ଗୀତ ୩୧
ଯିହୋବାଙ୍କ ସହ ଚାଲନ୍ତୁ !
(ମୀଖା ୬:୮)
୧. ଚାଲୁ ଯିହୋବାଙ୍କ ସାଥେ,
ନମ୍ର ହୋଇ ସର୍ବଦା ।
ଲାଗି ରହୁ ଯେ ତୁମ ବାକ୍ୟରେ,
ପ୍ରଲୋଭିତ ନୋହିଁବୁ ।
ଲାଗେ ଯେବେ ପଥ କଠିନ,
ପିତା ଦିଅ ବଳ ।
ଧରି ରଖ ଆମ ହସ୍ତ,
ହୋଇ ଆମ ବିଶ୍ୱସ୍ତ ।
୨. ଚାଲୁ ଯିହୋବାଙ୍କ ସାଥେ,
ରଖି ଶୁଦ୍ଧ ହୃଦୟ ।
ଯେତେ ବି ଆସିବ ପ୍ରଲୋଭନ,
ପିତା ସାହାଯ୍ୟ ଦେବେ ।
ଶୁଦ୍ଧ, ସତ୍ୟ କଥାଗୁଡ଼ିକ,
ସବୁଠୁ ଉତ୍ତମ ।
ଧ୍ୟାନ ଦେଉ ଯେବେ ଏଠି,
ଚାଲନ୍ତି ପିତା ସାଥେ ।
୩. ଚାଲୁ ଯିହୋବାଙ୍କ ସାଥେ,
ହୃଦୟେ ଆନନ୍ଦିତେ ।
ଦିଅ ତୁମେ କେତେ ଉପହାର,
ତାʼପାଇଁ ଧନ୍ୟବାଦ ।
ନାଚି ଉଠେ ଆମ ହୃଦୟ,
ଝୁମି ଗାଉ ଗୀତ ।
କହୁ ତୁମ ଖୁସି କଥା,
ବିଶ୍ୱସ୍ତ ତୁମେ ପିତା ।
(ଆଦି. ୫:୨୪; ୬:୯; ଫିଲିପ୍. ୪:୮; ୧ ତୀମ. ୬:୬-୮ ମଧ୍ୟ ଦେଖନ୍ତୁ ।)