ଯୁଗାନ୍ତ ଯେତେ ନିକଟତର ହେଉଛି, ସାକ୍ଷ୍ୟଦାନ କାର୍ଯ୍ୟରେ ସେତେ ଅଧିକ ପରିଶ୍ରମ କରନ୍ତୁ
ଶସ୍ୟ ଅମଳ ସମୟ ଏକ ଆନନ୍ଦମୟ ସମୟ ଅଟେ । ଏହା କଠିନ ପରିଶ୍ରମର ସମୟ ମଧ୍ୟ ଅଟେ । ଶସ୍ୟ ସଂଗ୍ରହ କରିବା ନିମିତ୍ତ କେବଳ ସୀମତ ସମୟ ଥାଏ । କୃଷକମାନେ ସେମାନଙ୍କ କାର୍ଯ୍ୟରେ ଅଯଥା ସମୟ ନଷ୍ଟ କରି ପାରିବେ ନାହିଁ ।
୨ ଯୀଶୁ ଲାକ୍ଷଣିକରୂପେ ‘ଯୁଗାନ୍ତ ସମୟର’ ତୁଳନା ଶସ୍ୟ ଅମଳ କରିବାର ସମୟ ସହିତ କରିଥିଲେ । (ମାଥି. ୧୩:୩୯) ଆମେ ଏହି ଯୁଗାନ୍ତ ସମୟରେ ବାସ କରୁଅଛୁ, ଏଥିପାଇଁ “ସମୁଦାୟ ପୃଥିବୀରେ” ସାକ୍ଷୀ ଦେବା ନିମନ୍ତେ ସୀମିତ ସମୟ ବାକି ଅଛି । (ମାଥି. ୨୪:୧୪) ଏହି ଯୁଗାନ୍ତ ଯେତେ ନିକଟତର ହେଉଛି, ଆମେ ଏହି ପ୍ରଚାର କାର୍ଯ୍ୟରେ ସେତେ ଅଧିକ ପରିଶ୍ରମ କରିବା ଆବଶ୍ୟକ । କାହିଁକି? ଯୀଶୁ ବୁଝାଇଥିଲେ: “ଶିଷ୍ୟ ପ୍ରଚୁର, କିନ୍ତୁ କଟାଳୀ ଅଳ୍ପ ।”—ମାଥି. ୯:୩୭, ୩୮, OCB; ରୋମୀ. ୧୨:୧୧.
୩ ଅଯଥା ସମୟ ନଷ୍ଟ ନ କରି ପ୍ରଚାର କରନ୍ତୁ: ଯୀଶୁ ତାଙ୍କର ବୃହତ ପ୍ରଚାର କାର୍ଯ୍ୟ ଆରମ୍ଭ କରିବା ସମୟରେ ତାଙ୍କୁ ଯେଉଁ କାର୍ଯ୍ୟ କରିବାକୁ ଦିଆଯାଇଥିଲା, ସେହି କାର୍ଯ୍ୟକୁ ସମାପ୍ତ କରିବା ନିମିତ୍ତ ତାଙ୍କ ପାଖରେ କେବଳ ନିତି ବର୍ଷ ଛଅମାସ ସମୟ ଥିଲା । ସେ ଅଯଥା ସମୟ ନଷ୍ଟ ନ କରି ସେହି ପ୍ରଚାର କାର୍ଯ୍ୟକୁ କରିଥିଲେ । ସେ କହିଥିଲେ: “ମୋତେ ଅବଶ୍ୟ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ହେବ, କାରଣ ସେଥିନିମନ୍ତେ ମୁଁ ପ୍ରେରିତ ହୋଇଅଛି ।”—ଲୁକ ୪:୪୩.
୪ ଯୀଶୁ ତାଙ୍କର ଶିଷ୍ୟମାନଙ୍କ ମନ ଭିତରେ ସେହି ପ୍ରକାର ମନୋଭାବ ଜାଗ୍ରତ କରାଇଥିଲେ । (ମାର୍କ ୧୩:୩୨-୩୭) ତେଣୁ ସେମାନେ “ପ୍ରତିଦିନ ମନ୍ଦିରରେ ଓ ଘରେ ଘରେ ଶିକ୍ଷା ଦେବାରୁ ଓ ଯୀଶୁ ଯେ ଖ୍ରୀଷ୍ଟ, ଏହି ସୁସମାଚାର ପଚାର କରିବାରୁ କ୍ଷାନ୍ତ ହେଲେ ନାହିଁ ।” (ପ୍ରେରିତ ୫:୪୨) ସେମାନେ ସେମାନଙ୍କ ଜୀବନରେ କମ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ପ୍ରଥମ ସ୍ଥାନ ଦେଇ ନଥିଲେ । ଯଦିଓ ସେମାନଙ୍କ ସଂଖ୍ୟା କମ ଥିଲା, ତଥାପି ସେମାନେ “ଆକାଶ ମଣ୍ଡଳ ତଳେ ଥିବା ସମସ୍ତ ସୃଷ୍ଟି ନିକଟରେ” ସୁସମାଚାର ପ୍ରଚାର କରିବାରେ ସଫଳ ହୋଇଥିଲେ ।—କଲ ୧:୨୩.
୫ “ସମସ୍ତ ବିଷୟର ଅନ୍ତିମକାଳ ସନ୍ନିକଟ,” ତେଣୁ ବର୍ତ୍ତମାନ ଆମ ପାଇଁ ସେହି ପ୍ରକାର ମନୋଭାବକୁ ବିକଶିତ କରିବାର ଆବଶ୍ୟକତା ରହିଛି । (୧ ପିତ. ୪:୭) ଯିହୋବା ସେହି ଯୁଗାନ୍ତ ସମୟ ନିମିତ୍ତ ଏକ ଦିନ ଓ ଘଣ୍ଟା ସ୍ଥିର କରିଛନ୍ତି । (ମାଥି. ୨୪:୩୬) ବାକି ଥିବା ସମୟରେ ପ୍ରଚାର କାର୍ଯ୍ୟ ସମାପ୍ତ ହେବ । ତେଣୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ଏହି ସୁସମାଚାର ପହଁଞ୍ଚିବା ନିମନ୍ତେ ଆମେ ଅବିରତଭାବେ ଆମର ଉଦ୍ୟମକୁ ବୃଦ୍ଧି କରିବା ।
୬ ଯୁଗାନ୍ତ ନିକଟବର୍ତ୍ତି ହେଉଥିବାରୁ ଆମେ ଆମର ସାକ୍ଷ୍ୟଦାନ କାର୍ଯ୍ୟରେ ଅଧିକରୁ ଅଧିକ ପରିଶ୍ରମ କରିବା । ତାʼ ପରେ ଯେପରି ଯୀଶୁ କହିଥିଲେ, ଆମେ ମଧ୍ୟ ସେହିପରି ଯିହୋବାଙ୍କୁ ଖୁସୀରେ କହି ପାରିବା: ‘ତୁମ୍ଭେ ଆମକୁ ଯେଉଁ କର୍ମ କରିବାକୁ ଦେଇଅଛ, ତାହା ଆମେ ସମାପ୍ତ କରିଅଛୁ ।’—ଯୋହ. ୧୭:୪.