ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • g25 ସଂ ୧ ପୃଷ୍ଠା ୧୦-୧୧
  • ଯେତିକି ଅଛି ସେତିକିରେ ଖୁସି ରୁହନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯେତିକି ଅଛି ସେତିକିରେ ଖୁସି ରୁହନ୍ତୁ
  • ସଜାଗ ହୁଅ !—୨୦୨୫
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଏପରି କରିବା କାହିଁକି ଜରୁରୀ ?
  • ଆପଣ ଏହା କିପରି କରିପାରିବେ ?
  • କʼଣ ଆପଣ ସନ୍ତୁଷ୍ଟ ରହିବା ପାଇଁ “ସୁଶିକ୍ଷିତ ?”
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଖୁସିରେ କିପରି ରହିପାରିବା ?
    ସଜାଗ ହୁଅ !—୨୦୨୧
  • ବିଷୟ ସୂଚୀ
    ସଜାଗ ହୁଅ !—୨୦୨୫
ସଜାଗ ହୁଅ !—୨୦୨୫
g25 ସଂ ୧ ପୃଷ୍ଠା ୧୦-୧୧
ଚିତ୍ରଗୁଡ଼ିକ: ୧. ଜଣେ ବ୍ୟକ୍ତି ନିର୍ମାଣ ଜାଗାରେ କାମ କରନ୍ତି । କାମ ପରେ ସେ ଖୁସି ଖୁସି ଯାଉଛନ୍ତି । ୨. ପରେ ସେ ନିଜ ଛୋଟ ଘର ବାହାରେ ନିଜ ଦୁଇ ପିଲା ଓ କୁକୁର ସହ ଖେଳୁଛନ୍ତି । ତାଙ୍କ ସ୍ତ୍ରୀ ସେମାନଙ୍କୁ ଦେଖି ଖୁସି ହେଉଛନ୍ତି ।

ଦରଦାମ୍‌ ବଢ଼ି ଚାଲିଛି

ଯେତିକି ଅଛି ସେତିକିରେ ଖୁସି ରୁହନ୍ତୁ

ଯେଉଁ ଲୋକମାନେ ସନ୍ତୁଷ୍ଟ ରହନ୍ତି, ସେମାନେ ଜୀବନରେ ଖୁସି ରହନ୍ତି । ଆଉ ଯେବେ ସେମାନଙ୍କ ପରିସ୍ଥିତି ବଦଳିଯାଏ, ତେବେ ସେମାନେ ସହଜରେ ପରିବର୍ତ୍ତନ କରିପାରନ୍ତି ଯାହାଦ୍ୱାରା ସେମାନେ ଯେତିକି ରୋଜଗାର କରନ୍ତି, ତାʼଠାରୁ ଅଧିକ ଖର୍ଚ୍ଚ କରନ୍ତି ନାହିଁ ।

ଏପରି କରିବା କାହିଁକି ଜରୁରୀ ?

ମନୋବିଜ୍ଞାନୀ ଜେସିକା କଲର କହନ୍ତି: ଯେଉଁମାନେ ଜୀବନରେ ସନ୍ତୁଷ୍ଟ ରହନ୍ତି, ସେମାନେ ପ୍ରାୟ ଭଲ ଭାବନ୍ତି ଆଉ ଖୁସିରେ ରହନ୍ତି । ସେମାନେ ସାଧାରଣତଃ ଅନ୍ୟମାନଙ୍କୁ ଈର୍ଷା କରନ୍ତି ନାହିଁ । ତେଣୁ ଏହା ଆଶ୍ଚର୍ଯ୍ୟର କଥା ନୁହେଁ ଯେ ଏପରି ଲୋକ କମ୍‌ ଚିନ୍ତାରେ ଏବଂ ବେଶୀ ଖୁସିରେ ଦେଖାଯାʼନ୍ତି । ଆଉ ଏହା ଦେଖିବାକୁ ମିଳେ ଯେ ଯେଉଁ ଲୋକମାନେ ସବୁଠୁ ଅଧିକ ଖୁସି ଥାʼନ୍ତି, ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ପାଖରେ କମ୍‌ ପଇସା କିମ୍ବା ଜିନିଷଗୁଡ଼ିକ ଥାଏ । କାରଣ ସେମାନେ ଏପରି ଜିନିଷଗୁଡ଼ିକୁ ମହତ୍ତ୍ୱ ଦିଅନ୍ତି ଯାହା ପଇସାରୁ କିଣାଯାଇପାରିବ ନାହିଁ । ଯେପରି, ପରିବାର ଓ ସାଙ୍ଗମାନଙ୍କ ସହ ଖୁସିର ସମୟ ବିତାଇବା ।

