହାଗୟ ଓ ଯିଖରୀୟ ବହିର ମୁଖ୍ୟାଂଶ
୨:୯—କେଉଁ ଅର୍ଥରେ ଈଶ୍ୱରଙ୍କ ମନ୍ଦିରର ‘ଶେଷ କାଳର ଐଶ୍ୱର୍ଯ୍ୟ ପୂର୍ବ କାଳର ଐଶ୍ୱର୍ଯ୍ୟ ଅପେକ୍ଷା ଅଧିକ ଗୁରୁତର’ ଥିଲା? ଈଶ୍ୱରଙ୍କ ମନ୍ଦିରର ଶେଷ କାଳର ଐଶ୍ୱର୍ଯ୍ୟ ଅତି କମ୍ରେ ତିନୋଟି କାରଣରୁ ପୂର୍ବ କାଳର ମନ୍ଦିରର ଐଶ୍ୱର୍ଯ୍ୟ ଅପେକ୍ଷା ଅଧିକ ଗୁରୁତର ଥିଲା। ପ୍ରଥମତଃ, ଶଲୋମନଙ୍କ ଦ୍ୱାରା ନିର୍ମିତ ଐଶ୍ୱର୍ଯ୍ୟପୂର୍ଣ୍ଣ ବୃହତ୍ ମନ୍ଦିର କେବଳ ୪୨୦ ବର୍ଷ ପର୍ଯ୍ୟନ୍ତ ରହିଥିଲା (ଅର୍ଥାତ୍ ଖ୍ରୀ.ପୂ. ୧୦୨୭-୬୦୭ ପର୍ଯ୍ୟନ୍ତ) କିନ୍ତୁ, “ଶେଷ କାଳର” ମନ୍ଦିର ୫୮୦ରୁ ଅଧିକ ବର୍ଷ ପର୍ଯ୍ୟନ୍ତ ରହିଲା (ଅର୍ଥାତ୍ ଖ୍ରୀ.ପୂ. ୫୧୫ରେ ଏହାକୁ ପୁଣିଥରେ ନିର୍ମାଣ କରାଯିବାଠାରୁ ୭୦ ଖ୍ରୀଷ୍ଟାବ୍ଦରେ ଏହାର ଧ୍ୱଂସ ପର୍ଯ୍ୟନ୍ତ)। ଦ୍ୱିତୀୟତଃ, ‘ଶେଷ କାଳର’ ମନ୍ଦିରରେ ମସୀହ ଅର୍ଥାତ୍ ଯୀଶୁ ଖ୍ରୀଷ୍ଟ ଲୋକମାନଙ୍କୁ ଶିଖାଇଥିଲେ ଏବଂ ତୃତୀୟତଃ, ‘ଶେଷ କାଳର’ ମନ୍ଦିରକୁ ପ୍ରଥମ ମନ୍ଦିର ଅପେକ୍ଷା ଅଧିକ ଲୋକ ଈଶ୍ୱରଙ୍କ ଉପାସନା ପାଇଁ ଆସିଥିଲେ।—ପ୍ରେରିତ ୨:୧-୧୧.
୧୧-୧୭ ଡିସେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯିଖରୀୟ ୧-୮
“ସେମାନେ ଏକ ଯିହୁଦୀ ଲୋକର ବସ୍ତ୍ରର ଅଞ୍ଚଳ ଧରିବେ”
ପ୍ର୧୪-ହି ୧୧/୧୫ ୨୭ ¶୧୪
‘ତୁମ୍ଭେମାନେ ଏବେ ଈଶ୍ୱରଙ୍କ ପ୍ରଜା ହୋଇଅଛ’
ପ୍ରାଚୀନ ସମୟର ଦୁଇ ଜଣ ଭବିଷ୍ୟଦ୍ବକ୍ତା କହିଥିଲେ ଯେ ଏହି ଶେଷକାଳରେ ବହୁତ ଲୋକ ଯିହୋବାଙ୍କ ଲୋକମାନଙ୍କ ସହିତ ମିଶି ତାହାଙ୍କର ଉପାସନା କରିବେ। ଯିଶାଇୟ ଭବିଷ୍ୟଦ୍ବକ୍ତା କହିଥିଲେ: “ଅନେକ ଗୋଷ୍ଠୀ ଯାଉ ଯାଉ କହିବେ, ତୁମ୍ଭେମାନେ ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ପର୍ବତକୁ, ଯାକୁବର ପରମେଶ୍ୱରଙ୍କ ଗୃହକୁ ଯାଉ; ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା; କାରଣ ସିୟୋନଠାରୁ ବ୍ୟବସ୍ଥା ଓ ଯିରୂଶାଲମଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ।” (ଯିଶା. ୨:୨, ୩) ଠିକ୍ ସେହିପରି, ଯିଖରୀୟ ଭବିଷ୍ୟଦ୍ବକ୍ତା ମଧ୍ୟ ଭବିଷ୍ୟତବାଣୀ କରିଥିଲେ: “ଅନେକ ଦେଶର ଲୋକେ ଓ ବଳବାନ ଗୋଷ୍ଠୀଗଣ ଯିରୂଶାଲମରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଅନ୍ୱେଷଣ କରିବା ପାଇଁ ଓ ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କରିବା ପାଇଁ ଆସିବେ।” ଯିଖରୀୟ ଭବିଷ୍ୟଦ୍ବକ୍ତା ସେମାନଙ୍କୁ “ଦଶ ଜଣ ପୁରୁଷ” ରୂପେ ଚିତ୍ରଣ କଲେ, ଯେଉଁମାନେ “ସର୍ବ ଭାଷାବାଦୀ ଗୋଷ୍ଠୀଗଣ ମଧ୍ୟରୁ” ଆସିବେ। ସେ କହିଲେ ଯେ ସେମାନେ ଲାକ୍ଷଣିକ ଅର୍ଥରେ ଆତ୍ମିକ ଇସ୍ରାଏଲର ବସ୍ତ୍ରର ଅଞ୍ଚଳ ଧରିବେ, ଅର୍ଥାତ୍ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ସହିତ ମିଶି ଈଶ୍ୱଙ୍କର ଉପାସନା କରିବେ ଏବଂ କହିବେ: “ଆମ୍ଭେମାନେ ତୁମ୍ଭ ସଙ୍ଗରେ ଯିବୁ, କାରଣ ପରମେଶ୍ୱର ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି ବୋଲି ଆମ୍ଭେମାନେ ଶୁଣିଅଛୁ।”—ଯିଖ. ୮:୨୦-୨୩.
