ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lff ପାଠ ୫୮
  • ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ
  • ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଭାବନ୍ତୁ ଓ ଶିଖନ୍ତୁ
  • ଆମେ କʼଣ ଶିଖିଲୁ ?
  • ଅଧିକ ଜାଣନ୍ତୁ
  • ଧର୍ମଗୁଡ଼ିକ ଲୋକମାନଙ୍କୁ କିପରି ଈଶ୍ୱରଙ୍କଠାରୁ ଦୂରେଇ ନେଇଯାଏ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଦୁନିଆର ଧର୍ମଗୁଡ଼ିକର କʼଣ ହେବ?
    ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
lff ପାଠ ୫୮
ପାଠ ୫୮. କିଛି ଧର୍ମତ୍ୟାଗୀ ଯିହୋବାଙ୍କ ସାକ୍ଷୀମାନଙ୍କ ଅଧିବେଶନରେ ଆସୁଥିବା ଲୋକମାନଙ୍କୁ ଖରାପ ଖରାପ କଥା କହୁଛନ୍ତି । ଗୋଟିଏ ସାକ୍ଷୀ ପରିବାର ସେମାନଙ୍କ ଉପରେ ଧ୍ୟାନ ଦେଉ ନାହାନ୍ତି ଏବଂ ଚୁପଚାପ୍‌ ଅଧିବେଶନ ପାଇଁ ଯାଉଛନ୍ତି ।

ପାଠ ୫୮

ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ

ଛପା ସଂସ୍କରଣ
ଛପା ସଂସ୍କରଣ
ଛପା ସଂସ୍କରଣ

ସତ୍ୟ ଖ୍ରୀଷ୍ଟିୟାନମାନେ ସବୁବେଳେ ଓ ସବୁ ପରିସ୍ଥିତିରେ ଯିହୋବାଙ୍କ ବିଶ୍ୱସ୍ତ ରହିବା ପାଇଁ ଚାହାନ୍ତି । ସେମାନେ ଦୃଢ଼ ସଂକଳ୍ପ କରିଛନ୍ତି ଯେ ଯାହା ବି ହୋଇଯାଉ ନା କାହିଁକି, ସେମାନେ ଯିହୋବାଙ୍କ ସେବା କରିବା ଛାଡ଼ିବେନି । ଆମକୁ ପୂରା ଭରସା ଅଛି ଯେ ଆପଣ ମଧ୍ୟ ସେହିପରି କରିବା ପାଇଁ ଚାହାନ୍ତି । ଯିହୋବା ଆପଣଙ୍କ ବିଶ୍ୱସ୍ତତା ପ୍ରତି ଧ୍ୟାନ ଦିଅନ୍ତି ଓ ତାହା ଦେଖି ବହୁତ ଖୁସି ହୁଅନ୍ତି । (୧ ବଂଶାବଳୀ ୨୮:୯ ପଢ଼ନ୍ତୁ ।) କିନ୍ତୁ ପ୍ରଶ୍ନ ଉଠେ ଯେ ଏପରି କେଉଁ କେଉଁ ପରିସ୍ଥିତିରେ ଯିହୋବାଙ୍କ ବିଶ୍ୱସ୍ତ ରହିବା ଆପଣଙ୍କ ପାଇଁ କଠିନ ହୋଇପାରେ ? ଏପରି ସମୟରେ ଆପଣ କʼଣ କରିପାରିବେ ? ଆସନ୍ତୁ ଜାଣିବା ।

୧. କେଉଁ ଲୋକମାନଙ୍କ ଯୋଗୁଁ ଯିହୋବାଙ୍କ ବିଶ୍ୱସ୍ତ ରହିବା କଠିନ ହୋଇପାରେ ?

