ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • hf ଭାଗ ୮ ଭାଗଗୁଡ଼ିକ ୧-୩
  • ଯେତେବେଳେ ହଠାତ୍‌ କୌଣସି ବିପତ୍ତି ଆସେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯେତେବେଳେ ହଠାତ୍‌ କୌଣସି ବିପତ୍ତି ଆସେ
  • ଆପଣଙ୍କ ପରିବାର ସୁଖୀ ହୋଇପାରିବ
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ୧ ଯିହୋବାଙ୍କ ଉପରେ ଭରସା କରନ୍ତୁ
  • ୨ ନିଜର ଓ ନିଜ ପରିବାରର ଯତ୍ନ ନିଅନ୍ତୁ
  • ୩ ଆବଶ୍ୟକ ସାହାଯ୍ୟ ନିଅନ୍ତୁ
  • ଯିହୋବାଙ୍କ ଦୃଷ୍ଟି ଆମ ଉପରେ ଲାଗି ରହିଥାଏ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ସମସ୍ୟା ସମୟରେ ଯିହୋବା ଆମକୁ ଧରି ରଖନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ନିଜ କାମରୁ ଖୁସି ପାଆନ୍ତୁ
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
  • ଯିହୋବାଙ୍କ ସହିତ ଘନିଷ୍ଠ ସମ୍ପର୍କ ବଜାୟ ରଖନ୍ତୁ
    ବାଇବଲ ଆମକୁ କʼଣ ଶିଖାଏ?
ଆପଣଙ୍କ ପରିବାର ସୁଖୀ ହୋଇପାରିବ
hf ଭାଗ ୮ ଭାଗଗୁଡ଼ିକ ୧-୩
ପତି-ପନୀ ନିଜ ପିଲାର ତ୍ୟୁରେ ଶୋକ କରୁଛନ୍ତି

ଭାଗ ୮

ଯେତେବେଳେ ହଠାତ୍‌ କୌଣସି ବିପତ୍ତି ଆସେ

“ତୁମ୍ଭେମାନେ ଉଲ୍ଲାସ କରୁଅଛ, ଯଦ୍ୟପି ବର୍ତ୍ତମାନ ଅଳ୍ପ ସମୟ ପାଇଁ ନାନା ପରୀକ୍ଷା ଦ୍ୱାରା ଦୁଃଖଭୋଗ କରିବା ତୁମ୍ଭମାନଙ୍କ ପକ୍ଷରେ ଆବଶ୍ୟକ ହୁଏ ।”—୧ ପିତର ୧:୬

ଆପଣ ନିଜ ବୈବାହିକ ଜୀବନ ଓ ନିଜ ପରିବାରକୁ ଯେତେ ମଧ୍ୟ ସୁଖୀ କରିବାକୁ ଚେଷ୍ଟା କରନ୍ତୁ ନା କାହିଁକି, ହଠାତ୍‌ ଆପଣଙ୍କ ପରିବାରରେ ଏପରି କୌଣସି ଅଘଟଣ ହୋଇପାରେ, ଯାହାଦ୍ୱାରା ଆପଣଙ୍କ ଖୁସି ଚାଲିଯାଇପାରେ । (ଉପଦେଶକ ୯:୧୧) ଯେତେବେଳେ ଆମେ ଏପରି ସମସ୍ୟାଗୁଡ଼ିକର ସାମନା କରୁ, ଈଶ୍ୱର ଆମକୁ ପ୍ରେମର ସହିତ ସାହାଯ୍ୟ କରିଥାʼନ୍ତି । ଯଦି ଆପଣ ଆଗକୁ ଦିଆଯାଇଥିବା ବାଇବଲ ସିଦ୍ଧାନ୍ତଗୁଡ଼ିକୁ ଲାଗୁ କରିବେ, ତେବେ ଆପଣ ନିଜ ପରିବାର ସହିତ ମିଶି ଅତ୍ୟନ୍ତ ଖରାପ ପରିସ୍ଥିତିଗୁଡ଼ିକର ମଧ୍ୟ ସାମନା କରିପାରିବେ ।