ପ୍ର୧୬.୦୧-ହି ୨୩ ପୃଷ୍ଠା ¶୪
“ଆମ୍ଭେମାନେ ତୁମ୍ଭ ସଙ୍ଗରେ ଯିବୁ”
ଯଦି ଆଜି ପୃଥିବୀରେ ଥିବା ସମସ୍ତ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ନାମ ଜାଣିବା ସମ୍ଭବ ନୁହଁ, ତେବେ ‘ଅନ୍ୟ ମେଷର’ ଲୋକମାନେ ସେମାନଙ୍କ “ସଙ୍ଗରେ” କିପରି ଯାଇପାରିବେ? ବାଇବଲରେ ଲେଖା ଅଛି, “ଦଶ ଜଣ ପୁରୁଷ ଏକ ଯିହୁଦୀ ଲୋକର ବସ୍ତ୍ରର ଅଞ୍ଚଳ ଧରି ଏହି କଥା କହିବେ, ଆମ୍ଭେମାନେ ତୁମ୍ଭ ସଙ୍ଗରେ ଯିବୁ, କାରଣ ପରମେଶ୍ୱର ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି ବୋଲି ଆମ୍ଭେମାନେ ଶୁଣିଅଛୁ।” ବାଇବଲ ଏଠାରେ ଗୋଟିଏ ଯିହୁଦୀ ଲୋକ ବିଷୟରେ କହେ, କିନ୍ତୁ “ତୁମ୍ଭମାନଙ୍କ” ଶବ୍ଦରୁ ଜଣାପଡ଼େ ଯେ ଏଠାରେ ଜଣେରୁ ଅଧିକ ଲୋକଙ୍କ ବିଷୟରେ କୁହାଯାଇଛି। ଏହାର ଅର୍ଥ ଏହି ଯିହୁଦୀ ଲୋକ କୌଣସି ଜଣେ ବ୍ୟକ୍ତିକୁ ନୁହଁ, ବରଂ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କର ସମ୍ପୂର୍ଣ୍ଣ ସମୂହକୁ ଦର୍ଶାଏ। ଏକଥା ଅନ୍ୟ ମେଷର ଲୋକମାନେ ଭଲ ଭାବେ ଜାଣନ୍ତି ଏବଂ ସେମାନେ ଏହି ସମୂହ ସହିତ ମିଶି ଯିହୋବାଙ୍କର ସେବା କରିଥାʼନ୍ତି। ସେମାନଙ୍କୁ ଏହି ସମୂହର ପ୍ରତ୍ୟେକ ସଦସ୍ୟଙ୍କ ନାମ ଜାଣିବା ଏବଂ ସମୂହର ପ୍ରତ୍ୟେକ ସଦସ୍ୟଙ୍କ ପଛରେ ଚାଲିବା ଜରୁରୀ ନୁହଁ। ଆମର ମୁଖିଆ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ ଏବଂ ବାଇବଲ କହେ ଯେ ଆମେ କେବଳ ତାହାଙ୍କ ପଛରେ ଚାଲିବା ଉଚିତ୍।—ମାଥି. ୨୩:୧୦.
ପ୍ର୦୯-ହି ୨/୧୫ ୨୭ ¶୧୪
“ମେଷଶାବକ ଯେକୌଣସି ସ୍ଥାନକୁ ଗମନ କରନ୍ତି, ସେ ସ୍ଥାନକୁ ସେମାନେ ତାହାଙ୍କର ଅନୁଗାମୀ ହୁଅନ୍ତି”
ଯୀଶୁ ଖ୍ରୀଷ୍ଟଙ୍କ କହିବା ଅନୁଯାୟୀ, ଯିଏ ତାହାଙ୍କ ଭାଇମାନଙ୍କ ପ୍ରତି ବିଶ୍ୱସ୍ତତା ଦେଖାଏ, ସେ ପ୍ରକୃତରେ ତାହାଙ୍କ ପ୍ରତି ବିଶ୍ୱସ୍ତତା ଦେଖାଇଥାଏ। (ମାଥିଉ ୨୫:୪୦ ପଢ଼ନ୍ତୁ।) ତେବେ ପ୍ରଶ୍ନ ଉଠେ ଯେ ଯେଉଁମାନେ ପୃଥିବୀରେ ଜୀବିତ ରହିବାର ଆଶା ରଖନ୍ତି, ସେମାନେ କିପରି ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ସହଯୋଗ କରିପାରିବେ? ସର୍ବପ୍ରଥମ ଓ ମହତ୍ତ୍ୱପୂର୍ଣ୍ଣ ଉପାୟ ହେଉଛି— ପ୍ରଚାର ସେବାରେ ସେମାନଙ୍କୁ ସହଯୋଗ କରିବା ଦ୍ୱାରା। (ମାଥି. ୨୪:୧୪; ଯୋହ. ୧୪:୧୨) ପୃଥିବୀରେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କର ସଂଖ୍ୟା କମି କମି ଯାଉଥିବା ବେଳେ ଅନ୍ୟ ମେଷମାନଙ୍କର ସଂଖ୍ୟା ବଢ଼ି ବଢ଼ି ଚାଲିଛି। ତେଣୁ ଯେତେବେଳେ ପୃଥିବୀରେ ଅନ୍ୟ ମେଷର ଲୋକେ ପ୍ରଚାର ସେବାରେ ଭାଗ ନିଅନ୍ତି ଏବଂ ସେମାନଙ୍କ ମଧ୍ୟରୁ କିଛି ପୂର୍ଣ୍ଣ ସମୟର ସେବକ ଭାବେ ଏପରି କରନ୍ତି, ସେମାନେ ଶିଷ୍ୟ କରିବା କାମରେ ପ୍ରକୃତରେ ଅଭିଷିକ୍ତ ଭାଇମାନଙ୍କୁ ସହଯୋଗ କରିଥାʼନ୍ତି। (ମାଥି. ୨୮:୧୯, ୨୦) ଆମେ ଏହା ମଧ୍ୟ କେବେ ଭୁଲିବା ନାହିଁ ଯେ ବିଭିନ୍ନ ଉପାୟରେ ଟଙ୍କାପଇସା ଦାନ ଦେଇ ମଧ୍ୟ ପ୍ରଚାର ସେବାକୁ ସହଯୋଗ କରାଯାଇପାରିବ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୧୭.୧୦-ହି ୨୫ ପୃଷ୍ଠା ¶୧୮
ଯିଖରୀୟଙ୍କ ଦର୍ଶନଗୁଡ଼ିକରୁ ଆପଣ କʼଣ ଶିଖନ୍ତି?
