ଗୀତ ୬୩
ଆମେ ଯିହୋବାଙ୍କ ସାକ୍ଷୀ
(ଯିଶାଇୟ ୪୩:୧୦-୧୨)
୧. ପଥର ଓ କାଠର,
ଲୋକ ଗଢ଼େ ଈଶ୍ୱର ।
ଆମର ପିତା ହିଁ
ସର୍ବଶକ୍ତିମାନ୍ ।
ଅନ୍ୟ ଦେବ ଜାଣେନି,
କି ହେବ ଆମ କାଲି ।
ଦେଖିପାରେ ନାହିଁ ଭବିଷ୍ୟ,
ତାʼର ଥିଲେ ଆଖି ମଧ୍ୟ ।
(ଘୋଷା)
ଯିହୋବାଙ୍କର ସାକ୍ଷୀ,
କହୁ ନିଡର ହୋଇ,
ପିତାଙ୍କ ସବୁ କିଛି କଥା,
ହୁଏ ନିଶ୍ଚୟ ପୂରା ।
୨. ଗର୍ବିତ ହୋଇ କହୁ,
ଯିହୋବାଙ୍କ ନାମକୁ ।
ପିତାଙ୍କ ରାଜ୍ୟର,
ଦେଉ ଖବର ।
ମିଳିବ ତେବେ ମୁକ୍ତି,
ସତ୍ୟ କଥା ଶିଖିକି ।
ଦୃଢ଼ ହେବେ ସତ୍ୟକୁ ଦେଖି,
ଗାଇବେ ମିଶି ଏପରି:
(ଘୋଷା)
ଯିହୋବାଙ୍କର ସାକ୍ଷୀ,
କହୁ ନିଡର ହୋଇ,
ପିତାଙ୍କ ସବୁ କିଛି କଥା,
ହୁଏ ନିଶ୍ଚୟ ପୂରା ।
୩. ଦୁଷ୍ଟ ହୁଅ ସାବଧାନ୍,
ଆମ ପିତା ହିଁ ମହାନ୍ ।
କରୁ ନାଁ ପବିତ୍ର,
ସେ ଆମ ମିତ୍ର ।
ଏବେ ଅଛି ସମୟ,
ଶିଖିବାକୁ ଏ ସତ୍ୟ ।
ଯଦି ମନ ଫେରାଏ ପାପୀ,
ମିଳିବ ଖୁସି ଓ ଶାନ୍ତି ।
(ଘୋଷା)
ଯିହୋବାଙ୍କର ସାକ୍ଷୀ,
କହୁ ନିଡର ହୋଇ,
ପିତାଙ୍କ ସବୁ କିଛି କଥା,
ହୁଏ ନିଶ୍ଚୟ ପୂରା ।
(ଯିଶା. ୩୭:୧୯; ୫୫:୧୧; ଯିହି. ୩:୧୯ ମଧ୍ୟ ଦେଖନ୍ତୁ ।)