ଆମେ ଯେପରି ଯିହୋବାଙ୍କ ସେବା କରିବା ଛାଡ଼ି ଦେଉ, ତାʼପାଇଁ କିଛି ଲୋକ ଚେଷ୍ଟା କରିବେ । କେଉଁମାନେ ଏପରି କରିବେ ? କିଛି ଲୋକମାନେ ସତ୍ୟ ଛାଡ଼ି ଦେଇଛନ୍ତି ଏବଂ ଏବେ ଅନ୍ୟମାନଙ୍କ ବିଶ୍ୱାସକୁ ଶେଷ କରିବା ପାଇଁ ଚାହାନ୍ତି । ତେଣୁ ସେମାନେ ସଂଗଠନ ବିଷୟରେ ଲୋକମାନଙ୍କୁ ମିଛ କଥାଗୁଡ଼ିକ କହନ୍ତି । ଏହି ଲୋକମାନଙ୍କୁ ଧର୍ମତ୍ୟାଗୀ କୁହାଯାଏ । ତାʼଛଡ଼ା, କିଛି ଧର୍ମଗୁରୁ ସାକ୍ଷୀମାନଙ୍କ ବିଷୟରେ ମିଥ୍ୟା କଥାଗୁଡ଼ିକ କହନ୍ତି । ଯେଉଁମାନେ ସେମାନଙ୍କ କଥା ଶୁଣନ୍ତି, ସେମାନେ ତାଙ୍କ ଫାନ୍ଦରେ ପଡ଼ି ସତ୍ୟ ଛାଡ଼ି ଦିଅନ୍ତି । ଯଦି ଆମେ ଏହି ଲୋକମାନଙ୍କ ସହ ତର୍କ କରିବା, ସେମାନଙ୍କର ବହି କିମ୍ବା ବ୍ଲଗ୍‌ ପଢ଼ିବା, ସେମାନଙ୍କର ୱେବସାଇଟ୍‌ରେ ଯିବା କିମ୍ବା ସେମାନଙ୍କର ଭିଡିଓ ଦେଖିବା, ତାହେଲେ ହୁଏତ ଆମେ ବିପଦରେ ପଡ଼ିପାରୁ । ଯୀଶୁଙ୍କ ସମୟରେ ମଧ୍ୟ କିଛି ଧର୍ମଗୁରୁ ଲୋକମାନଙ୍କୁ ଯିହୋବାଙ୍କ ସେବା କରିବାଠାରୁ ରୋକୁଥିଲେ । ସେମାନଙ୍କ ବିଷୟରେ ଯୀଶୁ କହିଲେ, “ସେମାନଙ୍କୁ ଛାଡ଼ିଦିଅ, ସେମାନେ ଅନ୍ଧମାନଙ୍କର ଅନ୍ଧ ପଥପ୍ରଦର୍ଶକ; ଆଉ, ଯେବେ ଅନ୍ଧ ଅନ୍ଧକୁ ବାଟ କଢ଼ାଏ, ତେବେ ଉଭୟେ ଖାତରେ ପଡ଼ିବେ ।”​—ମାଥିଉ ୧୫:୧୪.

୨. ଆମେ ନିଜ ବ୍ୟକ୍ତିଗତ ନିଷ୍ପତ୍ତିଗୁଡ଼ିକରୁ କିପରି ଦେଖାଇପାରିବା ଯେ ଆମେ ଯିହୋବାଙ୍କର ବିଶ୍ୱସ୍ତ ଅଟୁ ?

ଯଦି ଆମେ ଯିହୋବାଙ୍କୁ ପ୍ରେମ କରୁ, ତାହେଲେ ଆମେ ମିଥ୍ୟା ଧର୍ମଗୁଡ଼ିକ ସହିତ କୌଣସି ସମ୍ପର୍କ ରଖିବା ନାହିଁ । ତେଣୁ ଆମେ ଭାବିବା ଉଚିତ୍‌ ଯେ ଆମେ ଯେଉଁ ଚାକିରି କରୁଛୁ, ଯେଉଁ ସଂଗଠନ କିମ୍ବା ସଂସ୍ଥାର ସଦସ୍ୟ ଅଟୁ କିମ୍ବା ଆମେ ଯାହା ବି କରୁଛୁ, କʼଣ ସେସବୁର ମିଥ୍ୟା ଧର୍ମ ସହ କୌଣସି ସମ୍ପର୍କ ଅଛି । ଯିହୋବା ଆମକୁ ଚେତାବନୀ ଦେଇ କହିଛନ୍ତି, ‘ହେ ଆମ୍ଭର ଲୋକମାନେ, ତାହାଠାରୁ [ମହାନଗରୀ ବାବିଲଠାରୁ] ବାହାରି ଆସ ।’​—ପ୍ରକାଶିତ ବାକ୍ୟ ୧୮:୨, ୪.