ଏହି ଦର୍ଶନ ଯିହୁଦୀମାନଙ୍କୁ ମନେ ପକାଇ ଦେଲା ଯେ ଯିହୋବାଙ୍କ ଉପାସନାକୁ ଶୁଦ୍ଧ ରଖିବା ସେମାନଙ୍କର ମଧ୍ୟ ଦାୟିତ୍ୱ ଅଟେ। ଯିହୋବାଙ୍କ ଲୋକମାନଙ୍କ ମଧ୍ୟରେ ଦୁଷ୍ଟତାକୁ କୌଣସି ସ୍ଥାନ ଦେବା ଉଚିତ୍ ନୁହଁ। ଆଜି ଯିହୋବା ଆମକୁ ମଧ୍ୟ ତାହାଙ୍କ ଶୁଦ୍ଧ ସଂଗଠନର ଏକ ସଦସ୍ୟ ହେବାର ସମ୍ମାନ ଦେଇଛନ୍ତି, ଯେଉଁଠାରେ ଆମକୁ ତାହାଙ୍କ ପ୍ରେମ ଓ ସୁରକ୍ଷା ମିଳେ। ଏହି ସଂଗଠନକୁ ଶୁଦ୍ଧ ରଖିବା ଆମ ସମସ୍ତଙ୍କର ଏକ ମୁଖ୍ୟ ଦାୟିତ୍ୱ। ଯେକୌଣସି ପ୍ରକାରର ଦୁଷ୍ଟତା ପାଇଁ ଆମ ଆଧ୍ୟାତ୍ମିକ ପାରଦୀଶରେ କୌଣସି ସ୍ଥାନ ନାହିଁ।
ପ୍ର୧୭.୧୦-ହି ୨୭-୨୮ ପୃଷ୍ଠା ¶୭-୮
ରଥ ଓ ମୁକୁଟ ଆପଣଙ୍କୁ ସୁରକ୍ଷା କରେ
ବାଇବଲରେ ପର୍ବତ ଶବ୍ଦ ଶାସନ ଓ ସରକାରଗୁଡ଼ିକୁ ଦର୍ଶାଇଥାଏ। ଯିଖରୀୟ ଦର୍ଶନରେ ଯେଉଁ ଦୁଇ ପର୍ବତ ଦେଖିଲେ ଏବଂ ଦାନିୟେଲଙ୍କ ଭବିଷ୍ୟତବାଣୀରେ କୁହାଯାଇଥିବା ଦୁଇ ପର୍ବତ ମଧ୍ୟରେ ସାମଞ୍ଜସ୍ୟ ରହିଛି। ଗୋଟିଏ ପର୍ବତ ସାରା ବିଶ୍ୱରେ ଯିହୋବାଙ୍କର ଶାସନକୁ ଦର୍ଶାଏ, ଯାହା ଚିରସ୍ଥାୟୀ ଅଟେ। ଦ୍ୱିତୀୟ ପର୍ବତ ଖ୍ରୀଷ୍ଟୀୟ ରାଜ୍ୟକୁ ଦର୍ଶାଏ, ଯାହାର ରାଜା ହେଉଛନ୍ତି— ଯୀଶୁ ଖ୍ରୀଷ୍ଟ। (ଦାନି. ୨:୩୫, ୪୫) ୧୯୧୪ ଖ୍ରୀଷ୍ଟାବ୍ଦର ଶରତ ଋତୁରେ ଯୀଶୁ ରାଜା ହେଲେ ଏବଂ ସେହି ସମୟଠାରୁ ଏହି ଦୁଇ ପାହାଡ଼ ମିଶି ପୃଥିବୀରେ ଈଶ୍ୱରଙ୍କ ଉଦ୍ଦେଶ୍ୟ ପୂରଣ କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି।
ପର୍ବତ ଦୁଇଟି ପିତ୍ତଳର କାହିଁକି ଥିଲା? ପିତ୍ତଳ ଏକ ମୂଲ୍ୟବାନ୍ ଧାତୁ। ଯିହୋବା ନିଜ ପବିତ୍ର ଆବାସ ଏବଂ ପରେ ଯିରୂଶାଲମର ମନ୍ଦିର ନିର୍ମାଣରେ ପିତ୍ତଳ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। (ଯାତ୍ରା. ୨୭:୧-୩; ୧ ରାଜା. ୭:୧୩-୧୬) ଦର୍ଶନରେ ପର୍ବତଗୁଡ଼ିକୁ ପିତ୍ତଳର ଏଥିପାଇଁ କୁହାଯାଇଛି, କାରଣ ସମଗ୍ର ବିଶ୍ୱରେ ଯିହୋବାଙ୍କର ଶାସନ ଓ ଖ୍ରୀଷ୍ଟୀୟ ରାଜ୍ୟ ସମସ୍ତ ଶାସନଗୁଡ଼ିକଠାରୁ ଉତ୍ତମ ଅଟେ। ଏହି ଉଭୟ ଶାସନରୁ ସମଗ୍ର ମାନବଜାତିକୁ ସୁରକ୍ଷା ଓ ଅସୀମ ଆଶିଷ ମିଳିବ।
୧୮-୨୪ ଡିସେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯିଖରୀୟ ୯-୧୪
“‘ପର୍ବତଗଣର ଉପତ୍ୟକାରେ’ ରହନ୍ତୁ”
ପ୍ର୧୩-ହି ୨/୧୫ ୧୯ ¶୧୦
ଯିହୋବାଙ୍କ ଉପତ୍ୟକାରେ ରହି ସୁରକ୍ଷା ପାଆନ୍ତୁ
ଭବିଷ୍ୟତବାଣୀ ଅନୁସାରେ ଯେତେବେଳେ ଜୀତ ପର୍ବତ ଦୁଇ ଭାଗ ହୋଇ ଅଧା ଉତ୍ତର ଦିଗକୁ ଓ ଅଧା ଦକ୍ଷିଣ ଦିଗକୁ ହୋଇଯାଏ, ସେତେବେଳେ ଯିହୋବା ନିଜ ପାଦ ଦୁଇଟିକୁ ଉଭୟ ପର୍ବତ ଉପରେ ରଖନ୍ତି। ଏହାଦ୍ୱାରା ଯିହୋବାଙ୍କ ପାଦ ତଳେ ‘ଏକ ଅତି ବୃହତ ଉପତ୍ୟକା’ ସୃଷ୍ଟି ହୁଏ। ଏହି ଉପତ୍ୟକା ଈଶ୍ୱରଙ୍କଠାରୁ ମିଳୁଥିବା ସୁରକ୍ଷାକୁ ଦର୍ଶାଇଥାଏ। ଯେପରି ଦୁଇ ପର୍ବତର ମଝିରେ ଥିବା ଉପତ୍ୟକାରେ ଲୋକେ ସୁରକ୍ଷିତ ରହନ୍ତି, ଠିକ୍ ସେହିପରି ଯିହୋବାଙ୍କ ସେବକମାନେ ତାହାଙ୍କ ଶାସନ ଓ ଖ୍ରୀଷ୍ଟୀୟ ରାଜ୍ୟର ଅଧୀନରେ ରହି ସୁରକ୍ଷିତ ଅନୁଭବ କରନ୍ତି। ପ୍ରକୃତ ଉପାସନାର ଯେପରି କେବେ ମଧ୍ୟ ସମାଯ୍ତି ହେବ ନାହିଁ, ଯିହୋବା ଏହା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବେ। କିନ୍ତୁ, ଜୀତ ପର୍ବତ କେବେ ଦୁଇ ଭାଗ ହୁଏ? ୧୯୧୪ ଖ୍ରୀଷ୍ଟାବ୍ଦରେ ଯେତେବେଳେ ବିଜାତିମାନଙ୍କର ନିର୍ଦ୍ଧାରିତ କାଳ ସମ୍ପୂର୍ଣ୍ଣ ହେଲା ଏବଂ ଖ୍ରୀଷ୍ଟୀୟ ରାଜ୍ୟ ସ୍ଥାପିତ ହେଲା। ଭବିଷ୍ୟତବାଣୀ ଆଗକୁ କହେ: “ତୁମ୍ଭେମାନେ ଆମ୍ଭ ପର୍ବତଗଣର ଉପତ୍ୟକା ଦେଇ ପଳାୟନ କରିବ।” (ଯିଖ. ୧୪:୫) ତେବେ ପ୍ରକୃତ ଉପାସକମାନେ ଏହି ଲାକ୍ଷଣିକ ଉପତ୍ୟକା ଆଡ଼କୁ କେବେ ପଳାୟନ କରିବାକୁ ଆରମ୍ଭ କଲେ?
