ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜୁଲାଇ ପୃଷ୍ଠା ୧୩
  • ସେପ୍ଟେମ୍ବର ମାସରେ ବାଇବଲ ଅଧ୍ୟୟନ ଆରମ୍ଭ କରିବା ପାଇଁ ବିଶେଷ ଅଭିଯାନ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସେପ୍ଟେମ୍ବର ମାସରେ ବାଇବଲ ଅଧ୍ୟୟନ ଆରମ୍ଭ କରିବା ପାଇଁ ବିଶେଷ ଅଭିଯାନ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଈଶ୍ୱରଙ୍କ ରାଜ୍ୟର ଘୋଷଣା କରିବା ପାଇଁ ସେପ୍ଟେମ୍ବର ମାସରେ ବିଶେଷ ଅଭିଯାନ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜୁଲାଇ ପୃଷ୍ଠା ୧୩
ଚିତସମୂହ: ଏହି ପରିବାରର ଚିତ ନୂଆ ସେବା ବର୍ଷ ପାଇଁ ଲକ୍ଷ୍ୟ ରଖ​—ଅଦୂତ ସେବା କର ଲେଖାରେ ଦିଆଯାଇଛି । ୧. ଯୁବା ଭଉଣୀ ଓ ତାଙ୍କ ମାଆ ଜଣେ ସ୍ତ୍ରୀ ସହ ତା’ ଅପାର୍ଟମେଣ୍ଟ ସାମନାରେ ଛି ହୋଇ “ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !” ପୁସ୍ତିକାରୁ ଚର୍ଚ୍ଚା କରୁଛନ୍ତି । ୨. ଜେଜେ ମା ଫୋନରେ “ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !” ପୁସ୍ତିକାରୁ ବାଇବଲ ଅଧୟନ କରାଉଛନ୍ତି । ୩. ବାପା ଓ ମାଆ କାର୍ଟର ପାଖରେ ଛି ହୋଇଛନ୍ତି ଏବଂ କାର୍ଟରେ “ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !” ପୁସ୍ତିକା ରଖିଛନ୍ତି ଏବଂ ବିନାମୂଲ୍ୟରେ ବାଇବଲ ଅଧୟନ କରିବା ବିଷୟରେ ଜଣାଉଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ସେପ୍ଟେମ୍ବର ମାସରେ ବାଇବଲ ଅଧ୍ୟୟନ ଆରମ୍ଭ କରିବା ପାଇଁ ବିଶେଷ ଅଭିଯାନ

ସେପ୍ଟେମ୍ବର ମାସରେ ଆମେ ସମସ୍ତଙ୍କ ସହ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକାରୁ ବାଇବଲ ଅଧ୍ୟୟନ ଆରମ୍ଭ କରିବା ପାଇଁ ପୂରା ଚେଷ୍ଟା କରିବା । ପ୍ରଚାରକ ଚାହିଁଲେ ଏହି ମାସରେ ୩୦ ଘଣ୍ଟାର ସହଯୋଗୀ ଅଗ୍ରଦୂତ ସେବା କରିପାରିବେ । ଆମେ ଏହି ଅଭିଯାନରେ କʼଣ କରିବା ?

