ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • wp20 ସଂ ୨ ପୃଷ୍ଠା ୮-୧୦
  • ଏହି ରାଜ୍ୟ ପୃଥିବୀରେ କେବେ ଶାସନ କରିବ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଏହି ରାଜ୍ୟ ପୃଥିବୀରେ କେବେ ଶାସନ କରିବ ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯୀଶୁ କେଉଁ ଘଟଣାଗୁଡ଼ିକ ବିଷୟରେ କହିଲେ ?
  • ଏହି ଚିହ୍ନ ଆମ ପାଇଁ କʼଣ ମହତ୍ତ୍ୱ ରଖେ ?
  • କʼଣ ଜଗତର ଅନ୍ତ ପାଖେଇ ଆସିଛି ?
    ବାଇବଲ ଆମକୁ କʼଣ ଶିଖାଏ?
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
wp20 ସଂ ୨ ପୃଷ୍ଠା ୮-୧୦
ଜଣେ ଯିହୋବାଙ୍କ ସାକ୍ଷୀ କାର୍ଟ ପାଖରେ ଛିଡ଼ା ଥିବା ଜଣେ ମହିଳାଙ୍କୁ ନିମନ୍ତ୍ରଣ ଦେଉଛନ୍ତି ।

ଏହି ରାଜ୍ୟ ପୃଥିବୀରେ କେବେ ଶାସନ କରିବ ?

ଯୀଶୁଙ୍କ କିଛି ବିଶ୍ୱସ୍ତ ସେବକ ଜାଣିବାକୁ ଚାହୁଁଥିଲେ ଯେ ଈଶ୍ୱରଙ୍କ ରାଜ୍ୟ କେବେ ଶାସନ କରିବା ଆରମ୍ଭ କରିବ । ଯୀଶୁ ସେମାନଙ୍କୁ କହିଲେ ଯେ ଏହି ରାଜ୍ୟ ପୃଥିବୀରେ ଠିକ୍‌ କେବେଠୁ ଶାସନ କରିବା ଆରମ୍ଭ କରିବ, ତାହା ସେମାନଙ୍କୁ ଜଣା ନ ଥିବ । (ପ୍ରେରିତ ୧:୬, ୭) କିନ୍ତୁ ଏହା ପୂର୍ବେ ଥରେ ଯୀଶୁ କହିଥିଲେ ଯେ ଯେବେ ତାଙ୍କ ଶିଷ୍ୟମାନେ କିଛି ଘଟଣାଗୁଡ଼ିକୁ ଏକା ସହ ହେବାର ଦେଖିବେ, ତେବେ ‘ଈଶ୍ୱରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣିବେ’ ଓ ତାଙ୍କୁ ଭରସା ହୋଇଯିବ ଯେ ଖୁବ୍‌ ଶୀଘ୍ର ଏହି ରାଜ୍ୟ ପୃଥିବୀରେ ନିଜ ଶାସନ ଆରମ୍ଭ କରିବ ।—ଲୂକ ୨୧:୩୧.

ଯୀଶୁ କେଉଁ ଘଟଣାଗୁଡ଼ିକ ବିଷୟରେ କହିଲେ ?

ଯୀଶୁ କହିଥିଲେ “ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ଆଉ ମହା ଭୂମିକମ୍ପ ଓ ସ୍ଥାନେ ସ୍ଥାନେ ମହାମାରୀ ଓ ଦୁର୍ଭିକ୍ଷ ହେବ ।” (ଲୂକ ୨୧:୧୦, ୧୧) ଏସମସ୍ତ ଘଟଣାଗୁଡ଼ିକ ଏକା ସହ ଘଟିବା, ଏକଥାର ଚିହ୍ନ ହେବ ଯେ ‘ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ ।’ କʼଣ ଏହା ସତରେ ହୋଇଛି ? କʼଣ ଏହି ଘଟଣାଗୁଡ଼ିକ ବଡ଼ ମାତ୍ରାରେ ଓ ଏକାସହ ଘଟିଛି ? ଆସନ୍ତୁ କିଛି ପ୍ରମାଣଗୁଡ଼ିକ ଉପରେ ଧ୍ୟାନ ଦେବା ।

