ଗୀତ ୫୯
ଯିହୋବାଙ୍କ ପ୍ରଶଂସା କର
(ଗୀତସଂହିତା ୧୪୬:୨)
୧. ଯିହୋବାଙ୍କ
କରୁ ସ୍ତୁତି
ଜୀବନ ଦେଲୁ ଆମକୁ ଯେ ତୁ
କାର୍ଯ୍ୟ ତୋର
ଦେଖୁ ଆମେ
ଅସୀମ ପ୍ରେମ ତୁ ଦେଖାଇଲୁ
ରାତି ଓ ଦିନ ପ୍ରଶଂସା କରୁ
୨. ଯିହୋବାଙ୍କ
କରୁ ସ୍ତୁତି
ବିନତୀ କଲେ ଶୁଣୁ ପ୍ରାର୍ଥନା
ଆଶୀର୍ବାଦ
ତୁ ଯେ ଦେଉ,
ଆଶିଷ ଦେଇ ଦୁର୍ବଳକୁ ତୁ
ପ୍ରଶଂସା କରିବୁ ସବୁଠାରେ
୩. ଯିହୋବାଙ୍କ
କରୁ ସ୍ତୁତି
ନ୍ୟାୟ କରୁ ନିଶ୍ଚିତ ଆମର
ତୋ ରାଜ୍ୟରେ
ଶାନ୍ତି ଥିବ
ଖରାପ ସ୍ଥିତି, ତୁ ଠିକ୍ କରିବୁ
ଖୁସିର ସହ ପ୍ରଶଂସା କରୁ
(ଗୀତ. ୯୪:୧୮, ୧୯; ୧୪୫:୨୧; ୧୪୭:୧; ୧୫୦:୨; ପ୍ରେରି. ୧୭:୨୫ ମଧ୍ୟ ଦେଖନ୍ତୁ ।)