ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • g19 ସଂ ୧ ପୃଷ୍ଠା ୧୨-୧୫
  • ଈଶ୍ୱରଙ୍କ ରାଜ୍ୟରେ “ପ୍ରଚୁର ଶାନ୍ତି ହେବ”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱରଙ୍କ ରାଜ୍ୟରେ “ପ୍ରଚୁର ଶାନ୍ତି ହେବ”
  • ସଜାଗ ହୁଅ !—୨୦୧୯
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଈଶ୍ୱରଙ୍କ ରାଜ୍ୟ କେବେ ଆସିବ ?
  • ଈଶ୍ୱରଙ୍କ ରାଜ୍ୟ କିପରି ଶାସନ କରିବ ?
  • ଏହି ରାଜ୍ୟର ପ୍ରଜା ହେବା ପାଇଁ ଆପଣଙ୍କୁ କʼଣ କରିବାକୁ ହେବ ?
  • ଈଶ୍ୱରଙ୍କ ରାଜ୍ୟ ବିଷୟରେ ସତ୍ୟ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
  • ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ ?
    ବାଇବଲ ଆମକୁ କʼଣ ଶିଖାଏ?
  • ପରମେଶ୍ୱରଙ୍କ ରାଜ୍ୟ ଶାସନ କରେ
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
  • ପରମେଶ୍ୱରଙ୍କ ରାଜ୍ୟ କʼଣ?
    ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
ଆହୁରି ଦେଖନ୍ତୁ
ସଜାଗ ହୁଅ !—୨୦୧୯
g19 ସଂ ୧ ପୃଷ୍ଠା ୧୨-୧୫
ଲୋକମାନେ ଏକ ସୁନ୍ଦର ବଗିଚାରେ ଖୁସିର ସହ ଜୀବନର ମଜା ନେଉଛନ୍ତି

ସମସ୍ୟାଗୁଡ଼ିକର ପୂରାପୂରି ସମାଧାନ

ଈଶ୍ୱରଙ୍କ ରାଜ୍ୟରେ “ପ୍ରଚୁର ଶାନ୍ତି ହେବ”

ଈଶ୍ୱରଙ୍କ ଯେଉଁ ରାଜ୍ୟକୁ ଆମେ ଅନେକ ବର୍ଷରୁ ଅପେକ୍ଷା କରିଛୁ, ତାହା ଖୁବ୍‌ ଶୀଘ୍ର ଆସିବ । ବାଇବଲ କହେ ଯେ ଯେବେ ଏହି ରାଜ୍ୟ ପୂରା ଦୁନିଆରେ ଶାସନ କରିବ, ତେବେ “ପ୍ରଚୁର ଶାନ୍ତି” ଓ ଏକତା ହେବ । (ଗୀତସଂହିତା ୭୨:୭) କିନ୍ତୁ ପ୍ରଶ୍ନ ଉଠେ ଯେ ଏହି ରାଜ୍ୟ କେବେ ଆସିବ ? ଏହା କିପରି ଶାସନ କରିବ ଓ ଏହି ରାଜ୍ୟର ପ୍ରଜା ହେବା ପାଇଁ ଆପଣଙ୍କୁ କʼଣ କରିବାକୁ ହେବ ?

ଈଶ୍ୱରଙ୍କ ରାଜ୍ୟ କେବେ ଆସିବ ?