ପ୍ର୧୩-ହି ୨/୧୫ ୨୦ ¶୧୩
ଯିହୋବାଙ୍କ ଉପତ୍ୟକାରେ ରହି ସୁରକ୍ଷା ପାଆନ୍ତୁ
ଯଦି ଆମେ ଯିହୋବାଙ୍କ ନିକଟବର୍ତ୍ତୀ ହୋଇ ରହିବା ଏବଂ ସତ୍ୟରେ ମଜବୁତ୍ ରହିବା, ତେବେ ସେ ଏବଂ ତାହାଙ୍କ ପୁତ୍ର ନିଶ୍ଚୟ ଆମକୁ ସୁରକ୍ଷା ଦେବେ। ‘ତାହାଙ୍କ ହସ୍ତରୁ ଆମକୁ ହରଣ କରିବାକୁ’ ଈଶ୍ୱର କେବେ ମଧ୍ୟ କୌଣସି ଶକ୍ତି କିମ୍ବା ମଣିଷକୁ ଅନୁମତି ଦେବେ ନାହିଁ। (ଯୋହ. ୧୦:୨୮, ୨୯) ଯିହୋବା ଆମକୁ ସବୁପ୍ରକାରର ସାହାଯ୍ୟ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି, ଯାହାଫଳରେ ଆମେ ଖ୍ରୀଷ୍ଟୀୟ ରାଜ୍ୟର ବିଶ୍ୱସ୍ତ ପ୍ରଜା ହୋଇ ରହିପାରିବା ଏବଂ ଯିହୋବାଙ୍କର ଆଜ୍ଞା ପାଳନ କରିପାରିବା, ଯିଏ ସମଗ୍ର ବିଶ୍ୱର ମହାରାଜା ଓ ମାଲିକ। ଖୁବ୍ ଶୀଘ୍ର ମହାକ୍ଳେଶ ଆସିବାକୁ ଯାଉଛି ଏବଂ ସେହି ସମୟରେ ଆମକୁ ଯିହୋବାଙ୍କର ସାହାଯ୍ୟ ଆହୁରି ଅଧିକ ଆବଶ୍ୟକ। ତେଣୁ ଆଜି ତାହାଙ୍କ ସୁରକ୍ଷିତ ଉପତ୍ୟକାରେ ରହିବା ଆଗ ଅପେକ୍ଷା ଅଧିକ ଜରୁରୀ ।
ପ୍ର୧୩-ହି ୨/୧୫ ୨୦ ¶୧୫
ଯିହୋବାଙ୍କ ଉପତ୍ୟକାରେ ରହି ସୁରକ୍ଷା ପାଆନ୍ତୁ
ଈଶ୍ୱରଙ୍କ ସଂଗ୍ରାମ ଦିନରେ ସେମାନଙ୍କର କʼଣ ହେବ, ଯେଉଁମାନେ ‘ବୃହତ ଉପତ୍ୟକାର’ ସୁରକ୍ଷାରେ ରହିବେ ନାହିଁ? ସେମାନଙ୍କ ଉପରେ “ଦୀଯ୍ତି ଉଜ୍ଜ୍ୱଳ” ହେବ ନାହିଁ, ଅର୍ଥାତ୍ ସେମାନଙ୍କ ଉପରେ ଈଶ୍ୱରଙ୍କର ମଞ୍ଜୁରି ଆଉ ରହିବ ନାହିଁ। ଈଶ୍ୱରଙ୍କ ଯୁଦ୍ଧର ଦିନରେ “ଅଶ୍ୱ, ଖଚର, ଉଷ୍ଟ୍ର ଓ ଗର୍ଦ୍ଦଭ ସବୁ ପ୍ରକାର ପଶୁ,” ଯାହା ଲାକ୍ଷଣିକ ରୂପେ ରାଷ୍ଟ୍ରଗୁଡ଼ିକର ଅସ୍ତ୍ରଶସ୍ତ୍ରଗୁଡ଼ିକୁ ସୂଚାଏ, ସେଗୁଡ଼ିକ ମଧ୍ୟ କିଛି କାମରେ ଆସିବ ନାହିଁ। ଯିହୋବା ଶତ୍ରୁମାନଙ୍କ ଉପରେ ବିପତ୍ତି ଓ “ମାରୀ” ମଧ୍ୟ ଆଣିବେ। ଆମକୁ ଏହା ଜଣା ନାହିଁ ଯେ ସେମାନଙ୍କୁ ବାସ୍ତବରେ କୌଣସି ରୋଗ ହେବ କି ନାହିଁ, କିନ୍ତୁ ଏହା ନିଶ୍ଚୟ ଜଣା ଯେ ସେମାନଙ୍କର କୌଣସି ଯୋଜନା ସଫଳ ହେବ ନାହିଁ। ସେହିଦିନ ‘ସେମାନଙ୍କର ଚକ୍ଷୁ ଓ ଜିହ୍ୱା କ୍ଷୟ ପାଇବ,’ ଅର୍ଥାତ୍ ସେମାନେ ଆମର କୌଣସି କ୍ଷତି କରିପାରିବେ ନାହିଁ ଏବଂ ଈଶ୍ୱରଙ୍କ ବିରୁଦ୍ଧରେ ଗୋଟିଏ ଶବ୍ଦ ମଧ୍ୟ କହିପାରିବେ ନାହିଁ। (ଯିଖ. ୧୪:୬, ୭, ୧୨, ୧୫) ଶୟତାନ ପକ୍ଷରେ ଏକ ବିଶାଳ ସେନା ରହିବ, ତଥାପି ପୃଥିବୀର ଏପରି କୌଣସି ଜାଗା ରହିବ ନାହିଁ, ଯେଉଁଠାରେ ଶୟତାନର ଲୋକମାନେ ଈଶ୍ୱରଙ୍କ ବିନାଶରୁ ରକ୍ଷା ପାଇପାରିବେ। (ପ୍ରକା. ୧୯:୧୯-୨୧) “ସେସମୟରେ ସଦାପ୍ରଭୁଙ୍କର ହତ ଲୋକମାନେ, ପୃଥିବୀର ଆଦ୍ୟନ୍ତ ସୀମା ପର୍ଯ୍ୟନ୍ତ ଦେଖାଯିବେ।”—ଯିରି. ୨୫:୩୨, ୩୩.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ଲେଖା ପୁସ୍ତିକା ୦୭ (ହିନ୍ଦୀ) ୨୫ ପୃଷ୍ଠା ¶୯-୧୦
ତୁମ୍ଭ ପ୍ରତିକୂଳରେ ନିର୍ମିତ ଯେକୌଣସି ଅସ୍ତ୍ର ସାର୍ଥକ ହେବ ନାହିଁ
