ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w24 ମାର୍ଚ୍ଚ ପୃଷ୍ଠା ୨-୭
  • କʼଣ ତମେ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରିବା ପାଇଁ ପ୍ରସ୍ତୁତ ଅଛ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ତମେ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରିବା ପାଇଁ ପ୍ରସ୍ତୁତ ଅଛ ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ସମର୍ପଣ କରିବାର ଅର୍ଥ କʼଣ ?
  • ଯିହୋବାଙ୍କୁ ନିଜ ଜୀବନ କାହିଁକି ସମର୍ପଣ କରିବା ?
  • କʼଣ ତମେ ସମର୍ପଣ ଓ ବାପ୍ତିସ୍ମ ନେବା ପାଇଁ ପ୍ରସ୍ତୁତ ଅଛ ?
  • କିଛି ଲୋକ ସମର୍ପଣ କରିବା ପାଇଁ କାହିଁକି ପଛଘୁଞ୍ଚା ଦିଅନ୍ତି ?
  • ଯିହୋବାଙ୍କ ନିକଟତର ହେବା ଜାରି ରଖ
  • ବାପ୍ତିସ୍ମ ପରେ ବି ଯୀଶୁଙ୍କୁ ‘ଅନୁଗମନ କରନ୍ତୁ’
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ବାପ୍ତିସ୍ମ ନେବା ପାଇଁ ବିଳମ୍ବ କରନ୍ତୁ ନାହିଁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ସମର୍ପଣ କରିବା ଓ ବାପ୍ତିସ୍ମ ନେବା କାହିଁକି ଜରୁରୀ ଅଟେ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ବାପ୍ତିସ୍ମ ନେବାର ଅର୍ଥ କʼଣ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
w24 ମାର୍ଚ୍ଚ ପୃଷ୍ଠା ୨-୭

ଅଧ୍ୟୟନ ଲେଖା ୯

ଗୀତ ୭୫ ମେ ୟାହାଁ ହୁଁ ! ମୁଁଝେ ଭେଜ୍‌ !

କʼଣ ତମେ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରିବା ପାଇଁ ପ୍ରସ୍ତୁତ ଅଛ ?

“ମୋʼ ପ୍ରତି ସଦାପ୍ରଭୁଙ୍କର ସବୁ ମଙ୍ଗଳଦାନ ପାଲଟେ ମୁଁ ତାହାଙ୍କୁ କି ପ୍ରତିଦାନ କରିବି ?”—ଗୀତ. ୧୧୬:୧୨.

କʼଣ ଶିଖିବା ?

ଏହି ଲେଖାରେ ତମେ ଜାଣିବ ଯେ ତମେ ଯିହୋବାଙ୍କ ପାଇଁ ନିଜ ପ୍ରେମ କିପରି ବଢ଼ାଇ ପାରିବ ଯାହାଦ୍ୱାରା ତମକୁ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରିବା ଓ ବାପ୍ତିସ୍ମ ନେବା ପାଇଁ ଇଚ୍ଛା ହେବ ।

୧-୨. ବାପ୍ତିସ୍ମ ନେବା ପୂର୍ବରୁ କʼଣ କରିବା ଜରୁରୀ ?

ଗତ ପାଞ୍ଚ ବର୍ଷରେ ଦଶ ଲକ୍ଷରୁ ବି ଅଧିକ ଲୋକମାନେ ବାପ୍ତିସ୍ମ ନେଲେ ଓ ଯିହୋବାଙ୍କ ସାକ୍ଷୀ ହେଲେ । ସେମାନଙ୍କ ମଧ୍ୟରୁ କିଛି ଲୋକମାନଙ୍କୁ ତୀମଥିଙ୍କ ଭଳି ଛୋଟ ବେଳରୁ ହିଁ ସତ୍ୟ ଶିଖାଯାଇଥିଲା । (୨ ତୀମ. ୩:୧୪, ୧୫) ଆଉ କିଛି ଲୋକଙ୍କୁ ବଡ଼ ହେବା ପରେ ସତ୍ୟ ମିଳିଲା । ଆଉ କିଛି ଏପରି ବି ଥିଲେ ଯେଉଁମାନେ ବହୁତ ବୟସ୍କ ହେବା ପରେ ଯିହୋବାଙ୍କୁ ଜାଣିଲେ । ଯେପରି କିଛି ବର୍ଷ ପୂର୍ବେ ୯୭ ବର୍ଷର ଜଣେ ସ୍ତ୍ରୀ ଲୋକ ବାପ୍ତିସ୍ମ ନେଲେ ଓ ଯିହୋବାଙ୍କ ସାକ୍ଷୀ ହେଲେ ।

୨ ପିଲାମାନେ ଯଦି ତମେ ଜଣେ ବାଇବଲ ବିଦ୍ୟାର୍ଥୀ କିମ୍ବା ତମ ବାପା ମାଆ ତମ ଅଧ୍ୟୟନ କରାଉଛନ୍ତି । ତେବେ କʼଣ ତମେ ବାପ୍ତିସ୍ମ ନେବା ବିଷୟରେ ଭାବିଛ ? ଯଦି ହଁ ତାହେଲେ ତମେ ବହୁତ ବଢ଼ିଆ ପଦକ୍ଷେପ ନେବା ପାଇଁ ଭାବିଛ । କିନ୍ତୁ ବାପ୍ତିସ୍ମ ନେବା ପୂର୍ବରୁ ତମକୁ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିବାକୁ ପଡ଼ିବ । ଏହି ଲେଖାରେ ତମେ ଜାଣିବ ଯେ ସମର୍ପଣ କରିବାର ଅର୍ଥ କʼଣ ଓ ଏହା କିପରି କରାଯାଏ । ତମେ ଏହା ବି ଜାଣିବ ଯେ ଯଦି ତମେ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିବା ଓ ବାପ୍ତିସ୍ମ ନେବା ପାଇଁ ପ୍ରସ୍ତୁତ ଅଛ, ତେବେ କାହିଁକି ତମକୁ ପଛଘୁଞ୍ଚା ଦେବା ଉଚିତ୍‌ ନୁହେଁ ।

ସମର୍ପଣ କରିବାର ଅର୍ଥ କʼଣ ?

