ଗୀତ ୮୫
ପରସ୍ପରକୁ ସ୍ୱାଗତ କର
(ରୋମୀୟ ୧୫:୭)
୧. ସ୍ୱାଗତ ସଭିଁଙ୍କୁ ଏ ସଭାରେ,
ଆସିଲୁ ବାକ୍ୟ ଶୁଣିବାକୁ ।
ସତ୍ୟ ଶିଖାନ୍ତି ଏଠି ଯିହୋବା,
ଜୀବନ ଜଳ ମିଳେ ହେବା ସନ୍ତୁଷ୍ଟ ।
୨. ହସିମୁଖେ କରନ୍ତି ସ୍ୱାଗତ,
ଅନ୍ୟକୁ ଏ ସଭାର ଭାଇ ।
ଅମୂଲ୍ୟ ଅଟନ୍ତି ଆମ ଭାଇ,
ତାଙ୍କ ପରି ସ୍ନେହ କରିବା ସଭିଁଙ୍କୁ ।
୩. ଡାକନ୍ତି ସମସ୍ତଙ୍କୁ ଯିହୋବା,
ସତ୍ୟର ପଥ ବାଛିବାକୁ ।
ଯୀଶୁଙ୍କ ଦ୍ୱାରା ଡାକନ୍ତି ପିତା,
ତେଣୁ କରିବା ହୃଦୟରୁ ସ୍ୱାଗତ ।
(ଯୋହ. ୬:୪୪; ଫିଲିପ୍. ୨:୨୯; ପ୍ରକା. ୨୨:୧୭ ମଧ୍ୟ ଦେଖନ୍ତୁ ।)