ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୯୯ ପୃଷ୍ଠା ୨୩୦-ପୃଷ୍ଠା ୨୩୧ ଅନୁଚ୍ଛେଦ ୪
  • ଜଣେ ଜେଲର ସତ୍ୟ ଶିଖିଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଜଣେ ଜେଲର ସତ୍ୟ ଶିଖିଲେ
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୯୯ ପୃଷ୍ଠା ୨୩୦-ପୃଷ୍ଠା ୨୩୧ ଅନୁଚ୍ଛେଦ ୪
ଫିଲିପ୍ପୀରେ ଜେଲର ଦେଖନ୍ତି ଯେ ଜେଲର ସବୁ କବାଟ ଖୋଲି ଅଛି ଏବଂ ସବୁ କଏଦୀ ସେଇଠି ଅଛନ୍ତି

ପାଠ ୯୯

ଜଣେ ଜେଲର ସତ୍ୟ ଶିଖିଲେ

ଫିଲିପ୍ପୀରେ ଜଣେ ଦାସୀ ଥିଲା, ତାʼ ଭିତରେ ଦୁଷ୍ଟ ସ୍ୱର୍ଗଦୂତ ଥିଲା । ସେହି ଦୁଷ୍ଟ ସ୍ୱର୍ଗଦୂତ ଯୋଗୁଁ ସେହି ଝିଅ ଭବିଷ୍ୟତ କହୁଥିଲା ଏବଂ ଏପରି ଭାବେ ନିଜ ମାଲିକମାନଙ୍କ ପାଇଁ ବହୁତ ପଇସା କମାଉଥିଲା । ଯେବେ ପାଉଲ ଓ ଶୀଲା ଫିଲିପ୍ପୀକୁ ଗଲେ, ତେବେ ସେହି ଝିଅ ଅନେକ ଦିନ ଯାଏ ସେମାନଙ୍କ ପଛେ ପଛେ ଗଲା । ଦୁଷ୍ଟ ସ୍ୱର୍ଗଦୂତ ସେହି ଝିଅକୁ ଏହା କହିବା ପାଇଁ ବାଧ୍ୟ କରୁଥିଲା, ‘ଏହି ବ୍ୟକ୍ତିମାନେ ପରମ ପ୍ରଧାନ ଈଶ୍ୱରଙ୍କର ଦାସ ।’ ଶେଷରେ ପାଉଲ ଦୁଷ୍ଟ ସ୍ୱର୍ଗଦୂତକୁ କହିଲେ, ‘ମୁଁ ତମକୁ ଯୀଶୁଙ୍କ ନାମରେ ଆଜ୍ଞା ଦେଉଛି, ତାହାଠାରୁ ବାହାରି ଯାଅ ।’ ଦୁଷ୍ଟ ସ୍ୱର୍ଗଦୂତ ଝିଅକୁ ଛାଡ଼ି ପଳାଇଗଲା ।

ଯେବେ ଝିଅର ମାଲିକମାନେ ଦେଖିଲେ ଯେ ଏବେ ସେମାନେ ତାʼଠାରୁ ପଇସା କମାଇପାରିବେ ନାହିଁ, ତେବେ ସେମାନେ ବହୁତ ରାଗିଗଲେ । ସେମାନେ ପାଉଲ ଓ ଶୀଲାଙ୍କୁ ଘୋଷାରି ନଗର ଅଧିକାରୀମାନଙ୍କ ପାଖକୁ ନେଇଗଲେ । ସେମାନେ କହିଲେ, ‘ଏହି ବ୍ୟକ୍ତିମାନେ ନିୟମ ଭାଙ୍ଗୁଛନ୍ତି ଏବଂ ସାରା ସହରକୁ ହଇରାଣ କରୁଛନ୍ତି !’ ଅଧିକାରୀମାନେ ଆଜ୍ଞା ଦେଲେ ଯେ ପାଉଲ ଓ ଶୀଲାଙ୍କୁ ବେତରେ ମାରନ୍ତୁ ଏବଂ ଜେଲରେ ବନ୍ଦୀ କରିଦିଅନ୍ତୁ । ଜେଲର ସେମାନଙ୍କୁ ସବୁଠୁ ଭିତର ଅନ୍ଧାର କୋଠରିରେ ପୂରାଇ ଦେଲେ ଏବଂ ସେମାନଙ୍କ ପାଦକୁ କାଠ ଖଣ୍ଡରେ ପୂରାଇ ବାନ୍ଧି ଦିଆଗଲା ।

