ଉତ୍ସାହର ସହିତ ସୁସମାଚାର ପ୍ରଚାର କରନ୍ତୁ
‘ମୁଁ . . . ତୁମ୍ଭମାନଙ୍କ ସହିତ ସାକ୍ଷାତ୍ କରିବାକୁ ଏକାନ୍ତ ଇଚ୍ଛା କରୁଅଛି, . . . ତୁମ୍ଭମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାର କରିବାକୁ ମୁଁ ଇଚ୍ଛୁକ ।’ ଏହିପରି ପ୍ରେରିତ ପାଉଲ ରୋମର ଭାଇମାନଙ୍କ ନିକଟକୁ ତାଙ୍କ ଚିଠିର ଆରମ୍ଭରେ ତାଙ୍କ ଇଚ୍ଛା ବ୍ୟକ୍ତ କରି ଲେଖିଥିଲେ । ପାଉଲ କାହିଁକି ସେମାନଙ୍କୁ ସାକ୍ଷାତ୍ କରିବାକୁ ଏତେ ଉତ୍ସୁକ ଥିଲେ? ସେ କହିଥିଲେ: “ତୁମ୍ଭମାନଙ୍କ [ମଧ୍ୟରୁ] . . . ମୁଁ ଯେପରି କିଛି ଫଳ ପ୍ରାପ୍ତ ହୋଇପାରେ, [ସେଥିପାଇଁ] . . . ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା . . . ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଶକ୍ତି ଅଟେ ।”—ରୋମୀ. ୧:୧୧-୧୬.
୨ ପାଉଲ ଏଫିସସର ପ୍ରାଚୀନମାନଙ୍କ ସହିତ କଥାବାର୍ତ୍ତା କଲାବେଳେ ଏହି ଉତ୍ସାହକୁ ଦେଖାଇଥିଲେ । ସେ ସେମାନଙ୍କୁ ମନେପକାଇ ଥିଲେ: “ଆସିଆରେ ପଦାର୍ପଣ କରିବାର ପ୍ରଥମ ଦିନଠାରୁ ମୁଁ . . . ତୁମ୍ଭମାନଙ୍କ ନିକଟରେ ଜଣାଇବାକୁ, ପ୍ରକାଶରେ ଓ ଘରେ ଘରେ ତୁମ୍ଭମାନଙ୍କୁ ଶିକ୍ଷା ଦେବାକୁ ସଙ୍କୁଚିତ ନ ହୋଇ . . . ଯିହୂଦୀ ଓ ଗ୍ରୀକ୍ମାନଙ୍କ ନିକଟରେ ସାକ୍ଷ୍ୟ ଦେଉଥିଲି ।” (ପ୍ରେରି. ୨୦:୧୮-୨୧) ପାଉଲଙ୍କୁ ଯେଉଁ କ୍ଷେତ୍ରଗୁଡ଼ିକରେ ନିଯୁକ୍ତ କରାଯାଇଥିଲା, ସେହି ସମସ୍ତ କ୍ଷେତ୍ରରେ ପରିତ୍ରାଣର ସୁସମାଚାର ପ୍ରଚାର କରିବାରେ ଓ ରାଜ୍ୟର ଫଳ ପ୍ରାପ୍ତ କରିବାରେ ସେ ପରିଶ୍ରମ କରିଥିଲେ । ପାଉଲଙ୍କ ଉତ୍ସାହକୁ ଅନୁକରଣ କରିବା ନିମିତ୍ତ ଏହା କେତେ ଭଲ ଉଦାହରଣ !