ବାଇବଲରେ କୁହାଯାଇଛି ଯେ ଈଶ୍ୱରଙ୍କ ରାଜ୍ୟ ଆସିବା ପୂର୍ବରୁ ପୃଥିବୀରେ ଅନେକ ଘଟଣାଗୁଡ଼ିକ ଘଟିବ । ଦେଶ ଦେଶ ମଧ୍ୟରେ ଯୁଦ୍ଧ ହେବ, ଅନେକ ଜାଗାରେ ଦୁର୍ଭିକ୍ଷ, ରୋଗ ଓ ଭୂମିକମ୍ପ ହେବ । ଆଉ ଅପରାଧ ବଢ଼ିଯିବ । ଯେବେ ଏହିସବୁ ଘଟଣାଗୁଡ଼ିକ ଏହା ସହିତ ଘଟିବ, ତେବେ ଏହା ଏହି କଥାର “ଲକ୍ଷଣ” ଥିବ ଯେ ଈଶ୍ୱରଙ୍କ ରାଜ୍ୟ ଖୁବ୍‌ ଶୀଘ୍ର ଆସିବ ।—ମାଥିଉ ୨୪:୩, ୭, ୧୨; ଲୂକ ୨୧:୧୧; ପ୍ରକାଶିତ ବାକ୍ୟ ୬:୨-୮.

ଏବିଷୟରେ ବାଇବଲରେ ଆଉ ଗୋଟିଏ ଭବିଷ୍ୟତବାଣୀ ଲେଖାଯାଇଛି: ‘ଶେଷକାଳରେ ଭୀଷଣ ସମୟ ଉପସ୍ଥିତ ହେବ । ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ପିତାମାତାଙ୍କର ଅବାଧ୍ୟ, ଅକୃତଜ୍ଞ, ସ୍ନେହଶୂନ୍ୟ, ଅମିଳନପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ, ବିଶ୍ୱାସଘାତକ, ଦାମ୍ଭିକ ହେବେ ଓ ଈଶ୍ୱରପ୍ରିୟ ନ ହୋଇ ବରଂ ବିଳାସପ୍ରିୟ ହେବେ ।’ (୨ ତୀମଥି ୩:୧-୪) ଲୋକମାନଙ୍କଠାରେ ଏହି ଖରାପ ଗୁଣଗୁଡ଼ିକ ଆଗରୁ ହିଁ ଅଛି । କିନ୍ତୁ ଏବେ ଏହି ଖରାପ ଗୁଣଗୁଡ଼ିକ ଆଗ ଅପେକ୍ଷା ଅଧିକ ବଢ଼ିଯାଇଛି ।

ଏହି ଭବିଷ୍ୟତବାଣୀଗୁଡ଼ିକ ୧୯୧୪ରୁ ପୂରା ହେବାକୁ ଲାଗିଲା । ଅନେକ ଇତିହାସକାର, ରାଜନେତା ଓ ଲେଖକମାନେ ବି କହିଲେ ଯେ ୧୯୧୪ରୁ ଦୁନିଆ ପୂରା ବଦଳିଯାଇଛି । ଉଦାହରଣ ପାଇଁ ଡେନମାର୍କର ଇତିହାସକାର ପିଟର ମୁଙ୍କ ଲେଖିଲେ, “୧୯୧୪ରେ ଯେଉଁ ଯୁଦ୍ଧ ହେଲା, ତାଯୋଗୁଁ ପୂରା ଦୁନିଆର ଇତିହାସ ବଦଳିଗଲା । ସେହି ସମୟ ଚାଲିଗଲା, ଯେବେ ଦୁନିଆରେ ଟିକେ ଶାନ୍ତି ଥିଲା । ତାʼପରେ ଏପରି ସମୟ ଆରମ୍ଭ ହେଲା ଯେଉଁଠାରେ ଆମକୁ କେବଳ ଦୁର୍ଘଟଣା, ଆତଙ୍କ ଓ ଘୃଣା ଭଳି ପରିସ୍ଥିତି ଦେଖିବାକୁ ମିଳୁଛି ।”

ଯେପରି ରାତି ପରେ ଦିନ ହୁଏ, ସେପରି ଏହି ଖରାପ ଘଟଣାଗୁଡ଼ିକ ଏହି କଥାର ସଂକେତ ଦିଏ ଯେ ଭବିଷ୍ୟତରେ ଖୁସିର ସମୟ ଆସିବ । ଏହି ଘଟଣାଗୁଡ଼ିକରୁ ଜଣାପଡ଼େ ଯେ ପୂରା ପୃଥିବୀରେ ଅତି ଶୀଘ୍ର ଈଶ୍ୱରଙ୍କ ରାଜ୍ୟ ଆସିବ । ସତରେ ଏହା ଏକ ଖୁସିର ଖବର ଅଟେ । ଯୀଶୁ କହିଥିଲେ ଯେ “ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍‌ପରେ ଯୁଗାନ୍ତ ହେବ ।”—ମାଥିଉ ୨୪:୧୪.