ଭାବନ୍ତୁ ଓ ଶିଖନ୍ତୁ

ଆମେ ଦୃଢ଼ ସଂକଳ୍ପ କରିଛୁ ଯେ ଯାହା ବି ହୋଇଯାଉ ନା କାହିଁକି, ଆମେ ଯିହୋବାଙ୍କର ବିଶ୍ୱସ୍ତ ରହିବା । ଜାଣନ୍ତୁ ଯେ ଆମେ କʼଣ କରିପାରିବା, ଯାହାଫଳରେ କେହି ବି ଆମର ଏହି ସମ୍ପର୍କକୁ ଦୁର୍ବଳ କରିପାରିବେ ନାହିଁ ଏବଂ ମହାନଗରୀ ବାବିଲଠାରୁ ବାହାରି ଆସି ଆମେ କିପରି ଦେଖାଇପାରିବା ଯେ ଆମେ ଯିହୋବାଙ୍କର ବିଶ୍ୱସ୍ତ ଅଟୁ ।

୩. ମିଥ୍ୟା ଶିକ୍ଷକମାନଙ୍କଠାରୁ ସାବଧାନ ରହନ୍ତୁ

ଯେତେବେଳେ ଆମକୁ ଯିହୋବାଙ୍କ ସଂଗଠନ ବିଷୟରେ ଓଲଟା ସିଧା କଥାଗୁଡ଼ିକ ଶୁଣିବାକୁ ମିଳେ, ସେତେବେଳେ ଆମେ କʼଣ କରିବା ଉଚିତ୍‌ ? ହିତୋପଦେଶ ୧୪:୧୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଆମେ କାହିଁକି ସବୁକଥା ଉପରେ ଆଖିବୁଜି ବିଶ୍ୱାସ କରିବା ଉଚିତ୍‌ ନୁହେଁ ?

୨ ଯୋହନ ୯-୧୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଆମେ ଧର୍ମତ୍ୟାଗୀମାନଙ୍କ ସହ କିପରି ବ୍ୟବହାର କରିବା ଉଚିତ୍‌ ?

  • ଯଦିଓ ଆମେ ଧର୍ମତ୍ୟାଗୀମାନଙ୍କ ସହ ସିଧା ସିଧା ଯାଇ କଥା ହୋଇ ନ ଥାଉ, ତଥାପି ସେମାନଙ୍କ ଶିକ୍ଷାଗୁଡ଼ିକ ଆମ ପର୍ଯ୍ୟନ୍ତ କିପରି ପହଞ୍ଚିପାରେ ?

  • ଯଦି ଆପଣ ସେହି ମିଥ୍ୟା କଥାଗୁଡ଼ିକ ପ୍ରତି ଧ୍ୟାନ ଦେବେ, ଯାହା ଯିହୋବା ଓ ତାʼ ସଂଗଠନ ବିଷୟରେ ଲୋକମାନେ କହନ୍ତି, ତାହେଲେ ଯିହୋବାଙ୍କୁ କିପରି ଲାଗିବ ?

୪. ଯେତେବେଳେ କୌଣସି ଭାଇ ପାପ କରେ, ସେତେବେଳେ ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ

ଯଦି ଆମକୁ ଜଣାପଡ଼େ ଯେ ମଣ୍ଡଳୀରେ କେହି ଜଣେ ଗମ୍ଭୀର ପାପ କରିଛି, ସେତେବେଳେ ଆମ ଦାୟିତ୍ୱ କʼଣ ? ଜାଣିବା ପାଇଁ ଗୋଟିଏ ସିଦ୍ଧାନ୍ତ ପ୍ରତି ଧ୍ୟାନ ଦିଅନ୍ତୁ । ଲେବୀ ପୁସ୍ତକ ୫:୧ ପଢ଼ନ୍ତୁ ।