ପାଉଲ ଓ ଶୀଲା ଯିହୋବାଙ୍କ ପ୍ରଶଂସାରେ ଗୀତ ଗାଇବାକୁ ଲାଗିଲେ ଏବଂ ବାକି କଏଦୀ ଶୁଣୁଥିଲେ । ଅଧରାତିରେ ହଠାତ୍‌ ଗୋଟିଏ ବଡ଼ ଭୂମିକମ୍ପ ହେଲା ଏବଂ ଜେଲ ସବୁ କମ୍ପି ଉଠିଲା । ଜେଲର ସବୁ କବାଟ ଖୋଲି ଗଲା ଏବଂ କଏଦୀମାନଙ୍କ ଶିକୁଳି ଖୋଲି ପଡ଼ିଗଲା ଏବଂ କାଠ ଖଣ୍ଡ ମଧ୍ୟ ଖୋଲି ଗଲା । ଜେଲର ଦୌଡ଼ି ଭିତର କୋଠରିକୁ ଗଲେ ଏବଂ ଦେଖିଲେ ଯେ ସବୁ କବାଟ ଖୋଲା ଅଛି । ସେ ଭାବିଲେ ଯେ ସମସ୍ତ କଏଦୀ ପଳାଇଗଲେ, ତେଣୁ ସେ ନିଜକୁ ମାରିବା ପାଇଁ ଖଣ୍ଡା ବାହାର କଲେ ।

ସେସମୟରେ ପାଉଲ ଜୋର୍‌ ପାଟି କରି ତାଙ୍କୁ କହିଲେ, ‘ନିଜକୁ ମାର ନାହିଁ କାରଣ ଆମେ ସମସ୍ତେ ଏଠାରେ ଅଛୁ !’ ଜେଲର ଶୀଘ୍ର ଭିତରକୁ ଗଲେ ଏବଂ ପାଉଲ ଓ ଶୀଲାଙ୍କ ପାଦ ତଳେ ପଡ଼ିଗଲେ । ସେ ସେମାନଙ୍କୁ ପଚାରିଲେ, ‘ଉଦ୍ଧାର ପାଇବା ପାଇଁ ମୋତେ କʼଣ କରିବାକୁ ପଡ଼ିବ ?’ ସେମାନେ କହିଲେ,‘ ତମକୁ ଓ ତମ ପରିବାରକୁ ଯୀଶୁଙ୍କ ଉପରେ ବିଶ୍ୱାସ କରିବାକୁ ପଡ଼ିବ ।’ ତାʼପରେ ପାଉଲ ଓ ଶୀଲା ସେମାନଙ୍କୁ ଯିହୋବାଙ୍କ ବାକ୍ୟ ଶୁଣାଇଲେ । ଜେଲର ଓ ତାଙ୍କ ପୂରା ପରିବାର ବାପ୍ତିସ୍ମ ନେଲା ।

“ଲୋକେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋʼ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ଛାମୁକୁ ନିଆଯିବ; ଏହା ତୁମ୍ଭମାନଙ୍କ ସପକ୍ଷରେ ସାକ୍ଷ୍ୟ ହେବ ।”—ଲୂକ ୨୧:୧୨, ୧୩

ପ୍ରଶ୍ନ: ପାଉଲ ଓ ଶୀଲାଙ୍କୁ ଜେଲରେ କାହିଁକି ବନ୍ଦୀ କରାଗଲା ? ଜେଲର କିପରି ସତ୍ୟ ଶିଖିଲେ ?

ପ୍ରେରିତ ୧୬:୧୬-୩୪

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