ଜୀବନ କାହାଣୀ
ଯିହୋବାଙ୍କ ସାହାଯ୍ୟରୁ ‘ଆମକୁ ଯେଉଁଠି ବି ଲଗାଗଲା, ଆମେ ସେଇଠି ବଢ଼ୁଥିଲୁ’
“ଯେଉଁଠି ବି ଲଗାଯାଏ ସେଇଠି ବଢ଼ୁଥାଅ ।” ହୁଏତ ଏହା ଶୁଣିବାରେ ଟିକେ ଅଜବ ଲାଗିବ, କିନ୍ତୁ ଆସନ୍ତୁ ଦେଖିବା ଯେ ସ୍ୱିଡେନରେ ରହୁଥିବା ମ୍ୟାଟ୍ସ ଓ ଆନ୍ କାଟରିନ୍ କିପରି ଏହି ପରାମର୍ଶକୁ ମାନିଲେ ଏବଂ ଏଥିରୁ ସେମାନଙ୍କୁ କʼଣ ଲାଭ ହେଲା ।
ମ୍ୟାଟ୍ସ ଓ ଆନ୍ କାଟରିନ୍ ୧୯୭୯ ମସିହାରେ ଗିଲିଅଡ୍କୁ ଯାଇଥିଲେ । ସେଠାରେ ଭାଇ ଜ୍ୟାକ୍ ରେଡଫର୍ଡ଼ ତାଙ୍କୁ ଏହି ପରାମର୍ଶ ଦେଇଥିଲେ, ଯିଏ ଗିଲିଅଡ୍ର ଶିକ୍ଷକ ଥିଲେ । ଆସନ୍ତା ବର୍ଷଗୁଡ଼ିକରେ ସେମାନଙ୍କୁ ଇରାନ୍, ମରିସସ୍, ମ୍ୟାନମାର, ତାଞ୍ଜାନିଆ, ଉଗାଣ୍ଡା ଓ ଜାଏରକୁ ପଠାଗଲା । ସେମାନେ ଏପରି ଚାରାଗଛ ଭଳି ଥିଲେ, ଯାହାକୁ ଅନେକ ଥର ଗୋଟିଏ ଜାଗାରୁ ଉପାଡ଼ି ଅନ୍ୟ ଜାଗାକୁ ଲଗାଗଲା । ଆଉ ସେମାନଙ୍କୁ ଯେଉଁଠି ବି ଲଗାଗଲା ସେମାନେ ସେଇଠି ବଢ଼ିବାକୁ ଲାଗିଲେ । ଆସନ୍ତୁ ଏବିଷୟରେ ତାଙ୍କଠୁ ଶୁଣିବା ।
ଦୟାକରି ଆମକୁ କହନ୍ତୁ ଯେ ଆପଣ ଦୁହିଁଙ୍କୁ ସତ୍ୟ କିପରି ମିଳିଲା ।
ମ୍ୟାଟ୍ସ: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେ ପୋଲାଣ୍ଡରେ ରହୁଥିଲୁ । ସେସମୟରେ ମୋ ବାପା କ୍ୟାଥୋଲିକ ଚର୍ଚ୍ଚକୁ ଯାଉଥିଲେ । ସେଠାରେ ସେ ଦେଖିଲେ ଯେ ଲୋକମାନଙ୍କୁ ଯାହା ଶିଖାଯାଉଛି, ତାହା କରିବା ପରିବର୍ତ୍ତେ ସେମାନେ ତାହାର ଓଲଟା ହିଁ କରୁଥିଲେ । ତଥାପି ତାଙ୍କୁ ଲାଗୁଥିଲା ଯେ କେଉଁଠି ନା କେଉଁଠି ସତ୍ୟ ଅଛି । ଆଉ କିଛି ସମୟ ପରେ ମୋତେ ଭରସା ହୋଇଗଲା ଯେ ବାପା ଠିକ୍ କହୁଥିଲେ । ଥରେ ମୁଁ ଅନେକ ପୁରୁଣା ବହି ପଢ଼ିବା ପାଇଁ କିଣିନେଲି । ସେଥିରେ ଗୋଟେ ନୀଳ ରଙ୍ଗର ବହି ଥିଲା, ଯାହାର ନାମ ଥିଲା, “ସତ୍ୟ ଜୋ ଅନନ୍ତ ଜୀୱନ କି ଔର ଲେ ଜାତା ହୈ ।” ସେହି ବହିର ନାମ ମୋତେ ବହୁତ ରୋମାଞ୍ଚକ ଲାଗିଲା । ଯେଉଁ ଦିନ ମୋତେ ସେହି ବହି ମିଳିଲା, ମୁଁ ସେହି ରାତି ତାହାକୁ ପୂରା ପଢ଼ି ନେଲି । ସକାଳ ହେବା ଯାଏଁ ମୋତେ ପୂରା ବିଶ୍ୱାସ ହୋଇଗଲା ଯେ ଏହା ହିଁ ସତ୍ୟ ।
ଏପ୍ରିଲ୍ ୧୯୭୨ ମସିହା ପରେ ମୁଁ ଯିହୋବାଙ୍କ ସାକ୍ଷୀମାନଙ୍କର ଅନେକ ବହି ପତ୍ରିକା ପଢ଼ିଲି । ମୋ ମନରେ ବାଇବଲକୁ ନେଇ ଯାହା ବି ପ୍ରଶ୍ନ ଥିଲା, ସେସବୁର ଉତ୍ତର ମୋତେ ମିଳିଗଲା । ମୁଁ ଯୀଶୁଙ୍କ ଉଦାହରଣରେ କୁହାଯାଇଥିବା ସେହି ବ୍ୟବସାୟୀ ଭଳି ଅନୁଭବ କଲି, ଯିଏ ଗୋଟିଏ ବହୁମୂଲ୍ୟ ମୁକ୍ତା ଖୋଜୁଥିଲା । ଯେବେ ତାକୁ ସେହି ମୁକ୍ତା ମିଳିଗଲା, ତେବେ ସେ ନିଜର ସବୁକିଛି ବିକି ଦେଇ ସେହି ମୁକ୍ତାକୁ କିଣି ନେଲା । ମୋତେ ବି ଯେବେ ସତ୍ୟର ମୁକ୍ତା ମିଳିଲା, ତେବେ ମୁଁ ବିଶ୍ୱ ବିଦ୍ୟାଳୟର ପାଠପଢ଼ା ଏବଂ ଡାକ୍ତର ହେବାର ନିଜ କ୍ୟାରିଅରକୁ ବିକି ଦେଲି ଏବଂ ସେହି ‘ମୁକ୍ତାକୁ’ କିଣିନେଲି । (ମାଥି. ୧୩:୪୫, ୪୬) ଏହାପରେ ୧୦ ଡିସେମ୍ବର, ୧୯୭୨ ମସିହାରେ ମୁଁ ବାପ୍ତିସ୍ମ ନେଲି ।
