ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • wp19 ସଂ ୨ ପୃଷ୍ଠା ୩
  • ଯେବେ ଆପଣଙ୍କ ଦୁଃଖ ଅସହ୍ୟ ହୋଇଯାଏ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯେବେ ଆପଣଙ୍କ ଦୁଃଖ ଅସହ୍ୟ ହୋଇଯାଏ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୧୯
  • ପ୍ରାୟ ସମାନ ଲେଖା
  • ଯେବେ ଆମ ପାଇଁ କଷ୍ଟ ସହିବା ବହୁତ କଠିନ ହୋଇଯାଏ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଯେବେ ପ୍ରିୟଜନଙ୍କ ମୃତ୍ୟୁ ହୁଏ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୧୯
  • ଯେବେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ହୁଏ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୧୯
  • ଜୀବନ କାହିଁକି ବହୁମୂଲ୍ୟ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୧୯
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୧୯
wp19 ସଂ ୨ ପୃଷ୍ଠା ୩
ଜଣେ ଯୁବା ମହିଳା କାମ ଜାଗାରେ ବସି କାନ୍ଦୁଛି

ଯେବେ ଆପଣଙ୍କ ଦୁଃଖ ଅସହ୍ୟ ହୋଇଯାଏ

ଯେବେ ସବୁକିଛି ଠିକ୍‌ରେ ଚାଲୁଥାଏ, ତେବେ ଏପରି ଲାଗେ ଯେ ଜୀବନ ବହୁତ ଆରାମରେ କଟୁଛି । କିନ୍ତୁ ଯେବେ କୌଣସି ବଡ଼ ଅଘଟଣ ଘଟେ, ତେବେ ଜୀବନ ବୋଝ ଭଳି ଲାଗେ । ଆପଣଙ୍କୁ ଲାଗେ ଯେ ଆପଣ ଆଉ ଏସବୁ ସହିପାରିବେ ନାହିଁ ।

ଆମେରିକାରେ ରହୁଥିବା ସେଲିa ଗୋଟିଏ ଭୟଙ୍କର ଝଡ଼ ତୋଫାନରେ ପ୍ରାୟ ସବୁକିଛି ହରାଇ ବସିଲେ । ସେ କହନ୍ତି, “ଏଥିରୁ ମୋତେ ବଡ଼ ଧକ୍କା ଲାଗିଲା । ଅନେକ ଥର ମୋତେ ଲାଗୁଥିଲା ଯେ ମୁଁ ଏହାକୁ ଆଉ ସହିପାରିବି ନାହିଁ । ମୋ ଦ୍ୱାରା ଆଉ ହେବ ନାହିଁ ।”

ନିଜ ପ୍ରିୟଜନଙ୍କୁ ମୃତ୍ୟୁରେ ହରାଇ ବସିବାର ଦୁଃଖ ସହିବା ବି ବହୁତ କଷ୍ଟ ହୋଇଥାଏ । ଅଷ୍ଟ୍ରେଲିଆରେ ରହୁଥିବା ଜେନିସ କହନ୍ତି, “ଯେବେ ମୁଁ ନିଜ ଦୁଇ ପୁଅଙ୍କୁ ହରାଇ ବସିଲି, ତେବେ ମୁଁ ପୂରାପୂରି ଭାଙ୍ଗି ପଡ଼ିଲି । ମୁଁ ନିଜକୁ ସମ୍ଭାଳିବା ପାଇଁ ବହୁତ ଚେଷ୍ଟା କଲି, କିନ୍ତୁ ମୁଁ ନିଜକୁ ସମ୍ଭାଳି ପାରୁ ନ ଥିଲି । ମୁଁ ଈଶ୍ୱରଙ୍କୁ ବିନତି କଲି, ‘ମୋ ଦ୍ୱାରା ଏହି ଦୁଃଖ ଆଉ ସହି ହେବ ନାହିଁ । ମୋର ବି ଜୀବନ ନେଇଯାଅ ।’”

ଯେବେ ଦିନେଶଙ୍କ ସ୍ତ୍ରୀ ତାଙ୍କ ସହ ବିଶ୍ୱାସଘାତ କଲେ, ତେବେ ତାଙ୍କୁ ବଡ଼ ଧକ୍କା ଲାଗିଲା । ସେ କହନ୍ତି, “ଯେବେ ମୋର ସ୍ତ୍ରୀ ନିଜେ ଆସି ମୋତେ କହିଲେ ଯେ ସେ ମୋ ସହ ବିଶ୍ୱାସଘାତ କରିଛନ୍ତି, ତେବେ ମୋତେ ଏପରି ଲାଗିଲା ଯେପରି କେହି ମୋ ଛାତିରେ ଛୁରୀ ଭୁସି ଦେଲେ । ଆଉ ଅନେକ ମାସ ଯାଏଁ ଏହି ଦୁଃଖ ମୋତେ ବାରମ୍ବାର କଷ୍ଟ ଦେଉଥିଲା ।”

କʼଣ ଆପଣ ତଳେ ଦିଆଯାଇଥିବା କୌଣସି ପରିସ୍ଥିତିର ସାମନା କରୁଛନ୍ତି ?

  • ପ୍ରାକୃତିକ ବିପର୍ଯ୍ୟୟ

  • ପ୍ରିୟଜନଙ୍କର ମୃତ୍ୟୁ

  • ଜୀବନସାଥୀର ବିଶ୍ୱାସଘାତ

  • ଗମ୍ଭୀର ରୋଗ

  • ନିରାଶାର ଭାବନା

ପ୍ରହରୀଦୁର୍ଗର ଏହି ସଂଖ୍ୟାରେ କୁହାଯାଇଛି ଯେ ଏପରି କଠିନ ପରିସ୍ଥିତିରେ ବି ଆପଣ କିପରି ନିଜକୁ ସମ୍ଭାଳିପାରିବେ ।

a ଏହି ଲେଖାଗୁଡ଼ିକର ସିରିଜ୍‌ରେ କିଛି ନାମ ପରିବର୍ତ୍ତନ କରିଦିଆଯାଇଛି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