୩. ଏପରି କିଛି ଲୋକଙ୍କ ବିଷୟରେ କହନ୍ତୁ ଯେଉଁମାନେ ଯିହୋବାଙ୍କୁ ସମର୍ପିତ ଥିଲେ ।

୩ ବାଇବଲରେ କୁହାଯାଇଛି ଯେ ପ୍ରାଚୀନ ସମୟରେ ଯେଉଁ ଲୋକମାନେ ଯିହୋବାଙ୍କୁ ସମର୍ପିତ ଥିଲେ, ସେମାନଙ୍କୁ ଗୋଟିଏ ବିଶେଷ ଉଦ୍ଦେଶ୍ୟ ପାଇଁ ଅଲଗା କରାଯାଇଥିଲା । ଇସ୍ରାଏଲୀୟମାନେ ଗୋଟିଏ ରାଷ୍ଟ୍ର ଭାବେ ଯିହୋବାଙ୍କୁ ସମର୍ପିତ ଥିଲେ । କିନ୍ତୁ ସେହି ରାଷ୍ଟ୍ରର କିଛି ଲୋକମାନଙ୍କୁ ଗୋଟିଏ ବିଶେଷ କାମ ପାଇଁ ଅଲଗା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ହାରୋଣ । ସେ ଗୋଟିଏ ପଗଡ଼ି ପିନ୍ଧୁଥିଲେ ଯାହାର ସମ୍ମୁଖରେ ଗୋଟିଏ ପଟି ବନ୍ଧା ଯାଉଥିଲା । ଏହି ପଟିରେ ଖୋଳା ଯାଇଥିଲା ଏହା “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ।” ସୁନାର ଏହି ପଟିରୁ ଜଣା ପଡ଼ୁଥିଲା ଯେ ହାରୋଣଙ୍କୁ ଗୋଟିଏ ବିଶେଷ ସେବା ପାଇଁ ଅଲଗା କରାଯାଇଛି, ଅର୍ଥାତ୍‌ ସେ ଇସ୍ରାଏଲୀୟମାନଙ୍କ ମହାଯାଜକ ଅଟନ୍ତି । (ଯାତ୍ରା. ୨୮:୩୬, ୩୭) “ନାସରୀୟ” ଲୋକମାନେ ମଧ୍ୟ ଏକ ବିଶେଷ କାମ ପାଇଁ ଯିହୋବାଙ୍କୁ ସମର୍ପିତ ଥିଲେ । ନାସରୀୟ ଗୋଟିଏ ଏବ୍ରୀ ଶବ୍ଦ ଯାହାର ଅର୍ଥ ହେଉଛି ‘ପୃଥକ୍‌ କରାଯାଇଥିବା’ କିମ୍ବା ‘ସମର୍ପିତ କରାଯାଇଥିବା ।’ ମୋଶାଙ୍କ ବ୍ୟବସ୍ଥାରେ ନାସରୀୟମାନଙ୍କ ପାଇଁ କିଛି ବିଶେଷ ନିର୍ଦ୍ଦେଶ ଦିଆଯାଇଥିଲା ଯାହା ସେମାନଙ୍କୁ ମାନିବାର ଥିଲା ।—ଗଣ. ୬:୨-୮.

୪. (କ) ଯେଉଁମାନେ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରନ୍ତି, ସେମାନେ କେଉଁ ବିଶେଷ ଉଦ୍ଦେଶ୍ୟ ପାଇଁ ବଞ୍ଚନ୍ତି ? (ଖ) ନିଜକୁ ଅସ୍ୱୀକାର କରିବାର ଅର୍ଥ କʼଣ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୪ ପିଲାମାନେ, ତମେ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିବା ପରେ ଗୋଟିଏ ବିଶେଷ ଉଦ୍ଦେଶ୍ୟ ପାଇଁ ବଞ୍ଚ । ତାହା କʼଣ ? ତମେ ଯୀଶୁଙ୍କ ଶିଷ୍ୟ ହୋଇଯାଅ ଓ ଈଶ୍ୱରଙ୍କ ଇଚ୍ଛା ପୂରା କରିବା ତମ ପାଇଁ ସବୁଠୁ ଜରୁରୀ ହୋଇଯାଏ । ଯେଉଁମାନେ ଯୀଶୁଙ୍କ ଶିଷ୍ୟ ହୋଇଯାʼନ୍ତି ସେମାନଙ୍କଠାରୁ କʼଣ ଆଶା କରାଯାଏ ? ଯୀଶୁ କହିଥିଲେ, “କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ ।” (ମାଥି. ୧୬:୨୪) ତାʼଅର୍ଥ ଯେବେ ତମେ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିବ, ତାହେଲେ ତମକୁ ଏପରି କାମଠୁ ଦୂରେଇ ରହିବା ଉଚିତ୍‌ ଯାହା ଯିହୋବା ପସନ୍ଦ କରନ୍ତି ନାହିଁ । ଯେପରି, “ଶରୀରର କାର୍ଯ୍ୟ” ଅର୍ଥାତ୍‌ ଅନୈତିକ ଯୌନ ସମ୍ପର୍କ ଭଳି ଖରାପ କାମ । (ଗାଲା. ୫:୧୯-୨୧; ୧ କରି. ୬:୧୮; ୨ କରି. ୫:୧୪, ୧୫;) ଏସବୁ କଥା ଭାବି କʼଣ ତମକୁ ଲାଗେ ଯେ ତମେ ନିୟମଗୁଡ଼ିକରେ ବାନ୍ଧି ହୋଇଯିବ ? ଯଦି ତମେ ଯିହୋବାଙ୍କୁ ପ୍ରେମ କର ଓ ତମକୁ ପୂରା ବିଶ୍ୱାସ ଅଛି ଯେ ତାଙ୍କ ନିୟମ ମାନିଲେ ତମକୁ ହିଁ ଲାଭ ହେବ ତେବେ ତମକୁ ଏପରି ଲାଗିବନି । (ଗୀତ. ୧୧୯:୯୭; ଯିଶା. ୪୮:୧୭, ୧୮) ଏ ବିଷୟରେ ନିକୋଲାସ୍‌ ନାମକ ଜଣେ ଭାଇ କହନ୍ତି,“ତମେ ଚାହିଁଲେ ଯିହୋବାଙ୍କ ସ୍ତରଗୁଡ଼ିକୁ ଜେଲର କୋଠରି ଭଳି ଦେଖିପାରିବ ଯେଉଁଥିରେ ତମେ ବନ୍ଦୀ ଅଛ କିମ୍ବା ସିଂହର ପିଞ୍ଜରା ଭଳି ଦେଖିପାରିବ, ଯାହା ଯୋଗୁଁ ତମେ ସୁରକ୍ଷିତ ରହ ।”

