ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଭଉଣୀମାନେ ଆଉ କେଉଁ କେଉଁ ଉପାୟରେ ଯିହୋବାଙ୍କ ସେବା କରିପାରିବେ ?
ରାଜ୍ୟର ପ୍ରଚାର ସେବା କରିବାରେ ଭଉଣୀମାନଙ୍କର ବହୁତ ବଡ଼ ହାତ ରହିଛି । (ଗୀତ ୬୮:୧୧) ସେମାନେ ବହୁ ମାତ୍ରାରେ ବାଇବଲ ଅଧ୍ୟୟନ କରନ୍ତି । ଅଧିକାଂଶ ଅଗ୍ରଦୂତ ଭଉଣୀମାନେ ଅଛନ୍ତି । ହଜାର ହଜାର ଭଉଣୀମାନେ ବୈଥେଲରେ ସେବା କରନ୍ତି, ମିଶନାରୀ ସେବା କରନ୍ତି, ଓ ନିର୍ମାଣ କାମ ଏବଂ ଅନୁବାଦ କାମ ମଧ୍ୟ କରନ୍ତି । ଯେଉଁ ଭଉଣୀମାନଙ୍କର ବିଶ୍ୱାସ ମଜବୁତ ସେମାନେ ନିଜ ପରିବାର ଓ ମଣ୍ଡଳୀର ଉତ୍ସାହ ବଢ଼ାଇ ଥାʼନ୍ତି । (ହିତୋ ୧୪:୧) ଯଦିଓ ଭଉଣୀମାନେ ପ୍ରାଚୀନ ଓ ସହାୟକ ସେବକ ହୋଇ ପାରି ନ ଥାʼନ୍ତି, କିନ୍ତୁ ଅନ୍ୟ ଉପାୟରେ ସେମାନେ ସେବା କରିପାରନ୍ତି । ଏହା ସେମାନେ କିପରି କରନ୍ତି ?
ଈଶ୍ୱରଙ୍କ ମନପସନ୍ଦ ଗୁଣ ବଢ଼ାଇ—୧ ତୀମ ୩:୧୧; ୧ପିତ ୩:୩-୬.
ଏପରି ଭଉଣୀମାନଙ୍କୁ ସାହାଯ୍ୟ କରି ଯେଉଁମାନେ ଯୁବତୀ କିମ୍ବା ସତ୍ୟରେ ନୂଆ ଅଛନ୍ତି ।—ତୀତ ୨:୩-୫.
ଭଲ ଭାବେ ସାକ୍ଷ୍ୟ ଦେଇ ଓ ପ୍ରଚାର ସେବାରେ ଅଧିକ ସମୟ ବିତାଇ ।
ଅନ୍ୟ ଭାଷା ଶିଖି
ଯେଉଁଠି ପ୍ରଚାରକଙ୍କ ଅଧିକ ଆବଶ୍ୟକ ରହିଛି ସେଠାକୁ ଯାଇ
ବୈଥେଲ ସେବା କିମ୍ବା ନିର୍ମାଣ କାମ ପାଇଁ ଫର୍ମ ପୂରଣ କରି
ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲରେ ଫର୍ମ ପୂରଣ କରି
‘ପ୍ରଭୁଙ୍କ ସେବାରେ କଠିନ ପରିଶ୍ରମ କରୁଥିବା ସ୍ତ୍ରୀମାନେ’ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନର ଉତ୍ତର ଦିଅନ୍ତୁ ।
ଭଉଣୀମାନେ କହିଥିବା କେଉଁ କଥା ଆପଣଙ୍କୁ ଉତ୍ସାହିତ କରିଛି ?