ଗୋଟିଏ ବର୍ଷ ମଧ୍ୟରେ ମୋ ବାପାମାଆ ଓ ଛୋଟ ଭାଇ ବି ଅଧ୍ୟୟନ କରିବାକୁ ଲାଗିଲେ ଏବଂ ବାପ୍ତିସ୍ମ ନେଲେ । ଜୁଲାଇ ୧୯୭୩ ମସିହାରେ ମୁଁ ପୂର୍ଣ୍ଣ ସମୟର ସେବା ଆରମ୍ଭ କଲି । ଆମ ମଣ୍ଡଳୀରେ ଅନେକ ଅଗ୍ରଦୂତ ଭାଇଭଉଣୀ ଥିଲେ, ଯେଉଁମାନେ ଉତ୍ସାହର ସହ ପ୍ରଚାର କରୁଥିଲେ । ସେ ମଧ୍ୟରୁ ଭଉଣୀ ଆନ୍ କାଟରିନ୍ ବି ଜଣେ ଥିଲେ । ତାଙ୍କ ସ୍ୱଭାବ ବହୁତ ଭଲ ଥିଲା ଏବଂ ସେ ଯିହୋବାଙ୍କୁ ବହୁତ ପ୍ରେମ କରୁଥିଲେ । ଆମେ ଦୁହେଁ ପରସ୍ପରକୁ ପସନ୍ଦ କରିବାକୁ ଲାଗିଲୁ ଏବଂ ୧୯୭୫ ମସିହାରେ ଆମେ ବିବାହ କଲୁ । ଆଗାମୀ ଚାରି ବର୍ଷ ଯାଏଁ ଆମେ ସ୍ୱିଡେନର ଷ୍ଟ୍ରୋମସଣ୍ଡ୍ ସହରରେ ସେବା କଲୁ । ତାହା ବହୁତ ସୁନ୍ଦର ଜାଗା ଥିଲା ଏବଂ ସେଇଠି ଅନେକ ଲୋକ ବାଇବଲର ସନ୍ଦେଶକୁ ଶୁଣୁଥିଲେ ।
ଆନ୍ କାଟରିନ୍: ଯେବେ ସ୍ଟକହୋମ୍ ବିଶ୍ୱ ବିଦ୍ୟାଳୟରେ ମୋ ବାପାଙ୍କ ପାଠପଢ଼ା ଶେଷ ହେବାର ଥିଲା, ତେବେ ସେ ସତ୍ୟ ଶିଖିଲେ । ସେସମୟରେ ମୁଁ କେବଳ ତିନି ମାସର ଥିଲି, ତଥାପି ମୋ ବାପା ମୋତେ ନିଜ ସହିତ ସଭା ଓ ପ୍ରଚାରକୁ ନେଇ ଯାଉଥିଲେ । ମୋ ମାଆକୁ ଏସବୁ ଭଲ ଲାଗୁ ନ ଥିଲା ଏବଂ ସେ ସାକ୍ଷୀମାନଙ୍କୁ ଭୁଲ ପ୍ରମାଣିତ କରିବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ସେ ଏପରି କିଛି କରିପାରିଲେନି । କିଛି ସମୟ ପରେ ସେ ବି ସତ୍ୟ ଶିଖିଲେ ଏବଂ ବାପ୍ତିସ୍ମ ନେଲେ । ତାʼପରେ ୧୩ ବର୍ଷ ବୟସରେ ମୁଁ ବି ବାପ୍ତିସ୍ମ ନେଲି ଏବଂ ୧୬ ବର୍ଷ ବୟସରେ ଅଗ୍ରଦୂତ ସେବା କରିବାକୁ ଲାଗିଲି । ଏହାପରେ ମୁଁ ଉମାଉ ନାମକ ଗୋଟିଏ ଜାଗାକୁ ଗଲି, ଯେଉଁଠି ପ୍ରଚାରକମାନଙ୍କ ଅଧିକ ଆବଶ୍ୟକ ଥିଲା ଏବଂ ସେଇଠି ସେବା କରିବାକୁ ଲାଗିଲି । ଏହାପରେ ମୋତେ ବିଶେଷ ଅଗ୍ରଦୂତ ଭାବେ ସେବା କରିବାର ସୁଯୋଗ ମିଳିଲା ।
ବିବାହ ପରେ ମୋତେ ଓ ମ୍ୟାଟ୍ସକୁ ଅନେକ ଲୋକଙ୍କୁ ସତ୍ୟ ଶିଖାଇବାର ସୁଯୋଗ ମିଳିଲା । ସେମଧ୍ୟରୁ ଜଣେ ଯୁବା ଝିଅ ଥିଲେ, ମିୱର । ସେ କ୍ରୀଡ଼ା ଦିଗରେ କ୍ୟାରିଅର କରିବା ପରିବର୍ତ୍ତେ ଅଗ୍ରଦୂତ ସେବା କରିବାର ନିଷ୍ପତ୍ତି ନେଲେ । ସେ ଓ ମୋର ସାନ ଭଉଣୀ ଦୁହେଁ ମିଶି ଅଗ୍ରଦୂତ ସେବା କରୁଥିଲେ । ୧୯୮୪ ମସିହାରେ ଉଭୟଙ୍କୁ ଗିଲିଅଡ୍ ସ୍କୁଲ ଯିବାର ସୁଯୋଗ ମିଳିଲା ଏବଂ ସେମାନେ ଏବେ ଇକ୍ୱେଡରରେ ମିଶନାରୀ ଭାବେ ସେବା କରୁଛନ୍ତି ।
ଆପଣ ଅନେକ ଦେଶରେ ମିଶନାରୀ ଭାବେ ସେବା କରିଛନ୍ତି, ସେସମୟରେ ଆପଣ ଏହି ପରାମର୍ଶକୁ କିପରି ମାନିଲେ ଯେ “ଯେଉଁଠି ବି ଲଗାଯାଏ ସେଇଠି ବଢ଼ୁଥାଅ”?