ଯିହୋବାଙ୍କ ସାକ୍ଷୀମାନେ ଲୋକମାନଙ୍କୁ ଏହି ଖୁସିର ଖବର ଶୁଣାନ୍ତି । ତାଙ୍କର ଗୋଟିଏ ପତ୍ରିକାର ନାମ ବି ଏହା ହିଁ ଅଟେ, ଯିହୋବାଙ୍କ ରାଜ୍ୟର ଘୋଷଣା କରେ ପ୍ରହରୀଦୁର୍ଗ । ଏହି ପତ୍ରିକାରେ କୁହାଯାଏ ଯେ ଈଶ୍ୱରଙ୍କ ରାଜ୍ୟ ପୃଥିବୀ ଓ ଲୋକମାନଙ୍କ ପାଇଁ କʼଣ କʼଣ କରିବ ।

ଈଶ୍ୱରଙ୍କ ରାଜ୍ୟ କିପରି ଶାସନ କରିବ ?

ଏହି ଚାରୋଟି କଥା ଉପରେ ଧ୍ୟାନ ଦିଅନ୍ତୁ:

  1. ୧. ଈଶ୍ୱରଙ୍କ ରାଜ୍ୟ ଦୁନିଆର ନେତାମାନଙ୍କ ହାତରେ ନ ଥିବ ।

  2. ୨. ଦୁନିଆର ନେତାମାନେ ଏହି ରାଜ୍ୟର ବିରୋଧ କରିବେ, କାରଣ ସେମାନେ ଚାହିଁବେ ଯେ ତାଙ୍କର ହିଁ ଶାସନ ଦୁନିଆରେ ସବୁବେଳେ ଚାଲୁଥାଉ ।—ଗୀତସଂହିତା ୨:୨-୯.

  3. ୩. ସାରାଦୁନିଆରେ ଗୋଟିଏ ଯୁଦ୍ଧ ହେବ ଓ ସେହି ଯୁଦ୍ଧରେ ଈଶ୍ୱରଙ୍କ ରାଜ୍ୟ, ଦୁନିଆର ସରକାରଗୁଡ଼ିକୁ ବିନାଶ କରିଦେବ । (ଦାନିୟେଲ ୨:୪୪; ପ୍ରକାଶିତ ବାକ୍ୟ ୧୯:୧୭-୨୧) ଏହି ଯୁଦ୍ଧକୁ ବାଇବଲରେ ହର୍ମିଗିଦ୍ଦୋନ୍‌ କୁହାଯାଇଛି ।—ପ୍ରକାଶିତ ବାକ୍ୟ ୧୬:୧୪, ୧୬.

  4. ୪. ଯେଉଁ ଲୋକମାନେ ଈଶ୍ୱରଙ୍କ ରାଜ୍ୟର ପ୍ରଜା ହେବା ପାଇଁ ଚାହାନ୍ତି, ସେମାନଙ୍କୁ ହର୍ମିଗିଦ୍ଦୋନ୍‌ ଯୁଦ୍ଧରେ ରକ୍ଷା କରାଯିବ । ତାʼପରେ ସେମାନେ ଏକ ନୂଆ ଦୁନିଆରେ ବଞ୍ଚିବେ, ଯେଉଁଠି ଶାନ୍ତି ଥିବ । ବାଇବଲରେ କୁହାଯାଇଛି ଯେ ଲୋକମାନଙ୍କର ଏକ “ମହା ଜନତା” ସେହି ଦୁନିଆରେ ରହିବ । ସେଥିରେ ହୁଏତ ଲକ୍ଷ ଲକ୍ଷ ଲୋକ ରହିବେ ।—ପ୍ରକାଶିତ ବାକ୍ୟ ୭:୯, ୧୦, ୧୩, ୧୪.