୧. ଯୁଦ୍ଧ

ଯୁଦ୍ଧ ଉଡ଼ାଜାହାଜ, ଟ୍ୟାଙ୍କ ଓ ଅନ୍ୟ ଘାତକ ଅସ୍ତ୍ର ।

୧୯୧୪ ମସିହାରେ ଗୋଟିଏ ଏପରି ଯୁଦ୍ଧ ହେଲା ଯାହା ମଣିଷମାନଙ୍କ ଇତିହାସରେ ପୂର୍ବେ କେବେ ବି ହୋଇ ନ ଥିଲା ! ଇତିହାସକାରମାନେ କହନ୍ତି ଯେ ୧୯୧୪ ମସିହାରେ ଦୁନିଆର ଦିଗ ହିଁ ବଦଳି ଗଲା, କାରଣ ସେହି ବର୍ଷ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହେଲା । ସେହି ଯୁଦ୍ଧରେ ପ୍ରଥମ ଥର ଏପରି ଅସ୍ତ୍ର ବ୍ୟବହାର କରାଗଲା ଯାହାଦ୍ୱାରା ଚାରିଆଡ଼େ କ୍ଷୟକ୍ଷତି ହେଲା । ଯେପରି, ଉଡ଼ାଜାହାଜରୁ ବୋମା ବର୍ଷଣ କରାଗଲା, ମେସିନ୍‌-ଗନ୍‌, ଟ୍ୟାଙ୍କ, ବିଷ ଥିବା ଗ୍ୟାସ୍‌ ଓ ଅନ୍ୟ ଘାତକ ଅସ୍ତ୍ରର ବ୍ୟବହାର ହେଲା । ତାʼପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା ଯେଉଁଥିରେ ପ୍ରଥମ ଥର ପରମାଣୁ ଅସ୍ତ୍ର ବ୍ୟବହାର ହେଲା । ୧୯୧୪ ମସିହା ପରଠୁ ଅନେକ ଯୁଦ୍ଧ ଲାଗି ରହିଛି ଓ ଏହି ଯୁଦ୍ଧଗୁଡ଼ିକ ଯୋଗୁଁ ଅନେକ ଲୋକ ନିଜ ପ୍ରାଣ ହରାଇଛନ୍ତି ।

୨. ଭୂମିକମ୍ପ

ଭୂମିକମ୍ପ ଯୋଗୁଁ ଘରର କାନ୍ଥରେ ଫାଟ ହୋଇଯାଇଛି ।

ଏନ୍‌ସାଇକ୍ଲୋପିଡ଼ିଆ ବ୍ରିଟାନିକା କହେ ଯେ ପ୍ରତିବର୍ଷ ପ୍ରାୟ ୧୦୦ଟି ଭୂମିକମ୍ପ ଆସେ ଯାହାଯୋଗୁଁ “ବହୁତ ମାତ୍ରାରେ କ୍ଷୟକ୍ଷତି” ହୁଏ । ଆମେରିକାର ଭୂ-ବିଜ୍ଞାନ ସର୍ବେ ଅନୁସାରେ ୧୯୦୦ ମସିହାରେ ଯାହା ରେକର୍ଡ ରଖାଗଲା, ତାʼ ଅନୁସାରେ ଏହା କୁହାଯାଇପାରିବ ଯେ ପ୍ରତିବର୍ଷ ୧୬ଟି ବଡ଼ ବଡ଼ ଭୂମିକମ୍ପ ନିଶ୍ଚୟ ଆସେ । କିଛି ଲୋକ କହନ୍ତି ଯେ ଆଜି ଟେକ୍ନୋଲୋଜି ଜରିଆରେ ଭୂମିକମ୍ପ ବିଷୟରେ ଭଲଭାବେ ପୁର୍ବାନୁମାନ କରାଯାଇପାରେ । ଏହା ଯୋଗୁଁ ଆଜିକାଲି ଭୂମିକମ୍ପ ହେବାର ଖବରଗୁଡ଼ିକ ଅଧିକ ଶୁଣାଯାଉଛି । ଏହି କଥା କେତେ ମାତ୍ରାରେ ସତ ଅଟେ ଏହା ତ ଆମେ ଜାଣିନୁ, କିନ୍ତୁ ଏକଥା ସତ ଅଟେ ଯେ ପୂରା ଦୁନିଆରେ ବଡ଼ ବଡ଼ ଭୂମିକମ୍ପ ହେବା ଯୋଗୁଁ ଧନ-ଜୀବନର ବହୁତ କ୍ଷତି ହେଉଛି ।