  • ପ୍ରଥମ ସାକ୍ଷାତ: ଜଣେ ବ୍ୟକ୍ତି ସହ ସାଧାରଣ ବିଷୟଗୁଡ଼ିକରେ କଥାବାର୍ତ୍ତା ଆରମ୍ଭ କରନ୍ତୁ ଏବଂ ତାଙ୍କ ସହ ଚିହ୍ନା ପରିଚିତ ବଢ଼ାଇବା ପାଇଁ ଚେଷ୍ଟା କରନ୍ତୁ । (ଫିଲିପ୍‌ ୨:୪) କିଛି ଥର ଭେଟିବା ପରେ ଯଦି ଆପଣଙ୍କୁ ଠିକ୍‌ ଲାଗେ, ତେବେ ଆପଣ ତାଙ୍କୁ ଈଶ୍ୱରଙ୍କ ବିଷୟରେ କହିପାରିବେ । ଯଦି ବ୍ୟକ୍ତି ଜଣକ କହନ୍ତି ଯେ ସେ ଆହୁରି ଜାଣିବା ପାଇଁ ଚାହାନ୍ତି, ତେବେ ତାଙ୍କୁ ବାଇବଲ ଅଧ୍ୟୟନ ବିଷୟରେ କହନ୍ତୁ । ଏହାଛଡ଼ା ଏପରି ଲୋକମାନଙ୍କୁ ପୁଣିଥରେ ଭେଟନ୍ତୁ, ଯେଉଁମାନେ ଆଗ୍ରହ ଦେଖାଇଥିଲେ । ପ୍ରଥମେ ସେ ଅଧ୍ୟୟନ ପାଇଁ ମନା କରିଦେଇଥିଲେ, କିନ୍ତୁ ହୁଏତ ସେମାନେ ଏହି ନୂଆ ପୁସ୍ତିକା ଓ ଏହି ନୂଆ ଉପାୟରେ ଅଧ୍ୟୟନ କରିବା ପାଇଁ ଚାହିଁବେ । ଯଦି ଘରେ କେହି ନାହାନ୍ତି, ତେବେ ସେଠାରେ ପୁସ୍ତିକା ଛାଡ଼ନ୍ତୁ ନାହିଁ । ଯେଉଁମାନେ ପ୍ରଥମେ ଆଗ୍ରହ ଦେଖାଇଲେ ନାହିଁ, ସେମାନଙ୍କୁ ପୁସ୍ତିକା ଲଫାପାରେ ପୂରାଇ ପଠାନ୍ତୁ ନାହିଁ । ମଣ୍ଡଳୀର ସେବା ସମିତି ଏହି ମାସରେ ପ୍ରଚାର କରିବା ପାଇଁ ଆହୁରି ସଭା ରଖିପାରିବେ ।

  • ଅନ୍ୟ ସୁଯୋଗ: ଯଦି ଆପଣଙ୍କ ମଣ୍ଡଳୀ କାର୍ଟ ଲଗାଇ ସାକ୍ଷ୍ୟ ଦିଏ, ତେବେ ଆପଣ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକା ସେଥିରେ ରଖିପାରିବେ । ଯଦି କେହି ପୁସ୍ତିକା ନେବା ପାଇଁ ଚାହାନ୍ତି, ତାହେଲେ ଆପଣ ତାଙ୍କୁ କହିପାରିବେ ଯେ ଆପଣ ତାଙ୍କ ସହ ବାଇବଲ ବିଷୟରେ ଚର୍ଚ୍ଚା ମଧ୍ୟ କରିପାରିବେ ଏବଂ ଏହା ପାଇଁ ସେମାନଙ୍କୁ କିଛି ପଇସା ଦେବାକୁ ପଡ଼ିବ ନାହିଁ । ସେବା ଅଧ୍ୟକ୍ଷ ଚାହିଁଲେ କିଛି ଏପରି ଭାଇଭଉଣୀଙ୍କୁ ବିଜନେସ ଅଞ୍ଚଳରେ ପଠାଇପାରିବେ, ଯେଉଁମାନେ ସେଠାରେ ଭଲଭାବେ ସାକ୍ଷ୍ୟ ଦେବା ଜାଣନ୍ତି । ଆପଣ କାମ ଜାଗାରେ ଏବଂ ସୁଯୋଗ ଖୋଜି ମଧ୍ୟ ଲୋକମାନଙ୍କ ସହ କଥା ହୋଇପାରିବେ । ଯଦି ସେମାନେ ଆଗ୍ରହ ଦେଖାନ୍ତି, ତେବେ ସେମାନଙ୍କୁ ବାଇବଲ ଅଧ୍ୟୟନ ବିଷୟରେ କହିପାରିବେ ।

ଯୀଶୁ ଆମକୁ ଲୋକମାନଙ୍କୁ ‘ଶିକ୍ଷା ଦେବା’ ଏବଂ ସେମାନଙ୍କୁ ‘ଶିଷ୍ୟ କରିବା’ ପାଇଁ ଆଜ୍ଞା ଦେଇଛନ୍ତି । (ମାଥି ୨୮:୧୯, ୨୦) ଆମେ ଆଶା କରୁ ଯେ ଏହି ବିଶେଷ ଅଭିଯାନରେ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକାରୁ ଆମେ ଏହି କାମ ଭଲଭାବେ କରିପାରିବା ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