ଅଧ୍ୟୟନ ଲେଖା ୫୧
ଗୀତ ୧୩୨ ହେଲୁ ଆମେ ଏକ
ବିବାହର ଆୟୋଜନ କରିବା ସମୟରେ ଆମେ କିପରି ଯିହୋବାଙ୍କର ଆଦର କରିପାରିବା ?
“ପ୍ରତ୍ୟେକ କାମ ଠିକ୍ ଭାବରେ ଓ କ୍ରମାନୁସାରେ କରିବା ଉଚିତ ।”—୧ କରି. ୧୪:୩୯, ଇଜି-ଟୁ-ରିଡ ଭର୍ସନ ।
କʼଣ ଶିଖିବା ?
ଖ୍ରୀଷ୍ଟିୟାନ ଦମ୍ପତି ବିବାହର ଆୟୋଜନ କରିବା ସମୟରେ କିପରି ଯିହୋବାଙ୍କର ଆଦର କରିପାରିବେ ?
୧-୨. ବିବାହ ଦିନରେ ଜଣେ ଖ୍ରୀଷ୍ଟିୟାନ ଦମ୍ପତି କʼଣ କରନ୍ତୁ ବୋଲି ଯିହୋବା ଚାହାନ୍ତି ?
କʼଣ ଆପଣଙ୍କର ନିର୍ବନ୍ଧ ହୋଇଯାଇଛି ଏବଂ ଖୁବ୍ ଶୀଘ୍ର ଆପଣଙ୍କର ବିବାହ ହେବ ? ତାହେଲେ ଆପଣ ଦୁହିଁଙ୍କୁ ବିବାହ ପାଇଁ ଶୁଭେଚ୍ଛା ! ଆପଣ ନିଶ୍ଚୟ ବିବାହର ପ୍ରସ୍ତୁତି କରିବାରେ ଲାଗି ରହିଥିବେ । ଯିହୋବା ବି ଆପଣଙ୍କ ଉପରେ ବହୁତ ଖୁସି ଅଛନ୍ତି ଏବଂ ସେ ଚାହାନ୍ତି ଯେ ଆପଣଙ୍କ ବିବାହa ଦିନଟି ଖୁସିଭରା ହେଉ ଏବଂ ଭବିଷ୍ୟତରେ ଆପଣ ଦୁହେଁ ମିଶି ଖୁସିରେ ରହନ୍ତୁ ।—ହିତୋ. ୫:୧୮; ପଗୀ. ୩:୧୧.
୨ ଏହା ବହୁତ ଜରୁରୀ ଯେ ଆପଣଙ୍କ ବିବାହରୁ ଯିହୋବାଙ୍କର ଆଦର ହେଉ । ଏହା କାହିଁକି ଏତେ ଜରୁରୀ ଏବଂ ଆପଣ ଏହା କିପରି କରିପାରିବେ ? ଏହି ଲେଖା ବିଶେଷ କରି ସେହି ଖ୍ରୀଷ୍ଟିୟାନ ଦମ୍ପତିମାନଙ୍କ ପାଇଁ ଅଟେ ଯେଉଁମାନେ ବିବାହ ପାଇଁ ପ୍ରସ୍ତୁତି କରୁଛନ୍ତି, କିନ୍ତୁ ଏଥିରେ ଦିଆଯାଇଥିବା ସିଦ୍ଧାନ୍ତଗୁଡ଼ିକୁ ମାନି ଆମେ ସମସ୍ତେ ଯିହୋବାଙ୍କର ଆଦର କରିପାରିବା । ଉଦାହରଣ ପାଇଁ, ଯଦି କେହି ଆମକୁ ନିଜ ବିବାହର ନିମନ୍ତ୍ରଣ ଦିଅନ୍ତି କିମ୍ବା ଆମକୁ ନିଜ ବିବାହର ଆୟୋଜନ ପାଇଁ କିଛି ପରାମର୍ଶ ମାଗନ୍ତି ତାହେଲେ ବି ଆମେ ଏହି ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖିପାରିବା ।
ବିବାହରେ କାହିଁକି ଯିହୋବାଙ୍କର ଆଦର କରିବା ଜରୁରୀ ?
୩. ଜଣେ ଖ୍ରୀଷ୍ଟିୟାନ ଦମ୍ପତିକୁ ବିବାହର ପ୍ରସ୍ତୁତି କରିବା ସମୟରେ କେଉଁ କଥାର ଧ୍ୟାନ ରଖିବା ଉଚିତ୍ ଏବଂ କାହିଁକି ?
୩ ଯେଉଁ ଖ୍ରୀଷ୍ଟିୟାନ ଦମ୍ପତି ବିବାହ କରିବାକୁ ଯାଉଛନ୍ତି ସେମାନଙ୍କୁ ଯିହୋବା ବାଇବଲରେ ଯେଉଁ ସିଦ୍ଧାନ୍ତଗୁଡ଼ିକ ଲେଖାଇଛନ୍ତି, ସେଗୁଡ଼ିକ ଅନୁସାରେ ନିଷ୍ପତ୍ତି ନେବା ଉଚିତ୍ । ଏପରି କରିବା କାହିଁକି ଜରୁରୀ ? କାରଣ ଯିହୋବା ହିଁ ବିବାହ ବ୍ୟବସ୍ଥାର ଆରମ୍ଭ କରିଛନ୍ତି । ସେ ହିଁ ଆଦମ ଓ ହବାକୁ ବିବାହ ବନ୍ଧନରେ ବାନ୍ଧିଥିଲେ । (ଆଦି. ୧:୨୮; ୨:୨୪) ସେଥିପାଇଁ ଯେଉଁ ଖ୍ରୀଷ୍ଟିୟାନ ଦମ୍ପତି ବିବାହର ପ୍ରସ୍ତୁତି କରୁଛନ୍ତି, ସେମାନଙ୍କୁ ଯିହୋବାଙ୍କ ଚିନ୍ତାଧାରାକୁ ଧ୍ୟାନରେ ରଖି ସବୁକିଛି କରିବା ଉଚିତ୍ ।
୪. ଖ୍ରୀଷ୍ଟିୟାନ ଦମ୍ପତିକୁ ବିବାହ ଦିନରେ କାହିଁକି ଯିହୋବାଙ୍କ ଚିନ୍ତାଧାରାକୁ ଧ୍ୟାନରେ ରଖିବା ଉଚିତ୍ ?