“ଅନ୍ନବସ୍ତ୍ର ଥିଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ।”—୧ ତୀମଥି ୬:୮.

ଆପଣ ଏହା କିପରି କରିପାରିବେ ?

ତୁଳନା କରନ୍ତୁ ନାହିଁ । ଅନ୍ୟମାନଙ୍କୁ ଦେଖି ଭାବନ୍ତୁ ନାହିଁ ଯେ ତାଙ୍କ ପାଖରେ ବହୁତ ଜିନିଷ ଅଛି, କିନ୍ତୁ ମୋ ପାଖରେ ତ କିଛି ବି ନାହିଁ । ଏପରି ତୁଳନା କଲେ ଆପଣ ଦୁଃଖି ହୋଇପାରନ୍ତି । ଏପରିକି ଆପଣ ତାଙ୍କୁ ଈର୍ଷା ବି କରିବାକୁ ଲାଗିପାରନ୍ତି । କେବଳ ଏତିକି ନୁହେଁ, ଆପଣ ଯେପରି ଭାବୁଥିବେ ବାସ୍ତବ ସେପରି ନ ଥିବ । କିଛି ଲୋକଙ୍କୁ ଦେଖି ଆମକୁ ଲାଗିପାରେ ଯେ ସେମାନେ କେତେ ଧନୀ, ତାଙ୍କ ପାଖରେ ସବୁକିଛି ଅଛି । କିନ୍ତୁ ପ୍ରକୃତରେ ହୁଏତ ସେମାନେ ଋଣରେ ବୁଡ଼ିଥିବେ । ଆଫ୍ରିକାର ଗୋଟିଏ ଦେଶ ସେନେଗାଲରେ ରହୁଥିବା ନିକୋଲ କହନ୍ତି, “ମୁଁ ଦେଖିଛି ଯେ ଖୁସି ରହିବା ପାଇଁ ଅଧିକ ଜିନିଷ ଆବଶ୍ୟକ ନାହିଁ । ଯଦିଓ ମୋ ପାଖରେ ଅନ୍ୟମାନଙ୍କଠାରୁ କମ୍‌ ଥିବ, ତଥାପି ଯଦି ମୁଁ ସନ୍ତୁଷ୍ଟ ରହେ, ତାହେଲେ ମୁଁ ଖୁସିରେ ରହିପାରିବି ।”

ଏହା ଲାଗୁ କରି ଦେଖନ୍ତୁ: ଏପରି ବିଜ୍ଞାପନ କିମ୍ବା ସୋସିଆଲ୍‌ ମିଡିଆ ପୋଷ୍ଟ ଦେଖନ୍ତୁ ନାହିଁ ଯେଉଁଥିରେ ଦେଖାଯାଏ ଯେ ଅନ୍ୟମାନେ କେତେ ଧନୀ ଏବଂ ସେମାନଙ୍କ ପାଖରେ ବିଳାସପୂର୍ଣ୍ଣ ଜୀବନ ବିତାଇବା ପାଇଁ ସବୁକିଛି ଅଛି ।

“ଜଣେ ଲୋକର ଜୀବନ ତାହାର ସମ୍ପତ୍ତିର ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରେ ନାହିଁ ।”—ଲୂକ ୧୨:୧୫.


