ଗୀତ ୪୨
ଯିହୋବାଙ୍କ ସେବକଙ୍କ ପ୍ରାର୍ଥନା
(ଏଫିସୀୟ ୬:୧୮)
୧. ହେ ଯିହୋବା, ସର୍ବ ଶକ୍ତିମାନ
ସବୁ ତୁମ ଇଚ୍ଛାରେ ଗଢ଼ିପାର ।
ହେ ପିତା, ଏ ପ୍ରାର୍ଥନା କରୁ,
ନାମ ତୁମର ପବିତ୍ର ହେଉ ।
ରାଜ୍ୟ ଜଗତେ ଆସୁ,
ଇଚ୍ଛା ପୂରଣ ହେଉ ।
୨. ଅଗଣିତ ତୁମ ଉପହାର ।
ସବୁ ଆଶିଷ ପାଇଁ ଧନ୍ୟବାଦ,
ଉତ୍ସ ସମସ୍ତ ଜୀବନର,
ସୁବୁଦ୍ଧି ତୁମେ ଆମକୁ ଦିଅ ।
ଜଣାଉ ଧନ୍ୟବାଦ,
ଯିହୋବା ପିତା ଆମ ।
୩. ଏହି ଜଗତରେ ଦୁଃଖ ଭୋଗୁ,
ଆଶା ସାନ୍ତ୍ୱନା ଆସେ ତୁମ୍ଭଠାରୁ ।
ଆମ ଭାର ନେଉଛ ତୁମେ,
ତୁମ ଶକ୍ତି ଯେ ବଢ଼ାଏ ଆଗେ ।
ପ୍ରତିଜ୍ଞା କରୁ ପୂର୍ଣ୍ଣ,
ସାହାଯ୍ୟରେ ତୁମର ।
(ଗୀତ. ୩୬:୯; ୫୦:୧୪; ଯୋହ. ୧୬:୩୩; ଯାକୁ. ୧:୫ ମଧ୍ୟ ଦେଖନ୍ତୁ ।)