୪ ବିବାହର ପ୍ରସ୍ତୁତି କରିବା ସମୟରେ ଆପଣଙ୍କୁ କାହିଁକି ଯିହୋବାଙ୍କ ଚିନ୍ତାଧାରାକୁ ଧ୍ୟାନରେ ରଖିବା ଉଚିତ୍ ? କାରଣ ଯିହୋବା ଆପଣଙ୍କର ପିତା ଓ ସବୁଠୁ ଭଲ ମିତ୍ର ଅଟନ୍ତି । (ଏବ୍ରୀ ୧୨:୯) ଆପଣ କେବେ ବି ନିଜ ବିବାହ ଦିନରେ କିମ୍ବା ଅନ୍ୟ କୌଣସି ସମୟରେ ନିଜ ମିତ୍ରକୁ ଦୁଃଖି କରିବା ପାଇଁ ଚାହିଁବେ ନାହିଁ । (ଗୀତ. ୨୫:୧୪) କାରଣ ଆପଣ ସବୁବେଳେ ତାଙ୍କ ସହିତ ନିଜ ସମ୍ପର୍କକୁ ଦୃଢ଼ ରଖିବା ପାଇଁ ଚାହାନ୍ତି । ଆପଣ ଏବିଷୟରେ ବି ଭାବନ୍ତୁ ଯେ ଯିହୋବା ଆଜି ପର୍ଯ୍ୟନ୍ତ ଆପଣଙ୍କ ପାଇଁ କʼଣ କʼଣ କରିଛନ୍ତି ଏବଂ ଆଗକୁ ଯାଇ କʼଣ କରିବେ । ଏପରି ଭାବିବା ଦ୍ୱାରା ଆପଣ ନିଜ ବିବାହ ଦିନରେ ସବୁକିଛି ସେହିପରି ଭାବେ କରିପାରିବେ, ଯେଉଁଥିରୁ ଯିହୋବାଙ୍କର ଆଦର ହେବ ।—ଗୀତ. ୧୧୬:୧୨.
ଆପଣ ନିଜ ବିବାହରୁ କିପରି ଯିହୋବାଙ୍କର ଆଦର କରିପାରିବେ ?
୫. ବିବାହର ଆୟୋଜନ କରିବା ସମୟରେ ଜଣେ ଖ୍ରୀଷ୍ଟିୟାନ ଦମ୍ପତିକୁ ବାଇବଲରୁ କିପରି ସାହାଯ୍ୟ ମିଳିପାରିବ ?
୫ ବାଇବଲରେ ବିବାହ ଓ ବିବାହ ସହ ଜଡ଼ିତ କାର୍ଯ୍ୟକ୍ରମଗୁଡ଼ିକ କିପରି ହେବା ଉଚିତ୍, ସେବିଷୟରେ କୌଣସି ନିୟମ ଦିଆଯାଇ ନାହିଁ । ସେଥିପାଇଁ ଜଣେ ଖ୍ରୀଷ୍ଟିୟାନ ଦମ୍ପତି ନିଜ ପରିସ୍ଥିତି, ସଂସ୍କୃତି ଓ ନିଜର ପସନ୍ଦ-ନାପସନ୍ଦ ଅନୁସାରେ ବିବାହର ଆୟୋଜନ କରିପାରିବ । କିନ୍ତୁ ଖ୍ରୀଷ୍ଟିୟାନମାନଙ୍କୁ ବିବାହ ବିଷୟରେ ସରକାରର ନିୟମଗୁଡ଼ିକୁ ମାନିବା ବହୁତ ଜରୁରୀ । (ମାଥି. ୨୨:୨୧) ଏପରି ଭାବେ ଯେବେ ଜଣେ ଖ୍ରୀଷ୍ଟିୟାନ ଦମ୍ପତି ବିବାହର ସବୁ ଆୟୋଜନ ବାଇବଲର ସିଦ୍ଧାନ୍ତ ଅନୁସାରେ କରେ, ତେବେ ସେଥିରୁ ଯିହୋବାଙ୍କର ଆଦର ହୁଏ ଏବଂ ଯିହୋବା ଖୁସି ହୁଅନ୍ତି । ତାହେଲେ ପ୍ରଶ୍ନ ଉଠେ, ଜଣେ ଖ୍ରୀଷ୍ଟିୟାନ ଦମ୍ପତି କେଉଁ ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖିପାରିବ ?
୬. ଜଣେ ଖ୍ରୀଷ୍ଟିୟାନ ଦମ୍ପତି ପାଇଁ ସରକାରର ନିୟମଗୁଡ଼ିକୁ ମାନିବା କାହିଁକି ଜରୁରୀ ?
୬ ସରକାରର ନିୟମଗୁଡ଼ିକୁ ମାନନ୍ତୁ । (ରୋମୀ. ୧୩:୧, ୨) ଅଧିକାଂଶ ଦେଶରେ ବିବାହ ପାଇଁ ସରକାରର କିଛି ନିୟମ ରହିଛି । ସେଥିପାଇଁ ଜଣେ ଖ୍ରୀଷ୍ଟିୟାନ ଦମ୍ପତିକୁ ସେହି ନିୟମଗୁଡ଼ିକୁ ମାନିବା ଉଚିତ୍ । ବିବାହ ପୂର୍ବରୁ ତାଙ୍କୁ ଏହା ଜାଣିବା ପାଇଁ ଚେଷ୍ଟା କରିବା ଉଚିତ୍ ଯେ ତାଙ୍କ ଦେଶ କିମ୍ବା ଅଞ୍ଚଳରେ ବିବାହ ପାଇଁ କʼଣ ନିୟମ ରହିଛି । ଯଦି ଏବିଷୟରେ ଆପଣ ଅଧିକ ଜାଣିବା ପାଇଁ ଚାହାନ୍ତି, କିମ୍ବା ଆପଣଙ୍କ ମନରେ କିଛି ପ୍ରଶ୍ନ ରହିଛି, ତାହେଲେ ବିନା ସଂକୋଚରେ ପ୍ରାଚୀନମାନଙ୍କୁ ପଚାରନ୍ତୁ ଏବଂ ସେମାନଙ୍କଠାରୁ ସାହାଯ୍ୟ ନିଅନ୍ତୁ ।b
୭. ବିବାହ ଦିନରେ ଭଲ ପରିବେଶ ହେବା କାହିଁକି ଜରୁରୀ ଏବଂ ଏହା କିପରି କରାଯାଇପାରିବ ?