୧ ଯିହୋବାଙ୍କ ଉପରେ ଭରସା କରନ୍ତୁ

ବାଇବଲ କʼଣ କହେ: “ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି ।” (୧ ପିତର ୫:୭) ସର୍ବଦା ମନେରଖନ୍ତୁ ଯେ ଆପଣଙ୍କ ସମସ୍ୟାଗୁଡ଼ିକ ପାଇଁ ଈଶ୍ୱର ଦାୟୀ ନୁହନ୍ତି । (ଯାକୁବ ୧:୧୩) ଯେପରି ଆପଣ ଧୀରେ ଧୀରେ ତାହାଙ୍କ ନିକଟବର୍ତ୍ତୀ ହେବେ, ସେ ଆପଣଙ୍କୁ ସବୁଠାରୁ ଉତ୍ତମ ଉପାୟରେ ସାହାଯ୍ୟ କରିବେ । (ଯିଶାଇୟ ୪୧:୧୦) ‘ତାହାଙ୍କୁ ମନର ସବୁ କଥା ଖୋଲି କୁହନ୍ତୁ ।’—ଗୀତସଂହିତା ୬୨:୮.

ଆପଣ ପ୍ରତିଦିନ ବାଇବଲ ପଢ଼ିବା ଏବଂ ଏହାର ଅଧ୍ୟୟନ କରିବା ଦ୍ୱାରା ମଧ୍ୟ ସାନ୍ତ୍ୱନା ପାଇବେ । ଫଳସ୍ୱରୂପ, ଆପଣ ଅନୁଭବ କରିପାରିବେ ଯେ ଯିହୋବା କିପରି “ଆମ୍ଭମାନଙ୍କ ସମସ୍ତ କ୍ଳେଶରେ ଆମ୍ଭମାନଙ୍କୁ ସାନ୍ତ୍ୱନା ପ୍ରଦାନ କରନ୍ତି ।” (୨ କରିନ୍ଥୀୟ ୧:୩, ୪; ରୋମୀୟ ୧୫:୪) ସେ ପ୍ରତିଜ୍ଞା କରନ୍ତି ଯେ ସେ ଆପଣଙ୍କୁ ‘ଐଶ୍ୱରିକ ଶାନ୍ତି ଦେବେ, ଯାହା ସମସ୍ତ ବୋଧର ଅଗମ୍ୟ ଅଟେ,’ ଅର୍ଥାତ୍‌ ଯାହା ସମସ୍ତ ବୁଝିବା ଶକ୍ତିର ବାହାରେ ଅଟେ ।—ଫିଲିପ୍‌ପୀୟ ୪:୬, ୭, ୧୩.

ଡାକ୍ତରଖାନାର ବେରେ ଜଣେ ବ୍ୟକ୍ତି ନିଜ ପରିବାର ସହିତ ର୍ଥନା କରୁଛନ୍ତି

ଆପଣ କʼଣ କରିପାରିବେ:

  • ଶାନ୍ତ ରହିବା ପାଇଁ ଏବଂ ସଠିକ୍‌ ଭାବରେ ଚିନ୍ତା କରିବା ପାଇଁ ଯିହୋବାଙ୍କୁ ପ୍ରାର୍ଥନାରେ ସାହାଯ୍ୟ ମାଗନ୍ତୁ

  • ଆପଣଙ୍କ ପାଖରେ କʼଣ କʼଣ ଉପାୟଗୁଡ଼ିକ ରହିଛି, ସେଗୁଡ଼ିକ ଉପରେ ବିଚାର କରନ୍ତୁ ଏବଂ ସବୁଠାରୁ ଉତ୍ତମ ଉପାୟକୁ ବାଛନ୍ତୁ

୨ ନିଜର ଓ ନିଜ ପରିବାରର ଯତ୍ନ ନିଅନ୍ତୁ

ବାଇବଲ କʼଣ କହେ: “ବୁଦ୍ଧିମାନର ମନ ଜ୍ଞାନ ଉପାର୍ଜ୍ଜନ କରେ; ପୁଣି, ଜ୍ଞାନୀର କର୍ଣ୍ଣ ଜ୍ଞାନ ଖୋଜେ ।” (ହିତୋପଦେଶ ୧୮:୧୫) ଏପରି ସମସ୍ତ ତଥ୍ୟ ସଂଗ୍ରହ କରନ୍ତୁ ଯେଉଁଥିରୁ ପରିବାରର ସଦସ୍ୟମାନଙ୍କୁ ପରିସ୍ଥିତିକୁ ସାମନା କରିବାରେ ସାହାଯ୍ୟ ମିଳିବ । ପ୍ରତ୍ୟେକ ସଦସ୍ୟମାନଙ୍କ କʼଣ ଆବଶ୍ୟକତା ରହିଛି, ଜାଣିବାକୁ ଚେଷ୍ଟା କରନ୍ତୁ । ସେମାନଙ୍କ ସହିତ କଥା ହୁଅନ୍ତୁ ଏବଂ ସେମାନଙ୍କର କଥା ଶୁଣନ୍ତୁ ।—ହିତୋପଦେଶ ୨୦:୫.

କିନ୍ତୁ ଯଦି ଆପଣଙ୍କ କୌଣସି ଆତ୍ମୀୟଙ୍କ ମୃତ୍ୟୁ ହୋଇଯାଏ, ତେବେ ଆପଣ କʼଣ କରିବେ ? ନିଜ ଭାବନାଗୁଡ଼ିକୁ ପ୍ରକାଶ କରିବାକୁ ସଂକୋଚ କରନ୍ତୁ ନାହିଁ । ମନେପକାନ୍ତୁ ଯେ ଏପରିକି ଯୀଶୁ ଖ୍ରୀଷ୍ଟ ନିଜେ ମଧ୍ୟ ଥରେ “କାନ୍ଦିଲେ ।” (ଯୋହନ ୧୧:୩୫; ଉପଦେଶକ ୩:୪) ଏପରି ସମୟରେ ଶରୀରକୁ ଯଥେଷ୍ଟ ବିଶ୍ରାମ ଓ ନିଦ ମଧ୍ୟ ବହୁତ ଜରୁରୀ ଅଟେ । (ମାର୍କ ୬:୩୧) ଏହା ଆପଣଙ୍କୁ କଠିନ ପରିସ୍ଥିତିକୁ ସାହସର ସହିତ ସାମନା କରିବା ପାଇଁ ସାହାଯ୍ୟ କରିବ ।

ଆପଣ କʼଣ କରିପାରିବେ:

  • ବିପତ୍ତି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ, ପୂର୍ବରୁ ନିଜ ପରିବାର ସହିତ କଥାବାର୍ତ୍ତା କରିବାର ଏକ ଅଭ୍ୟାସ ରଖନ୍ତୁ । ଫଳସ୍ୱରୂପ, ଯେତେବେଳେ ବିପତ୍ତି ଆସିବ, ସେମାନେ ଆପଣଙ୍କ ସହିତ କଥା ହେବା ପାଇଁ ସଂକୋଚ କରିବେ ନାହିଁ

  • ଏପରି ଲୋକମାନଙ୍କ ସହିତ କଥା ହୁଅନ୍ତୁ, ଯେଉଁମାନେ ହୁଏତ ଆପଣଙ୍କ ଭଳି ସମାନ ପରିସ୍ଥିତିକୁ ସାମନା କରିଛନ୍ତି

