ପରିଚୟ
ଆଜି ଲୋକମାନେ ପ୍ରାୟ ଅନ୍ୟମାନଙ୍କର ଆଦର କରନ୍ତି ନାହିଁ । ତେଣୁ ଯେବେ କେହି କାହାରି ଆଦର କରୁଥିବା ଦେଖନ୍ତି, ତେବେ ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାʼନ୍ତି ଏବଂ ଭାବନ୍ତି, ‘ଏମିତି କାହିଁକି କରୁଛି ?’
ଉଦାହରଣ ପାଇଁ, ଅନେକ ଲୋକ ବୃଦ୍ଧବୃଦ୍ଧାଙ୍କ, ଏପରିକି ନିଜ ବାପାମାଆଙ୍କ ଆଦର କରିବା କମ୍ କରିଦେଇଛନ୍ତି । କେବଳ ଏତିକି ନୁହେଁ, ସେମାନେ ପୋଲିସ, ସାଥୀରେ କାମ କରୁଥିବା ସହକର୍ମୀଙ୍କର, ଟିଚରମାନଙ୍କର ଏବଂ ଅନ୍ୟ ଅଧିକାରୀମାନଙ୍କର ମଧ୍ୟ ଆଦର କରନ୍ତି ନାହିଁ । ଆଉ ସୋଶିଆଲ୍ ମିଡିଆରେ ତ ସେମାନଙ୍କୁ କେହି ରୋକିପାରନ୍ତି ନାହିଁ ! ଅନ୍ୟମାନଙ୍କ ବିରୁଦ୍ଧରେ ଯାହା ଇଚ୍ଛା ତାହା ଲେଖନ୍ତି । ହାୱର୍ଡ ବିଜନେସ୍ ରିଭ୍ୟୁ ପତ୍ରିକାର ଗୋଟିଏ ଲେଖାରେ ଏହା ହିଁ କୁହାଯାଇଛି । ସେଥିରେ ଲେଖାଅଛି, ‘ଏହା ସତ ଯେ ଲୋକମାନଙ୍କ ହୃଦୟରୁ ଅନ୍ୟମାନଙ୍କ ପାଇଁ ଆଦର ଶେଷ ହୋଇଯାଉଛି । ଅନେକ ଲୋକ ଏବିଷୟରେ ନିଜେ କହୁଛନ୍ତି ।’