ଯେପରି ଏହି ପଦରେ କୁହାଯାଇଛି, ଯଦି ଆମକୁ ଜଣାପଡ଼େ ଯେ ଜଣେ ବ୍ୟକ୍ତି ଗମ୍ଭୀର ପାପ କରିଛି, ତାହେଲେ ଆମେ ପ୍ରାଚୀନମାନଙ୍କ ପାଖକୁ ଯାଇ ସବୁକଥା କହିବା ଉଚିତ୍‌ । କିନ୍ତୁ ଭଲ ହେବ ତା ପୂର୍ବରୁ ଆମେ ସେହି ବ୍ୟକ୍ତିକୁ କହିବା ଉଚିତ୍‌ ଯେ ସେ ନିଜେ ଯାଇ ପ୍ରାଚୀନମାନଙ୍କ ପାଖରେ ନିଜ ପାପ ସ୍ୱୀକାର କରୁ । ଯଦି ସେ ଏପରି କରେନି, ତାହେଲେ ଆମେ କʼଣ କରିବା ? ଆମେ ପ୍ରାଚୀନମାନଙ୍କ ପାଖକୁ ଯାଇ ସବୁକଥା କହିବା ଉଚିତ୍‌ । କାରଣ ଆମେ ଯିହୋବାଙ୍କ ବିଶ୍ୱସ୍ତ ରହିବା ପାଇଁ ଚାହୁଁ । ଏପରି କରି ଆମେ ଆଗକୁ ଦିଆଯାଇଥିବା ଲୋକମାନଙ୍କ ପାଇଁ କିପରି ନିଜ ପ୍ରେମ ଓ ବିଶ୍ୱସ୍ତତା ଦେଖାଇପାରିବା:

  • ଯିହୋବା ଈଶ୍ୱରଙ୍କ ପାଇଁ ?

  • ପାପ କରିଥିବା ବ୍ୟକ୍ତି ପାଇଁ ?

  • ମଣ୍ଡଳୀର ଭାଇଭଉଣୀଙ୍କ ପାଇଁ ?

ଚିତ୍ରଗୁଡ଼ିକ: ଜଣେ ଭାଇ ଏପରି ଜଣେ ଭାଇଙ୍କୁ ସାହାଯ୍ୟ କରୁଛନ୍ତି, ଯିଏ କୌଣସି ପାପ କରିଛନ୍ତି । ୧. ଭାଇ ଜଣକ ନିଜ ଫୋନ୍‌ରେ ଅନ୍ୟ ଭାଇ ବିଷୟରେ ଏପରି କିଛି ଦେଖନ୍ତି ଯାହା ଯୋଗୁଁ ସେ ଚିନ୍ତାରେ ପଡ଼ିଯାʼନ୍ତି । ୨. ସେ ସେହି ଭାଇଙ୍କ ପାଖକୁ ଯାଇ ଫୋନ୍‌ ଦେଖାଉଛନ୍ତି, କିନ୍ତୁ ସେ ଭାଇ ଜଣକ ନିଜ ଭୁଲ ମାନୁ ନାହାନ୍ତି । ୩. ପରେ ସେ ଭାଇ ଦୁଇଜଣ ପ୍ରାଚୀନଙ୍କୁ ନିଜ ଫୋନ୍‌ ଦେଖାନ୍ତି, ଆଉ ସବୁକଥା କହନ୍ତି ।

ଯଦି ଜଣେ ଭାଇ ଭୁଲ ବାଟରେ ଯାଉଛି, ତାହେଲେ ତୁରନ୍ତ ତାକୁ ସାହାଯ୍ୟ କରନ୍ତୁ !