    ଈଶ୍ୱରଙ୍କ ରାଜ୍ୟରେ କʼଣ କʼଣ ହେବ ?

    ଯେବେ ଯୀଶୁ ପୃଥିବୀରେ ଥିଲେ, ତେବେ ସେ ଲୋକମାନଙ୍କର ରୋଗ ଦୂର କଲେ ଓ ବିକଳାଙ୍ଗମାନଙ୍କୁ ଠିକ୍‌ କଲେ । (ମାଥିଉ ୪:୨୩) ସେ ହଜାର ହଜାର ଲୋକମାନଙ୍କୁ ଖାଇବା ପାଇଁ ଦେଲେ ଓ ପ୍ରାକୃତିକ ଶକ୍ତିଗୁଡ଼ିକୁ ମଧ୍ୟ ନିୟନ୍ତ୍ରଣ କଲେ । (ମାର୍କ ୪:୩୭-୪୧; ୬:୩୫-୪୪) ଯେବେ ସେ ଈଶ୍ୱରଙ୍କ ରାଜ୍ୟର ରାଜା ହେବେ, ତେବେ ସେ ଏହିପରି ଭଲ କାମ କରିବେ ।

    ଯୀଶୁ ତାଙ୍କ ଚାରିପାଖରେ ବସିଥିବା ଲୋକମାନଙ୍କୁ ଶିଖାଉଛନ୍ତି ।

    ପୃଥିବୀରେ ଥିବା ସମୟରେ ଯୀଶୁ ଆଉ ଗୋଟିଏ କାମ କଲେ, ଯାହା ବହୁତ ମହତ୍ତ୍ୱପୂର୍ଣ ଥିଲା । ସେ ଲୋକମାନଙ୍କୁ ପ୍ରେମର ସହ ଓ ମିଳିମିଶି ରହିବା ପାଇଁ ଶିଖାଇଲେ । ଆଜି ବି ଯେଉଁ ଲୋକମାନେ ଯୀଶୁଙ୍କ ଶିକ୍ଷାଗୁଡ଼ିକ ଅନୁସାରେ ଚାଲନ୍ତି, ସେମାନେ ନିଜ ଭିତରେ ଭଲଗୁଣ ବଢ଼ାନ୍ତି । ତେଣୁ ସେମାନେ ଈଶ୍ୱରଙ୍କ ରାଜ୍ୟରେ ଖୁସିର ସହ ବଞ୍ଚିପାରିବେ । ଦୁନିଆର କୌଣସି ମଧ୍ୟ ଶିକ୍ଷକ ଲୋକମାନଙ୍କୁ ଏପରି ଗୁଣ ବଢ଼ାଇବା ପାଇଁ ପ୍ରେରିତ କରିପାରିବ ନାହିଁ । ବାଇବଲର ମାଥିଉ ନାମକ ବହିର ୫ ରୁ ୭ ଅଧ୍ୟାୟରେ ଯୀଶୁ କହିଥିବା କିଛି ଶିକ୍ଷାଗୁଡ଼ିକ ଲେଖାଅଛି । ଏଗୁଡ଼ିକୁ ପାର୍ବତ୍ୟ ଉପଦେଶ କୁହାଯାଏ । ଆମେ ଆପଣଙ୍କୁ ପ୍ରୋତ୍ସାହନ ଦେଉ ଯେ ଆପଣ ଏହି ଅଧ୍ୟାୟଗୁଡ଼ିକୁ ପଢ଼ିକି ଦେଖନ୍ତୁ । ସେଠାରେ ଯୀଶୁ ଅନେକ ବୁଦ୍ଧିଭରା କଥାଗୁଡ଼ିକୁ ବହୁତ ସରଳ ଶବ୍ଦରେ ଶିଖାଇଲେ । ଏହା ଆପଣଙ୍କ ହୃଦୟ ଉପରେ ଗଭୀର ପ୍ରଭାବ ପକାଇବ ।

ଏହି ରାଜ୍ୟର ପ୍ରଜା ହେବା ପାଇଁ ଆପଣଙ୍କୁ କʼଣ କରିବାକୁ ହେବ ?