୭ ଭଲ ପରିବେଶ ବଜାୟ ରଖନ୍ତୁ । (୧ କରି. ୧୦:୩୧, ୩୨) ବିବାହ ଦିନର ପରିବେଶ ଏପରି ହେବା ଉଚିତ୍ ଯେଉଁଥିରୁ ଦୁନିଆର ଚିନ୍ତାଧାରା ନୁହେଁ, ବରଂ ଈଶ୍ୱରଙ୍କ ପବିତ୍ର ଶକ୍ତିର ଫଳ ଦେଖାଯିବା କଥା । (ଗାଲା. ୫:୧୯-୨୬) ଆଗକୁ ଯାଇ ବର ପରିବାରର ମୁଖିଆ ହେବ ସେଥିପାଇଁ ତାʼ ଉପରେ ବିବାହର ଆୟୋଜନ ଭଲଭାବରେ କରିବାର ଦାୟିତ୍ୱ ରହିଛି, ଯେଉଁଥିରୁ ସମସ୍ତେ ଏହାର ମଜା ନେଇପାରିବେ । ଏଥିପାଇଁ ସେ କʼଣ କରିପାରିବ ? ସେ ବାଇବଲ ଆଧାରିତ ବିବାହର ଭାଷଣର ବ୍ୟବସ୍ଥା କରିପାରିବ । ଯେବେ ଭାଷଣ ଦେଉଥିବା ଭାଇ ପ୍ରେମ ଓ ଆଦରର ସହ ଭାଷଣ ଦିଅନ୍ତି, ତେବେ ସେଠାରେ ଆସିଥିବା ଲୋକମାନେ ବୁଝିପାରନ୍ତି ଯେ ବିବାହ ଈଶ୍ୱରଙ୍କ ତରଫରୁ ଗୋଟିଏ ବଢ଼ିଆ ଉପହାର ଅଟେ ଏବଂ ସେମାନେ ବିବାହ ବନ୍ଧନର ମହତ୍ତ୍ୱକୁ ବି ବୁଝିପାରନ୍ତି । ଏହାକୁ ଧ୍ୟାନରେ ରଖି ଅଧିକାଂଶ ଖ୍ରୀଷ୍ଟିୟାନ ଦମ୍ପତି ନିଜ ବିବାହ ଭାଷଣକୁ ରାଜ୍ୟଘରେ ରଖନ୍ତି । ଯଦି ଆପଣ ବି ଏପରି କରିବା ପାଇଁ ଚାହାନ୍ତି, ତାହେଲେ ଯେତେ ଶୀଘ୍ର ହୋଇପାରେ ଆପଣ ପ୍ରାଚୀନମାନଙ୍କ ସମୂହକୁ ଗୋଟିଏ ଚିଠି ଲେଖି ଏହାପାଇଁ ଅନୁରୋଧ କରିପାରିବେ ।
୮. ବିବାହ ଭୋଜି ଭଲଭାବେ ହେବା ପାଇଁ ଆପଣ କʼଣ ଧ୍ୟାନ ରଖିପାରିବେ ? (ରୋମୀୟ ୧୩:୧୩)
୮ ରୋମୀୟ ୧୩:୧୩ ପଢ଼ନ୍ତୁ । କʼଣ ଆପଣ ବିବାହ ଭୋଜି ରଖିବା ପାଇଁ ଚାହାନ୍ତି ? ଆପଣ କʼଣ କରିପାରିବେ ଯେଉଁଥିରୁ ଏହି ଭୋଜିରେ ଦୁନିଆର ଚଳନ ଦେଖାଯିବ ନାହିଁ ? ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ “ରଙ୍ଗରସ” କରାଯାଇଛି, ତାହା ଏପରି ଭୋଜିଗୁଡ଼ିକ ପାଇଁ ବ୍ୟବହାର କରାଯାଇଛି, ଯେଉଁଠି ଲୋକେ ଅତ୍ୟଧିକ ମଦ ପିଉଥିଲେ ଏବଂ ଅଧରାତି ଯାଏ ଗୀତ ବଜାଉଥିଲେ । ଯଦି ଆପଣ ବିବାହ ଭୋଜିରେ ମଦର ଏବଂ ସଙ୍ଗୀତର ଆୟୋଜନ କରିବା ପାଇଁ ଚାହାନ୍ତି, ତାହେଲେ ଆପଣ ଧ୍ୟାନ ରଖନ୍ତୁ ଯେ କେହି ବି ଅତ୍ୟଧିକ ମଦ ପିଅନ୍ତୁ ନାହିଁc ଏବଂ ଗୀତ ଏତେ ଜୋର୍ରେ ବି ନ ବାଜୁ, ଯେଉଁଥିରୁ ଅତିଥିମାନେ ପରସ୍ପର ମଧ୍ୟରେ କଥା ହୋଇପାରିବେ ନାହିଁ । ଆପଣ ଏହା ବି ଧ୍ୟାନ ରଖନ୍ତୁ ଯେ କେଉଁ ପ୍ରକାରର ଗୀତ ବାଜିବ ଏବଂ ସେହି ଗୀତରେ କେଉଁ ଭଳି ଶବ୍ଦଗୁଡ଼ିକ ବ୍ୟବହାର ହୋଇଛି । ଆପଣ ଧ୍ୟାନ ରଖନ୍ତୁ ଯେ ଆପଣ ଯାହା ବି ଗୀତ ବାଛନ୍ତି, ତାହା ଅନ୍ୟମାନଙ୍କ ଝୁଣ୍ଟିବାର କାରଣ ନ ହେଉ ।
୯. ଯଦି ଆପଣଙ୍କ ବିବାହ ଭୋଜିରେ କିଛି କହିବା ପାଇଁ କିମ୍ବା କୌଣସି ମନୋରଞ୍ଜନ କରିବା ପାଇଁ ଆୟୋଜନ କରାଯାଏ, ତାହେଲେ ଆପଣଙ୍କୁ କେଉଁ କଥା ଧ୍ୟାନରେ ରଖିବା ଉଚିତ୍ ?
୯ କʼଣ ଆପଣ ବିବାହ ଭୋଜିରେ ମନୋରଞ୍ଜନ ପାଇଁ କିଛି କରିବା ପାଇଁ ଚାହାନ୍ତି ? କʼଣ ଆପଣ କିଛି ଭିଡିଓ କିମ୍ବା ଫଟୋଗୁଡ଼ିକ ଦେଖାଇବା ପାଇଁ ଚାହାନ୍ତି ? କିମ୍ବା କʼଣ ଆପଣଙ୍କ ପରିବାର ଲୋକେ କିମ୍ବା ସାଙ୍ଗମାନେ ଆପଣଙ୍କ ବିଷୟରେ କିଛି କହିବା ପାଇଁ ଚାହାନ୍ତି ? ଏପରି କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରାଗଲେ ବିବାହ ଦିନ ଆହୁରି ଖାସ୍ ହୋଇଯାଏ । କିନ୍ତୁ ଆପଣ କେଉଁ କଥାଗୁଡ଼ିକର ଧ୍ୟାନ ରଖିପାରିବେ ? ଆପଣଙ୍କୁ ଏହା ନିଶ୍ଚିତ କରିବା ଉଚିତ୍ ଯେ ଯାହା ବି କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି, ସେଥିରୁ ଅନ୍ୟମାନଙ୍କର ଉତ୍ସାହ ବଢ଼ୁ । (ଫିଲିପ୍. ୪:୮) ଆପଣ ନିଜକୁ ପଚାରନ୍ତୁ: ‘କʼଣ ଏଥିରୁ ଅନ୍ୟମାନଙ୍କର ଆଦର ହେବ ? କʼଣ ଏଥିରୁ ବିବାହର ମର୍ଯ୍ୟାଦା ବଜାୟ ରହିବ ?’ ଏବଂ ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା, ‘କʼଣ ଏଥିରୁ ଯିହୋବାଙ୍କର ଆଦର ହେବ ?’ ହସ-ମଜା କରିବାରେ କିଛି ଭୁଲ ନାହିଁ, କିନ୍ତୁ ଏପରି କୌଣସି କଥା କହିବା କିମ୍ବା ଏପରି କିଛି କାମ କରିବା ଉଚିତ୍ ନୁହେଁ ଯାହା ଭୁଲ ଅଟେ । ଯେପରି, କୌଣସି ପ୍ରକାରର ଅଶ୍ଳିଳ ମଜାକ କରିବା ଉଚିତ୍ ନୁହେଁ । (ଏଫି. ୫:୩) ଯଦି ଆପଣଙ୍କ ପରିବାର ଲୋକେ କିମ୍ବା ଆପଣଙ୍କ ସାଙ୍ଗମାନେ କିଛି କହିବା ପାଇଁ ଚାହାନ୍ତି, ତାହେଲେ ପ୍ରଥମରୁ କହନ୍ତୁ ଯେ ସେମାନଙ୍କୁ କେଉଁ କଥାଗୁଡ଼ିକୁ କହିବା ଉଚିତ୍ ନୁହେଁ ଏବଂ ଆପଣଙ୍କୁ ପୂରା ଭରସା ହେବା ଉଚିତ୍ ଯେ ସେମାନେ ଆପଣଙ୍କ କଥାକୁ ନିଶ୍ଚୟ ମାନିବେ ।
୧୦. ବିବାହର ପ୍ରସ୍ତୁତି କରିବା ସମୟରେ କାହିଁକି ଜଣେ ଖ୍ରୀଷ୍ଟିୟାନ ଦମ୍ପତିକୁ ନିଜ ମର୍ଯ୍ୟାଦାରେ ରହିବା ଉଚିତ୍ ? (୧ ଯୋହନ ୨:୧୫-୧୭)
୧୦ ନିଜ ମର୍ଯ୍ୟାଦାରେ ରହନ୍ତୁ । (୧ ଯୋହନ ୨:୧୫-୧୭ ପଢ଼ନ୍ତୁ ।) ଯେବେ ଯିହୋବାଙ୍କ ସେବକମାନେ ନିଜ ମର୍ଯ୍ୟାଦାରେ ରହନ୍ତି, ତେବେ ସେମାନେ ଅନ୍ୟମାନଙ୍କ ଧ୍ୟାନ ନିଜ ଆଡ଼କୁ ଆକର୍ଷଣ କରିବା ପରିବର୍ତ୍ତେ ଯିହୋବାଙ୍କର ଆଦର କରନ୍ତି । ଆଉ ଏହା ଦେଖି ଯିହୋବାଙ୍କୁ ବହୁତ ଖୁସି ଲାଗେ । ଯେଉଁ ଖ୍ରୀଷ୍ଟିୟାନ ମର୍ଯ୍ୟାଦାରେ ରହେ ସେ ନିଜ ବିବାହ ଦିନରେ ବହୁତ ପଇସା ଖର୍ଚ୍ଚ କରେନି ଏବଂ ନିଜ ଜିନିଷଗୁଡ଼ିକୁ ଦେଖେଇ ହେବାରୁ ଦୂରେଇ ରହିଥାଏ । ଯଦି ଆପଣ ନିଜ ବିବାହ ଦିନର ପ୍ରସ୍ତୁତି ସମୟରେ ଏହି କଥାଗୁଡ଼ିକୁ ଧ୍ୟାନ ରଖିବେ, ତାହେଲେ ଏଥିରୁ କʼଣ ଲାଭ ହୋଇପାରିବ ? ଧ୍ୟାନ ଦିଅନ୍ତୁ ଯେ ନରୱେର ଭାଇ ମାଇକ କʼଣ କହନ୍ତି, “ଆମେ ଋଣ ନେଲୁ ନାହିଁ, ତେଣୁ ଆମେ ଅଗ୍ରଦୂତ ସେବା କରିବା ଜାରି ରଖିପାରିଲୁ । ଆମେ ନିଜ ବିବାହ ଧୂମଧାମରେ କରି ନ ଥିଲୁ । ତଥାପି ଆମେ ଯେଉଁ ଆୟୋଜନ କରିଥିଲୁ ତାହା ବହୁତ ଭଲ ଥିଲା । ଆମେ କେବେ ବି ନିଜ ବିବାହ ଦିନକୁ ଭୁଲିବା ନାହିଁ ।” ଭାରତର ଭଉଣୀ ତବିତା କହନ୍ତି, “ଆମେ ନିଜ ବିବାହ ଦିନରେ ବେଶୀ କିଛି କରି ନ ଥିଲୁ, ସେଥିପାଇଁ ଆମକୁ ଅତ୍ୟଧିକ ଚିନ୍ତା ହେଲା ନାହିଁ । ଆମକୁ ବେଶୀ ପ୍ରସ୍ତୁତି ବି କରିବାକୁ ପଡ଼ିଲା ନାହିଁ । ସେଥିପାଇଁ ଅଧିକାଂଶ ମାମଲାରେ ଆମେ ପରସ୍ପର ସହିତ ସହମତ ଥିଲୁ ।”
ବରବଧୂ ଯେଉଁ ଜାଗାରେ ରହିଲେ ମଧ୍ୟ ଏପରି ବିବାହ କରିପାରିବେ ଯେଉଁଥିରୁ ମର୍ଯ୍ୟାଦା ବଜାୟ ରହିବ, ଖୁସିର ପରିବେଶ ହେବ ଓ ଯାହା ସବୁଦିନ ପାଇଁ ଭଲ ସ୍ମୃତି ହୋଇ ରହିବ (ପାରାଗ୍ରାଫ ୧୦-୧୧)
୧୧. ବରବଧୂ ନିଜ ବିବାହ ଦିନରେ ଯାହା ବି ପିନ୍ଧିବେ, ସେଥିରୁ କିପରି ଦେଖାଇପାରିବେ ଯେ ସେମାନେ ମର୍ଯ୍ୟାଦାରେ ରହନ୍ତି ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୧୧ କʼଣ ଆପଣ ଭାବି ନେଇଛନ୍ତି ଯେ ଆପଣ ନିଜ ବିବାହ ଦିନରେ କʼଣ ପିନ୍ଧିବେ ? ସମସ୍ତେ ନିଜ ବିବାହ ଦିନରେ ବହୁତ ସୁନ୍ଦର ଦେଖାଯିବା ପାଇଁ ଚାହାନ୍ତି । ବାଇବଲରୁ ଜଣାପଡ଼େ ଯେ ପ୍ରାଚୀନ ସମୟରେ ବି ବରବଧୂ ନିଜ ବିବାହ ଦିନରେ ବହୁତ ଭଲଭାବରେ ସଜବାଜ ହେଉଥିଲେ । (ଯିଶା. ୬୧:୧୦) ହୁଏତ ଆପଣ ନିଜ ବିବାହ ଦିନରେ କୌଣସି ଖାସ୍ ପୋଷାକ ପିନ୍ଧିବା ପାଇଁ ଚାହୁଁଥିବେ କିନ୍ତୁ ଧ୍ୟାନ ରଖନ୍ତୁ ଯେ ଆପଣ ଯାହା ବି ପିନ୍ଧିବେ, ତାହା ଉପଯୁକ୍ତ ଓ ସମ୍ମାନନୀୟ ମନେ କରାଯାଉଥିବା ଉଚିତ୍ । (୧ ତୀମ. ୨:୯) ଏହା ବି ମନେ ରଖନ୍ତୁ ଯେ କେବଳ ଆପଣଙ୍କର ପୋଷାକ କିମ୍ବା ସଜବାଜ ହେବା ଅଧିକ ମହତ୍ତ୍ୱ ନ ରଖୁ ।—୧ ପିତ. ୩:୩, ୪.
୧୨. ଖ୍ରୀଷ୍ଟିୟାନ ଦମ୍ପତିକୁ ନିଜ ବିବାହ ଦିନରେ କାହିଁକି ମିଥ୍ୟା ରୀତିନୀତିଗୁଡ଼ିକୁ ମାନିବାରୁ ଦୂରେଇ ରହିବା ଉଚିତ୍ ?