ମ୍ୟାଟ୍ସ: ଆମକୁ ବାରମ୍ବାର ଗୋଟିଏ ଜାଗାରୁ ନେଇ ଅନ୍ୟ ଜାଗାରେ ଲଗାଗଲା, ଅର୍ଥାତ୍ ଆମକୁ ଅଲଗା ଅଲଗା ଜାଗାରେ ସେବା କରିବା ପାଇଁ କୁହାଗଲା । କିନ୍ତୁ ଏପରି ସମୟରେ ବି ଗୋଟିଏ କଥା ଆମକୁ ବହୁତ ସାହାଯ୍ୟ କଲା । ତାହା ହେଉଛି, ଆମେ ଯୀଶୁଙ୍କ ଭଳି ହେବା ପାଇଁ ପୂରା ଚେଷ୍ଟା କଲୁ, ବିଶେଷ କରି ନମ୍ର ହେବା ବିଷୟରେ । (କଲ. ୨:୬, ୭) ଯେପରି, ଆମେ ସେଠାକାର ଭାଇଭଉଣୀଙ୍କଠୁ ଏହା ଆଶା କଲୁନି ଯେ ସେମାନେ ଆମ ଉପାୟରେ କାମ କରନ୍ତୁ । ଏହା ପରିବର୍ତ୍ତେ ଆମେ ସେମାନଙ୍କୁ ଏବଂ ସେମାନଙ୍କ ସଂସ୍କୃତି ବିଷୟରେ ଜାଣିବା ପାଇଁ ଚେଷ୍ଟା କଲୁ । ଯେପରି, ସେମାନେ କିପରି ଭାବନ୍ତି ଏବଂ ଯାହା କରନ୍ତି ତାହା ପଛରେ କାରଣ କʼଣ ହୋଇଥାଏ । ଏସବୁ କରିବା ଦ୍ୱାରା ଆମକୁ ବହୁତ ଲାଭ ହେଲା । ଆମକୁ ଏପରି ଅନୁଭବ ହେଲା ଯେପରି ଆମକୁ ଜଳସ୍ରୋତ ପାଖରେ ଲଗାଯାଇଛି । ଏହି କାରଣ ଯୋଗୁଁ ଆମକୁ ଯେଉଁଠି ବି ପଠାଗଲା, ସେଠାରେ ଆମେ ଖୁସିର ସହ ସେବା କରିପାରିଲୁ ।—ଗୀତ. ୧:୨, ୩.
ମଣ୍ଡଳୀଗୁଡ଼ିକର ପରିଦର୍ଶନ କରିବା ସମୟରେ ଆମେ ପ୍ରାୟ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଉଥିଲୁ
ଆନ୍ କାଟରିନ୍: ଯେବେ ଗୋଟିଏ ଚାରାଗଛକୁ ଅନ୍ୟ ଜାଗାରେ ଲଗାଯାଏ, ତେବେ ତାହାକୁ ବଢ଼ିବା ପାଇଁ ସୂର୍ଯ୍ୟ କିରଣର ବି ଆବଶ୍ୟକ ପଡ଼ିଥାଏ । ଯିହୋବା ସବୁବେଳେ ଆମ ପାଇଁ ଗୋଟିଏ “ସୂର୍ଯ୍ୟ” ଭଳି ଥିଲେ । (ଗୀତ. ୮୪:୧୧) ସେ ଭାଇଭଉଣୀଙ୍କ ଜରିଆରେ ଆମକୁ ଯେଉଁ ପ୍ରେମ ଦେଖାଇଲେ, ତାହା ସୂର୍ଯ୍ୟର କିରଣ ଭଳି ଥିଲା । ଯେପରି, ଇରାନ୍ର ଗୋଟିଏ ଛୋଟ ମଣ୍ଡଳୀ ତେହରାନର ଭାଇଭଉଣୀମାନେ ବହୁତ ଭଲଭାବରେ ଆମର ଅତିଥି ସତ୍କାର କଲେ । ତାହା ଦେଖି ଆମକୁ ବାଇବଲରେ ଦିଆଯାଇଥିବା ସେହି ଲୋକଙ୍କ ମନେ ପଡ଼ିଲା, ଯେଉଁମାନେ ଅତିଥି ସତ୍କାର କରିବା ପାଇଁ ପରିଚିତ ଥିଲେ । ଆମକୁ ଇରାନ୍ରେ ହିଁ ରହି ସେବା କରିବାର ବହୁତ ଇଚ୍ଛା ଥିଲା । କିନ୍ତୁ ଜୁଲାଇ ୧୯୮୦ ମସିହାରେ ସେଠାକାର ସରକାର ଯିହୋବାଙ୍କ ସାକ୍ଷୀମାନଙ୍କ କାମ ଉପରେ କଟକଣା ଲଗାଇ ଦେଲା ଏବଂ ଆମକୁ କୁହାଗଲା ଯେ ଆମେ ୪୮ ଘଣ୍ଟା ଭିତରେ ସେଠାରୁ ପଳାଇ ଯାଉ ।
୧୯୮୨ ମସିହାରେ ଜାଏରରେ ସେବା କରୁଥିବା ସମୟର କିଛି ଭଲ ସ୍ମୃତିଗୁଡ଼ିକ
ଏହାପରେ ଆମକୁ ଆଫ୍ରିକାର ଜାଏର ଦେଶକୁ ପଠାଗଲା, ଯାହାକୁ ଆଜି କଙ୍ଗୋ ବୋଲି କୁହାଯାଏ । ଯେବେ ମୁଁ ପ୍ରଥମ ଥର ଶୁଣିଲି ଯେ ଆମକୁ ସେବା କରିବା ପାଇଁ ଆଫ୍ରିକାକୁ ଯିବାର ଅଛି, ତେବେ ମୋତେ କାନ୍ଦ ଲାଗିଲା । ସେଠାକାର ସାପ ଓ ରୋଗଗୁଡ଼ିକ ବିଷୟରେ ମୁଁ ଯାହା ଶୁଣିଥିଲି, ତାʼଯୋଗୁଁ ମୁଁ ବହୁତ ଡରିଗଲି । କିନ୍ତୁ ଆମର ଦୁଇଜଣ ଭଲ ସାଙ୍ଗ ଥିଲେ, ଯେଉଁମାନେ ଅନେକ ସମୟରୁ ସେଇଠି ସେବା କରୁଥିଲେ । ସେମାନେ ଆମକୁ କହିଲେ, “ତମେ କେବେ ବି ଆଫ୍ରିକାକୁ ଆସି ନାହଁ । ଥରେ ଏଠାକୁ ଆସି ଦେଖ । ତମକୁ ଆଫ୍ରିକାରୁ ପ୍ରେମ ହୋଇଯିବ !” ଆଉ ତାହା ହିଁ ହେଲା । ସେଠାକାର ଭାଇଭଉଣୀମାନେ ଆମକୁ ବହୁତ ପ୍ରେମ ଦେଖାଇଲେ । ଯେବେ ଛଅ ବର୍ଷ ପରେ ସେଠାରେ ଆମ କାମ ଉପରେ କଟକଣା ଲଗାଇ ଦିଆଗଲା ଏବଂ ଆମକୁ ଜାଏରରୁ ଯିବା ପାଇଁ କୁହାଗଲା, ତେବେ ମୁଁ ନିଜ ଉପରେ ହସୁଥିଲି । କାରଣ ମୁଁ ଏବେ ଯିହୋବାଙ୍କୁ ପ୍ରାର୍ଥନା କରୁଥିଲି ଯେ ଦୟାକରି ଆମକୁ ଏଠାରୁ ପଠାନ୍ତୁ ନାହିଁ, ଆମକୁ ଏଠାରେ ହିଁ ରହିବାର ଅଛି ।
ଏତେ ବର୍ଷର ସେବା ମଧ୍ୟରେ ଆପଣଙ୍କୁ କେଉଁ କେଉଁ ଆଶିଷ ମିଳିଲା ?