ଜଣେ ଭାଇ ପିଞ୍ଜରାରେ ଥିବା ସିଂହମାନଙ୍କୁ ଦେଖୁଛନ୍ତି ।

କʼଣ ତମେ ଯିହୋବାଙ୍କ ସ୍ତରଗୁଡ଼ିକୁ ଜେଲ ଭଳି ଭାବ ନା ସିଂହର ପିଞ୍ଜରା ଭଳି ? (ପାରାଗ୍ରାଫ ୪)


୫. (କ) ତମେ ନିଜ ଜୀବନ ଯିହୋବାଙ୍କୁ କିପରି ସମର୍ପଣ କରିପାରିବ ? (ଖ) ସମର୍ପଣ କରିବା ଓ ବାପ୍ତିସ୍ମ ନେବାରେ କʼଣ ତଫାତ୍‌ ରହିଛି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୫ ପିଲାମାନେ ତମେ ନିଜ ଜୀବନ ଯିହୋବାଙ୍କୁ କିପରି ସମର୍ପଣ କରିପାରିବ ? ତମେ ତାଙ୍କୁ ଗୋଟିଏ ବିଶେଷ ପ୍ରାର୍ଥନା କରିପାରିବ ଓ ପ୍ରତିଜ୍ଞା କରିପାରିବ ଯେ ତମେ ଏବେଠାରୁ କେବଳ ତାଙ୍କର ହିଁ ଉପାସନା କରିବ ଓ ତାଙ୍କ ଇଚ୍ଛା ପୂରା କରିବାକୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେବ । ଏପରି କରି ତମେ ଯିହୋବାଙ୍କୁ ପ୍ରତିଜ୍ଞା କରିପାରିବ ଯେ ତମେ “ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ, ସମସ୍ତ ଶକ୍ତି ଦେଇ” ତାଙ୍କୁ ପ୍ରେମ କରିବା ଜାରି ରଖିବ । (ମାର୍କ ୧୨:୩୦) ଯେବେ ତମେ ସମର୍ପଣ କର ତେବେ ଏହା ତମେ ଏକୁଟିଆରେ କରିଥାଅ । ଏହା କେବଳ ତମ ଓ ଯିହୋବାଙ୍କ ମଧ୍ୟରେ ହୋଇଥାଏ । କିନ୍ତୁ ବାପ୍ତିସ୍ମ ସମସ୍ତଙ୍କ ସାମନାରେ ନିଆଯାଇଥାଏ । ଏଥିରୁ ଲୋକମାନେ ଜାଣିପାରନ୍ତି ଯେ ତମେ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରିଛ । ସମର୍ପଣ ଯିହୋବାଙ୍କ ପାଇଁ ଗୋଟିଏ ବିଶେଷ ପ୍ରତିଜ୍ଞା ଅଟେ । ତମେ ନିଶ୍ଚୟ ଚାହିଁବ ଯେ ତମେ ଏହି ପ୍ରତିଜ୍ଞା ଅନୁସାରେ ବଞ୍ଚିବ ଓ ଯିହୋବା ମଧ୍ୟ ତମଠାରୁ ଏହା ହିଁ ଆଶା କରନ୍ତି ।—ଉପ. ୫:୪, ୫.

କିଛି ଲୋକ ଏକୁଟିଆରେ ଯିହୋବାଙ୍କୁ ପ୍ରାର୍ଥନା କରୁଛନ୍ତି ।

ସମର୍ପଣ କରିବାର ଅର୍ଥ ହେଉଛି ଏକୁଟିଆରେ ଯିହୋବାଙ୍କୁ ପ୍ରତିଜ୍ଞା କରିବା ଯେ ଏବେଠାରୁ ଆପଣ କେବଳ ତାଙ୍କର ହିଁ ଉପାସନା କରିବେ ଏବଂ ତାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେବେ (ପାରାଗ୍ରାଫ ୫)


ଯିହୋବାଙ୍କୁ ନିଜ ଜୀବନ କାହିଁକି ସମର୍ପଣ କରିବା ?

୬. ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିବାର ସବୁଠୁ ବଡ଼ କାରଣ କʼଣ ?

୬ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିବାର ସବୁଠାରୁ ବଡ଼ କାରଣ ହେଉଛି ଯେ ତମେ ତାଙ୍କୁ ପ୍ରେମ କର । କିନ୍ତୁ ତମେ କେବଳ ଭାବନାରେ ଆସି ପ୍ରେମ କର ନାହିଁ । ତମେ ତାଙ୍କ ବିଷୟରେ “ତତ୍ତ୍ୱଜ୍ଞାନ” ବା ସଠିକ୍‌ ଜ୍ଞାନ ଓ “ଆତ୍ମିକ ଜ୍ଞାନ” ବା ପବିତ୍ର ଶକ୍ତିରୁ ମିଳୁଥିବା ଜ୍ଞାନ ହାସଲ କର ଓ ତାଙ୍କ ଉଦ୍ଦେଶ୍ୟ ବିଷୟରେ ଶିଖ । ଏପରି କରିବା ଦ୍ୱାରା ତାଙ୍କ ପାଇଁ ତମ ପ୍ରେମ ବଢ଼ିବାକୁ ଲାଗେ । (କଲ. ୧:୯, ୧୦) ଭଲ ଭାବେ ଅଧ୍ୟୟନ କରିବା ଦ୍ୱାରା ତମ ବିଶ୍ୱାସ ଏକଥା ପାଇଁ ଆହୁରି ବଢ଼ିଯାଏ ଯେ (୧) ଯିହୋବା ସତରେ ଅଛନ୍ତି, (୨) ସେ ହିଁ ବାଇବଲ ଲେଖାଇଛନ୍ତି ଓ (୩) ସେ ନିଜ ସଂଗଠନ ଜରିଆରେ ନିଜ ଇଚ୍ଛା ପୂରା କରୁଛନ୍ତି ।

୭. ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିବା ପାଇଁ କʼଣ କରିବା ଜରୁରୀ ?