୫. ମହାନଗରୀ ବାବିଲଠାରୁ ପୂରାପୂରି ଦୂରେଇ ରହନ୍ତୁ

ଭିଡିଓ ଦେଖନ୍ତୁ ।

ଭିଡିଓ: ମହାନଗରୀ ବାବିଲଠାରୁ ବାହାରି ଆସ ! (୫:୦୬)

‘ମହାନଗରୀ ବାବିଲଠାରୁ ବାହାରି ଆସ !’ ଭିଡିଓର ଗୋଟିଏ ଦୃଶ୍ୟ । ଜଣେ ବାଇବଲ ବିଦ୍ୟାର୍ଥୀ ଚର୍ଚ୍ଚର ଚାକିରି ଛାଡ଼ି ଦେଇଛନ୍ତି ଏବଂ ସେ ପାଦ୍ରୀର ଅଫିସରୁ ବାହାରକୁ ଯାଉଛନ୍ତି ।

ଲୂକ ୪:୮ ଓ ପ୍ରକାଶିତ ବାକ୍ୟ ୧୮:୪, ୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • କʼଣ ମୁଁ ଏବେ ବି କୌଣସି ମିଥ୍ୟା ଧର୍ମର ସଦସ୍ୟ ଅଟେ, ଆଉ ମୋ ନାମ ସେଠାରେ ଲେଖାଅଛି ?

  • କʼଣ ମୁଁ ଏପରି କୌଣସି ସଂଗଠନର ସଦସ୍ୟ ଅଟେ, ଯାହାର ସମ୍ପର୍କ ମିଥ୍ୟା ଧର୍ମ ସହ ଅଛି ?

  • ମୁଁ ଯେଉଁ ଚାକିରି କରେ, କʼଣ ସେଥିରୁ ମୁଁ କୌଣସି ମିଥ୍ୟା ଧର୍ମକୁ ସହଯୋଗ କରେ ?

  • କʼଣ ଏପରି ଆଉ କିଛି ମାମଲା ଅଛି, ଯେଉଁଥିରେ ମୋତେ ମିଥ୍ୟା ଧର୍ମଠାରୁ ଅଲଗା ହେବାକୁ ପଡ଼ିବ ?

  • ଯଦି ମୁଁ ଏମଧ୍ୟରୁ କୌଣସି ବି ପ୍ରଶ୍ନର ଉତ୍ତର ହଁ ଦିଏ, ତାହେଲେ ମୋତେ କʼଣ ପରିବର୍ତ୍ତନ କରିବା ଉଚିତ୍‌ ?

ଏସବୁ ମାମଲାରେ ଆମେ ଏପରି ନିଷ୍ପତ୍ତି ନେବାକୁ ଚାହିଁବା ଯାହାଦ୍ୱାରା ଆମ ବିବେକ ଶୁଦ୍ଧ ରହିବ ଏବଂ ଲୋକମାନେ ଜାଣିପାରିବେ ଯେ ଆମେ ଯିହୋବାଙ୍କ ବିଶ୍ୱସ୍ତ ଅଟୁ ।

ଜଣେ ଭଉଣୀ ଓ ତାଙ୍କ ଛୋଟ ପୁଅ ସୁପରମାର୍କେଟରୁ ବାହାରକୁ ଆସୁଛନ୍ତି । ସେଠାରେ ଜଣେ ମହିଳା ଛିଡ଼ା ହୋଇ ଗରିବ ଲୋକମାନଙ୍କ ପାଇଁ ଚାନ୍ଦା ମାଗୁଛି । କିନ୍ତୁ ଏହି କାମ ଏପରି ଗୋଟିଏ ସଂଗଠନ କିମ୍ବା ସଂସ୍ଥା ଚଳାଉଛି, ଯାହାର ସମ୍ପର୍କ କୌଣସି ଧର୍ମ ସହ ଅଛି ।

ଯଦି କୌଣସି ସଂଗଠନ କିମ୍ବା ସଂସ୍ଥା ଗରିବ ଲୋକମାନଙ୍କ ପାଇଁ ଚାନ୍ଦା ମାଗେ, କିନ୍ତୁ ତାʼ ସମ୍ପର୍କ କୌଣସି ଧର୍ମ ସହ ଅଛି, ତାହେଲେ କʼଣ ଆପଣ (ଚ୍ୟାରିଟି ପାଇଁ) ଚାନ୍ଦା ଦେବେ ?