ଯିଖରୀୟଙ୍କ ଭବିଷ୍ୟତବାଣୀ କହେ ଯେ ରାଷ୍ଟ୍ରଗୁଡ଼ିକର ଲୋକେ କାହିଁକି ପ୍ରକୃତ ଖ୍ରୀଷ୍ଟିୟାନମାନଙ୍କର ବିରୋଧ କରନ୍ତି। ଧ୍ୟାନ ଦିଅନ୍ତୁ ଯେ ଯିଖରୀୟ ୧୨:୩ ପଦ କʼଣ କହେ: “ସେହି ଦିନ ଆମ୍ଭେ ଯିରୂଶାଲମକୁ ସମସ୍ତ ଗୋଷ୍ଠୀ ପ୍ରତି ଭାର ସ୍ୱରୂପ ପ୍ରସ୍ତର କରିବା।” ଏହି ଭବିଷ୍ୟତବାଣୀ କେଉଁ ଯିରୂଶାଲମକୁ ସୂଚିତ କରେ? ଏହା “ସ୍ୱର୍ଗୀୟ ଯିରୂଶାଲମ” ଅର୍ଥାତ୍ ସ୍ୱର୍ଗୀୟ ରାଜ୍ୟକୁ ସୂଚିତ କରେ, ଯେଉଁଥିରେ ଶାସନ କରିବା ପାଇଁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଡକାଯାଇଛି। (ଏବ୍ରୀ ୧୨:୨୨) ଖ୍ରୀଷ୍ଟୀୟ ରାଜ୍ୟର ଏହି ଉତ୍ତରାଧିକାରୀମାନଙ୍କ ମଧ୍ୟରୁ କିଛି ବର୍ତ୍ତମାନ ମଧ୍ୟ ଏହି ପୃଥିବୀରେ ଅଛନ୍ତି। ଏହି ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ‘ଅନ୍ୟ ମେଷର’ ସାଥୀମାନଙ୍କ ସହିତ ଲୋକଙ୍କୁ ଅନୁରୋଧ କରୁଛନ୍ତି ଯେ ବର୍ତ୍ତମାନ ମଧ୍ୟ ସମୟ ଅଛି, ସେମାନେ ଈଶ୍ୱରଙ୍କ ଶାସନର ଅଧୀନରେ ହୋଇଯାʼନ୍ତୁ। (ଯୋହନ ୧୦:୧୬; ପ୍ରକାଶିତ ବାକ୍ୟ ୧୧:୧୫) ଏହି ନିମନ୍ତ୍ରଣ ପାଇ ରାଷ୍ଟ୍ରଗୁଡ଼ିକ କିପରି ପ୍ରତିକ୍ରିୟା ଦେଖାଇଛନ୍ତି? ଆଉ, ଆଜି ଯିହୋବା ନିଜ ପ୍ରକୃତ ଉପାସକମାନଙ୍କୁ କିପରି ସାହାଯ୍ୟ କରନ୍ତି? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ପାଇଁ ଆସନ୍ତୁ ଯିଖରୀୟ ୧୨ ଅଧ୍ୟାୟର ଯାଞ୍ଚ କରିବା। ଏପରି କରିବା ଦ୍ୱାରା ଆମେ ଭରସା ରଖିପାରିବା ଯେ ଈଶ୍ୱରଙ୍କ ଅଭିଷିକ୍ତମାନଙ୍କର ଏବଂ ସେମାନଙ୍କ ସମର୍ପିତ ସାଥୀମାନଙ୍କର ବିପକ୍ଷରେ ଉଠୁଥିବା ‘ଯେକୌଣସି ଅସ୍ତ୍ର ସାର୍ଥକ ହେବ ନାହିଁ।’
ଯିଖରୀୟ ୧୨:୩ ପଦ କହେ ଯେ ରାଷ୍ଟ୍ରଗୁଡ଼ିକ “ଅତ୍ୟନ୍ତ କ୍ଷତବିକ୍ଷତ” ହୁଅନ୍ତି। ତାହା କିପରି? ଈଶ୍ୱର ଆଜ୍ଞା ଦେଇଛନ୍ତି ଯେ ରାଜ୍ୟର ସୁସମାଚାର ଯେକୌଣସି ପରିସ୍ଥିତିରେ ମଧ୍ୟ ପ୍ରଚାର କରାଯାଉ। ଯିହୋବାଙ୍କ ସାକ୍ଷୀମାନେ ଏହି ଆଜ୍ଞାକୁ ଗୁରୁତର ଭାବେ ନିଅନ୍ତି। ସେମାନେ ଘୋଷଣା କରନ୍ତି ଯେ କେବଳ ଈଶ୍ୱରଙ୍କ ରାଜ୍ୟ ହିଁ ସମସ୍ତ ଦୁଃଖକଷ୍ଟକୁ ଦୂର କରିବ। କିନ୍ତୁ ଏହି ଖବର ରାଷ୍ଟ୍ରଗୁଡ଼ିକ ପାଇଁ ଏକ “ଭାର ସ୍ୱରୂପ ପ୍ରସ୍ତର” ହୋଇଯାଇଛି। ସେମାନେ ରାଜ୍ୟର ପ୍ରଚାରକମାନଙ୍କ କାମରେ ବିଶୃଙ୍ଖଳା ସୃଷ୍ଟି କରିବା ଦ୍ୱାରା ଏହି ପଥରକୁ ରାସ୍ତାରୁ ହଟାଇବା ପାଇଁ ଚେଷ୍ଟା କରିଥାʼନ୍ତି। କିନ୍ତୁ ଏପରି କରିବା ଦ୍ୱାରା ସେମାନେ “ଅତ୍ୟନ୍ତ କ୍ଷତବିକ୍ଷତ” ହୋଇଛନ୍ତି। ଏପରିକି ସେମାନଙ୍କୁ ଅପମାନ ସହିବାକୁ ପଡ଼ିଛି ଏବଂ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି। ସେମାନେ ପ୍ରକୃତ ଉପାସକମାନଙ୍କୁ ଚୁପ୍ କରିପାରନ୍ତି ନାହିଁ, ଯେଉଁମାନେ ଏହି ଜଗତର ଧ୍ୱଂସ ହେବା ପୂର୍ବରୁ ଈଶ୍ୱରଙ୍କ ଖ୍ରୀଷ୍ଟୀୟ ରାଜ୍ୟର “ଅନନ୍ତକାଳସ୍ଥାୟୀ ସୁସମାଚାର” ଶୁଣାଇବାକୁ ଏକ ସମ୍ମାନ ବୋଲି ମନେ କରନ୍ତି। (ପ୍ରକାଶିତ ବାକ୍ୟ ୧୪:୬) ଆଫ୍ରିକାର ଏକ ଦେଶରେ ଯେତେବେଳେ ଜଣେ କାରାଗାରର ଜଗୁଆଳି ସାକ୍ଷୀମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଦେଖିଲେ, ସେ ସେମାନଙ୍କ ବିରୋଧିମାନଙ୍କୁ କହିଲେ: ‘ଏମାନଙ୍କ ଉପରେ ଯନ୍ତ୍ରଣା ଦେଇ ଆପଣମାନେ ବ୍ୟର୍ଥରେ ନିଜ ସମୟ ନଷ୍ଟ କରୁଛନ୍ତି। ଏମାନେ ହାର୍ ମାନିବା ଲୋକ ନୁହନ୍ତି। ଏମାନଙ୍କର ସଂଖ୍ୟା ବଢ଼ି ବଢ଼ି ହିଁ ଚାଲିବ।’