୧୨ ମିଥ୍ୟା ରୀତିନୀତିଗୁଡ଼ିକୁ ମାନିବାରୁ ଦୂରେଇ ରହନ୍ତୁ । (ପ୍ରକା. ୧୮:୪) ଶୟତାନର ଦୁନିଆରେ ବିବାହ ଦିନ ଏପରି ଅନେକ ରୀତିନୀତି ପାଳନ କରାଯାଏ ଯାହା ଯାଦୁବିଦ୍ୟା, ଅନ୍ଧବିଶ୍ୱାସ ଓ ମିଥ୍ୟା ଶିକ୍ଷାଗୁଡ଼ିକ ସହ ଜଡ଼ିତ ହୋଇଥାଏ । ଯିହୋବା ସ୍ପଷ୍ଟ ଭାବେ କହିଛନ୍ତି ଯେ ଆମକୁ ଏପରି ଅଶୁଦ୍ଧ ଜିନିଷଗୁଡ଼ିକରୁ ଦୂରେଇ ରହିବା ଉଚିତ୍ । (୨ କରି. ୬:୧୪-୧୭) ହୁଏତ ଆପଣ ଯେଉଁଠି ରହନ୍ତି ସେଇଠି ବି କିଛି ରୀତିନୀତି ପାଳନ କରାଯାଉଥିବ । ଯଦି ଆପଣଙ୍କୁ ସେହି ରୀତିନୀତିକୁ ନେଇ ସନ୍ଦେହ ଅଛି, ତାହେଲେ ଆପଣ କʼଣ କରିପାରିବେ ? ଆପଣଙ୍କୁ ଏବିଷୟରେ ଅନୁସନ୍ଧାନ କରିବା ଉଚିତ୍ ଯେ ସେହି ରୀତିନୀତିର ଆରମ୍ଭ କିପରି ହେଲା ଏବଂ ଆପଣ ବାଇବଲ ସିଦ୍ଧାନ୍ତଗୁଡ଼ିକ ବିଷୟରେ ବି ଭାବନ୍ତୁ । ଏଗୁଡ଼ିକ କଲାପରେ ନିଷ୍ପତ୍ତି ନିଅନ୍ତୁ ଯେ ଆପଣ ଏହି ରୀତିନୀତିଗୁଡ଼ିକୁ ମାନିବେ ନା ନାହିଁ ।
୧୩. ଉପହାର ନେବା ମାମଲାରେ ଜଣେ ଖ୍ରୀଷ୍ଟିୟାନ ଦମ୍ପତି କିପରି ଯିହୋବାଙ୍କ ଭଳି ହୋଇପାରିବ ?
୧୩ ହୁଏତ ଆପଣ ଯେଉଁଠି ରହନ୍ତି ସେଇଠି ବରବଧୂକୁ ଉପହାର ଦେବା ସାଧାରଣ କଥା ଥିବ । ତେଣୁ ହୁଏତ ପ୍ରତ୍ୟେକ ଜଣ ନିଜ ପରିସ୍ଥିତି ଅନୁସାରେ ଉପହାର ଦିଅନ୍ତି । କିଛି ଲୋକ ବଡ଼ ବଡ଼ ଜିନିଷ ଦିଅନ୍ତି, କିନ୍ତୁ ଆଉ କିଛି ଲୋକ ଛୋଟ ଉପହାର ଦିଅନ୍ତି । ବାଇବଲରେ ଖ୍ରୀଷ୍ଟିୟାନମାନଙ୍କୁ ପ୍ରୋତ୍ସାହନ ଦିଆଯାଇଛି ଯେ ସେମାନେ ଉଦାର ହୁଅନ୍ତୁ ଏବଂ ସେହି ଖୁସି ଅନୁଭବ କରନ୍ତୁ, ଯାହା ଅନ୍ୟମାନଙ୍କୁ ଦେଲେ ମିଳିଥାଏ । (ହିତୋ. ୧୧:୨୫; ପ୍ରେରି. ୨୦:୩୫) କିନ୍ତୁ ଆମକୁ ନିଜ ଅତିଥିମାନଙ୍କୁ କୌଣସି ଉପହାର ଦେବା ପାଇଁ ବାଧ୍ୟ କରିବା ଉଚିତ୍ ନୁହେଁ । ଆଉ ଯଦି କେହି ଉପହାର ଦେଉଛନ୍ତି, ତାହେଲେ ବି ଆମେ ତାଙ୍କୁ ଦାମୀ ଉପହାର ଦେବା ପାଇଁ ବାଧ୍ୟ କରିବା ଉଚିତ୍ ନୁହେଁ । ଏହି କ୍ଷେତ୍ରରେ ଆମେ ଯିହୋବାଙ୍କ ଭଳି ହୋଇପାରିବା ଯିଏ କାହାରିକୁ ବି ବାଧ୍ୟ କରନ୍ତି ନାହିଁ, ବରଂ ସେ ଏହା ଚାହାନ୍ତି ଯେ ସମସ୍ତେ ନିଜ ପରିସ୍ଥିତି ଅନୁସାରେ ଏବଂ ଖୁସିରେ ଦିଅନ୍ତୁ ।—୨ କରି. ୯:୭.
ଆପଣ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ କʼଣ କରିବେ ?
୧୪. କିଛି ଖ୍ରୀଷ୍ଟିୟାନ ଦମ୍ପତି କେଉଁ ପ୍ରକାରର ସମସ୍ୟାଗୁଡ଼ିକର ସାମନା କରନ୍ତି ?
୧୪ ଯଦି ଆପଣ ନିଜ ବିବାହରେ ଯିହୋବାଙ୍କର ଆଦର ହେଉ ବୋଲି ଚାହାନ୍ତି, ତାହେଲେ ବିବାହର ପ୍ରସ୍ତୁତି କରିବା ସମୟରେ ଆପଣଙ୍କ ଆଗରେ କିଛି ସମସ୍ୟା ଆସିପାରେ । ହୁଏତ ଆପଣ ନିଜ ବିବାହ ଧୂମଧାମରେ କରିବା ପାଇଁ ଚାହାନ୍ତି ନାହିଁ, କିନ୍ତୁ ଏପରି କରିବା ଆପଣଙ୍କ ପାଇଁ ସହଜ ହୋଇ ନ ପାରେ । ଏହାର କିଛି ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଶଲୋମନ ଦ୍ୱୀପ ସମୂହର ଭାଇ ଚାର୍ଲୀ କହନ୍ତି, “ବିବାହ ଭୋଜି ପାଇଁ କାହାକୁ ନିମନ୍ତ୍ରଣ ଦେବାର ଅଛି, ଏହା ନିଷ୍ପତ୍ତି ନେବା ବହୁତ କଠିନ ଥିଲା । ଆମର ଅନେକ ସାଙ୍ଗ ଅଛନ୍ତି ଏବଂ ଏଠାର ଆମ ସମସ୍ତେ ଆଶା କରନ୍ତି ଯେ ତାଙ୍କୁ ନିମନ୍ତ୍ରଣ ଦିଆଯାଉ ।” ତବିତା ଯାହାଙ୍କ ବିଷୟରେ ଆମେ ପୂର୍ବେ ଚର୍ଚ୍ଚା କରୁଥିଲୁ, ସେ କହନ୍ତି, “ଆମ ଅଞ୍ଚରେ ବିବାହ ଭୋଜି ପାଇଁ ଅନେକ ଲୋକଙ୍କୁ ନିମନ୍ତ୍ରଣ ଦିଆଯାଏ । କିନ୍ତୁ ଆମେ ଭାବିଥିଲୁ ଯେ ଆମେ କେବଳ ୧୦୦ ଜଣକୁ ନିମନ୍ତ୍ରଣ ଦେବା । ମୋ ବାପାମାଆଙ୍କ ପାଇଁ ଏହି ନିଷ୍ପତ୍ତିକୁ ମାନିବା ସହଜ ନ ଥିଲା ।” ଭାରତର ଭଉଣୀ ସାରା କହନ୍ତି, “ଆମ ଏଠାରେ ଲୋକମାନେ ଦେଖନ୍ତି ଯେ ଆପଣ ନିଜ ବିବାହରେ କେତେ ଖର୍ଚ୍ଚ କରିଛନ୍ତି । ମୋ ବଡ଼ ବାପା ନିଜ ପିଲାମାନଙ୍କ ବିବାହରେ ବହୁତ ଖର୍ଚ୍ଚ କରିଥିଲେ । ସେଥିପାଇଁ ମୋ ଉପରେ ବି ଚାପ ଥିଲା ଯେ ମୋ ବିବାହ ଆହୁରି ଧୂମଧାମରେ ହେଉ ।” ଆପଣ ଏହି ପ୍ରକାର ସମସ୍ୟାଗୁଡ଼ିକର କିପରି ସାମନା କରିପାରିବେ ?
