ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜାନୁୟାରୀ ପୃଷ୍ଠା ୧୧
  • ଈଶ୍ୱରଙ୍କ ଚିନ୍ତାଧାରା ଜାଣିବା ପାଇଁ ଚେଷ୍ଟା କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱରଙ୍କ ଚିନ୍ତାଧାରା ଜାଣିବା ପାଇଁ ଚେଷ୍ଟା କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଏପରି ନିଷ୍ପତ୍ତି ନିଅନ୍ତୁ, ଯେଉଁଥିରୁ ଯିହୋବା ଖୁସି ହେବେ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ପ୍ରତିଦିନ ବାଇବଲ ପଢ଼ନ୍ତୁ ଓ ବୁଦ୍ଧି ପାଇଁ ଅନୁସନ୍ଧାନ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ବାପାମାଆମାନେ, ନିଜ ପିଲାମାନଙ୍କୁ ଶିଖାନ୍ତୁ ଯେ ସେମାନେ କିପରି ଈଶ୍ୱରଙ୍କୁ ଖୁସି କରିପାରିବେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜାନୁୟାରୀ ପୃଷ୍ଠା ୧୧
“ଧୈର୍ଯ୍ୟର ସହ ଦୌଡ଼ିବା ଜାରି ରଖନ୍ତୁ​—ପୁଷ୍ଟିକର ଖାଦ୍ୟ ଖାଆନ୍ତୁ” ନାମକ ଭିଡିଓର ଗୋଟିଏ ଦୃଶ୍ୟ । ରିବିକା “ଜୀବନର ଆରମ୍ଭ, ପାଞ୍ଚଟି ପ୍ରଶ୍ନର ଉତ୍ତର ପାଇବା ଜରୁରୀ” ପୁସ୍ତିକାରୁ ଅନୁସନ୍ଧାନ କରୁଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଈଶ୍ୱରଙ୍କ ଚିନ୍ତାଧାରା ଜାଣିବା ପାଇଁ ଚେଷ୍ଟା କରନ୍ତୁ

ଆମେ ଚାହୁଁ ଯେ ଆମେ ଯାହା ବି କରୁ, ସେଥିରୁ ଯିହୋବାଙ୍କ ହୃଦୟ ଖୁସି ହେଉ । (ହିତୋ ୨୭:୧୧) ଏହାପାଇଁ ଜରୁରୀ ଯେ ଆମେ ଯିହୋବାଙ୍କ ଚିନ୍ତାଧାରା ମୁତାବକ ନିଷ୍ପତ୍ତି ନେବା, ଏପରି ମାମଲାଗୁଡ଼ିକରେ ବି ଯେଉଁଗୁଡ଼ିକ ବିଷୟରେ ବାଇବଲରେ କୌଣସି ନିୟମ ଦିଆଯାଇନାହିଁ । ତାʼପାଇଁ ଆମକୁ କʼଣ କରିବାକୁ ହେବ ?