ଅଧ୍ୟୟନ ଲେଖା ପୁସ୍ତିକା ୦୭ (ହିନ୍ଦୀ) ୨୭ ପୃଷ୍ଠା ¶୧୩
ତୁମ୍ଭ ପ୍ରତିକୂଳରେ ନିର୍ମିତ ଯେକୌଣସି ଅସ୍ତ୍ର ସାର୍ଥକ ହେବ ନାହିଁ
ଯିଖରୀୟ ୧୨:୭, ୮ ପଢ଼ନ୍ତୁ। ପ୍ରାଚୀନ ଇସ୍ରାଏଲରେ ତମ୍ବୁ ବହୁଳ ଭାବେ ବ୍ୟବହୃତ ହେଉଥିଲା। ଏଗୁଡ଼ିକରେ ବେଳେ ବେଳେ ମେଷପାଳକମାନେ କିମ୍ବା କ୍ଷେତରେ କାମ କରୁଥିବା ମୂଲିଆମାନେ ରହୁଥିଲେ। ତେଣୁ ଯିରୂଶାଲମ ନଗର ଉପରେ ଯଦି କୌଣସି ଶତ୍ରୁ ରାଷ୍ଟ୍ର ଆକ୍ରମଣ କରନ୍ତା, ତେବେ ସର୍ବପ୍ରଥମେ ଏହି ଲୋକମାନେ ଆକ୍ରମଣର ଶିକାର ହୁଅନ୍ତେ। ସେଥିପାଇଁ ଏମାନଙ୍କୁ ହିଁ ସର୍ବପ୍ରଥମେ ସୁରକ୍ଷା ଆବଶ୍ୟକ ହେଉଥିଲା। “ଯିହୁଦାର ତମ୍ବୁସବୁକୁ” ଶବ୍ଦସମୂହରୁ ଜଣାପଡ଼େ ଯେ ଆଜି ଆମ ସମୟରେ ଅବଶିଷ୍ଟ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଲାକ୍ଷଣିକ ଭାବେ ଖୋଲା ପଡ଼ିଆରେ ଅଛନ୍ତି, ପ୍ରାଚୀର ବେଷ୍ଟିତ ନଗରରେ ନୁହଁ। ସେଠାରେ ସେମାନେ ନିର୍ଭୟରେ ଖ୍ରୀଷ୍ଟୀୟ ରାଜ୍ୟକୁ ସମର୍ଥନ କରିଥାʼନ୍ତି। ସୈନ୍ୟାଧିପତି ଯିହୋବା “ପ୍ରଥମରେ ଯିହୁଦାର ତମ୍ବୁସବୁକୁ” ଉଦ୍ଧାର କରିବେ, କାରଣ ଏମାନେ ସିଧାସଳଖ ଭାବେ ଶୟତାନର ଶିକାର ହୋଇଥାʼନ୍ତି।
୨୫-୩୧ ଡିସେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମଲାଖି ୧-୪
“କʼଣ ଆପଣଙ୍କ ବୈବାହିକ ଜୀବନକୁ ଦେଖି ଯିହୋବା ଖୁସି ହୁଅନ୍ତି?”
ଯିହୋବାଙ୍କ ଦିନ (ହିନ୍ଦୀ) ୧୨୫-୧୨୬ ପୃଷ୍ଠା ¶୪-୫
ପରିବାରରେ ନିଜ ଦାୟିତ୍ୱ ତୁଲାନ୍ତୁ, ଯାହାଫଳରେ ଈଶ୍ୱର ଖୁସି ହେବେ
ଖ୍ରୀଷ୍ଟ ପୂର୍ବ ପଞ୍ଚମ ଶତାବ୍ଦୀରେ ଅର୍ଥାତ୍ ମଲାଖିଙ୍କ ଦିନରେ ଯିହୁଦୀମାନଙ୍କ ମଧ୍ୟରେ ଛାଡ଼ପତ୍ର ଦେବା ଅତି ସାଧାରଣ କଥା ହୋଇଯାଇଥିଲା। ମଲାଖି ଯିହୁଦୀମାନଙ୍କୁ କହିଲେ: “ସଦାପ୍ରଭୁ ତୁମ୍ଭର ଓ ତୁମ୍ଭ ଯୌବନ କାଳର ଭାର୍ଯ୍ୟା ମଧ୍ୟରେ ସାକ୍ଷୀ ହୋଇଅଛନ୍ତି, ସେ ତୁମ୍ଭର ସଖୀ ଓ ତୁମ୍ଭ ନିୟମକୃତ ଭାର୍ଯ୍ୟା ହେଲେ ହେଁ ତୁମ୍ଭେ ତାହା ପ୍ରତି ବିଶ୍ୱାସଘାତକତା କରିଅଛ।” ଯିହୁଦୀ ପୁରୁଷମାନେ ଆଗରୁ ଯୋଜନା କରି ନିଜ ପତ୍ନୀମାନଙ୍କୁ ଛାଡ଼ପତ୍ର ଦେଉଥଲେ। ତେଣୁ ସେମାନଙ୍କ ପତ୍ନୀମାନେ “ରୋଦନରେ ଓ ଆର୍ତ୍ତସ୍ୱରରେ” ଯିହୋବାଙ୍କୁ ଡାକୁଥିଲେ। ମଲାଖି କହିଲେ ଯେ ଯିହୋବାଙ୍କ ବେଦି ସତେ ଯେପରି ସେମାନଙ୍କ ଅଶ୍ରୁଜଳରେ ବୁଡ଼ି ଯାଇଥିଲା। ଯାଜକମାନେ ମଧ୍ୟ ଏତେ ଭ୍ରଷ୍ଟ ହୋଇଯାଇଥିଲେ ଯେ ସେମାନେ ଏଭଳି ଲୋକଙ୍କର ନିଷ୍ଠୁରତାକୁ ମାଫ୍ କରି ଦେଉ ଥିଲେ।—ମଲାଖି ୨:୧୩, ୧୪.