କୃତଜ୍ଞ ରୁହନ୍ତୁ । ଆପଣଙ୍କ ପାଖରେ ଯାହା ଅଛି, ତାʼପାଇଁ କୃତଜ୍ଞ ରହନ୍ତୁ । ଯେଉଁମାନେ ଏପରି କରନ୍ତି ସେମାନେ ଅଧିକ ସନ୍ତୁଷ୍ଟ ରହନ୍ତି । ସେମାନେ ଏହା ଭାବନ୍ତି ନାହିଁ, ‘ମୋତେ ଏହା ବି ଦରକାର ଆଉ ତାହା ବି’ କିମ୍ବା ‘ଏହା ତ ମୁଁ ପାଇବାର ଯୋଗ୍ୟ ।’ ହୈତିରେ ରହୁଥିବା ରବର୍ଟନ୍‌ କହନ୍ତି, “ମୁଁ ସମୟ କାଢ଼ି ଭାବେ ଯେ ଅନ୍ୟମାନେ କିପରି ମୋତେ ଓ ମୋ ପରିବାରକୁ ସାହାଯ୍ୟ କଲେ । ଏଥିରୁ ମୁଁ ସେମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇପାରେ । ମୁଁ ମୋର ଆଠ ବର୍ଷର ପୁଅକୁ ବି ଶିଖାଏ ଯେ ଯେବେ ତାକୁ କାହାରିଠାରୁ କିଛି ମିଳେ, ତେବେ ସେ ତାଙ୍କୁ ଧନ୍ୟବାଦ ନିଶ୍ଚୟ କହୁ ।”

ଏହା ଲାଗୁ କରି ଦେଖନ୍ତୁ: ପ୍ରତିଦିନ ଲେଖନ୍ତୁ ଯେ ଆପଣ କେଉଁ ଜିନିଷଗୁଡ଼ିକ ପାଇଁ କୃତଜ୍ଞ । ଯେପରି ଭଲ ସ୍ୱାସ୍ଥ୍ୟ, ଆପଣଙ୍କ ପରିବାର, ସାଙ୍ଗ କିମ୍ବା ଅସ୍ତ ହେଉଥିବା ସୂର୍ଯ୍ୟର ସୁନ୍ଦର ଦୃଶ୍ୟ ।

“ଯେ ହୃଷ୍ଟଚିତ୍ତ, ତାହାର ନିତ୍ୟ ଭୋଜ ।”—ହିତୋପଦେଶ ୧୫:୧୫.

ଆମ ପାଖରେ ଯେତେ ଅଛି ସେତିକିରେ ଖୁସି ରହିବା ବେଳେବେଳେ ଆମ ପାଇଁ କଷ୍ଟ ହୋଇପାରେ । ତଥାପି ଆମକୁ ସନ୍ତୁଷ୍ଟ ରହିବା ପାଇଁ ପୂରା ଚେଷ୍ଟା କରିବା ଉଚିତ୍‌ । ଯଦି ଆମେ ସନ୍ତୁଷ୍ଟ ରହିବା ପାଇଁ ଶିଖିବା ତେବେ ଆମେ ଖୁସିରେ ରହିବା । ଏହା ଆଉ ଏକ ଜିନିଷ ଯାହା ପଇସାରୁ କିଣା ଯାଇପାରିବ ନାହିଁ ।

ଏରିକ୍‌ ।

“ଆମ ପାଖରେ ଯେତିକି ଅଛି, ସେତିକିରେ ଆମେ ଖୁସି ରହିବା ଶିଖିଛୁ । ଏଥିରୁ ଆମ ପରିବାରକୁ ବହୁତ ଆଶିଷ ମିଳିଛି । ଆଗ ଅପେକ୍ଷା ଏବେ ଆମ ଜୀବନ ସେତିକି ବ୍ୟସ୍ତ ନାହିଁ । ତେଣୁ ଆମେ ପରସ୍ପର ସହିତ ଅଧିକ ସମୟ ବିତାଇପାରୁଛୁ ଆଉ ଆମ ପାଖରେ ଯାହା ଅଛି ତାʼର ମଜା ନେଇପାରୁଛୁ ।”—ଏରିକ୍‌, ଆମେରିକା ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