୩ ଆବଶ୍ୟକ ସାହାଯ୍ୟ ନିଅନ୍ତୁ

ବାଇବଲ କʼଣ କହେ: “ବନ୍ଧୁ ସବୁ ସମୟରେ ପ୍ରେମ କରେ ଏବଂ ବିପତ୍ତି ସମୟରେ ଭାଇ ହୋଇଯାଏ ।” (ହିତୋପଦେଶ ୧୭:୧୭, NW) ଆପଣଙ୍କ ମିତ୍ରମାନେ ଆପଣଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି, କିନ୍ତୁ ହୁଏତ ସେମାନେ ଏହା କିପରି କରିବେ ତାହା ଜାଣି ନ ଥାʼନ୍ତି । ସେମାନଙ୍କୁ ମନଖୋଲି କହନ୍ତୁ ଯେ ଆପଣଙ୍କୁ କେଉଁ ପ୍ରକାର ସାହାଯ୍ୟ ଦରକାର । (ହିତୋପଦେଶ ୧୨:୨୫) ଏହା ସହିତ, ଏପରି ପରିସ୍ଥିତିରେ ଆପଣ ବାଇବଲର ସିଦ୍ଧାନ୍ତଗୁଡ଼ିକୁ କିପରି ଲାଗୁ କରିପାରିବେ, ତାହା ଜାଣିବା ପାଇଁ ଏପରି ଲୋକମାନଙ୍କ ସାହାଯ୍ୟ ନିଅନ୍ତୁ, ଯେଉଁମାନେ ବାଇବଲକୁ ଭଲଭାବେ ବୁଝନ୍ତି । ସେମାନେ ବାଇବଲରୁ ଯେଉଁ ମାର୍ଗଦର୍ଶନ ଦେବେ, ସେଥିରୁ ଆପଣଙ୍କୁ ସାହାଯ୍ୟ ମିଳିବ ।—ଯାକୁବ ୫:୧୪.

ଯଦି ଆପଣ ଈଶ୍ୱରଙ୍କୁ ପ୍ରକୃତରେ ବିଶ୍ୱାସ କରୁଥିବା ଏବଂ ତାହାଙ୍କ ପ୍ରତିଶ୍ରୁତିଗୁଡ଼ିକ ଉପରେ ଭରସା କରୁଥିବା ଲୋକମାନଙ୍କ ସହିତ ନିୟମିତ ସଙ୍ଗତି କରିବେ, ତେବେ ଆପଣଙ୍କୁ ଯେଉଁ ସାହାଯ୍ୟ ଦରକାର, ତାହା ଆପଣ ପାଇବେ । ଏହା ସହିତ, ଯେଉଁମାନଙ୍କୁ ଉତ୍ସାହ ଦରକାର, ଯଦି ଆପଣ ସେମାନଙ୍କୁ ସାହାଯ୍ୟ କରିବେ, ତେବେ ମଧ୍ୟ ଆପଣଙ୍କୁ ଖୁବ୍‌ ସାନ୍ତ୍ୱନା ମିଳିବ । ସେମାନଙ୍କୁ ଯିହୋବା ଏବଂ ତାହାଙ୍କ ପ୍ରତିଶ୍ରୁତିଗୁଡ଼ିକ ବିଷୟରେ କହନ୍ତୁ । ଯେଉଁମାନଙ୍କୁ ସାହାଯ୍ୟ ଦରକାର, ସେମାନଙ୍କୁ ସାହାଯ୍ୟ କରିବାରେ ନିଜକୁ ବ୍ୟସ୍ତ ରଖନ୍ତୁ । ତାʼ ଛଡ଼ା, ଯେଉଁମାନେ ଆପଣଙ୍କୁ ଭଲ ପାʼନ୍ତି ଏବଂ ଆପଣଙ୍କ ବିଷୟରେ ଚିନ୍ତା କରନ୍ତି, ସେମାନଙ୍କଠାରୁ ନିଜକୁ ଅଲଗା କରନ୍ତୁ ନାହିଁ ।—ହିତୋପଦେଶ ୧୮:୧; ୧ କରିନ୍ଥୀୟ ୧୫:୫୮.