ବିବାହ ବନ୍ଧନକୁ ନେଇ ସେମାନଙ୍କ ଏଭଳି ନିନ୍ଦନୀୟ ଭାବନାକୁ ଦେଖି ଯିହୋବାଙ୍କୁ କିପରି ଲାଗିଲା? ଯିହୋବା କହିଲେ: “ଆମ୍ଭେ ସ୍ତ୍ରୀ ତ୍ୟାଗ ଘୃଣା କରୁ।” ସେ ଏହା ମଧ୍ୟ କହିଲେ: “ଆମ୍ଭର ପରିବର୍ତ୍ତନ ନାହିଁ।” (ମଲାଖି ୨:୧୬; ୩:୬) ଏଥିରୁ ଆମେ କʼଣ ଶିଖୁ? ଈଶ୍ୱର ମଣିଷକୁ ଆରମ୍ଭରେ ହିଁ କହିଥିଲେ ଯେ ବିବାହ ଏକ ଅତୁଟ ବନ୍ଧନ। (ଆଦି ପୁସ୍ତକ ୨:୧୮, ୨୪) ସେ ମଲାଖିଙ୍କ ଦିନରେ ମଧ୍ୟ ଏହି କଥା କହିଲେ ଏବଂ ସେ ଆଜି ମଧ୍ୟ ପରିବର୍ତ୍ତନ ହୋଇ ନାହାନ୍ତି। କିଛି ଲୋକ କେବଳ ଏଥିପାଇଁ ଛାଡ଼ପତ୍ର ଦିଅନ୍ତି, କାରଣ ସେମାନେ ନିଜ ଜୀବନସାଥୀଙ୍କ ପ୍ରତି ସନ୍ତୁଷ୍ଟ ନ ଥାʼନ୍ତି। ସେମାନେ ନିଜ ଛାଡ଼ପତ୍ରକୁ ଯୁକ୍ତିଯୁକ୍ତ ପ୍ରମାଣ କରିବା ପାଇଁ ଯାହା ମଧ୍ୟ କାରଣ କୁହନ୍ତୁ ନା କାହିଁକି, ଯିହୋବା ସେମାନଙ୍କ ଉଦ୍ଦେଶ୍ୟକୁ ଜାଣନ୍ତି। (ଯିରିମୀୟ ୧୭:୯, ୧୦) ଯଦି କେହି ଚାଲାକି କରି କିମ୍ବା ମିଛ କହି ଛାଡ଼ପତ୍ର ଦେଉଛି, ତାହା ସେ ଦେଖିପାରନ୍ତି। “ଈଶ୍ୱରଙ୍କ ସମ୍ମୁଖରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ, ମାତ୍ର ଯାହାଙ୍କ ଛାମୁରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ, ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଙ୍ଗ ଓ ଅନାବୃତ ଅଟେ।”—ଏବ୍ରୀ ୪:୧୩.
ପ୍ର୦୨-ହି ୫/୧ ୧୮ ¶୧୯
ଯିହୋବା ବିଶ୍ୱାସଘାତକତାକୁ ଘୃଣା କରନ୍ତି
ଅନ୍ୟ ପକ୍ଷରେ, ମଲାଖି ଏକ ସକାରାତ୍ମକ କଥା ମଧ୍ୟ କହନ୍ତି। ତାଙ୍କ ସମୟରେ କିଛି ଏପରି ପୁରୁଷ ମଧ୍ୟ ଥିଲେ, ଯେଉଁମାନେ ନିଜ ପତ୍ନୀମାନଙ୍କ ସହିତ ବିଶ୍ୱାସଘାତକତା କରି ନ ଥିଲେ। ତେଣୁ ସେମାନଙ୍କଠାରେ ଈଶ୍ୱରଙ୍କ “ଆତ୍ମାର ଅବଶିଷ୍ଟାଂଶ” ଥିଲା। (ପଦ ୧୫) ଏହା କେତେ ଖୁସିର କଥା ଯେ ଆଜି ଈଶ୍ୱରଙ୍କ ସଂଗଠନରେ ଏପରି ପୁରୁଷ ବହୁ ସଂଖ୍ୟାରେ ଅଛନ୍ତି, ଯେଉଁମାନେ ନିଜ ‘ସ୍ତ୍ରୀମାନଙ୍କୁ ସମାଦର କରନ୍ତି।’ (୧ ପିତର ୩:୭) ସେମାନେ ନିଜ ପତ୍ନୀମାନଙ୍କୁ ଗାଳିଗୁଲଜ କିମ୍ବା ମାରପିଟ୍ କରନ୍ତି ନାହିଁ, ସେମାନଙ୍କ ପ୍ରତି କଟୁ ଭାଷା ବ୍ୟବହାର କରନ୍ତି ନାହିଁ ଏବଂ ନୀଚ ଯୌନ କାର୍ଯ୍ୟକଳାପ କରିବା ପାଇଁ ସେମାନଙ୍କୁ ବାଧ୍ୟ କରନ୍ତି ନାହିଁ। ସେମାନେ ଅନ୍ୟ ସ୍ତ୍ରୀମାନଙ୍କ ସହିତ ରୋମାଣ୍ଟିକ ପ୍ରେମ ସମ୍ପର୍କ ରଖି କିମ୍ବା ପୋର୍ନୋଗ୍ରାଫୀର ମଜା ନେଇ ନିଜ ପତ୍ନୀମାନଙ୍କର ଅପମାନ କରନ୍ତି ନାହିଁ। ଯିହୋବାଙ୍କ ସଂଗଠନରେ ଏପରି ଖ୍ରୀଷ୍ଟିୟାନ ପତ୍ନୀମାନେ ମଧ୍ୟ ବହୁ ସଂଖ୍ୟାରେ ଅଛନ୍ତି, ଯେଉଁମାନେ ଈଶ୍ୱର ଓ ତାହାଙ୍କ ଆଜ୍ଞାଗୁଡ଼ିକ ପ୍ରତି ବିଶ୍ୱସ୍ତ ରହିଥାʼନ୍ତି। ଏସମସ୍ତ ପୁରୁଷ ଓ ସ୍ତ୍ରୀମାନେ ଜାଣନ୍ତି ଯେ ଈଶ୍ୱର କʼଣ ଘୃଣା କରନ୍ତି। ଆଉ, ସେ ଅନୁଯାୟୀ ସେମାନେ ନିଜ ଚିନ୍ତାଧାରାକୁ ସୁଧାରନ୍ତି ଏବଂ କାମ କରିଥାʼନ୍ତି। ଆପଣ ମଧ୍ୟ ସେମାନଙ୍କ ଭଳି ହୁଅନ୍ତୁ ଏବଂ “ଈଶ୍ୱରଙ୍କ ଆଜ୍ଞା ପାଳନ କରିବା” ସହିତ ପବିତ୍ର ଆତ୍ମାର ଆଶିଷ ପାଆନ୍ତୁ।—ପ୍ରେରିତ ୫:୨୯.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ଲେଖା ପୁସ୍ତିକା ୦୭ (ହିନ୍ଦୀ) ୨୯ ପୃଷ୍ଠା ¶୧
ମଲାଖି ବହିର ମୁଖ୍ୟାଂଶ
୧:୧୦. ମଲାଖିଙ୍କ ଦିନରେ ଯାଜକମାନେ ଏତେ ଲୋଭୀ ଥିଲେ ଯେ ମନ୍ଦିରର ଫାଟକ ବନ୍ଦ କରିବା କିମ୍ବା ବେଦିରେ ନିଆଁ ଲଗାଇବା ଭଳି ଛୋଟ ଛୋଟ ସେବା ପାଇଁ ମଧ୍ୟ ପଇସା ମାଗୁଥିଲେ। ତେଣୁ ଯିହୋବା ସେମାନଙ୍କ ହାତରୁ ବଳିଦାନ ସ୍ୱୀକାର କଲେ ନାହିଁ। ଆଜି ଆମେ କେବେ ମଧ୍ୟ ନିଜର ସ୍ୱାର୍ଥ ପାଇଁ ଯିହୋବାଙ୍କ ଉପାସନା ଏବଂ ପ୍ରଚାର କାମରେ ଭାଗ ନେବା ଉଚିତ୍ ନୁହଁ। ଏହା ପରିବର୍ତ୍ତେ, ଯିହୋବା ଓ ପଡ଼ୋଶୀମାନଙ୍କ ପ୍ରତି ନିଃସ୍ୱାର୍ଥ ପ୍ରେମ ହିଁ ଆମକୁ ଏପରି କରିବା ପାଇଁ ପ୍ରେରଣା ଦେବା ଉଚିତ୍।—ମାଥିଉ ୨୨:୩୭-୩୯; ୨ କରିନ୍ଥୀୟ ୧୧:୭.