୧୫. ବିବାହର ପ୍ରସ୍ତୁତି କରିବା ସମୟରେ ପ୍ରାର୍ଥନା କରିବା କାହିଁକି ବହୁତ ଜରୁରୀ ?
୧୫ ବିବାହର ପ୍ରସ୍ତୁତି କରିବା ସମୟରେ ପ୍ରାର୍ଥନା କରନ୍ତୁ । ଆପଣ ଯିହୋବାଙ୍କୁ ପ୍ରାର୍ଥନାରେ କହିପାରିବେ ଯେ ଆପଣ କେଉଁ କଥାଗୁଡ଼ିକୁ ନେଇ ଚିନ୍ତିତ ଅଛନ୍ତି ଏବଂ ଶାନ୍ତ ମନ ପାଇଁ ବି ପ୍ରାର୍ଥନା କରିପାରିବେ । (ଫିଲିପ୍. ୪:୬, ୭) ଯେବେ ଆପଣଙ୍କୁ କୌଣସି ନିଷ୍ପତ୍ତି ନେବାର ଥାଏ, ତେବେ ଯିହୋବାଙ୍କୁ ସାହାଯ୍ୟ ମାଗିପାରିବେ । ବେଳେବେଳେ କୌଣସି କାମ କରିବା ପାଇଁ ଆପଣଙ୍କୁ ସାହସର ଆବଶ୍ୟକ ପଡ଼ିପାରେ । ସେସମୟରେ ବି ଆପଣ ଯିହୋବାଙ୍କୁ ସାହସ ପାଇଁ ପ୍ରାର୍ଥନା କରିପାରିବେ । (୧ ପିତ. ୫:୭) ଏପରି କଲେ ଆପଣ ଦେଖିପାରିବେ ଯେ ଯିହୋବା ଆପଣଙ୍କୁ କିପରି ସାହାଯ୍ୟ କରୁଛନ୍ତି ଏବଂ ଯିହୋବାଙ୍କ ଉପରେ ଆପଣଙ୍କର ଭରସା ଆହୁରି ବଢ଼ିବ । ତବିତା ଭଉଣୀ ଯାହାଙ୍କ ବିଷୟରେ ଆମେ ପୂର୍ବେ ଚର୍ଚ୍ଚା କରିଥିଲୁ, ସେ କହନ୍ତି, “ମୋତେ ଏବଂ ମୋ ଭାବିସ୍ୱାମୀଙ୍କୁ ଏହି କଥା ପାଇଁ ବହୁତ ଚିନ୍ତା ହେଉଥିଲା ଯେ ବିବାହର ଆୟୋଜନ କରିବା ସମୟରେ ଆମେ ଦୁହେଁ ଏବଂ ଆମ ପରିବାର ଲୋକେ ପରସ୍ପର ସହିତ ସହମତ ହେବେ ନା ନାହିଁ । ସେଥିପାଇଁ ଆମେ କଥାବାର୍ତ୍ତା ହେବା ପୂର୍ବରୁ ପ୍ରାର୍ଥନା କରୁଥିଲୁ । ଆମେ ଦେଖିପାରିଲୁ ଯେ ଯିହୋବା କିପରି ଭାବରେ ଆମର ସାହାଯ୍ୟ କଲେ ଏବଂ ଆମ ମଧ୍ୟରେ ଶାନ୍ତି ବଜାୟ ରହିଲା ।”
୧୬-୧୭. ବିବାହର ପ୍ରସ୍ତୁତି କରିବା ସମୟରେ ପରସ୍ପର ସହିତ ଭଲଭାବେ କଥା ହେବା କାହିଁକି ଜରୁରୀ ?
୧୬ ମନଖୋଲି କଥା ହୁଅନ୍ତୁ, କିନ୍ତୁ ପ୍ରେମ ଏବଂ ଆଦରର ସହିତ । (ହିତୋ. ୧୫:୨୨) ଆପଣ ଦୁହିଁଙ୍କୁ ନିଜ ବିବାହ ସହ ଜଡ଼ିତ ଅନେକ ନିଷ୍ପତ୍ତି ନେବାକୁ ପଡ଼ିବ । ଯେପରି ଆପଣ କେଉଁ ତାରିଖରେ ବିବାହ କରିବେ, କେତେ ପଇସା ଖର୍ଚ୍ଚ କରିବେ ଏବଂ କାହାକୁ ଡାକିବେ ଇତ୍ୟାଦି । କୌଣସି ମାମଲାରେ ନିଷ୍ପତ୍ତି ନେବା ପୂର୍ବରୁ କଥାବାର୍ତ୍ତା ହୁଅନ୍ତୁ । ଆପଣ ସେହି ମାମଲା ସହ ଜଡ଼ିତ ବାଇବଲ ସିଦ୍ଧାନ୍ତଗୁଡ଼ିକ ବିଷୟରେ ଭାବିପାରିବେ ଏବଂ ପ୍ରୌଢ଼ ଓ ଅନୁଭବୀ ଖ୍ରୀଷ୍ଟିୟାନମାନଙ୍କଠାରୁ ପରାମର୍ଶ ନେଇପାରିବେ । ଯେବେ ଆପଣ ଅନ୍ୟମାନଙ୍କୁ ନିଜ ଇଚ୍ଛା ବିଷୟରେ କହନ୍ତି, ତେବେ ପ୍ରେମର ସହିତ କହନ୍ତୁ, ମୃଦୁଶୀଳ ହୁଅନ୍ତୁ ଏବଂ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହନ୍ତୁ । ଯଦି ଆପଣଙ୍କ ବାପାମାଆ କିମ୍ବା ଆପଣଙ୍କ କୌଣସି ସମ୍ପର୍କୀୟ କିଛି କରିବା ପାଇଁ କହନ୍ତି, ଯାହା କରିବାରେ କୌଣସି ଆପତ୍ତି ନାହିଁ ତାହେଲେ ଆପଣ ସେମାନଙ୍କ କଥା ରଖିପାରିବେ । ମନେ ରଖନ୍ତୁ, ଆପଣଙ୍କ ବିବାହ ଦିନ ସେମାନଙ୍କ ପାଇଁ ବି ବହୁତ ଖାସ୍ ଅଟେ । କିନ୍ତୁ ସେମାନେ ଯାହା କରିବା ପାଇଁ କହନ୍ତି, ଯଦି ଆପଣ ତାହା କରିପାରିବେ ନାହିଁ ତାହେଲେ ପ୍ରେମର ସହିତ ତାହାର କାରଣ କହନ୍ତୁ । (କଲ. ୪:୬) ନିଜ ପରିବାର ଲୋକଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ ଆପଣଙ୍କର ଲକ୍ଷ୍ୟ ହେଉଛି ଯେ ଆପଣଙ୍କ ବିବାହ ଭଲରେ ହେଉ ଏବଂ ସେଥିରୁ ଯିହୋବାଙ୍କର ଆଦର ହେଉ ।