୧୯୮୮ ମସିହାରେ ତାଞ୍ଜାନିଆରେ ଆମ ଛୋଟିଆ “ଘର”
ମ୍ୟାଟ୍ସ: ମିଶନାରୀ ସେବା କରିବା ଯୋଗୁଁ ଆମେ ଅନେକ ଭଲ ସାଙ୍ଗ କରିପାରିଲୁ । ଆମେ ଅଲଗା ଅଲଗା ଦେଶ ଏବଂ ସଂସ୍କୃତିର ମିଶନାରୀମାନଙ୍କ ସହିତ ଅନେକ ସମୟ ବିତାଇପାରିଲୁ । କିଛି ଜାଗାରେ ଆମକୁ ଅନେକ ଲୋକଙ୍କ ସହିତ ବାଇବଲ ଅଧ୍ୟୟନ କରିବାର ସୁଯୋଗ ମିଳିଲା । ବେଳେବେଳେ ଆମ ଦୁହିଁଙ୍କ ପାଖରେ ୨୦-୨୦ଟି ଅଧ୍ୟୟନ ରହୁଥିଲା । ଏଥିରୁ ଆମକୁ ବହୁତ ଖୁସି ଲାଗୁଥିଲା । ଆଫ୍ରିକାର ଭାଇଭଉଣୀମାନେ ଆମକୁ ଯେଉଁ ପ୍ରେମ ଦେଖାଇଲେ ଏବଂ ଆମର ଅତିଥି ସତ୍କାର କଲେ, ତାହା ଆମେ କେବେ ଭୁଲିପାରିବାନି । ଯେବେ ଆମେ ତାଞ୍ଜାନିଆର ମଣ୍ଡଳୀଗୁଡ଼ିକର ପରିଦର୍ଶନ କରିବାକୁ ଯାଉଥିଲୁ, ତେବେ ସେଠାର ଆମ ସାଙ୍ଗମାନେ ଆମ ପାଇଁ ‘ସେମାନଙ୍କ ଶକ୍ତିଠାରୁ ବି ଅଧିକ’ କରୁଥିଲେ । (୨ କରି. ୮:୩) ଯେବେ ଆମେ ସେମାନଙ୍କ ଘର ପାଖରେ ନିଜର ୱୋକ୍ସୱେଗନ କମ୍ବି ଭ୍ୟାନ ଛିଡ଼ା କରି ଶୋଉଥିଲୁ, ତେବେ ସେମାନେ ଏକଥାର ପୂରା ଧ୍ୟାନ ରଖୁଥିଲେ ଯେ ଆମକୁ କୌଣସି ବି ଜିନିଷର ଅଭାବ ନ ହେଉ । ତାʼସହିତ ସନ୍ଧ୍ୟା ସମୟ ଆମ ଦୁହିଁଙ୍କ ପାଇଁ ବହୁତ ଖାସ୍ ଥିଲା, ଯାହାକୁ ଆମେ “ଷ୍ଟୋରି ଟାଇମ୍” କହୁଥିଲୁ । ସେସମୟରେ ଆମେ ସାଙ୍ଗରେ ବସି କଥା ହେଉଥିଲୁ ଯେ ଆମେ ସାରା ଦିନ କʼଣ କʼଣ କଲୁ ଏବଂ ଯିହୋବାଙ୍କୁ ବି ଧନ୍ୟବାଦ ଦେଉଥିଲୁ ଯେ ସେ ସାରା ଦିନ ଆମର ଯତ୍ନ ନେଲେ ।
ଆନ୍ କାଟରିନ୍: ଆମେ ଅନେକ ଦେଶର ଭାଇଭଉଣୀଙ୍କୁ ଜାଣିପାରିଲୁ । ଏହା ମୋ ପାଇଁ ବହୁତ ଖୁସିର କଥା ଥିଲା । ଆମେ ଅନେକ ଭାଷା ବି କହିବା ଶିଖିଲୁ, ଯେପରି ଫାରସୀ, ଫ୍ରେଞ୍ଚ, ଲୁଗାଣ୍ଡା ଓ ସ୍ୱାହିଲି । ଆମେ ଅଲଗା ଅଲଗା ସଂସ୍କୃତି ବିଷୟରେ ବି ଜାଣିପାରିଲୁ । ଆମେ ଅନେକ ଲୋକଙ୍କୁ ଯୀଶୁଙ୍କ ଶିଷ୍ୟ ହେବା ପାଇଁ ସାହାଯ୍ୟ କରିପାରିଲୁ । ଆମେ ଅନେକ ଭଲ ସାଙ୍ଗ ବି କଲୁ ଏବଂ ସେମାନଙ୍କ ସହିତ “ଏକମନରେ” ଯିହୋବାଙ୍କ ସେବା କଲୁ ।—ସିଫ. ୩:୯.