ପ୍ରତିଦିନ ବାଇବଲର ଅଧ୍ୟୟନ କରନ୍ତୁ: ଯେବେ ବି ଆମେ ବାଇବଲ ପଢ଼ୁ, ତାହା ଏପରି ଅଟେ ଯେପରି ଆମେ ଯିହୋବାଙ୍କ ସହ ସମୟ ବିତାଉଛୁ । ବାଇବଲ ପଢ଼ିବା ସମୟରେ ଆମେ ଧ୍ୟାନ ଦେଇପାରିବା ଯେ ଯିହୋବା ନିଜ ଲୋକମାନଙ୍କ ସହ କିପରି ବ୍ୟବହାର କଲେ । ଆମେ ସେହି ଲୋକମାନଙ୍କ ଉଦାହରଣ ଉପରେ ବି ଧ୍ୟାନ ଦେଇପାରିବା, ଯେଉଁମାନେ ଯିହୋବାଙ୍କ ଦୃଷ୍ଟିରେ ଠିକ୍‌ କାମ କଲେ ଏବଂ ସେହି ଲୋକମାନଙ୍କ ଉଦାହରଣ ଉପରେ ବି ଯେଉଁମାନେ ଖରାପ କାମ କଲେ । ଏପରି ଭାବେ ଆମେ ଯିହୋବାଙ୍କ ଚିନ୍ତାଧାରା ଜାଣିପାରିବା । ତାʼପରେ ଯେବେ ଆମକୁ କୌଣସି ନିଷ୍ପତ୍ତି ନେବାକୁ ହେବ, ତେବେ ପବିତ୍ର ଶକ୍ତି ଆମକୁ ସେହି ସବୁ ଶିକ୍ଷା ଓ ସିଦ୍ଧାନ୍ତଗୁଡ଼ିକୁ ମନେପକାଇ ଦେବ ଯାହା ଆମେ ବାଇବଲରୁ ଶିଖିଛୁ ।—ଯୋହ ୧୪:୨୬.

ଅନୁସନ୍ଧାନ କରନ୍ତୁ: ଯେବେ ଆପଣଙ୍କୁ କୌଣସି ନିଷ୍ପତ୍ତି ନେବାକୁ ହୁଏ, ତେବେ ନିଜକୁ ପଚାରନ୍ତୁ, ‘ଏହି ମାମଲା ବିଷୟରେ ଯିହୋବା କʼଣ ଭାବନ୍ତି ? ଏହା ମୁଁ ବାଇବଲର କେଉଁ ପଦ ବା ଘଟଣାଗୁଡ଼ିକରୁ ଜାଣିପାରିବି ?’ ଯିହୋବାଙ୍କୁ ପ୍ରାର୍ଥନାରେ ସାହାଯ୍ୟ ମାଗନ୍ତୁ । ତାʼପରେ ଆପଣଙ୍କ ଭାଷାରେ ଯେଉଁ ପ୍ରକାଶନ ଉପଲବ୍ଧ ଅଛି, ସେଗୁଡ଼ିକରେ ଅନୁସନ୍ଧାନ କରନ୍ତୁ । ଖୋଜନ୍ତୁ ଯେ ଆପଣଙ୍କ ମାମଲାରେ ବାଇବଲର କେଉଁ ସିଦ୍ଧାନ୍ତଗୁଡ଼ିକ ଲାଗୁ ହୋଇପାରେ ଆଉ ତାʼପରେ ସେହି ସିଦ୍ଧାନ୍ତଗୁଡ଼ିକ ମୁତାବକ କାମ କରନ୍ତୁ ।—ଗୀତ ୨୫:୪.

ଧୈର୍ଯ୍ୟର ସହ ଦୌଡ଼ିବା ଜାରି ରଖନ୍ତୁ—ପୁଷ୍ଟିକର ଖାଦ୍ୟ ଖାଆନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଭିଡିଓରେ ଥିବା ଯୁବା ଭଉଣୀଙ୍କ ଉପରେ କେଉଁ କେଉଁ ଚାପ ଆସିଲା ?

  • ଏପରି ଚାପଗୁଡ଼ିକର ସାମନା କରିବା ପାଇଁ ଆପଣ ଆମ ପ୍ରକାଶନଗୁଡ଼ିକରେ କିପରି ଅନୁସନ୍ଧାନ କରିପାରିବେ ?

  • ସଠିକ୍‌ ନିଷ୍ପତ୍ତି ନେବା ପାଇଁ ଯେବେ ଆମେ ସମୟ ବାହାର କରି ବ୍ୟକ୍ତିଗତ ଅଧ୍ୟୟନ ଓ ଅନୁସନ୍ଧାନ କରୁ, ତେବେ ଆମକୁ କʼଣ ଲାଭ ହୋଇଥାଏ ?—ଏବ୍ରୀ ୫:୧୩, ୧୪

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