୭ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିବା ପାଇଁ ଜଣେ ବ୍ୟକ୍ତିକୁ ବାଇବଲର ମୁଖ୍ୟ ଶିକ୍ଷାଗୁଡ଼ିକ ଜାଣିବା ଓ ଈଶ୍ୱରଙ୍କ ସ୍ତରଗୁଡ଼ିକ ଅନୁସାରେ ବଞ୍ଚିବା ଜରୁରୀ । କେବଳ ଏତିକି ନୁହେଁ, ତାʼଦ୍ୱାରା ଯେତେ ହୋଇପାରିବ, ସେ ଏବିଷୟରେ ଅନ୍ୟମାନଙ୍କୁ କହିବା ବି ଜରୁରୀ । (ମାଥି. ୨୮:୧୯, ୨୦) ଏପରି କରିବା ଦ୍ୱାରା ଧୀରେ ଧୀରେ ଯିହୋବାଙ୍କ ପାଇଁ ତା ଭିତରେ ଏତେ ପ୍ରେମ ବଢ଼ିଯିବ ଯେ ସେ କେବଳ ଯିହୋବାଙ୍କ ଉପାସନା କରିବା ପାଇଁ ଚାହିଁବ । କʼଣ ତମକୁ ବି ଏପରି ଲାଗେ ? ଯଦି ତମେ ଯିହୋବାଙ୍କୁ ସମ୍ପୂର୍ଣ୍ଣ ହୃଦୟରୁ ପ୍ରେମ କର, ତାହେଲେ ତମେ କେବଳ ନିଜ ବାପା ମାଆ କିମ୍ବା ଯିଏ ତମକୁ ବାଇବଲ ଅଧ୍ୟୟନ କରାଉଛନ୍ତି ତାଙ୍କୁ ଖୁସି କରିବା ପାଇଁ ସମର୍ପଣ କରିବ ନାହିଁ । ଆଉ ନା ନିଜ ସାଙ୍ଗମାନଙ୍କୁ ଦେଖି ଏପରି କରିବ । ବରଂ ତମେ ଯିହୋବାଙ୍କୁ ପ୍ରେମ କରିବା ଯୋଗୁଁ ଏହି ପଦକ୍ଷେପ ନେବ ।

୮. କେଉଁ ବିଷୟରେ ଭାବିବା ଦ୍ୱାରା ତମକୁ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିବା ପାଇଁ ଇଚ୍ଛା ହେବ ? (ଗୀତସଂହିତା ୧୧୬:୧୨-୧୪)

୮ ଯେବେ ତମେ ଏହା ଭାବିବ ଯେ ଯିହୋବା ତମ ପାଇଁ ଏବେ ଯାଏଁ କʼଣ କʼଣ କରିଛନ୍ତି, ତେବେ ତମେ ଖୁସିର ସହ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିବ । (ଗୀତସଂହିତା ୧୧୬:୧୨-୧୪ ପଢ଼ନ୍ତୁ ।) ବାଇବଲରେ କୁହାଯାଇଛି ଯେ “ସମସ୍ତ ଉତ୍ତମ ଦାନ ଓ ସମସ୍ତ ସିଦ୍ଧ ବର” ଯିହୋବାଙ୍କଠାରୁ ହିଁ ମିଳେ । (ଯାକୁ. ୧:୧୭) ଯିହୋବା ଆମ ପାଇଁ ଯେଉଁ ସବୁଠୁ ବଡ଼ ଉପହାର ଦେଇଛନ୍ତି ତାହା ହେଉଛି ତାଙ୍କ ନିଜ ପୁତ୍ର ଯୀଶୁଙ୍କ ମୁକ୍ତିର ମୂଲ୍ୟ । ଟିକେ ଭାବ, ମୁକ୍ତିର ମୂଲ୍ୟ ଯୋଗୁଁ ଆଜି କʼଣ ସମ୍ଭବ ହୋଇପାରିଛି ! ତମେ ଯିହୋବାଙ୍କ ସହ ଗୋଟିଏ ଭଲ ସମ୍ପର୍କ ଗଢ଼ିପାରିଛ ଓ ତମକୁ ସବୁଦିନ ବଞ୍ଚିବାର ଆଶା ମିଳିଛି । (୧ ଯୋହ. ୪:୯, ୧୦, ୧୯) ସତରେ ପ୍ରେମର ଏହାଠୁ ବଡ଼ ପ୍ରମାଣ ଆଉ କʼଣ ହୋଇପାରିବ ! ଯେବେ ତମେ ଏବିଷୟରେ ଭାବିବ ଓ ସେହି ଆଶିଷଗୁଡ଼ିକ ବିଷୟରେ ଭାବିବ ଯାହା ଯିହୋବା ତମକୁ ଦେଇଛନ୍ତି, ତାହେଲେ ତମ ହୃଦୟ କୃତଜ୍ଞତାରେ ଭରିଯିବ । ଆଉ ତମକୁ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିବା ପାଇଁ ଇଚ୍ଛା ହେବ । (ଦ୍ୱିବି. ୧୬:୧୭; ୨ କରି. ୫:୧୫) ତାହେଲେ କେତେ ଭଲ ହେବ ଯେ ଏହି ବିଷୟରେ ଆହୁରି ଜାଣିବା ପାଇଁ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର ପାଠ ୪୬ର ପଏଣ୍ଟ ନଂ. ୪ ପଢ଼ିବ ଓ ସେଥିରେ ଦିଆଯାଇଥିବା ତିନି ମିନିଟ୍‌ର ଭିଡିଓ ବି ଦେଖିବ: ଆମେ ପରମେଶ୍ୱରଙ୍କୁ କʼଣ କʼଣ ଉପହାର ଦେଇପାରିବା ?

କʼଣ ତମେ ସମର୍ପଣ ଓ ବାପ୍ତିସ୍ମ ନେବା ପାଇଁ ପ୍ରସ୍ତୁତ ଅଛ ?