ଆମେ ଯିହୋବାଙ୍କ ସୃଷ୍ଟିର ବି ଅନେକ ସୁନ୍ଦର ଜିନିଷ ଦେଖିପାରିଲୁ । ଯେବେ ବି ଆମକୁ ଯିହୋବାଙ୍କ ସେବା କରିବା ପାଇଁ କୌଣସି ଅନ୍ୟ ଜାଗାକୁ ପଠାଯାଉଥିଲା, ତେବେ ଏପରି ଅନୁଭବ ହେଉଥିଲା ଯେ ଯିହୋବା ଆମର ଗାଇଡ୍ ଅଟନ୍ତି ଏବଂ ସେ ଆମ ସହିତ ଯାତ୍ରା କରୁଛନ୍ତି । ତେଣୁ ଆମେ ଏପରି ଜିନିଷଗୁଡ଼ିକର ଅନୁଭବ କରିପାରିଲୁ, ଯାହା ହୁଏତ ଆମେ ନିଜେ କରିପାରି ନ ଥାʼନ୍ତୁ ।
ତାଞ୍ଜାନିଆର ଅଲଗା ଅଲଗା ଅଞ୍ଚଳରେ ପ୍ରଚାର କରୁଥିବା ସମୟର ଚିତ୍ର
ଆପଣଙ୍କ ସାମନାରେ କେଉଁ ସମସ୍ୟାଗୁଡ଼ିକ ଆସିଲା ଏବଂ ଆପଣ କିପରି ସେଗୁଡ଼ିକର ସାମନା କଲେ ?
ମ୍ୟାଟ୍ସ: ବେଳେବେଳେ ଆମେ ରୋଗରେ ପଡ଼ିଗଲୁ, ଯେପରି ଆମକୁ ମ୍ୟାଲେରିଆ ହୋଇଗଲା । ଆଉ ଆନ୍ କାଟରିନ୍କୁ ବି ହଠାତ୍ ଅନେକ ସର୍ଜରି କରାଇବାକୁ ପଡ଼ିଲା । ତାʼସହିତ ଆମକୁ ନିଜ ବାପାମାଆଙ୍କ ବି ଚିନ୍ତା ଲାଗି ରହୁଥିଲା, କାରଣ ସେମାନଙ୍କ ବୟସ ବଢ଼ି ଚାଲିଥିଲା । କିନ୍ତୁ ଖୁସିର କଥା ଯେ ମୋର ଛୋଟ ଭାଇ ଏବଂ ଆନ୍ କାଟରିନ୍ର ଭାଇଭଉଣୀମାନେ ସେମାନଙ୍କର ବହୁତ ଭଲଭାବରେ ଯତ୍ନ ନେଲେ । ସେମାନେ ସବୁବେଳେ ଧୈର୍ଯ୍ୟ ଧରିଲେ ଓ ଖୁସି ଖୁସି ଏବଂ ପ୍ରେମର ସହ ସେମାନଙ୍କର ଯତ୍ନ ନେଉଥିଲେ । (୧ ତୀମ. ୫:୪) ତଥାପି ଆମକୁ ବେଳେବେଳେ ବହୁତ ଖରାପ ଲାଗୁଥିଲା । ଆମେ ଭାବୁଥିଲୁ, କେତେ ଭଲ ହୁଅନ୍ତା ଯଦି ଆମେ ସେମାନଙ୍କ ସହିତ ରହନ୍ତୁ ଏବଂ ସେମାନଙ୍କ ଆହୁରି ଭଲଭାବେ ଯତ୍ନ ନେଇପାରନ୍ତୁ ।
ଆନ୍ କାଟରିନ୍: ୧୯୮୩ ମସିହାରେ ଯେବେ ଆମେ ଜାଏରରେ ସେବା କରୁଥିଲୁ, ତେବେ ଥରେ ମୁଁ ହଇଜା ଯୋଗୁଁ ରୋଗରେ ପଡ଼ି ଯାଇଥିଲି । ଯେବେ ମ୍ୟାଟ୍ସ ମୋତେ ଡାକ୍ତରଙ୍କ ପାଖକୁ ନେଲେ, ତେବେ ଡାକ୍ତର ତାଙ୍କୁ କହିଲେ, “ଭଲ ହେବ ଯଦି ତମେ ଆଜି ହିଁ ୟାଙ୍କୁ ନେଇ ଏଠାରୁ ଚାଲିଯିବ ।” ଏହାର ପରଦିନ ଆମେ ଗୋଟିଏ ମାଲବାହୀ ବିମାନରେ ଚଢ଼ିଗଲୁ, କାରଣ ସେହି ସମୟରେ ସେଠାରେ ଏହା ହିଁ ଗୋଟିଏ ଉଡ଼ାଜାହାଜ ଥିଲା । ଆମେ ଶୀଘ୍ର ସ୍ୱିଡେନ ପାଇଁ ବାହାରି ପଡ଼ିଲୁ ।
ମ୍ୟାଟ୍ସ: ଆମକୁ ଲାଗିଲା ଯେ ଆମେ ଆଉ ମିଶନାରୀ ସେବା କରିପାରିବାନି, ତେଣୁ ଆମେ ବହୁତ କାନ୍ଦିଲୁ । ଡାକ୍ତରଙ୍କୁ ତ ଲାଗୁଥିଲା ଯେ ଆନ୍ ଠିକ୍ ହୋଇପାରିବେନି, କିନ୍ତୁ ସେ ଧୀରେ ଧୀରେ ଠିକ୍ ହୋଇଗଲେ । ଆଉ ଏହାର ଗୋଟିଏ ବର୍ଷ ପରେ ଆମେ ଜାଏରକୁ ଫେରିଲୁ । କିନ୍ତୁ ଏଥର ଆମେ ଲୁବୁମ୍ବାସି ସହରର ଗୋଟିଏ ଛୋଟ ମଣ୍ଡଳୀକୁ ଗଲୁ, ଯେଉଁଠି ସ୍ୱାହିଲି ଭାଷା କୁହାଯାଉଥିଲା ।
ଆନ୍ କାଟରିନ୍: ଯେବେ ଆମେ ଲୁବୁମ୍ବାସିରେ ଥିଲୁ, ତେବେ ଆମକୁ ଜଣାପଡ଼ିଲା ଯେ ମୁଁ ଗର୍ଭବତୀ ଅଛି । କିନ୍ତୁ ଦୁଃଖର କଥା ଯେ ଶିଶୁଟିକୁ ଜନ୍ମ ଦେବା ପୂର୍ବରୁ ହିଁ ମୁଁ ତାକୁ ହରାଇ ବସିଲି । ଯଦିଓ ଆମେ ପିଲା କରିବା ବିଷୟରେ କେବେ ଭାବି ନ ଥିଲୁ, ତଥାପି ଯେବେ ମୁଁ ତାକୁ ହରାଇଲି, ତେବେ ମୋତେ ବହୁତ ଦୁଃଖ ଲାଗିଲା । କିନ୍ତୁ ସେହି ଦୁଃଖ ସମୟରେ ଯିହୋବା ମୋତେ ଏପରି ଆଶିଷ ଦେଲେ, ଯାହାର ମୁଁ ଆଶା କରି ନ ଥିଲି । ଆମକୁ ହଠାତ୍ ଏତେଗୁଡ଼ିଏ ବାଇବଲ ଅଧ୍ୟୟନ ମିଳିବାକୁ ଲାଗିଲା, ଯେତିକି ଆଗରୁ କେବେ ମିଳି ନ ଥିଲା । ଗୋଟିଏ ବର୍ଷ ମଧ୍ୟରେ ମଣ୍ଡଳୀର ପ୍ରଚାରକମାନଙ୍କ ସଂଖ୍ୟା ୩୫ରୁ ୭୦ ହୋଇଗଲା ଏବଂ ସଭାର ଉପସ୍ଥିତି ୪୦ରୁ ୨୨୦ ହୋଇଗଲା । ଆମେ ପ୍ରଚାର କରିବା ଏବଂ ଅଧ୍ୟୟନ କରିବାରେ ବହୁତ ବ୍ୟସ୍ତ ହୋଇଗଲୁ । ସତରେ, ଏହା ଯିହୋବାଙ୍କ ତରଫରୁ ଗୋଟିଏ ଏପରି ଆଶିଷ ଥିଲା ଯେଉଁଥିରୁ ଆମକୁ ବହୁତ ସାନ୍ତ୍ୱନା ମିଳିଲା । ଆଜି ବି ବେଳେବେଳେ ଆମେ ନିଜର ସେହି ଶିଶୁ ବିଷୟରେ ଭାବୁ ଏବଂ ତାʼ ବିଷୟରେ କଥା ହେଉ । ଆମେ ସେହି ଦିନକୁ ଦେଖିବା ପାଇଁ ବହୁତ ଉତ୍ସୁକ, ଯେବେ ପାରଦୀଶରେ ଯିହୋବା ଆମ ଦୁଃଖକୁ ଶେଷ କରିଦେବେ ।
ମ୍ୟାଟ୍ସ: ଥରେ ଏପରି ସମୟ ଆସିଲା, ଯେବେ ଆନ୍ ନିଜକୁ ବହୁତ ଦୁର୍ବଳ ଅନୁଭବ କରିବାକୁ ଲାଗିଲେ ଏବଂ ଶୀଘ୍ର ଥକି ଯାଉଥିଲେ । ଆଉ ମୋତେ ବି ଚତୁର୍ଥ ଷ୍ଟେଜ୍ କୋଲନ କ୍ୟାନସର (ବୃହଦନ୍ତ୍ର ମଳାଶୟ କର୍କଟ) ହୋଇଗଲା । ଏହା ଯୋଗୁଁ ମୋତେ ବହୁତ ବଡ଼ ଅପରେସନ କରାଇବାକୁ ପଡ଼ିଲା । କିନ୍ତୁ ଏବେ ମୁଁ ପୂରାପୂରି ଠିକ୍ ଅଛି ଏବଂ ଆନ୍ ବି ବହୁତ ଭଲଭାବରେ ଯିହୋବାଙ୍କର ସେବା କରିପାରୁଛନ୍ତି ।
କିନ୍ତୁ ଆମେ କେବଳ ଏକୁଟିଆ ଏତେ ସମସ୍ୟାଗୁଡ଼ିକର ସାମନା କରୁ ନ ଥିଲୁ, ବରଂ ଆମ ଭାଇଭଉଣୀମାନେ ମଧ୍ୟ ସମସ୍ୟାର ସାମନା କରୁଥିଲେ । ୧୯୯୪ ମସିହାରେ ରୱାଣ୍ଡାରେ ହୋଇଥିବା ଗଣହତ୍ୟା ପରେ ଆମେ ନିଜର କିଛି ସାଙ୍ଗମାନଙ୍କୁ ଭେଟିବା ପାଇଁ ଶରଣାର୍ଥୀ ଶିବିରଗୁଡ଼ିକୁ ଗଲୁ । ଆମେ ଦେଖିଲୁ ଯେ ସେମାନଙ୍କ ବିଶ୍ୱାସ କେତେ ଦୃଢ଼ ଅଛି, ସେମାନେ କିପରି ଧୈର୍ଯ୍ୟର ସହ ସବୁକିଛି ସହୁଛନ୍ତି ଏବଂ ଏତେ ସମସ୍ୟାଗୁଡ଼ିକ ସତ୍ତ୍ୱେ ଅତିଥି ସତ୍କାର କରୁଛନ୍ତି । ଏହିସବୁ ଦେଖି ଆମକୁ ପୂରା ଭରସା ହୋଇଗଲା ଯେ ଯିହୋବା କଠିନରୁ କଠିନ ପରିସ୍ଥିତିରେ ବି ନିଜ ଲୋକମାନଙ୍କୁ ସମ୍ଭାଳିପାରିବେ ।—ଗୀତ. ୫୫:୨୨.
ଆନ୍ କାଟରିନ୍: ୨୦୦୭ ମସିହାରେ ଆମକୁ ଆଉ ଗୋଟିଏ କଠିନ ପରିସ୍ଥିତିର ସାମନା କରିବାକୁ ପଡ଼ିଲା । ଆମେ ଉଗାଣ୍ଡା ଶାଖା କାର୍ଯ୍ୟାଳୟର ସମର୍ପଣ ପାଇଁ ଯାଇଥିଲୁ । କାର୍ଯ୍ୟକ୍ରମ ଶେଷ ହେବା ପରେ ଆମେ କେନ୍ୟାର ନେରୋବି ସହରକୁ ଯାଉଥିଲୁ । ଆମେ ପ୍ରାୟ ୨୫ ଜଣ ଭାଇଭଉଣୀ ଥିଲୁ, ସେମଧ୍ୟରୁ କିଛି ଭାଇଭଉଣୀ ବୈଥେଲରେ ସେବା କରୁଥିଲେ ଏବଂ କିଛି ଭାଇଭଉଣୀ ମିଶନାରୀ ଥିଲେ । କିନ୍ତୁ କେନିଆର ସୀମା ପହଞ୍ଚିବା ପୂର୍ବରୁ ହିଁ ଆମ ସହିତ ଗୋଟିଏ ଦୁର୍ଘଟଣା ଘଟିଲା । ସାମନାରୁ ଗୋଟିଏ ଟ୍ରକ୍ ଆସୁଥିଲା, ଯାହା ହଠାତ୍ ଆମ ଆଡ଼କୁ ଆସିଲା ଏବଂ ଆମ ବସ୍କୁ ଧକ୍କା ଦେଲା । ଡ୍ରାଇଭର ଏବଂ ପାଞ୍ଚଜଣ ଭାଇଭଉଣୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଗଲା ଏବଂ ପରେ ଆଉ ଜଣେ ଭଉଣୀଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଗଲା । ଆମେ ସେହି ଦିନର ଆଗ୍ରହର ସହ ଅପେକ୍ଷା କରୁଛୁ, ଯେବେ ଆମେ ପୁଣିଥରେ ସେହି ଭାଇଭଉଣୀଙ୍କୁ ଭେଟିବୁ ।—ଆୟୁ. ୧୪:୧୩-୧୫.
