ଦରଦାମ୍ ବଢ଼ି ଚାଲିଛି
ଭଲ ଭବିଷ୍ୟତର ଆଶା ରଖନ୍ତୁ
କʼଣ ଆପଣଙ୍କ ଜାଗାରେ ଜିନିଷଗୁଡ଼ିକର ଦାମ୍ ବଢ଼ି ଚାଲିଛି, କିନ୍ତୁ ଆପଣଙ୍କ ଦରମା ବଢ଼ୁ ନାହିଁ ? ଏପରି ପରିସ୍ଥିତିରେ କʼଣ ଆପଣଙ୍କୁ ଏହି ଚିନ୍ତା ଲାଗି ରହିଛି ଯେ ଆପଣଙ୍କ ପରିବାର କିପରି ଚଳିବ ? ଆପଣ ହୁଏତ ଏହା ଭାବି ଚିନ୍ତା କରୁଥିବେ ଯେ ଜଣାନାହିଁ ଆଗକୁ କʼଣ ହେବ । କିନ୍ତୁ ଆଶା ରଖନ୍ତୁ ଯେ ପରିସ୍ଥିତି ଠିକ୍ ହେବ ।
ଏପରି କରିବା କାହିଁକି ଜରୁରୀ ?
ଭଲ ଭବିଷ୍ୟତର ଆଶା ରଖିବାର ଅର୍ଥ ଏହା ନୁହେଁ ଯେ କେବଳ ଭାବୁ ଥିବା ଯେ ଦିନେ ସବୁକିଛି ଠିକ୍ ହୋଇଯିବ । ସତ ଏହା ଯେ ଯେଉଁ ଲୋକମାନେ ଭଲ ଭବିଷ୍ୟତର ଆଶା ରଖନ୍ତି, ସେମାନେ ନିଜ ପରିସ୍ଥିତିକୁ ସୁଧାରିବା ପାଇଁ ପଦକ୍ଷେପ ମଧ୍ୟ ନିଅନ୍ତି । କିଛି ଡାକ୍ତର କହନ୍ତି ଯେ ପ୍ରାୟ ଏପରି ଲୋକମାନେ . . .
ସମସ୍ୟାଗୁଡ଼ିକ ଆସିଲେ ସହଜରେ ହାର୍ ମାନନ୍ତି ନାହିଁ
ଆବଶ୍ୟକ ପଡ଼ିଲେ ପରିବର୍ତ୍ତନ କରିପାରନ୍ତି
ଜୀବନଶୈଳୀ ମାମଲାରେ ଭଲ ନିଷ୍ପତ୍ତି ନେଇପାରନ୍ତି ଏବଂ ସ୍ୱାସ୍ଥ୍ୟବାନ ରହନ୍ତି
ଆପଣ ଏହା କିପରି କରିପାରିବେ ?