ଆପଣ କʼଣ କରିପାରିବେ:

  • ଜଣେ ଘନିଷ୍ଠ ମିତ୍ରଙ୍କ ସହିତ କଥା ହୁଅନ୍ତୁ ଏବଂ ତାଙ୍କ ସାହାଯ୍ୟକୁ ସ୍ୱୀକାର କରନ୍ତୁ

  • ନିଜ ଆବଶ୍ୟକତାଗୁଡ଼ିକ ବିଷୟରେ ତାଙ୍କୁ ସ୍ପଷ୍ଟ ଭାବରେ ଓ ମନଖୋଲି କହନ୍ତୁ

କେବଳ ନିଜ ବିଷୟରେ ନୁହଁ, ବରଂ ଯିହୋବାଙ୍କ ବିଷୟରେ ମଧ୍ୟ ଚିନ୍ତା କରନ୍ତୁ

ଯଦିଓ ଆପଣ ନିରାଶ ଅନୁଭବ କରୁଛନ୍ତି, ତଥାପି ନିଜ ସମ୍ପୂର୍ଣ୍ଣ ଧ୍ୟାନ ଈଶ୍ୱରଙ୍କ ଉପରେ କେନ୍ଦ୍ରିତ କରନ୍ତୁ । ଯେତେବେଳେ ଆୟୁବ ପରୀକ୍ଷାଗୁଡ଼ିକୁ ସାମନା କରୁଥିଲେ, ସେତେବେଳେ ସେ କହିଲେ: ‘ଯିହୋବାଙ୍କ ନାମ ଧନ୍ୟ ହେଉ ।’ (ଆୟୁବ ୧:୨୧, ୨୨) ଆୟୁବଙ୍କ ଭଳି ଯିହୋବାଙ୍କ ନାମ ଏବଂ ତାହାଙ୍କ ଇଚ୍ଛାକୁ ନିଜ ଚିନ୍ତାଗୁଡ଼ିକଠାରୁ ଅଧିକ ମହତ୍ତ୍ୱ ଦିଅନ୍ତୁ । ଯେତେବେଳେ ଆପଣଙ୍କ ଆଶା ଅନୁଯାୟୀ ସବୁକିଛି ଠିକ୍‌ ଠିକ୍‌ ନ ହୁଏ, ତେବେ ସାହସ ହରାନ୍ତୁ ନାହିଁ । ଈଶ୍ୱରଙ୍କଠାରେ ସମ୍ପୂର୍ଣ୍ଣ ଭରସା ରଖନ୍ତୁ । ଯିହୋବା କହନ୍ତି, “ତୁମ୍ଭମାନଙ୍କ ପାଇଁ ଆମ୍ଭେ ଯେଉଁ ସଂକଳ୍ପ କରିଛୁ ତାହା ମଙ୍ଗଳକର ଅଟେ । ମୁଁ ତୁମ୍ଭମାନଙ୍କର ଭବିଷ୍ୟତ ପୁନଃସ୍ଥାପନ ପାଇଁ ଯୋଜନା କରୁଛି ଏବଂ ତୁମ୍ଭମାନଙ୍କୁ ପୁଣି ନୂଆ ଆଶା ଦେବି ।”—ଯିରିମୀୟ ୨୯:୧୧, ଇଜି-ଟୁ-ରିଡ୍‌ ଭର୍ସନ ।

ନିଜକୁ ପଚାରନ୍ତୁ . . .

  • କʼଣ ମୁଁ ଛୋଟ ଛୋଟ କଥାରେ ମଧ୍ୟ ଯିହୋବାଙ୍କଠାରେ ସମ୍ପୂର୍ଣ୍ଣ ଭରସା ରଖେ ?

  • ଯିହୋବାଙ୍କ ମଙ୍ଗଳ କାମଗୁଡ଼ିକ ପାଇଁ ପ୍ରତିଦିନ ତାହାଙ୍କୁ ଧନ୍ୟବାଦ ଦେବା ନିମନ୍ତେ ମୋ ପାଖରେ କʼଣ କʼଣ କାରଣ ରହିଛି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