ସେହି ଦୁର୍ଘଟଣାରେ ମୋତେ ଯେଉଁ ଆଘାତ ଲାଗିଥିଲା, ତାହା ଧୀରେ ଧୀରେ ଠିକ୍ ତ ହୋଇଗଲା । କିନ୍ତୁ ମୋତେ, ମ୍ୟାଟ୍ସ ଏବଂ ଅନ୍ୟ ଭାଇଭଉଣୀଙ୍କୁ ସେହି ଦୁର୍ଘଟଣା ପରେ ଗୋଟିଏ ପ୍ରକାରର ମାନସିକ ସମସ୍ୟାର ସାମନା କରିବାକୁ ପଡ଼ିଲା । ମୁଁ ହଠାତ୍ ରାତିରେ ବିଚଳିତ ହୋଇଯାଉଥିଲି । ମୁଁ ଉଠିକି ବସି ପଡ଼ୁଥିଲି, ଏପରି ଲାଗୁଥିଲା ଯେ ମୋତେ ହୃଦଘାତ ହେବାକୁ ଯାଉଛି । ମୁଁ ବହୁତ ଡରି ଯାଉଥିଲି, କିନ୍ତୁ ପରେ ଆମେ ବାରମ୍ବାର ଯିହୋବାଙ୍କୁ ପ୍ରାର୍ଥନା କରୁଥିଲୁ ଏବଂ ନିଜର ମନପସନ୍ଦ ପଦଗୁଡ଼ିକୁ ମନେ ପକାଉଥିଲୁ । ଏଥିରୁ ଆମକୁ ବହୁତ ସାନ୍ତ୍ୱନା ମିଳୁଥିଲା । ଆମେ ଡାକ୍ତରଙ୍କ ବି ସାହାଯ୍ୟ ନେଲୁ ଏବଂ ସେଥିରୁ ବି ଆମକୁ ବହୁତ ଲାଭ ହେଲା । ଏବେ ଆମକୁ ଆଗ ଅପେକ୍ଷା ଭଲ ଲାଗୁଛି ଏବଂ ଆମେ ସେହି ଲୋକଙ୍କ ପାଇଁ ବି ଯିହୋବାଙ୍କୁ ପ୍ରାର୍ଥନା କରୁ, ଯେଉଁମାନେ ଆମ ଭଳି ପରିସ୍ଥିତିର ସାମନା କରୁଛନ୍ତି ।
ଯେବେ ଆପଣ କହୁଥିଲେ ଯେ ଆପଣ କିପରି କଠିନ ପରିସ୍ଥିତିର ସାମନା କଲେ, ତେବେ ଆପଣ କହିଲେ ଯେ ଯିହୋବା ଆପଣଙ୍କୁ ଏପରି ଭାବରେ ସମ୍ଭାଳିଲେ, ଯେପରି କେହି କଞ୍ଚା ଅଣ୍ଡାଗୁଡ଼ିକୁ ସମ୍ଭାଳିକି ଉଠାନ୍ତି । ଆପଣ କʼଣ କହିବା ପାଇଁ ଚାହୁଁଥିଲେ, ତାହା ସ୍ପଷ୍ଟ ଭାବେ କହିପାରିବେ ?
ମ୍ୟାଟ୍ସ: ସ୍ୱାହିଲି ଭାଷାରେ ଗୋଟିଏ ଲୋକବାଣୀ ଅଛି, ଯାହାର ଅର୍ଥ ହେଉଛି, ‘ଆମକୁ କଞ୍ଚା ଅଣ୍ଡା ଭଳି ଉଠାଇ ନେଲେ ।’ ଯେପରି କଞ୍ଚା ଅଣ୍ଡାଗୁଡ଼ିକ ଭାଙ୍ଗି ନ ଯାଉ ଏଥିପାଇଁ ଏହାକୁ ବହୁତ ସମ୍ଭାଳିକି ଉଠାଯାଏ, ଠିକ୍ ସେହିଭଳି ଯିହୋବା ମଧ୍ୟ ଆମକୁ ବହୁତ ପ୍ରେମର ସହିତ ସମ୍ଭାଳିଲେ । ଆମେ ଯେଉଁଠି ବି ସେବା କରିବାକୁ ଗଲୁ, ସେଇଠି ଯିହୋବା ଆମର ବହୁତ ଭଲଭାବରେ ଯତ୍ନ ନେଲେ । ସେ ସବୁବେଳେ ଆମର ଆବଶ୍ୟକତାଗୁଡ଼ିକୁ ପୂରା କଲେ, ଏପରିକି ସେ ଆମ ପାଇଁ ଆମ ଆବଶ୍ୟକତାଠାରୁ ବି ଅଧିକ କଲେ । ପ୍ରଶାସନ ଦଳ ଯେଉଁଭଳି ଆମକୁ ସହାନୁଭୂତି ଦେଖାଇଲା ଏବଂ ଆମର ସାହାଯ୍ୟ କଲା, ସେଥିରୁ ଆମେ ବୁଝିପାରିଲୁ ଯେ ଯିହୋବା ଆମ ସହିତ ଅଛନ୍ତି ଏବଂ ସେ ଆମକୁ ବହୁତ ପ୍ରେମ କରନ୍ତି ।
ଆନ୍ କାଟରିନ୍: ଯିହୋବା କିପରି ଆମକୁ ପ୍ରେମର ସହ ସମ୍ଭାଳିଲେ, ମୁଁ ଏହାର ଆଉ ଗୋଟିଏ ଉଦାହରଣ ଦେବାକୁ ଚାହେଁ । ଦିନେ ମୋତେ ସ୍ୱିଡେନରୁ ଫୋନ୍ ଆସିଲା ଏବଂ ମୋତେ ଜଣାପଡ଼ିଲା ଯେ ମୋ ବାପାଙ୍କ ଦେହ ଖରାପ ଅଛି । ସେ ହସ୍ପିଟାଲରେ ଅଛନ୍ତି ଏବଂ ତାଙ୍କ ପରିସ୍ଥିତି ବହୁତ ଖରାପ ଅଛି । କିଛି ସମୟ ହେଲା ମ୍ୟାଟ୍ସ ମ୍ୟାଲେରିଆରୁ ଠିକ୍ ହୋଇଥିଲେ ଏବଂ ଘରକୁ ଯିବା ପାଇଁ ଆମ ପାଖରେ ଉଡ଼ାଜାହାଜର ଟିକେଟ କରିବା ପାଇଁ ଏତେ ପଇସା ନ ଥିଲା, ତେଣୁ ଆମେ ନିଜ କାର୍ ବିକ୍ରି କରିବା ପାଇଁ ଭାବିଲୁ । ଠିକ୍ ସେହି ସମୟରେ ଆମକୁ ଆଉ ଦୁଇଜଣଙ୍କର ଫୋନ୍ ଆସିଲା । ପ୍ରଥମ ଫୋନ୍ କଲ୍ ଜଣେ ସ୍ୱାମୀ ସ୍ତ୍ରୀଙ୍କର ଥିଲା, ଯାହାଙ୍କୁ ଆମ ପରିସ୍ଥିତି ବିଷୟରେ ଜଣାପଡ଼ିଥିଲା ଏବଂ ସେମାନେ ଆମକୁ କହିଲେ ଯେ ଆମେ ଗୋଟିଏ ଟିକେଟ ପାଇଁ ପଇସା ଦେଇଦେବୁ । ଅନ୍ୟ ଫୋନ୍ଟି ଜଣେ ବୃଦ୍ଧା ଭଉଣୀଙ୍କର ଥିଲା, ଯିଏ ଆମକୁ କହିଲେ ଯେ ସେ ଗୋଟିଏ ବାକ୍ସରେ କିଛି ପଇସା ଜମା କରିକି ରଖିଛନ୍ତି ଏବଂ ଯାହା ଉପରେ ଲେଖାଅଛି, “ଆବଶ୍ୟକ ଥିବା ବ୍ୟକ୍ତିମାନଙ୍କ ପାଇଁ ।” ଏହିଭଳି ଭାବେ କେବଳ କିଛି ମିନିଟ୍ ମଧ୍ୟରେ ଯିହୋବା ଆମକୁ ଏହି କଠିନ ପରିସ୍ଥିତିରୁ ବାହାର କରିନେଲେ ।—ଏବ୍ରୀ ୧୩:୬.
ଆପଣ ୫୦ ବର୍ଷରୁ ପୂର୍ଣ୍ଣ ସମୟର ସେବା କରୁଛନ୍ତି, ଏହି ବର୍ଷଗୁଡ଼ିକ ମଧ୍ୟରେ ଆପଣ କʼଣ ଶିଖିଲେ ?
ମ୍ୟାନମାର ବୈଥେଲରେ ସେବା କରୁଥିବା ସମୟର ଚିତ୍ର
ଆନ୍ କାଟରିନ୍: ମୁଁ ଶିଖିଲି ଯେ “ଶାନ୍ତ ହେଲେ” ଏବଂ ଯିହୋବାଙ୍କ ଉପରେ ‘ବିଶ୍ୱାସ’ କଲେ, ସେ ଆମକୁ ସମସ୍ୟାଗୁଡ଼ିକ ସହ ଲଢ଼ିବା ପାଇଁ ଶକ୍ତି ଦିଅନ୍ତି । ପ୍ରକୃତରେ ଯେବେ ଆମେ ତାଙ୍କ ଉପରେ ବିଶ୍ୱାସ କରୁ, ତେବେ ସେ ଆମ ତରଫରୁ ସମସ୍ୟାଗୁଡ଼ିକ ସହ ଲଢ଼ନ୍ତି । (ଯିଶା. ୩୦:୧୫; ୨ ବଂଶା. ୨୦:୧୫, ୧୭) ଆମେ ଯେଉଁଠି ବି ଗଲୁ, ସେଠାରେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କଲୁ । ଏହି କାରଣରୁ ଆମକୁ ଏତେଗୁଡ଼ିଏ ଆଶିଷ ମିଳିଲା, ଯାହା ହୁଏତ ଅନ୍ୟ କୌଣସି କାମ କଲେ ମିଳି ନ ଥାʼନ୍ତା ।
ମ୍ୟାଟ୍ସ: ମୁଁ ଗୋଟିଏ ଜରୁରୀ କଥା ଶିଖିଲି ଯେ ପରିସ୍ଥିତି ଯେପରି ବି ଥାଉ ନା କାହିଁକି, ଆମକୁ ସବୁକିଛି ଯିହୋବାଙ୍କ ଉପରେ ଛାଡ଼ିଦେବା ଉଚିତ୍ ଏବଂ ଏହାପରେ ଦେଖିବା ଉଚିତ୍ ଯେ ସେ କିପରି ଆମ ପାଇଁ ପଦକ୍ଷେପ ନେଉଛନ୍ତି । (ଗୀତ. ୩୭:୫) ସେ ଆମକୁ ପ୍ରତିଜ୍ଞା କରିଛନ୍ତି ଯେ ସେ ସବୁବେଳେ ଆମର ଯତ୍ନ ନେବେ ଏବଂ ସେ କେବେ ବି ନିଜର ଏହି ପ୍ରତିଜ୍ଞାକୁ ଭାଙ୍ଗି ନାହାନ୍ତି । ଆଜି ଆମେ ମ୍ୟାନମାରର ବୈଥେଲରେ ସେବା କରୁଛୁ ଏବଂ ଦେଖିପାରୁଛୁ ଯେ ସେ କିପରି ନିଜର ଏହି ପ୍ରତିଜ୍ଞାକୁ ପୂରା କରୁଛନ୍ତି ।
ଆମେ ଆଶା କରୁ ଯେ ଯେଉଁ ଯୁବାମାନେ ଯିହୋବାଙ୍କ ସେବାରେ ଅଧିକ କରିବା ପାଇଁ ଚାହାନ୍ତି, ସେମାନେ ଯିହୋବାଙ୍କ ଅଟଳ ପ୍ରେମକୁ ଅନୁଭବ କରିପାରିବେ, ଯେପରି ଆମେ କଲୁ । ଆମକୁ ଭରସା ଅଛି ଯେ ଯଦି ସେମାନେ ଯିହୋବାଙ୍କ ସାହାଯ୍ୟକୁ ସ୍ୱୀକାର କରିବେ, ତାହେଲେ ସେମାନଙ୍କୁ ଯେଉଁଠି ବି ଲଗାଯିବ, ସେଇଠି ସେମାନେ ବଢ଼ିଯିବେ ।