୩. ଦୁର୍ଭିକ୍ଷ

ଗ୍ରାଫ୍‌ରୁ ଜଣାପଡ଼ୁଛି ଯେ ଶସ୍ୟ ଉତ୍ପାଦନ କମ୍‌ ହୋଇ ହୋଇଯାଉଛି ।

ପୂରା ଦୁନିଆରେ ପ୍ରାୟ ଯୁଦ୍ଧ, ଭ୍ରଷ୍ଟାଚାର, ଅର୍ଥବ୍ୟବସ୍ଥାରେ ଆସିଥିବା ପତନ ଓ ଫସଲ ଖରାପ ହେବା ଯୋଗୁଁ ଦୁର୍ଭିକ୍ଷ ପଡ଼େ । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ୨୦୧୮ ମସିହାର ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ “ପୂରା ଦୁନିଆରେ ୮୨ କୋଟି ୧୦ ଲକ୍ଷ ଲୋକଙ୍କୁ ଖାଇବାର ଅଭାବ ଅଛି ଓ ଏମଧ୍ୟରୁ ୧୨ କୋଟି ୪୦ ଲକ୍ଷ ଲୋକଙ୍କ ଭୋକରେ ମୃତ୍ୟୁ ହେଉଛି ।” ଅପପୁଷ୍ଟି ଯୋଗୁଁ ପ୍ରତିବର୍ଷ ପ୍ରାୟ ୩୧ ଲକ୍ଷ ପିଲାମାନେ ପ୍ରାଣ ହରାଉଛନ୍ତି । ୨୦୧୧ ମସିହାରେ ପୂରା ଦୁନିଆରେ ପିଲାମାନଙ୍କର ଯେଉଁ କାରଣ ଯୋଗୁଁ ମୃତ୍ୟୁ ହେଲା, ସେମଧ୍ୟରୁ ୪୫ ପ୍ରତିଶତ ପିଲାମାନଙ୍କ ମୃତ୍ୟୁ ଅପପୁଷ୍ଟି ଯୋଗୁଁ ହେଲା ।

୪. ରୋଗ ଓ ମହାମାରୀଗୁଡ଼ିକ

କ୍ଷତିକାରକ କେମିକାଲ ଓ ବ୍ୟାକ୍ଟେରିଆରର ଚିହ୍ନ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗୋଟିଏ ପତ୍ରିକା କହେ, ‘ଏକବିଂଶ ଶତାବ୍ଦୀରେ ବଡ଼ ବଡ଼ ମହାମାରୀଗୁଡ଼ିକ ଯୋଗୁଁ ଲୋକମାନଙ୍କ ଜୀବନର ହାନି ହୋଇଛି । ହଇଜା, ବ୍ଲାକ୍‌ ଡେଥ୍‌ ଓ ପିତ ଜ୍ୱର ଭଳି ପୁରୁଣା ରୋଗଗୁଡ଼ିକ ପୁଣିଥରେ ବ୍ୟାପୁଛି । ତାʼଛଡ଼ା ଇବୋଲା, ଜିକା ଓ ମର୍ସ ଭାଇରସ, ପେନଡାମିକ ଇନଫ୍ଲୁଏନ୍‌ଜା ଓ ସାର୍ସ ରୋଗ ଭଳି ନୂଆ ରୋଗଗୁଡ଼ିକ ମଧ୍ୟ ଅନେକ ଲୋକଙ୍କ ଜୀବନ ନେଉଛି ।’ ଆଉ ଏବେ ଏବେ କୋଭିଡ୍‌-୧୯ ମହାମାରୀ ଯୋଗୁଁ ପୂରା ଦୁନିଆରେ ଲୋକମାନଙ୍କର ଜୀବନ ହାନି ହୋଇଛି । ଏହା ସତ ଯେ ଚିକିତ୍ସା କ୍ଷେତ୍ରରେ ବହୁତ ଉନ୍ନତି ହୋଇଛି, ତଥାପି ବୈଜ୍ଞାନିକ ଓ ଡାକ୍ତରମାନେ ରୋଗଗୁଡ଼ିକର ଚିକିତ୍ସା ଖୋଜିବା ଓ ମହାମାରୀଗୁଡ଼ିକୁ ରୋକିବାରେ ବିଫଳ ହୋଇଛନ୍ତି ।

୫. ପୂରା ଦୁନିଆରେ ପ୍ରଚାର କାମ

ପୃଥିବୀର ଚାରିଆଡ଼େ ଗୋଟିଏ ତୀର ଚିହ୍ନ ବୁଲୁଛି ଓ ତାʼ ପାଖରେ ବାଇବଲ ଖୋଲା ହୋଇରହିଛି ।

ଯୀଶୁ ଚିହ୍ନ ଦେବା ସମୟରେ ଏହା ବି କହିଲେ, “ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍‌ପରେ ଯୁଗାନ୍ତ ହେବ ।” (ମାଥିଉ ୨୪:୧୪) ଦେଖିବାକୁ ଗଲେ ଗୋଟେ ପଟେ ଦୁନିଆ ବଡ଼ ବଡ଼ ସମସ୍ୟାଗୁଡ଼ିକର ସାମନା କରୁଛି, କିନ୍ତୁ ଅନ୍ୟ ପଟେ ୮୦ ଲକ୍ଷରୁ ବି ଅଧିକ ଲୋକ ଈଶ୍ୱରଙ୍କ ରାଜ୍ୟର ଖୁସିଖବର ଶୁଣାଉଛନ୍ତି । ସେମାନେ ଏହି କାମ ୨୪୦ ଦେଶରେ ପ୍ରାୟ ୧,୦୦୦ ଭାଷାରେ କରୁଛନ୍ତି । ଏତେ ବଡ଼ ମାତ୍ରାରେ ପ୍ରଚାର କାମ ଆଜିଠାରୁ ପୂର୍ବେ କେବେ ବି ହୋଇ ନାହିଁ ।

ଏହି ଚିହ୍ନ ଆମ ପାଇଁ କʼଣ ମହତ୍ତ୍ୱ ରଖେ ?