ଈଶ୍ୱରଙ୍କ ରାଜ୍ୟର ପ୍ରଜା ହେବା ପାଇଁ ସବୁଠୁ ପ୍ରଥମେ ଆପଣଙ୍କୁ ଈଶ୍ୱରଙ୍କ ବିଷୟରେ ଜାଣିବାକୁ ହେବ । ଯୀଶୁ ଈଶ୍ୱରଙ୍କୁ ପ୍ରାର୍ଥନା କଲା ବେଳେ କହିଥିଲେ, “ଆଉ, ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ ।”—ଯୋହନ ୧୭:୩.

ଯେବେ ଲୋକମାନେ ଶିଖନ୍ତି ଯେ ଯିହୋବା କିପରି ଈଶ୍ୱର ଅଟନ୍ତି, ତେବେ ଯିହୋବାଙ୍କ ଉପରେ ସେମାନଙ୍କର ବିଶ୍ୱାସ ମଜବୁତ୍‌ ହୁଏ । ସେମାନଙ୍କର ଏହି ବିଶ୍ୱାସ ପ୍ରମାଣଗୁଡ଼ିକ ଉପରେ ଆଧାରିତ ଥାଏ । ସେଥିପାଇଁ ସେମାନଙ୍କୁ ଭରସା ହୋଇଯାଏ ଯେ ଈଶ୍ୱରଙ୍କ ରାଜ୍ୟ ପ୍ରକୃତରେ ଗୋଟିଏ ସରକାର ଅଟେ । ଆଉ ତାହା ଖୁବ୍‌ ଶୀଘ୍ର ଆସିବ । (ଏବ୍ରୀ ୧୧:୧) କେବଳ ଏତିକି ନୁହେଁ, ସେମାନେ ଈଶ୍ୱର ଓ ଲୋକମାନଙ୍କୁ ପ୍ରେମ କରିବାକୁ ଲାଗନ୍ତି । ଈଶ୍ୱରଙ୍କ ପାଇଁ ପ୍ରେମ ହେବା ଯୋଗୁଁ ସେମାନେ ତାଙ୍କ କଥା ଶୁଣନ୍ତି ଆଉ ଲୋକମାନଙ୍କ ପାଇଁ ପ୍ରେମ ହେବା ଯୋଗୁଁ ସେମାନେ ତାଙ୍କ ସହ ଭଲ ବ୍ୟବହାର କରନ୍ତି । ଯୀଶୁ ବି ଏହି ପରାମର୍ଶ ଦେଲେ: “ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯେପ୍ରକାର ବ୍ୟବହାର କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ସେମାନଙ୍କ ପ୍ରତି ସେହିପ୍ରକାର କର ।”—ଲୂକ ୬:୩୧.

ଜଣେ ଭଲ ବାପାଙ୍କ ଭଳି ଆମ ସୃଷ୍ଟିକର୍ତ୍ତା ଆମକୁ ବହୁତ ପ୍ରେମ କରନ୍ତି ଓ ଆମର ଭଲ ଚାହାନ୍ତି । ସେ ଆମକୁ ଗୋଟିଏ ଭଲ ଜୀବନ ଦେବା ପାଇଁ ଚାହାନ୍ତି, ଯାହାକୁ ବାଇବଲରେ “ପ୍ରକୃତ ଜୀବନ” କୁହାଯାଇଛି । (୧ ତୀମଥି ୬:୧୯) ଆଜି ଆମେ ଯେପରି ଜୀବନ ବଞ୍ଚୁଛୁ, ତାହା “ପ୍ରକୃତ ଜୀବନ” ନୁହେଁ । ଆଉ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଜୀବନ ଗୋଟିଏ ସଂଘର୍ଷ ହୋଇଯାଇଛି । ଈଶ୍ୱରଙ୍କ ରାଜ୍ୟର “ପ୍ରକୃତ ଜୀବନ” କିପରି ହେବ, ତାହାର ଝଲକ ପାଇବା ପାଇଁ ଧ୍ୟାନ ଦିଅନ୍ତୁ ଯେ ସେଠାରେ କେଉଁଭଳି ଖୁସି ମିଳିବ ।