୯. ଯେବେ ବାପ୍ତିସ୍ମ ନେବାର କଥା ଆସେ ତେବେ ଜଣକୁ ଅନ୍ୟମାନଙ୍କ ସହ ତୁଳନା କରିବା କାହିଁକି ଉଚିତ୍‌ ନୁହେଁ ?

୯ ହୋଇପାରେ ତମକୁ ଲାଗିବ ଯେ ଏବେ ତମେ ସମର୍ପଣ କରିବା ଓ ବାପ୍ତିସ୍ମ ନେବା ପାଇଁ ପ୍ରସ୍ତୁତ ନାହଁ । ହୁଏତ ତମକୁ ନିଜ ଭିତରେ ଆହୁରି ପରିବର୍ତ୍ତନ କରିବାର ଥିବ । କିମ୍ବା ନିଜ ବିଶ୍ୱାସ ବଢ଼ାଇବା ପାଇଁ ତମକୁ ଆହୁରି ସମୟ ଦରକାର । (କଲ. ୨:୬, ୭) ମନେ ରଖ, ସବୁ ବିଦ୍ୟାର୍ଥୀ ଏକା ଭଳି ନ ଥାʼନ୍ତି । କିଛି ବିଦ୍ୟାର୍ଥୀ ବହୁତ ଶୀଘ୍ର ଯିହୋବାଙ୍କ ପାଇଁ ପ୍ରେମ ବଢ଼ାଇ ପାରନ୍ତି, କିନ୍ତୁ ଅନ୍ୟମାନଙ୍କୁ ଟିକେ ସମୟ ଲାଗେ । ସବୁ ଯୁବାମାନେ ଅଲଗା ଅଲଗା ବୟସରେ ସମର୍ପଣ କରନ୍ତି ଓ ବାପ୍ତିସ୍ମ ନିଅନ୍ତି । ତେଣୁ ଅନ୍ୟମାନଙ୍କ ସହ ନିଜ ତୁଳନା କର ନାହିଁ । ଏହା ଜାଣିବା ପାଇଁ ଚେଷ୍ଟା କର ଯେ ତମକୁ ନିଜ ଭିତରେ କʼଣ ପରିବର୍ତ୍ତନ କରିବାର ଅଛି ଓ ତାହା କର ।—ଗାଲା. ୬:୪, ୫.

୧୦. ଯଦି ତମକୁ ଲାଗେ ଯେ ତମେ ଏବେ ସମର୍ପଣ କରିବା ପାଇଁ ପ୍ରସ୍ତୁତ ନାହଁ, ତାହେଲେ ତମେ କʼଣ କରିପାରିବ ? (“ସେହି ଯୁବାମାନେ ଯେଉଁମାନେ ଛୋଟ ବେଳୁ ସତ୍ୟ ଶିଖିଲେ” ନାମକ ବକ୍ସ ବି ଦେଖନ୍ତୁ ।)

୧୦ ଏହା ପରେ ବି ଯଦି ତମକୁ ଲାଗେ ଯେ ତମେ ଏବେ ସମର୍ପଣ କରିବା ପାଇଁ ପ୍ରସ୍ତୁତ ନାହଁ, ତାହେଲେ ହାର୍‌ ମାନ ନାହିଁ । ତମେ ଏହି ଲକ୍ଷ୍ୟ ହାସଲ କରିବାପାଇଁ ପରିଶ୍ରମ କରିବା ଜାରି ରଖ । ନିଜ ଭିତରେ ପରିବର୍ତ୍ତନ କରିବା ପାଇଁ ଯିହୋବାଙ୍କୁ ସାହାଯ୍ୟ ମାଗ । (ଫିଲିପ୍‌. ୨:୧୩; ୩:୧୬) ଆଉ ଭରସା ରଖ ଯେ ସେ ତମ ପ୍ରାର୍ଥନା ନିଶ୍ଚୟ ଶୁଣିବେ ଓ ତମକୁ ସାହାଯ୍ୟ କରିବେ ।—୧ ଯୋହ. ୫:୧୪.

ସେହି ଯୁବାମାନେ ଯେଉଁମାନେ ଛୋଟ ବେଳୁ ସତ୍ୟ ଶିଖିଲେ

ଯେଉଁ ଯୁବାମାନେ ନିଜ ବାପା ମାଆଙ୍କଠାରୁ ଶିଖୁଛନ୍ତି, ସେମାନଙ୍କୁ ଯୁବକଯୁବତୀମାନଙ୍କ ପ୍ରଶ୍ନ (ହିନ୍ଦୀ), ଭାଗ ୨ର ଅଧ୍ୟାୟ ୩୭, “କʼଣ ବାପ୍ତିସ୍ମ ନେବା ଜରୁରୀ ?” ଭାଗରୁ ବହୁତ ଲାଭ ମିଳିପାରେ ।

ତାʼଛଡ଼ା, ତମକୁ ମାର୍ଚ୍ଚ ୨୦୧୬ର ପ୍ରହରୀଦୁର୍ଗରେ (ହିନ୍ଦୀ) ଆସିଥିବା ଦୁଇଟି ଲେଖାରୁ ବି ଅନେକ ଭଲ କଥା ଶିଖିବାକୁ ମିଳିବ: “ଯୁବାମାନେ—କʼଣ ଆପଣ ବାପ୍ତିସ୍ମ ନେବା ପାଇଁ ପ୍ରସ୍ତୁତ ଅଛନ୍ତି ?” ଓ “ଯୁବାମାନେ—ତମେ ବାପ୍ତିସ୍ମ ପାଇଁ କିପରି ପ୍ରସ୍ତୁତ ହୋଇପାରିବ ?”

ସମୟ ବାହାର କରି ଏହି ଲେଖାଗୁଡ଼ିକୁ ଅଧ୍ୟୟନ କର ଓ ଏଥିରେ କୁହାଯାଇଥିବା କଥାଗୁଡ଼ିକ ଉପରେ ଗଭୀରତାର ସହ ଭାବ । ଏଥିରୁ ତମକୁ ବହୁତ ଲାଭ ହେବ ।

କିଛି ଲୋକ ସମର୍ପଣ କରିବା ପାଇଁ କାହିଁକି ପଛଘୁଞ୍ଚା ଦିଅନ୍ତି ?