ପ୍ର୧୩-ହି ୭/୧୫ ୧୦-୧୧ ¶୫-୬
“ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି”
ଯୀଶୁ ଖ୍ରୀଷ୍ଟଙ୍କ ଏହି ଉଦାହରଣ ଦେବାର ବହୁ ଶତାବ୍ଦୀ ପୂର୍ବେ ଯିହୋବା ନିଜ ଭବିଷ୍ୟଦ୍ବକ୍ତା ମଲାଖିଙ୍କୁ ପ୍ରେରିତ କଲେ ଯେ ସେ କିଛି ଏପରି ଘଟଣାଗୁଡ଼ିକ ବିଷୟରେ ଭବିଷ୍ୟତବାଣୀ କରନ୍ତୁ, ଯାହା ବିଷୟରେ ଯୀଶୁ ଏହି ଉଦାହରଣରେ କହିଥିଲେ। (ମଲାଖି ୩:୧-୪ ପଢ଼ନ୍ତୁ।) ବାଯ୍ତିଜକ ଯୋହନ ମଲାଖିଙ୍କ ଭବିଷ୍ୟତବାଣୀରେ କୁହାଯାଇଥିବା ସେହି “ଦୂତ” ଥିଲେ, ଯିଏ “ପଥ ପ୍ରସ୍ତୁତ” କଲେ। (ମାଥି. ୧୧:୧୦, ୧୧) ଯୀଶୁ ଯେତେବେଳେ ଖ୍ରୀଷ୍ଟ ପୂର୍ବ ୨୯ରେ ଆସିଲେ, ସେତେବେଳେ ଅତି ଶୀଘ୍ର ଇସ୍ରାଏଲ ରାଷ୍ଟ୍ରର ନ୍ୟାୟ ହେବାକୁ ଯାଉଥିଲା। ମଲାଖିଙ୍କ ଭବିଷ୍ୟତବାଣୀରେ କୁହାଯାଇଥିବା ଦ୍ୱିତୀୟ ଦୂତ ଅର୍ଥାତ୍ ‘ନିୟମର ଦୂତ’ ଯୀଶୁ ଖ୍ରୀଷ୍ଟ ଥିଲେ। ଯୀଶୁ ଯିରୂଶାଲମର ମନ୍ଦିରକୁ ଦୁଇ ଥର ଶୁଦ୍ଧ କଲେ। ପ୍ରଥମ ଥର ପାଇଁ ଯେତେବେଳେ ସେ ନିଜ ସେବା ଆରମ୍ଭ କଲେ ଏବଂ ଦ୍ୱିତୀୟ ଥର, ନିଜ ସେବାର ଶେଷ ଆଡ଼କୁ। (ମାଥି. ୨୧:୧୨, ୧୩; ଯୋହ. ୨:୧୪-୧୭) ଏହାର ଅର୍ଥ ହେଉଛି, ଯୀଶୁ ମନ୍ଦିରକୁ ଶୁଦ୍ଧ କରିବାର ଯେଉଁ କାମ କଲେ, ତାହା କିଛି ସମୟ ପର୍ଯ୍ୟନ୍ତ ଚାଲିଲା।
ମଲାଖିଙ୍କ ଭବିଷ୍ୟତବାଣୀର ବଡ଼ ଧରଣର ପୂର୍ତ୍ତି କିପରି ହେଲା? ୧୯୧୪ ଖ୍ରୀଷ୍ଟାବ୍ଦରୁ ବହୁ ବର୍ଷ ପୂର୍ବେ ଭାଇ ଚାର୍ଲସ୍ ଟେଜ୍ ରସେଲ୍ ଏବଂ ତାଙ୍କ ସହକର୍ମୀ ଭାଇମାନେ ବାଯ୍ତିଜକ ଯୋହନଙ୍କ ଭଳି କାମ କଲେ। ସେମାନେ ବାଇବଲର ସଠିକ୍ ଜ୍ଞାନ ପାଇବା ପାଇଁ ବାଇବଲକୁ ଗଭୀର ଭାବେ ଅଧ୍ୟୟନ କଲେ। ଏହି ‘ବାଇବଲ ବିଦ୍ୟାର୍ଥୀମାନେ’ ଲୋକଙ୍କୁ ଶିଖାଇଲେ ଯେ ଖ୍ରୀଷ୍ଟଙ୍କ ମୁକ୍ତିର ମୂଲ୍ୟର ପ୍ରକୃତ ଅର୍ଥ କʼଣ ଏବଂ ଘୋଷଣା କଲେ ଯେ ବିଜାତିମାନଙ୍କର ନିର୍ଦ୍ଧାରିତ କାଳ ୧୯୧୪ ଖ୍ରୀଷ୍ଟାବ୍ଦରେ ଶେଷ ହେବ। ସେସମୟରେ ଆହୁରି ଅସଂଖ୍ୟ ଧାର୍ମିକ ସମୂହ ମଧ୍ୟ ଥିଲା, ଯେଉଁଥିରେ ଲୋକେ ନିଜକୁ ଖ୍ରୀଷ୍ଟଙ୍କ ଶିଷ୍ୟ ବୋଲି ଦାବି କରୁଥିଲେ। ତେଣୁ ସେତେବେଳେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଥିଲା ଯେ ଏମାନଙ୍କ ମଧ୍ୟରୁ ଗହମ ସଦୃଶ ଲୋକ କେଉଁମାନେ ଥିଲେ? ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ଯୀଶୁ ୧୯୧୪ ଖ୍ରୀଷ୍ଟାବ୍ଦରେ ଆଧ୍ୟାତ୍ମିକ ମନ୍ଦିରର (ଉପାସନା ପାଇଁ ଈଶ୍ୱର ମଞ୍ଜୁର କରିଥିବା ବ୍ୟବସ୍ଥା) ନିରୀକ୍ଷଣ କରିବା ଆରମ୍ଭ କଲେ। ଆଧ୍ୟାତ୍ମିକ ମନ୍ଦିରର ନିରୀକ୍ଷଣ କରିବା ଏବଂ ତାକୁ ଶୁଦ୍ଧ କରିବାର ଏହି କାମ କିଛି ସମୟ ପର୍ଯ୍ୟନ୍ତ ଚାଲିଲା, ଅର୍ଥାତ୍ ୧୯୧୪ ଖ୍ରୀଷ୍ଟାବ୍ଦରୁ ୧୯୧୯ ଖ୍ରୀଷ୍ଟାବ୍ଦର ଆରମ୍ଭ ପର୍ଯ୍ୟନ୍ତ।