ଯୀଶୁ ଯେଉଁ ଚିହ୍ନ ଦେଲେ ଓ ଯେଉଁ ଘଟଣାଗୁଡ଼ିକ ଘଟିବ ବୋଲି କହିଲେ, ତାହା ଆମ ସମୟରେ ପୂରା ହେଉଛି । ଏହି କଥା ଉପରେ ଆମେ କାହିଁକି ଧ୍ୟାନ ଦେବା ଉଚିତ୍‌ ? କାରଣ ଯୀଶୁ କହିଥିଲେ, “ତୁମ୍ଭେମାନେ ମଧ୍ୟ ଏହିସମସ୍ତ ଘଟଣା ଦେଖିଲେ ଈଶ୍ୱରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣ ।”—ଲୂକ ୨୧:୩୧.

ଯୀଶୁ ସ୍ୱର୍ଗରୁ ନିଜ ସିଂହାସନରେ ବସି ପୃଥିବୀ ଉପରେ ଶାସନ କରୁଛନ୍ତି ।

ଖୁବ୍‌ ଶୀଘ୍ର ଈଶ୍ୱରଙ୍କ ରାଜ୍ୟ ପୃଥିବୀରେ ତାଙ୍କ ଇଚ୍ଛା ପୂରା କରିବ

ଯୀଶୁ ଯେଉଁ ଚିହ୍ନ ବିଷୟରେ କହିଲେ ଓ ବାଇବଲରେ ଘଟଣାଗୁଡ଼ିକର ଯେଉଁ କ୍ରମ ଓ ସମୟ ବିଷୟରେ କୁହାଯାଇଛି, ସେଥିରୁ ଆମେ ବୁଝିପାରୁ ଯେ ୧୯୧୪a ମସିହାରେ ଈଶ୍ୱର ସ୍ୱର୍ଗରେ ନିଜ ରାଜ୍ୟ ସ୍ଥାପିତ କଲେ । ସେହି ସମୟରେ ସେ ନିଜ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କୁ ରାଜା ଭାବେ ନିଯୁକ୍ତ କଲେ । (ଗୀତସଂହିତା ୨:୨, ୪, ୬-୯) ଯେବେ ଈଶ୍ୱରଙ୍କ ରାଜ୍ୟ ନିଜ ଶାସନ ପୃଥିବୀରେ ଆରମ୍ଭ କରିବ, ତେବେ ମଣିଷମାନଙ୍କ ସମସ୍ତ ସରକାରଗୁଡ଼ିକୁ ବିନାଶ କରିଦିଆଯିବ । ତାʼପରେ ପୃଥିବୀକୁ ସୁନ୍ଦର ବଗିଚା କରାଯିବ, ଯାହାଦ୍ୱାରା ମଣିଷମାନେ ସେଠାରେ ସବୁଦିନ ଯାଏ ବଞ୍ଚିରହିବେ ।

କିଛି ସମୟ ପରେ ଯୀଶୁଙ୍କ ଏହି ପ୍ରାର୍ଥନା ପୂରା ହେବ, “ତୁମ୍ଭର ରାଜ୍ୟ ଆସୁ । ଯେପରି ସ୍ୱର୍ଗରେ, ସେପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ ।” (ମାଥିଉ ୬:୧୦) କିନ୍ତୁ ପ୍ରଶ୍ନ ଉଠେ ଯେ ଯେବେଠୁ ଏହି ରାଜ୍ୟ ୧୯୧୪ ମସିହାରୁ ସ୍ଥାପନ ହୋଇଛି, ତେବେଠୁ ଏହା କʼଣ କରୁଛି ? ଯେବେ ଏହି ରାଜ୍ୟ ପୂରା ପୃଥିବୀରେ ନିଜ ଶାସନ ଆରମ୍ଭ କରିବ, ତେବେ କʼଣ ହେବ ? ଆସନ୍ତୁ ଦେଖିବା ।

a ୧୯୧୪ ମସିହା ବିଷୟରେ ଅଧିକ ଜାଣିବା ପାଇଁ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର ପାଠ ୩୨ ପଢ଼ନ୍ତୁ । ଏହାକୁ ଯିହୋବାଙ୍କ ସାକ୍ଷୀମାନେ ପ୍ରକାଶିତ କରିଛନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