ପ୍ରକୃତ ଜୀବନର ଗୋଟିଏ ଝଲକ

  • ‘ତାହାଙ୍କ ସମୟରେ [ଅର୍ଥାତ୍‌ ଖ୍ରୀଷ୍ଟଙ୍କ ରାଜ୍ୟରେ] ଧାର୍ମିକମାନେ ବର୍ଦ୍ଧିଷ୍ଣୁ ହେବେ, ଆଉ ପ୍ରଚୁର ଶାନ୍ତି ହେବ ଓ ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ କର୍ତ୍ତୃତ୍ୱ କରିବେ ।’—ଗୀତସଂହିତା ୭୨:୭, ୮, ୧୩, ୧୪.

  • ‘ଈଶ୍ୱର ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯୁଦ୍ଧ ନିବୃତ କରିବେ । ସେ ଧନୁ ଭାଙ୍ଗି ପକାଇବେ ଓ ବର୍ଚ୍ଛା କାଟି ଖଣ୍ଡ ଖଣ୍ଡ କରିବେ, ସେ ରଥସବୁ ଅଗ୍ନିରେ ପୋଡ଼ି ପକାଇବେ ।’—ଗୀତସଂହିତା ୪୬:୯.

  • “ଦେଶ ମଧ୍ୟରେ ପର୍ବତଗଣର ଶିଖରରେ ପ୍ରଚୁର ଶସ୍ୟ ହେବ ।”—ଗୀତସଂହିତା ୭୨:୧୬.

  • ‘ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ ଓ ସେମାନେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁର ଫଳ ଭୋଗ କରିବେ । ସେମାନେ ନିର୍ମାଣ କଲେ, ଅନ୍ୟ କେହି ତହିଁରେ ବାସ କରିବ ନାହିଁ; ସେମାନେ ରୋପଣ କଲେ, ଅନ୍ୟ କେହି ଫଳ ଭୋଗ କରିବ ନାହିଁ; ଆମ୍ଭ ମନୋନୀତ ଲୋକମାନେ ଦୀର୍ଘ କାଳଯାଏ ଆପଣାମାନଙ୍କ ହସ୍ତକୃତ କର୍ମର ଫଳ ଭୋଗ କରିବେ ।’—ଯିଶାଇୟ ୬୫:୨୧, ୨୨.

  • ‘ଈଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ ।’—ପ୍ରକାଶିତ ବାକ୍ୟ ୨୧:୩, ୪.

ଲୋକମାନେ ଏକ ସୁନ୍ଦର ବଗିଚାରେ ଖୁସିର ସହ ଜୀବନର ମଜା ନେଉଛନ୍ତି

ଈଶ୍ୱରଙ୍କ ରାଜ୍ୟରେ ଲୋକମାନେ ସୁରକ୍ଷିତ ରହିବେ ଓ ଖାଦ୍ୟର ଅଭାବ ହେବ ନାହିଁ

ମୁଖ୍ୟ କଥା

ଯେବେ ଲୋକମାନେ ଯୀଶୁଙ୍କ ଶିକ୍ଷାଗୁଡ଼ିକୁ ମାନନ୍ତି, ତେବେ ସେମାନଙ୍କୁ ଭଲ କାମ କରିବା ପାଇଁ ପ୍ରେରଣା ମିଳେ । ଯେବେ ଯୀଶୁ ସାରାଦୁନିଆରେ ଶାସନ କରିବେ, ତେବେ ଏହିପରି ଲୋକମାନେ ହିଁ ତାଙ୍କ ପ୍ରଜା ହେବେ ଓ ଏକତାରେ ରହିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