୩ ଆମେ ନିଜକୁ ପଚାରିପାରୁ: ‘ଆମ ସମାଜରେ ସୁସମାଚାର ପ୍ରଚାର କରିବାକୁ ମୁଁ ସେହି ଉତ୍ସାହ ପ୍ରଦର୍ଶିତ କରେ କି?’ ପ୍ରଚାର କାର୍ଯ୍ୟକୁ କେବଳ ଏକ କର୍ତ୍ତବ୍ୟ ବୋଲି ଭାବିବା ସତ୍ତ୍ୱେ ମୁଁ ଉତ୍ସାହର ସହିତ ଯଥାସମ୍ଭବ ଅଧିକାଂଶ ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରେ କି? ମୁଁ ପ୍ରାର୍ଥନାପୂର୍ବକ ମୋର ପରିସ୍ଥିତିକୁ ବିବେଚନା କରେ କି? ଆମ କ୍ଷେତ୍ରରେ ଥିବା ସମସ୍ତ ପ୍ରକାରର ବ୍ୟବସ୍ଥା, ଯଥା ଘରେ-ଘରେ, ରାସ୍ତାରେ, ବ୍ୟବସାୟ ପ୍ରତିଷ୍ଠାନରେ, ଟେଲିଫୋନ ଦ୍ୱାରା ଓ ଅନୁପ୍ରଚାରିକ ଭାବେ ସାକ୍ଷ୍ୟଦାନ କରିଅଛି କି?
୪ ଏପ୍ରିଲ ମାସରେ ଉତ୍ସାହର ସହିତ ସୁସମାଚାର ପ୍ରଚାର କରନ୍ତୁ: ପ୍ରଚାର କାର୍ଯ୍ୟରେ ଅଧିକ ପରିଶ୍ରମ କରିବା ନିମିତ୍ତ ଏପ୍ରିଲ ମାସଟି ଏକ ଭଲ ସମୟ ଅଟେ । ସମୟର ଆବଶ୍ୟକତାକୁ କମ କରାଯାଇଥିବା ହେତୁ ଅଧିକାଂଶ ଲୋକଙ୍କ ପକ୍ଷରେ ଅଗ୍ଜ୍ୟୁଲରି ପାଇନିୟର କାର୍ଯ୍ୟ କରିବାରେ ସମ୍ଭବ ହେବ । ଏପ୍ରିଲ ଓ ମେ ମାସରେ ଅଗ୍ଜ୍ୟୁଲରି ପାଇନିୟର କାର୍ଯ୍ୟ କରିବା ପାଇଁ ପରିସ୍ଥିତି ଆପଣଙ୍କୁ ବୋଧହୁଏ ଅନୁମତି ଦେଇପାରେ, କିମ୍ବା ସମୟର ଆବଶ୍ୟକତା କମ କରାଯାଉଥିବାରୁ ଆପଣ ରେଗୁଲର ପାଇନିୟର କାର୍ଯ୍ୟ ଆରମ୍ଭ କରି ପାରନ୍ତି । ଯଦି ଆପଣ ମଣ୍ଡଳୀର ଜଣେ ପ୍ରକାଶକ ଅଟନ୍ତି, ତେବେ ଏହି ମାସରେ ଓ ପରବର୍ତ୍ତି ମାସରେ ଆପଣ ପରିଚର୍ଯ୍ୟାରେ ଅଧିକ ସମୟ ବିତାଇ ପାରିବେ କି, ଯଦ୍ୱାରା ଆପଣ ପାଇନିୟର କରିବା ଭାଇମାନଙ୍କୁ ସହାଯ୍ୟ କରି ପାରିବେ? ସେଥିରେ ଯିହୋବା ପ୍ରସନ୍ନ ହେବ !
୫ ସମସ୍ତ ରାଜ୍ୟ ପ୍ରକାଶକମାନେ ପ୍ରଚାର କାର୍ଯ୍ୟରେ ପରିଶ୍ରମ କରି ପାଉଲଙ୍କ ସଦୃଶ୍ୟ ଅବିରତଭାବେ ଉତ୍ସାହ ପ୍ରଦର୍ଶିତ କରିବା ଉଚିତ୍ । ଆମେ ଆମ ପରିଚର୍ଯ୍ୟାରେ ଯଥାସମ୍ଭବ ପରିଶ୍ରମ କଲେ ଆମକୁ ଆନନ୍ଦ ମିଳିବ । ପାଉଲ ତାଙ୍କର ପବିତ୍ର ସେବାରେ ଏହିପରି ଆନନ୍ଦ ଅନୁଭବ କରୁଥିଲେ । ତାଙ୍କର ଉତ୍ତମ ଉଦାହରଣକୁ ଆମେ ଅନୁକରଣ କଲେ ଆମର ଭଲ ହେବ ।—ରୋମୀ. ୧୧:୧୩; ୧ କରି. ୪:୧୬.