୧୭ ଯଦି ଆପଣଙ୍କ ବାପାମାଆ ସତ୍ୟରେ ନାହାନ୍ତି, ତାହେଲେ ସେମାନଙ୍କୁ ନିଜ ପସନ୍ଦ-ନାପସନ୍ଦ ବିଷୟରେ କହିବା ଆପଣଙ୍କୁ କଠିନ ଲାଗିପାରେ । କିନ୍ତୁ ଡରନ୍ତୁ ନାହିଁ, ଆପଣ ନିଶ୍ଚୟ ଏପରି କରିପାରିବେ । ଭାରତର ଭାଇ ସନ୍ତୋଷ କହନ୍ତି, “ଆମ ଦୁହିଁଙ୍କ ପରିବାର ଲୋକେ ହିନ୍ଦୁ ଅଟନ୍ତି, ସେଥିପାଇଁ ସେମାନେ ଚାହୁଁଥିଲେ ଯେ ଆମେ ସେମାନଙ୍କର କିଛି ରୀତିନୀତି ପାଳନ କରୁ । ସେମାନଙ୍କୁ ଏହା ବୁଝାଇବା ପାଇଁ ସମୟ ଲାଗିଲା ଯେ ଆମେ କାହିଁକି ସେହି ରୀତିନୀତିଗୁଡ଼ିକୁ ପାଳନ କରିପାରିବା ନାହିଁ । କିନ୍ତୁ ଯେଉଁ ମାମଲାଗୁଡ଼ିକରେ ସେମାନଙ୍କ ପସନ୍ଦ ଯିହୋବାଙ୍କ ଇଚ୍ଛା ବିରୁଦ୍ଧରେ ନ ଥିଲା, ଆମେ ସେଗୁଡ଼ିକୁ ମାନିଲୁ । ଯେପରି, ଆମେ ବିବାହ ଭୋଜିରେ ଖାଇବାର ବ୍ୟବସ୍ଥାରେ କିଛି ପରିବର୍ତ୍ତନ କଲୁ ଏବଂ ସେମାନଙ୍କ ପସନ୍ଦ ଅନୁସାରେ ଖାଇବାର ବ୍ୟବସ୍ଥା କଲୁ । ଆମେ ନାଚଗୀତ କରିବା ପାଇଁ ବି ଭାବିଥିଲୁ, କିନ୍ତୁ ଆମେ ନିଜ ପରିବାର ଲୋକଙ୍କ ବିଷୟରେ ଭାବିଲୁ ଯେ ସେମାନଙ୍କୁ ଏହା ଭଲ ଲାଗିବ ନାହିଁ । ସେଥିପାଇଁ ଆମେ ଏଗୁଡ଼ିକୁ କରିଲୁ ନାହିଁ ।”
୧୮. ବିବାହରେ ସବୁକିଛି ଠିକ୍ରେ ହେବା ପାଇଁ ଆପଣ କʼଣ କରିପାରିବେ ? (୧ କରିନ୍ଥୀୟ ୧୪:୩୯) (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୮ ଭଲ ଯୋଜନା କରନ୍ତୁ । ଯଦି ଆପଣ ପୂର୍ବରୁ ଭଲଭାବେ ପ୍ରସ୍ତୁତି କରିବେ, ତାହେଲେ ବିବାହ ଦିନରେ ଆପଣଙ୍କୁ ଏତେ ଚିନ୍ତା ହେବ ନାହିଁ । ୧ କରିନ୍ଥୀୟ ୧୪:୩୯ (ଇଜି-ଟୁ-ରିଡ ଭର୍ସନ) ପଦରେ ଲେଖାଅଛି: “ପ୍ରତ୍ୟେକ କାମ ଠିକ୍ ଭାବରେ ଓ କ୍ରମାନୁସାରେ କରିବା ଉଚିତ ।” ତାଇୱାନର ଭାଇ ବେନ୍ କହନ୍ତି, “ବିବାହର କିଛି ଦିନ ପୂର୍ବରୁ ଆମେ ସେହି ଭାଇଭଉଣୀମାନଙ୍କ ସହିତ ଗୋଟିଏ ସଭା ରଖିଥିଲୁ, ଯେଉଁମାନେ ବିବାହ ଦିନରେ ଆୟୋଜନର ଦେଖାଶୁଣା କରନ୍ତେ । ଆମେ ସେମାନଙ୍କ ସହ ମିଶି ସବୁ ଆୟୋଜନ ବିଷୟରେ କଥା ହେଲୁ ଏବଂ ବିବାହ ସମାରୋହ ସହ ଜଡ଼ିତ କିଛି ଅଭ୍ୟାସ ମଧ୍ୟ କଲୁ, ଯାହାଫଳରେ ବିବାହ ଦିନରେ ସବୁକିଛି ଭଲଭାବେ ହୋଇପାରୁ ।” ଯଦି ଆପଣ ସବୁ ବ୍ୟବସ୍ଥିତ ଭାବେ ଏବଂ ଠିକ୍ ସମୟରେ କରିବେ, ତାହେଲେ ଆପଣ ନିଜ ଅତିଥିମାନଙ୍କର ଆଦର କରୁଥିବେ ।
ବିବାହ ପୂର୍ବରୁ ଭଲଭାବେ ଯୋଜନା କଲେ ଆପଣ ନିଶ୍ଚିତ ଥିବେ ଯେ ସବୁକିଛି ବ୍ୟବସ୍ଥିତ ଭାବରେ ହେବ (ପାରାଗ୍ରାଫ ୧୮)
୧୯. ଆପଣ କʼଣ କରିବେ, ଯାହାଫଳରେ ବିବାହ ଭୋଜିରେ ସବୁକିଛି ବ୍ୟବସ୍ଥିତ ଭାବରେ ହୋଇପାରିବ ?