୧୧. ବିଶ୍ୱସ୍ତ ରହିବା ପାଇଁ ଯିହୋବା କିପରି ଆମକୁ ସାହାଯ୍ୟ କରନ୍ତି ?

୧୧ କିଛି ଲୋକ ସମର୍ପଣ କରିବା ଓ ବାପ୍ତିସ୍ମ ନେବା ପାଇଁ ଯୋଗ୍ୟ ଅଛନ୍ତି, ତଥାପି ସେମାନେ ଏହି ପଦକ୍ଷେପ ନେବା ପାଇଁ ପଛଘୁଞ୍ଚା ଦିଅନ୍ତି । ସେମାନେ ଭାବନ୍ତି, ‘ଯଦି ମୋ ଦ୍ୱାରା କୌଣସି ବଡ଼ ଭୁଲ ହୋଇଯାଏ ଓ ମୋତେ ମଣ୍ଡଳୀରୁ ବାହାର କରିଦିଆଯାଏ ତାହେଲେ କʼଣ ହେବ ?’ ଯଦି ତମକୁ ବି ଏପରି ଲାଗେ ତାହେଲେ ଚିନ୍ତା କର ନାହିଁ । ତମେ ଭରସା ରଖିପାରିବ ଯେ ତମେ ଯିହୋବାଙ୍କୁ “ସର୍ବ ପ୍ରକାରେ ସନ୍ତୁଷ୍ଟ କରିବା ନିମନ୍ତେ ତାହାଙ୍କ ଯୋଗ୍ୟ ଆଚରଣ” କରିବା ଜାରି ରଖିପାରିବ । (କଲ. ୧:୧୦) ସେ ତମକୁ ସଠିକ୍‌ କାମ କରିବା ପାଇଁ ସାହସ ଦେବେ । ଠିକ୍‌ ଯେପରି ସେ ନିଜ ଅନେକ ସେବକମାନଙ୍କୁ ଦେଇଛନ୍ତି । (୧ କରି. ୧୦:୧୩) ଯିହୋବା ନିଜ ସେବକମାନଙ୍କୁ ବିଶ୍ୱସ୍ତ ରହିବା ପାଇଁ ସାହାଯ୍ୟ କରନ୍ତି, ସେଥିପାଇଁ ବହୁତ କମ୍‌ ଲୋକଙ୍କ ମଣ୍ଡଳୀରୁ ବହିଷ୍କାର ହୋଇଥାଏ ।

୧୨. ଆମେ କୌଣସି ବଡ଼ ଭୁଲ କରିବାଠାରୁ କିପରି ଦୂରେଇ ରହିପାରିବା ?

୧୨ ଯେକୌଣସି ବ୍ୟକ୍ତିକୁ ଭୁଲ କାମ କରିବା ପାଇଁ ପ୍ରଲୋଭିତ କରାଯାଇପାରେ, ଏପରିକି ତମକୁ ବି । (ଯାକୁ. ୧:୧୪) କିନ୍ତୁ ତମେ ସେହି ଭୁଲ କାମ କରିବ ନା ନାହିଁ ତାହା ତମ ଉପରେ ନିର୍ଭର କରେ । ତମେ ନିଜେ ନିଷ୍ପତ୍ତି ନେଇପାରିବ ଯେ ତମେ କʼଣ କରିବ, କିପରି ଜୀବନ ବଞ୍ଚିବ । କିଛି ଲୋକ ହୁଏତ କହିବେ ଯେ ସେମାନେ ନିଜ ଇଚ୍ଛା ଉପରେ କାବୁ କରିପାରିବେ ନାହିଁ, ଏହା ତାଙ୍କ ପାଇଁ ବହୁତ କଠିନ । କିନ୍ତୁ ଏହା ସତ ନୁହେଁ । ସେମାନେ ନିଜ ଇଚ୍ଛା ଉପରେ କାବୁ କରିପାରିବେ ଓ ତମେ ମଧ୍ୟ ଏପରି କରିପାରିବ । ଯଦି ତମ ମନରେ କୌଣସି ଖରାପ ଇଚ୍ଛା ଆସି ଯାଏ, ତେବେ ବି ତମେ ସେହି ଭୁଲ କାମ କରିବାରୁ ନିଜକୁ ରୋକି ପାରିବ । ଏପରି କରିବା ପାଇଁ କେଉଁ କଥା ତମକୁ ସାହାଯ୍ୟ କରିବ ? ସବୁଦିନ ଯିହୋବାଙ୍କୁ ପ୍ରାର୍ଥନା କର । ଲଗାତାର ତାଙ୍କ ବାକ୍ୟର ଅଧ୍ୟୟନ କର । ସଭାଗୁଡ଼ିକରେ ଯାଅ । ତମେ ଯାହା ବିଶ୍ୱାସ କର, ତାହା ଅନ୍ୟମାନଙ୍କୁ କୁହ । ଲଗାତାର ଏପରି କରିବା ଦ୍ୱାରା ତମକୁ ନିଜ ସମର୍ପଣର ପ୍ରତିଜ୍ଞା ପୂରା କରିବା ପାଇଁ ଶକ୍ତି ମିଳିବ । ପିଲାମାନେ ତମେ ଏହା ବି ମନେ ରଖ ଯେ ଯିହୋବା ତମ ସାଙ୍ଗରେ ଅଛନ୍ତି ଓ ସେ ତମକୁ ନିଶ୍ଚୟ ସାହାଯ୍ୟ କରିବେ ।—ଗାଲା. ୫:୧୬.

୧୩. ଆମେ ଯୋଷେଫଙ୍କଠାରୁ କʼଣ ଶିଖିପାରିବା ?

