ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ସେପ୍ଟେମ୍ବର ପୃଷ୍ଠା ୩୨
  • ଯୀଶୁ “ଆଜ୍ଞାବହତା ଶିକ୍ଷା କଲେ”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁ “ଆଜ୍ଞାବହତା ଶିକ୍ଷା କଲେ”
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ସେପ୍ଟେମ୍ବର ପୃଷ୍ଠା ୩୨

ଶବ୍ଦଗୁଡ଼ିକ ବିଷୟରେ ଅଧିକ ଜ୍ଞାନ

ଯୀଶୁ “ଆଜ୍ଞାବହତା ଶିକ୍ଷା କଲେ”

ଯୀଶୁ ସବୁବେଳେ ଯିହୋବାଙ୍କ ଆଜ୍ଞା ମାନିଲେ । (ଯୋହ. ୮:୨୯) ତାହେଲେ ବାଇବଲରେ ଏପରି କାହିଁକି ଲେଖାଅଛି ଯେ ସେ “ଦୁଃଖଭୋଗ ଦ୍ୱାରା ଆଜ୍ଞାବହତା ଶିକ୍ଷା କଲେ ?”—ଏବ୍ରୀ ୫:୮.

ପୃଥିବୀରେ ଯୀଶୁ ଏପରି ପରିସ୍ଥିତିର ସାମନା କଲେ, ଯାହାର ସେ ସ୍ୱର୍ଗରେ କରି ନ ଥିଲେ । ଯେପରି, ତାଙ୍କ ଲାଳନପାଳନ ଏପରି ବାପାମାଆ କଲେ ଯେଉଁମାନେ ଯିହୋବାଙ୍କୁ ପ୍ରେମ କରୁଥିଲେ, କିନ୍ତୁ ଅପରିପୂର୍ଣ୍ଣ ଥିଲେ । (ଲୂକ ୨:୫୧) ଧର୍ମଗୁରୁ ଏବଂ ଅଧିକାରୀମାନେ ତାଙ୍କ ସହିତ ବହୁତ ଅନ୍ୟାୟ କଲେ ଏବଂ ତାଙ୍କୁ ନିର୍ଦ୍ଦୟୀ ଭାବେ କଷ୍ଟ ଦେଲେ । (ମାଥି. ୨୬:୫୯; ମାର୍କ ୧୫:୧୫) ଶେଷରେ ତାଙ୍କୁ ଯନ୍ତ୍ରଣା ଦେଇ ମାରିଦିଆଗଲା । ବାଇବଲରେ ଲେଖାଅଛି ଯେ ସେ “ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ ।”—ଫିଲିପ୍‌. ୨:୮.

ଏପରି ପରିସ୍ଥିତିରେ ଯୀଶୁ ଗୋଟିଏ ନୂଆ ଉପାୟରେ ଆଜ୍ଞା ମାନିବା ଶିଖିଲେ, ଯାହା ସେ ସ୍ୱର୍ଗରେ ଶିଖିପାରି ନ ଥାʼନ୍ତେ । ତେଣୁ ସେ ଏପରି ରାଜା ଏବଂ ମହାଯାଜକ ହୋଇପାରିଲେ ଯିଏ ଆମକୁ ସହାନୁଭୂତି ଦେଖାଇପାରନ୍ତେ । (ଏବ୍ରୀ ୪:୧୫; ୫:୯) ଯୀଶୁ କଷ୍ଟଗୁଡ଼ିକ ସହି ଯେଉଁଭଳି ଭାବେ ଯିହୋବାଙ୍କ ଆଜ୍ଞା ମାନିବା ଶିଖିଲେ, ତାʼଯୋଗୁଁ ସେ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ ହୋଇଗଲେ ଏବଂ ସେହି କାମ କରିବାର ଯୋଗ୍ୟ ହୋଇପାରିଲେ, ଯାହା ଯିହୋବା ତାଙ୍କୁ ଦେଲେ । ଯଦି ଆମେ ବି କଠିନ ପରିସ୍ଥିତି ସତ୍ତ୍ୱେ ଯିହୋବାଙ୍କ ଆଜ୍ଞା ମାନିବା, ତାହେଲେ ଆମେ ତାଙ୍କ ଦୃଷ୍ଟିରେ ବହୁମୂଲ୍ୟ ହୋଇଯିବା ଏବଂ ଆମକୁ ଯାହା ବି କାମ ଦିଆଯିବ ଆମେ ତାହାକୁ ଭଲଭାବରେ ପୂରା କରିପାରିବା ।—ଯାକୁ. ୧:୪.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