ପବିତ୍ର ଶାସ୍ତ୍ର ବାଇବଲରୁ ଆଜି ଆପଣଙ୍କୁ ସାହାଯ୍ୟ ମିଳିପାରିବ । ଦରଦାମ୍ ବୃଦ୍ଧି ଯୋଗୁଁ ଅନେକ ଲୋକ ଅସହାୟ ଅନୁଭବ କରନ୍ତି । ସେମାନଙ୍କୁ ବୁଝାପଡ଼େନି ଯେ ସେମାନେ କʼଣ କରିବେ । କିନ୍ତୁ ବାଇବଲରେ ଏପରି ଅନେକ ପରାମର୍ଶ ଦିଆଯାଇଛି ଯାହାକୁ ମାନିଲେ ଆପଣ ନିଜ ପରିସ୍ଥିତିକୁ ସୁଧାରିପାରିବେ । ଆପଣଙ୍କୁ ଏ କଥାର ବି ଉତ୍ସାହ ମିଳିବ ଯେ ଯଦି ଆଗକୁ ଯାଇ ପରିସ୍ଥିତି ଆହୁରି ବିଗିଡ଼ି ଯାଏ ତାହେଲେ ଆପଣ ତାʼର ବି ସାମନା କରିପାରିବେ ।
ପବିତ୍ର ଶାସ୍ତ୍ର ବାଇବଲରେ ଭବିଷ୍ୟତ ବିଷୟରେ ମଧ୍ୟ କୁହାଯାଇଛି । ଯେବେ ଆପଣ ଦେଖିବେ ଯେ ବାଇବଲରେ ଦିଆଯାଇଥିବା ପରାମର୍ଶ କେତେ ଲାଭଦାୟକ, ତେବେ ହୁଏତ ଆପଣ ଏହା ବି ଜାଣିବାକୁ ଚାହିଁବେ ଯେ ଏଥିରେ ଆଉ କʼଣ ଲେଖାଅଛି । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ବାଇବଲରେ ଏକ ଭଲ ଭବିଷ୍ୟତ ବିଷୟରେ କୁହାଯାଇଛି । ଈଶ୍ୱର ନିଜେ ପ୍ରତିଜ୍ଞା କରିଛନ୍ତି ଯେ ସେ ଆମକୁ “ଏକ ଭଲ ଭବିଷ୍ୟତ” ଦେବେ । (ଯିରିମୀୟ ୨୯:୧୧, NWT) କିନ୍ତୁ ଈଶ୍ୱର ନିଜ ଏହି ପ୍ରତିଜ୍ଞା କିପରି ପୂରା କରିବେ ? ନିଜ ରାଜ୍ୟ ଜରିଆରେ ।
ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ ? ଏହା କʼଣ କରିବ ?
ଈଶ୍ୱରଙ୍କ ରାଜ୍ୟ ଏକ ଏପରି ସରକାର ଅଟେ ଯାହା ସ୍ୱର୍ଗରେ ଅଛି ଏବଂ ଖୁବ୍ ଶୀଘ୍ର ପୃଥିବୀରେ ଶାସନ କରିବ । (ଦାନିୟେଲ ୨:୪୪; ମାଥିଉ ୬:୧୦) ଏହି ରାଜ୍ୟ ଦୁନିଆର ସମସ୍ତ ଦୁଃଖକଷ୍ଟ ଓ ଦାରିଦ୍ର୍ୟତାକୁ ହଟାଇଦେବ । ସେସମୟରେ ସାରା ପୃଥିବୀରେ ଶାନ୍ତି ଥିବ ଏବଂ ଲୋକମାନଙ୍କୁ କୌଣସି ଜିନିଷର ଅଭାବ ହେବ ନାହିଁ । ଦେଖନ୍ତୁ ଏବିଷୟରେ ବାଇବଲରେ କʼଣ ଲେଖାଅଛି:
ଲକ୍ଷ ଲକ୍ଷ ଲୋକ ଏହି ପ୍ରତିଜ୍ଞାଗୁଡ଼ିକ ଉପରେ ଭରସା କରନ୍ତି କାରଣ ସେମାନଙ୍କୁ ପୂରା ବିଶ୍ୱାସ ଅଛି ଯେ ଈଶ୍ୱର “ସତ୍ୟବାଦୀ ।” (ତୀତସ ୧:୨, ୩) ଆମେ ଆପଣଙ୍କୁ ପ୍ରୋତ୍ସାହନ ଦେଉ ଯେ ଆପଣ ମଧ୍ୟ ବାଇବଲ ପଢ଼ି ଦେଖନ୍ତୁ । ଏଥିରେ ଦିଆଯାଇଥିବା ଆଶା ଯୋଗୁଁ ଆପଣ ଆଜି ଆର୍ଥିକ ସମସ୍ୟାର ସାମନା କରିପାରିବେ ଏବଂ ଆପଣଙ୍କ ଭରସା ମଧ୍ୟ ବଢ଼ିବ ଯେ ଆମ ଭବିଷ୍ୟତ ଭଲ ହେବ ।