୧୯ ବିବାହରେ ହେଉଥିବା ସମସ୍ୟାଗୁଡ଼ିକ ବିଷୟରେ ଆଗରୁ ଭାବିବେ, ତାହେଲେ ଆପଣ ସେହି ସମସ୍ୟାଗୁଡ଼ିକରୁ ରକ୍ଷା ପାଇପାରିବେ । (ହିତୋ. ୨୨:୩) ଉଦାହରଣ ପାଇଁ, କʼଣ ଆପଣଙ୍କ ଅଞ୍ଚଳରେ ଏପରି ହୁଏ ଯେ ଯେଉଁମାନଙ୍କୁ ନିମନ୍ତ୍ରଣ ମିଳିନି, ସେମାନେ ବି ବିବାହ ଭୋଜିରେ ଆସିଯାʼନ୍ତି ? ତାହେଲେ ପ୍ରଥମରୁ ଭାବନ୍ତୁ ଯେ ଆପଣଙ୍କ ବିବାହରେ ଏପରି ନ ହେଉ ତାʼପାଇଁ ଆପଣ କʼଣ କରିପାରିବେ । ତାʼସହିତ ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଯେଉଁ ସମ୍ପର୍କୀୟମାନେ ସତ୍ୟରେ ନାହାନ୍ତି, ସେମାନଙ୍କୁ ଏହା ଜଣା ଥିବା କଥା ଯେ ଆପଣଙ୍କ ବିବାହରେ କʼଣ କʼଣ ହେବ ଏବଂ ଆପଣ ବିବାହ ସହ ଜଡ଼ିତ ରୀତିନୀତି ବିଷୟରେ କʼଣ ଭାବନ୍ତି । ଆପଣ ସେମାନଙ୍କୁ jw.org ୱେବସାଇଟ୍ରୁ “ୟହୋୱା କେ ସାକ୍ଷୀୟୋ କି ସାଦି ମେ କ୍ୟା ହୋତା ହେ ?” ନାମକ ଲେଖା ଦେଖାଇପାରିବେ । ଆପଣ ଜଣେ ପ୍ରୌଢ଼ ଭାଇଙ୍କୁ ‘ଭୋଜର ଅଧ୍ୟକ୍ଷ’ ଭାବେ ଦାୟିତ୍ୱ ଦେଇପାରିବେ, ଯାହାଫଳରେ ସବୁ ବ୍ୟବସ୍ଥା ଠିକ୍ରେ ହୋଇପାରିବ । (ଯୋହ. ୨:୮) ଯଦି ଆପଣ ତାଙ୍କୁ ନିଜ ବିବାହର ବ୍ୟବସ୍ଥାଗୁଡ଼ିକ ବିଷୟରେ ସ୍ପଷ୍ଟ ଭାବେ କହନ୍ତି, ତାହେଲେ ସେ ସେହି କଥାଗୁଡ଼ିକୁ ଧ୍ୟାନରେ ରଖିବେ ଏବଂ ସବୁକିଛି ଆପଣଙ୍କ ଅନୁସାରେ ଏବଂ ବ୍ୟବସ୍ଥିତ ଭାବେ ହୋଇପାରିବ ।
୨୦. ଜଣେ ଖ୍ରୀଷ୍ଟିୟାନ ଦମ୍ପତି ନିଜ ବିବାହ ବିଷୟରେ କʼଣ ମନେ ରଖିପାରିବେ ?
୨୦ ଏହା ନିଶ୍ଚିତ ଯେ ବିବାହର ପ୍ରସ୍ତୁତି କରିବା ସମୟରେ ଆପଣଙ୍କୁ ଅନେକ ଚିନ୍ତା ଥିବ । ମନେ ରଖନ୍ତୁ, ଆପଣଙ୍କ ବିବାହ ଦିନ ନିଶ୍ଚୟ ଖାସ୍ ଅଟେ, କିନ୍ତୁ ଏହା ସବୁଠାରୁ ଅଧିକ ମହତ୍ତ୍ୱ ରଖେ ନାହିଁ । ସେହି ଦିନ ପରେ ଆପଣ ଦୁହେଁ ମିଶି ଯେଉଁ ନୂଆ ଯାତ୍ରା ଆରମ୍ଭ କରିବେ ଏବଂ ଯିହୋବାଙ୍କର ସେବା କରିବେ, ତାହା ଅଧିକ ମହତ୍ତ୍ୱ ରଖେ । ସେଥିପାଇଁ ଆପଣଙ୍କ ବିବାହ ଦିନ ଏପରି ହେବା ଉଚିତ୍, ଯେଉଁଥିରୁ ଏହାର ମର୍ଯ୍ୟାଦା ବଜାୟ ରହିବ ଏବଂ ଯିହୋବାଙ୍କର ମହିମା ହେବ । ଯିହୋବାଙ୍କ ଉପରେ ଭରସା ରଖନ୍ତୁ ।—ଗୀତ. ୩୭:୩, ୪.
ଗୀତ ୧୦୮ ଯିହୋବାଙ୍କ ଅସୀମ ପ୍ରେମ
a ଏହାର ଅର୍ଥ କʼଣ ? କିଛି ସଂସ୍କୃତିରେ ଏପରି ହୁଏ ଯେ ଯେବେ ଜଣେ ଖ୍ରୀଷ୍ଟିୟାନ ଦମ୍ପତି ବିବାହ କରନ୍ତି, ତେବେ ସେମାନେ ଗୋଟିଏ ସମାରୋହର ବ୍ୟବସ୍ଥା କରନ୍ତି ଯେଉଁଠି ଗୋଟିଏ ଭାଷଣ ରଖାଯାଏ, ବରବଧୂ ପରସ୍ପରକୁ ମୁଦି ପିନ୍ଧାନ୍ତି ଏବଂ ଈଶ୍ୱରଙ୍କ ସାମନାରେ ଶପଥ ନିଅନ୍ତି । ଏହାପରେ ସେମାନେ ନିଜ ସାଙ୍ଗ ଓ ସମ୍ପର୍କୀୟମାନଙ୍କ ସହ ମିଶି ବିବାହ ଭୋଜିର ମଜା ନିଅନ୍ତି । କିନ୍ତୁ କିଛି ସଂସ୍କୃତିରେ ଜଣେ ଖ୍ରୀଷ୍ଟିୟାନ ଦମ୍ପତି ଏମଧ୍ୟରୁ କିଛିକୁ କରନ୍ତି କିମ୍ବା କିଛି ବି କରନ୍ତି ନାହିଁ । ଏପରି ସମୟରେ ଭଲ ରହିବ ଯେ ଜଣେ ଖ୍ରୀଷ୍ଟିୟାନ ଦମ୍ପତି ବିବାହ ଦିନରେ ସବୁକିଛି ବାଇବଲ ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି କରିବ ।
b ବିବାହ ବିଷୟରେ ସରକାରଙ୍କର ଯେଉଁ ନିୟମ ରହିଛି ସେବିଷୟରେ ଖ୍ରୀଷ୍ଟିୟାନମାନଙ୍କର କିପରି ଦୃଷ୍ଟିକୋଣ ହେବା ଉଚିତ୍, ଏହା ଜାଣିବା ପାଇଁ ୧ ନଭେମ୍ବର, ୨୦୦୬ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା, “ସାଦିୟାଁ ଯୋ ପାରମେଶ୍ୱର ଔର ଇନସାନ କି ନାଜର ମେଁ ଆଦାର କି ବାତ ସାମଝୀ ଯାଏ” ପଢ଼ନ୍ତୁ ।
c jw.org ୱେବସାଇଟ୍ରେ ଦିଆଯାଇଥିବା ଭିଡିଓ କʼଣ ଅତିଥିମାନଙ୍କୁ ମଦ ଦେବା ଠିକ୍ ହେବ ? ଦେଖନ୍ତୁ ।