କିଛି ଲୋକ କହନ୍ତି: “ଧର୍ମତ୍ୟାଗୀମାନେ ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ କʼଣ ଶିଖାନ୍ତି, ତାହା ଜାଣିଲେ ହିଁ ତ ମୁଁ ସେମାନଙ୍କୁ ଭୁଲ ପ୍ରମାଣିତ କରିପାରିବି ।”

  • କʼଣ ଏପରି ଭାବିବା ଠିକ୍‌ ହେବ ? ଆପଣ ଏପରି କାହିଁକି ଭାବନ୍ତି ?

ଆମେ କʼଣ ଶିଖିଲୁ ?

ଯିହୋବାଙ୍କ ବିଶ୍ୱସ୍ତ ରହିବା ପାଇଁ ଆମକୁ ଏପରି ଲୋକମାନଙ୍କ ସହ କୌଣସି ସମ୍ପର୍କ ରଖିବା ଉଚିତ୍‌ ନୁହେଁ ଯେଉଁମାନେ ଆମକୁ ଭୁଲ ବାଟରେ ନେବା ପାଇଁ ଚେଷ୍ଟା କରନ୍ତି

ଆପଣ କʼଣ କହିବେ ?

  • ଆମେ କାହିଁକି ଧର୍ମତ୍ୟାଗୀମାନଙ୍କର କଥା ଶୁଣିବା ଉଚିତ୍‌ ନୁହେଁ ?

  • ଯଦି ଆମକୁ ଜଣାପଡ଼େ ଯେ ଜଣେ ଭାଇ କିମ୍ବା ଭଉଣୀ ଗମ୍ଭୀର ପାପ କରିଛନ୍ତି, ତାହେଲେ ଆମେ କʼଣ କରିବା ଉଚିତ୍‌ ?

  • ଆମେ ମିଥ୍ୟା ଧର୍ମରୁ ବାହାରି ଆସିବାର ଚେତାବନୀକୁ କିପରି ମାନିପାରିବା ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଯେତେବେଳେ ଲୋକମାନେ ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ ମିଛ କଥା କହନ୍ତି, ସେତେବେଳେ ଆମେ କʼଣ କରିପାରିବା ? ଆସନ୍ତୁ ଜାଣିବା ।

“କʼଣ ଆପଣ ସବୁ କଥା ଠିକ୍‌ ଭାବରେ ଜାଣନ୍ତି ?” (ପ୍ରହରୀଦୁର୍ଗ-ହି, ଅଗଷ୍ଟ ୨୦୧୮)

ଆପଣ କିପରି ଜାଣିପାରିବେ ଯେ କୌଣସି କାମ କିମ୍ବା ସଂଗଠନ ମହାନଗରୀ ବାବିଲକୁ ସହଯୋଗ କରେ ?

“ ‘ଶେଷ କାଳର’ ଶେଷ ସମୟରେ ଯିହୋବାଙ୍କ କାମରେ ଲାଗି ରହନ୍ତୁ” (ପ୍ରହରୀଦୁର୍ଗ-ହି, ଅକ୍ଟୋବର ୨୦୧୯, ପାରାଗ୍ରାଫ ୧୬-୧୮)

କିଛି ବିରୋଧୀମାନେ ଆମ ବିଶ୍ୱାସକୁ ଦୁର୍ବଳ କରିବା ପାଇଁ କʼଣ କରିଛନ୍ତି ?

ଠକାମିରେ ପଡ଼ନ୍ତୁ ନାହିଁ (୯:୩୨)

“ମୁଁ ଛୋଟବେଳୁ ଈଶ୍ୱରଙ୍କୁ ଖୋଜୁଥିଲି,” ଏହି କାହାଣୀରେ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କୁହାଯାଇଛି, ଯିଏ ପୂର୍ବେ ଶିଣ୍ଟ ଧର୍ମର ପୂଜାରି ଥିଲେ, କିନ୍ତୁ ପରେ ସେ ମିଥ୍ୟା ଧର୍ମରୁ ନିଜ ସମ୍ପର୍କ ଭାଙ୍ଗି ଦେଲେ । ଆସନ୍ତୁ ତାଙ୍କ କାହାଣୀ ପଢ଼ିବା ।

“ବାଇବଲ ଜୀବନ ବଦଳାଇ ଦିଏ” (ପ୍ରହରୀଦୁର୍ଗ ଲେଖା-ହି)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