୧୩ ଯଦି ତମେ ଆଗରୁ ହିଁ ଭାବିକି ରଖିଥିବ ଯେ ଯେବେ ତମକୁ ପ୍ରଲୋଭିତ କରାଯିବ, ତେବେ ତମେ କʼଣ କରିବ, ତାହେଲେ ତମକୁ ନିଜ ସମର୍ପଣ ଅନୁସାରେ ବଞ୍ଚିବା ସହଜ ହୋଇଯିବ । ବାଇବଲରେ ଏପରି ଅନେକ ଲୋକଙ୍କ ବିଷୟରେ କୁହାଯାଇଛି ଯେଉଁମାନେ ଠିକ୍‌ ଏପରି ହିଁ କରିଥିଲେ । ସେମାନେ ବି ଆମ ପରି ଅପରିପୂର୍ଣ୍ଣ ଥିଲେ । କିନ୍ତୁ ଯେବେ ସେମାନଙ୍କୁ ପ୍ରଲୋଭିତ କରାଗଲା, ତେବେ ବି ସେମାନେ ଯିହୋବାଙ୍କ ବିଶ୍ୱସ୍ତ ରହିଲେ । ଯୋଷେଫଙ୍କ ବିଷୟରେ ଭାବନ୍ତୁ । ପୋଟୀଫରଙ୍କ ସ୍ତ୍ରୀ ବାରମ୍ବାର ତାଙ୍କୁ ପ୍ରଲୋଭିତ କରିବା ପାଇଁ ଚେଷ୍ଟା କଲା । କିନ୍ତୁ ଯୋଷେଫ ଜାଣିଥିଲେ ଯେ ଏପରି ପରିସ୍ଥିତିରେ ତାଙ୍କୁ କʼଣ କରିବାର ଅଛି । ବାଇବଲରେ କୁହାଯାଇଛି ଯେ ସେ ସିଧା ମନା କରିଦେଲେ । ସେ କହିଲେ, “ମୁଁ କିରୂପେ ଏଡ଼େ ବଡ଼ ଦୁଷ୍ଟତା ଓ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିପାରେ ?” (ଆଦି. ୩୯:୮-୧୦) ଏଥିରୁ ଜଣାପଡ଼େ ଯେ ଯୋଷେଫ ଆଗରୁ ହିଁ ଭାବିଥିଲେ ଯେ ଏପରି ପରିସ୍ଥିତିରେ କʼଣ କରିବେ । ତେଣୁ ସେ ପୋଟୀଫରଙ୍କ ସ୍ତ୍ରୀଙ୍କୁ ତୁରନ୍ତ ମନା କରିପାରିଲେ ।

୧୪. ଆମେ ଏପରି କʼଣ କରିପାରିବା ଯାହାଦ୍ୱାରା ପ୍ରଲୋଭିତ କରାଗଲେ ବି ଆମେ କୌଣସି ଭୁଲ କାମ କରିବା ନାହିଁ ?

୧୪ ତମେ ଯୋଷେଫଙ୍କ ଭଳି କʼଣ କରିପାରିବ ? ତମେ ଏବେଠାରୁ ଭାବିପାରିବ ଯେ ଯଦି ତମକୁ ପ୍ରଲୋଭିତ କରାଯାଏ ତେବେ ତମେ କʼଣ କରିବ । ଏପରି କାମ କରିବା ପାଇଁ ତୁରନ୍ତ ମନା କରିଦିଅ ଯାହା ଯିହୋବା ଘୃଣା କରନ୍ତି, ସେ ବିଷୟରେ ଭାବିବା ବି ଠିକ୍‌ ହେବନି । (ଗୀତ ୯୭:୧୦; ୧୧୯:୧୬୫) ଯେବେ ତମେ ଏପରି କରିବ, ତେବେ ତମକୁ ପ୍ରଲୋଭିତ କରାଗଲେ ମଧ୍ୟ ତମେ ନିଜ ନିଷ୍ପତ୍ତିରେ ଦୃଢ଼ ରହିବ । ତାହା ଏଥିପାଇଁ କାରଣ ତମେ ଆଗରୁ ଜାଣିଥିବ ଯେ ତମକୁ କʼଣ କରିବାର ଅଛି ।

୧୫. ଜଣେ କିପରି ଦେଖାଇପାରିବ ଯେ ସେ ‘ଈଶ୍ୱରଙ୍କର ଅନ୍ୱେଷଣକାରୀ’ ଅଟେ ? (ଏବ୍ରୀ ୧୧:୬)

୧୫ ହୋଇପାରେ ତମକୁ ଭରସା ଅଛି ଯେ ତମେ ଯାହା ଶିଖୁଛ, ତାହା ହିଁ ସତ୍ୟ ଆଉ ତମେ ହୃଦୟରୁ ଯିହୋବାଙ୍କ ସେବା କରିବା ପାଇଁ ଚାହୁଁଥିବ । ତଥାପି ହୁଏତ ତମେ ଅନ୍ୟ କୌଣସି କାରଣରୁ ସମର୍ପଣ କରିବା ଓ ବାପ୍ତିସ୍ମ ନେବା ପାଇଁ ପଛଘୁଞ୍ଚା ଦେଉଛ । ଯଦି ଏପରି କଥା ଅଟେ, ତାହେଲେ ତମେ ଦାଉଦଙ୍କ ଭଳି ଯିହୋବାଙ୍କୁ ବିନତି କରିପାରିବ, “ହେ ପରମେଶ୍ୱର, ମୋହର ଅନୁସନ୍ଧାନ କର ଓ ମୋʼ ଅନ୍ତଃକରଣର ପରିଚୟ ନିଅ; ମୋତେ ପରୀକ୍ଷା କର ଓ ମୋହର ସଙ୍କଳ୍ପସବୁ ଜ୍ଞାତ ହୁଅ; ଆଉ, ମୋʼ ଅନ୍ତରରେ ଦୁଷ୍ଟତାର କୌଣସି ମାର୍ଗ ଅଛି କି ନାହିଁ, ଏହା ଦେଖ, ପୁଣି ଅନନ୍ତ ପଥରେ ମୋତେ ଗମନ କରାଅ ।” (ଗୀତ. ୧୩୯:୨୩, ୨୪) ଏପରି ଭାବରେ ଯେବେ ତମେ ଯିହୋବାଙ୍କୁ ପ୍ରାର୍ଥନା କରିବ ଏବଂ ସମର୍ପଣ ଓ ବାପ୍ତିସ୍ମର ଲକ୍ଷ୍ୟ ପାଇଁ ପରିଶ୍ରମ କରିବ, ତାହେଲେ ତମେ ଦେଖାଇପାରିବ ଯେ ତମେ ତାଙ୍କ “ଅନ୍ୱେଷଣକାରୀ” ଅଟ । ତେବେ ତମେ ଭରସା ରଖିପାରିବ ଯେ ଯିହୋବା ତମକୁ ଆଶିଷ ଦେବେ ।—ଏବ୍ରୀ ୧୧:୬ ପଢ଼ନ୍ତୁ ।

