ଭାଗ ୯
ପାରାଦୀଶ କେବେ ଆସିବ?
ପୃଥିବୀର ଏହି ସମସ୍ୟାଗୁଡ଼ିକ ପ୍ରମାଣ କରେ ଯେ ଈଶ୍ୱରଙ୍କ ରାଜ୍ୟ ଅତି ଶୀଘ୍ର ଆସିବ। ଲୂକ ୨୧:୧୦, ୧୧; ୨ ତୀମଥି ୩:୧-୫
ଆଜି ଯାହା ଯାହା ପୃଥିବୀରେ ଘଟି ଆସୁଛି, ସେସବୁ ବିଷୟରେ ବାଇବଲରେ ଭବିଷ୍ୟବାଣୀ କରାଯାଇଛି। ବାଇବଲ କହେ ଲୋକମାନେ ଧନଲୋଭୀ, ପିତାମାତାଙ୍କ ଅବାଧ୍ୟକାରୀ, କ୍ରୋଧୀ ଓ ବିଳାସପ୍ରିୟ ହେବେ।
ବଡ଼ ବଡ଼ ଭୂମିକମ୍ପ, ଯୁଦ୍ଧ, ଦୁର୍ଭିକ୍ଷ ଓ ମହାମାରୀ ହେବ। ଏହିସବୁ ଘଟଣା ଆଜି ଘଟୁଅଛି।
ବାଇବାଲରେ ଏହା ମଧ୍ୟ କୁହାଯାଇଛି ଯେ ପୃଥିବୀର ସବୁ ଜାଗାରେ, ଈଶ୍ୱରଙ୍କ ରାଜ୍ୟର ସୁସମାଚାର ଘୋଷଣା କରାଯିବ।—ମାଥିଉ ୨୪:୧୪.
ଈଶ୍ୱରଙ୍କ ରାଜ୍ୟ ସମସ୍ତ ଦୁଷ୍ଟତାକୁ ବିନାଶ କରିବ। ୨ ପିତର ୩:୧୩
ଯିହୋବା ଏସମସ୍ତ ଦୁଷ୍ଟତାକୁ ଯଥାଶୀଘ୍ର ଧ୍ୱଂସ କରିବେ।
ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତଙ୍କୁ ବିନାଶ କରିବେ।
ଯେଉଁମାନେ ଈଶ୍ୱରଙ୍କ କଥା ଶୁଣିବେ ସେମାନେ ଉଦ୍ଧାର ପାଇବେ। ସେହି ନୂତନ ପୃଥିବୀରେ ଭୟ ରହିବ ନାହିଁ। ସେଠାରେ ସମସ୍ତେ ପରସ୍ପରକୁ ବିଶ୍ୱାସ ଓ ପ୍ରେମ କରିବେ।