ଗୀତ ୧୬
ପ୍ରଶଂସା କର ଯିହୋବାଙ୍କ, କଲେ ପୁତ୍ର ଅଭିଷେକ
(ପ୍ରକାଶିତ ବାକ୍ୟ ୨୧:୨)
୧. ପିତା ବାଛିଲେ ପୁତ୍ରଙ୍କୁ
କରିବାକୁ ଶାସନ ।
ନ୍ୟାୟରେ ରାଜ୍ୟ କଲେ ସ୍ଥିର
କରିବାକୁ ଇଚ୍ଛା ପୂର୍ଣ୍ଣ ।
(ଘୋଷା)
ପ୍ରଶଂସା କର ଯିହୋବାଙ୍କ
କଲେ ପୁତ୍ର ଅଭିଷେକ,
ପିତା ପ୍ରତି ରହି ସେ ବିଶ୍ୱସ୍ତ
ଆଜ୍ଞା ମାନି ସମସ୍ତ ।
ପ୍ରଶଂସା କର ଯିହୋବାଙ୍କ,
ଯୀଶୁ ସ୍ୱର୍ଗରେ ଶାସକ,
ଆଜ୍ଞା ମାନି ଆମେ ଯିହୋବାଙ୍କ
ନାଁ କରୁ ସମ୍ମାନିତ ।
୨. ଯୀଶୁଙ୍କ ଅନ୍ୟ ଭାଇଙ୍କୁ
ଯିହୋବା ହିଁ ବାଛିଲେ ।
ଧରାକୁ କରିବେ ସୁନ୍ଦର
ରାଜ୍ୟରେ ହୋଇ ଶାସକ ।
(ଘୋଷା)
ପ୍ରଶଂସା କର ଯିହୋବାଙ୍କ
କଲେ ପୁତ୍ର ଅଭିଷେକ,
ପିତା ପ୍ରତି ରହି ସେ ବିଶ୍ୱସ୍ତ
ଆଜ୍ଞା ମାନି ସମସ୍ତ ।
ପ୍ରଶଂସା କର ଯିହୋବାଙ୍କ,
ଯୀଶୁ ସ୍ୱର୍ଗରେ ଶାସକ,
ଆଜ୍ଞା ମାନି ଆମେ ଯିହୋବାଙ୍କ
ନାଁ କରୁ ସମ୍ମାନିତ ।
(ହିତୋ. ୨୯:୪; ଯିଶା. ୬୬:୭, ୮; ଯୋହ. ୧୦:୪; ପ୍ରକା. ୫:୯, ୧୦ ମଧ୍ୟ ଦେଖନ୍ତୁ ।)