ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • g20 ସଂ ୧ ପୃଷ୍ଠା ୪
  • ଆମକୁ କେଉଁ କାରଣଗୁଡ଼ିକ ଯୋଗୁଁ ଚିନ୍ତା ହୋଇପାରେ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆମକୁ କେଉଁ କାରଣଗୁଡ଼ିକ ଯୋଗୁଁ ଚିନ୍ତା ହୋଇପାରେ ?
  • ସଜାଗ ହୁଅ !—୨୦୨୦
  • ପ୍ରାୟ ସମାନ ଲେଖା
  • ଚିନ୍ତା କାହାକୁ କୁହାଯାଏ ?
    ସଜାଗ ହୁଅ !—୨୦୨୦
  • କʼଣ ଆପଣ ଚିନ୍ତାରେ ଅଛନ୍ତି ?
    ସଜାଗ ହୁଅ !—୨୦୨୦
  • ବିଷୟ ସୂଚୀ
    ସଜାଗ ହୁଅ !—୨୦୨୦
  • ଚିନ୍ତାକୁ କମ୍‌ କିପରି କରିବା ?
    ସଜାଗ ହୁଅ !—୨୦୨୦
ସଜାଗ ହୁଅ !—୨୦୨୦
g20 ସଂ ୧ ପୃଷ୍ଠା ୪

ଚିନ୍ତାର ସାମନା କିପରି କରିବା ?

ଆମକୁ କେଉଁ କାରଣଗୁଡ଼ିକ ଯୋଗୁଁ ଚିନ୍ତା ହୋଇପାରେ ?

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୋଟିଏ ଜଣାଶୁଣା କେନ୍ଦ୍ର, ମାୟୋ କ୍ଲିନିକର କହିବା ଅନୁଯାୟୀ, “ଆଜିକାଲି କ୍ଷଣିକ ଭିତରେ ହିଁ ଲୋକମାନଙ୍କ ଜୀବନ ବଦଳିଯାଏ, ତେଣୁ କାଲିକୁ କʼଣ ହେବ ତାହା ସେମାନେ ଜାଣିପାରନ୍ତି ନାହିଁ । ଦେଖିବାକୁ ଗଲେ ଲୋକମାନେ ଆଜି, ଆଗ ଅପେକ୍ଷା ଅଧିକ ଚିନ୍ତାଗ୍ରସ୍ତ ଅଛନ୍ତି ।” ଧ୍ୟାନ ଦିଅନ୍ତୁ ଯେ ସେମାନେ କେଉଁ କାରଣଗୁଡ଼ିକ ଯୋଗୁଁ ଚିନ୍ତିତ ରହନ୍ତି:

  • ଛାଡ଼ପତ୍ର

  • ପ୍ରିୟଜନମାନଙ୍କ ମୃତ୍ୟୁ

  • ଗମ୍ଭୀର ରୋଗ

  • ଭୟଙ୍କର ଦୁର୍ଘଟଣା

  • ଅପରାଧ

  • ବ୍ୟସ୍ତ ବହୁଳ ଜୀବନ

  • ପ୍ରାକୃତିକ ବା ମନୁଷ୍ୟକୃତ ବିପର୍ଯ୍ୟୟ

  • ସ୍କୁଲ କିମ୍ବା କାମ ଜାଗାରେ ଚାପ

  • ଚାକିରି କିମ୍ବା ଟଙ୍କା ପଇସାକୁ ନେଇ ଚିନ୍ତା

ଯେବେ ଚାକିରି ଚାଲିଯାଏ

ଆମେରିକନ ସାଇକୋଲୋଜିକଲ ଏସୋସିଏସନ ନାମକ ଏକ ସଂଗଠନ କହେ, “ଜଣେ ବ୍ୟକ୍ତିର ଚାକିରି ଚାଲିଗଲେ, ସତେ ଯେପରି ତାʼ ଉପରେ ପାହାଡ଼ ଭଳି ସମସ୍ୟାଗୁଡ଼ିକ ଘେରି ହୋଇଯାଏ । ଏହାଯୋଗୁଁ ତାʼ ସ୍ୱାସ୍ଥ୍ୟ ଓ ତାʼ ବୈବାହିକ ଜୀବନରେ ଖରାପ ପ୍ରଭାବ ପଡ଼ିଥାଏ । ସେ ଅତ୍ୟଧିକ ଚିନ୍ତିତ ଓ ନିରାଶ ହୋଇଯାଏ । ଏପରିକି ସେ ଆତ୍ମହତ୍ୟା କରିବା ବିଷୟରେ ବି ଭାବିବାକୁ ଲାଗେ । ସତରେ, ଚାକିରି ଚାଲିଗଲେ ଜଣେ ମଣିଷର ଜୀବନ ଓଲଟ ପାଲଟ ହୋଇଯାଏ ।”

ଯେବେ ପିଲାମାନେ ଚିନ୍ତାରେ ଥାʼନ୍ତି

ପିଲାମାନେ ବି ଅନେକ କଥା ପାଇଁ ଚିନ୍ତା କରନ୍ତି । ଉଦାହରଣ ପାଇଁ, ତାଙ୍କୁ ସ୍କୁଲରେ ହଇରାଣ କରାଯାଏ, ତାଙ୍କୁ ଘରେ ଯେତିକି ପ୍ରେମ ମିଳିବା କଥା ସେତିକି ପ୍ରେମ ମିଳେନି, ମାରପିଟ୍‌ କରାଯାଏ, ତାଙ୍କ ଭାବନାକୁ ଆଘାତ ପହଞ୍ଚାଯାଏ କିମ୍ବା ତାଙ୍କର ଯୌନ ଶୋଷଣ କରାଯାଏ । ଅନେକ ପିଲାଙ୍କୁ ଭଲ ନମ୍ବର ରଖି ପାସ୍‌ ହେବା ବିଷୟରେ ବହୁତ ଚିନ୍ତା ଲାଗି ରହେ । ତାʼସହିତ ଯଦି ବାପାମାଆଙ୍କର ଛାଡ଼ପତ୍ର ହୁଏ, ତାହେଲେ ଏହା ପିଲାମାନଙ୍କ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଚିନ୍ତିତ ରହୁଥିବା ପିଲାମାନଙ୍କୁ ଖରାପ ସ୍ୱପ୍ନ ଆସେ, ସେମାନେ ନିଜ ପାଠ ପଢ଼ାରେ ଧ୍ୟାନ ଦେଇପାରନ୍ତି ନାହିଁ, ନିରାଶ ହୋଇଯାʼନ୍ତି କିମ୍ବା ଅନ୍ୟମାନଙ୍କ ସହିତ ମିଳାମିଶା କରିବା କମ୍‌ କରିଦିଅନ୍ତି । କିଛି ପିଲା ନିଜ ଭାବନାକୁ ବି କାବୁ କରିପାରନ୍ତି ନାହିଁ । ଏହି କାରଣଗୁଡ଼ିକ ଯୋଗୁଁ ଯଦି କୌଣସି ପିଲା ଚିନ୍ତାରେ ଅଛି, ତାହେଲେ ତାକୁ ତୁରନ୍ତ ସାହାଯ୍ୟ କରନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