ଯିହୋବାଙ୍କ ନିକଟତର ହେବା ଜାରି ରଖ

୧୬-୧୭. ଆମେ ଏପରି କାହିଁକି କହିପାରିବା ଯେ ଯେଉଁ ପିଲାମାନଙ୍କ ବାପାମାଆ ସାକ୍ଷୀ ଅଟନ୍ତି, ସେମାନଙ୍କୁ ମଧ୍ୟ ଯିହୋବା ନିଜ ଆଡ଼କୁ ଆକର୍ଷିତ କରନ୍ତି ? (ଯୋହନ ୬:୪୪)

୧୬ ଯୀଶୁ କହିଲେ ଯେ ତାଙ୍କ ଶିଷ୍ୟମାନଙ୍କୁ ଯିହୋବା ହିଁ ନିଜ ଆଡ଼କୁ ଆକର୍ଷିତ କରନ୍ତି । (ଯୋହନ ୬:୪୪ ପଢ଼ନ୍ତୁ ।) ଏହା ବହୁତ ବଡ଼ କଥା ଅଟେ ! ଯିହୋବା ନିଜ ଆଡ଼କୁ ଆକର୍ଷିତ କରିଥିବା ପ୍ରତ୍ୟେକ ବ୍ୟକ୍ତିଠାରେ କିଛି ଭଲ ଦେଖନ୍ତି । ସେ ସମସ୍ତଙ୍କୁ ପ୍ରେମ କରନ୍ତି ଏବଂ ପ୍ରତ୍ୟେକ ଜଣକୁ କୁହନ୍ତି, ‘ତୁମେ ଆମ୍ଭର ଲୋକ’ ।—ମଲା. ୩:୧୬, ୧୭.

୧୭ କିନ୍ତୁ ପିଲାମାନେ, ଯଦି ତମ ବାପାମାଆ ସତ୍ୟରେ ଅଛନ୍ତି, ତେବେ ହୁଏତ ତମକୁ ଲାଗିବ ଯେ ତମେ କେବଳ ନିଜ ବାପାମାଆଙ୍କ ଯୋଗୁଁ ଯିହୋବାଙ୍କ ଉପାସନା କରୁଛ । ଆଉ ହୁଏତ ଏପରି ଭାବିବ ଯେ ଯିହୋବା ତମକୁ ନିଜ ଆଡ଼କୁ ଆକର୍ଷିତ କରିନାହାନ୍ତି । କିନ୍ତୁ ଧ୍ୟାନ ଦିଅ ଯେ ବାଇବଲରେ କʼଣ ଲେଖାଅଛି, “ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ ।” (ଯାକୁ. ୪:୮; ୧ ବଂଶା. ୨୮:୯) ତାହେଲେ ଯେବେ ତମେ ଯିହୋବାଙ୍କ ନିକଟକୁ ଆସିବା ପାଇଁ ପଦକ୍ଷେପ ନେବ, ତେବେ ସେ ମଧ୍ୟ ତମ ନିକଟକୁ ଆସିବେ । ଏପରି ନୁହେଁ ଯେ ଯିହୋବା ତମ ବାପାମାଆଙ୍କୁ ନିଜ ଆଡ଼କୁ ଆକର୍ଷିତ କଲେ ଓ ତମେ କେବଳ ତାଙ୍କ ସହିତ ଆସିଗଲ । ଯିହୋବା ପ୍ରତ୍ୟେକ ମଣିଷକୁ ନିଜ ଆଡ଼କୁ ଆକର୍ଷିତ କରନ୍ତି, ସେମାନଙ୍କୁ ବି ଯେଉଁମାନଙ୍କୁ ତାଙ୍କ ବାପାମାଆ ସତ୍ୟ ଶିଖାନ୍ତି । ଯେବେ ଏପରି ବ୍ୟକ୍ତି ଯିହୋବାଙ୍କ ନିକଟତର ହେବା ପାଇଁ ପଦକ୍ଷେପ ନିଏ, ତେବେ ଯିହୋବା ବି ତାʼ ନିକଟକୁ ଆସନ୍ତି, ଯେପରିକି ଯାକୁବ ୪:୮ ପଦରେ ଲେଖାଅଛି ।—୨ ଥେସଲନୀକୀୟ ୨:୧୩ ସହ ତୁଳନା କରନ୍ତୁ ।

୧୮. ପରବର୍ତ୍ତୀ ଲେଖାରେ ଆମେ କେଉଁ ବିଷୟରେ ଆଲୋଚନା କରିବା ? (ଗୀତସଂହିତା ୪୦:୮)

୧୮ ପିଲାମାନେ, ଯେବେ ତମେ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କର ଓ ବାପ୍ତିସ୍ମ ନିଅ, ତେବେ ତମେ ଯୀଶୁଙ୍କ ଭଳି କାମ କର । ଯୀଶୁ ନିଜ ପିତାଙ୍କ ଇଚ୍ଛା ପୂରା କରିବା ପାଇଁ ଖୁସିର ସହ ନିଜ ଜୀବନ ତାଙ୍କୁ ସମର୍ପଣ କଲେ । (ଗୀତସଂହିତା ୪୦:୮ ପଢ଼ନ୍ତୁ; ଏବ୍ରୀ ୧୦:୭) ପରବର୍ତ୍ତୀ ଲେଖାରେ ଆମେ ଜାଣିବା ଯେ ବାପ୍ତିସ୍ମ ପରେ ମଧ୍ୟ ତମେ କିପରି ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କରିପାରିବ ।

ଆପଣ କʼଣ ଉତ୍ତର ଦେବେ ?

  • ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିବାର ଅର୍ଥ କʼଣ ?

  • ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିବା ପାଇଁ ତାଙ୍କ କୃତଜ୍ଞ ହେବା କାହିଁକି ଜରୁରୀ ?

  • ତମେ କୌଣସି ବଡ଼ ଭୁଲ କରିବାଠାରୁ କିପରି ଦୂରେଇ ରହିପାରିବ ?

ଗୀତ ୩୮ ୱୋ ତୁମହେଁ ମଜବୁତ କରେଗା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