ଅଧ୍ୟୟନ ପାଇଁ ବିଷୟ
ସମସ୍ୟା ସମୟରେ ବି ସାହସର ସହ କାମ କରନ୍ତୁ
ଯିରିମୀୟ ୩୮:୧-୧୩ ପଢ଼ନ୍ତୁ ଓ ଜାଣନ୍ତୁ ଯେ ଆପଣ ଭବିଷ୍ୟଦ୍ବକ୍ତା ଯିରିମୀୟ ଏବଂ ନପୁଂସକ ଏବଦ୍-ମେଲକ୍ଙ୍କଠାରୁ ସାହସର ସହ କାମ କରିବା ବିଷୟରେ କʼଣ ଶିଖିପାରିବେ ।
ଅଧିକ ଜାଣିବା ପାଇଁ ଆଖପାଖର ପଦଗୁଡ଼ିକ ପଢ଼ନ୍ତୁ । ଯିରିମୀୟ ଲୋକମାନଙ୍କୁ ଯିହୋବାଙ୍କ ସନ୍ଦେଶ ଶୁଣାଇବା ପାଇଁ କିପରି ସାହସର ସହ କାମ କଲେ ? (ଯିରି. ୨୭:୧୨-୧୪; ୨୮:୧୫-୧୭; ୩୭:୬-୧୦) ତାଙ୍କ ସନ୍ଦେଶ ଶୁଣି ଲୋକମାନେ କʼଣ କଲେ ।—ଯିରି. ୩୭:୧୫, ୧୬.
ଗଭୀର ଭାବେ ଅନୁସନ୍ଧାନ କରନ୍ତୁ । ଲୋକମାନେ ଯିରିମୀୟଙ୍କୁ କʼଣ କରିବା ପାଇଁ ଚାପ ପକାଉଥିଲେ । (ଯିରିମୀୟ-ହି ପୃ ୨୬-୨୭ ¶ ୨୦-୨୨; ସମ୍ପୂର୍ଣ୍ଣ ପବିତ୍ର ଶାସ୍ତ୍ର (ଯିରି-ମଲାଖି) (ହିନ୍ଦୀ) ପୃ ୩ ¶ ୧-୨) ପ୍ରାଚୀନ ସମୟର କୂପ ବିଷୟରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ । (ଇନସାଇଟ୍-୧ ପୃ ୪୭୧) ଯେବେ ଯିରିମୀୟ କୂପ ଭିତରେ ଥିଲେ ଏବଂ ପଙ୍କରେ ଫସି ଯାଇଥିଲେ, ତେବେ ସେ କʼଣ ଭାବୁଥିବେ ? ଏବଦ୍-ମେଲକ୍ ହୁଏତ କେଉଁ କଥା ପାଇଁ ଡରିଯାʼନ୍ତେ ?—ସ.ପୁ-ରେଫରେନ୍ସ୧୭.୦୫-ହି ପୃ ୨ ¶୨-୩.
ଭାବନ୍ତୁ ଯେ ଆପଣ କʼଣ ଶିଖିଲେ । ନିଜକୁ ପଚାରନ୍ତୁ:
‘ଏହି ଘଟଣାରୁ କିପରି ଜଣାପଡ଼େ ଯେ ଯିହୋବା ନିଜ ବିଶ୍ୱସ୍ତ ସେବକମାନଙ୍କୁ ସୁରକ୍ଷା କରନ୍ତି ?’ (ଗୀତ. ୯୭:୧୦; ଯିରି. ୩୯:୧୫-୧୮)
‘ମୋତେ କେଉଁ ପରିସ୍ଥିତିରେ ସାହସର ସହ କାମ କରିବାକୁ ପଡ଼ିପାରେ ?’
‘ମୁଁ କିପରି ନିଜର ସାହସ ବଢ଼ାଇପାରିବି, ଯାହାଦ୍ୱାରା ଯେବେ କେହି ମୋତେ ଖରାପ କାମ କରିବା ପାଇଁ ଚାପ ପକାଇବେ ତେବେ ବି ମୁଁ ସଠିକ୍ କାମ କରିପାରିବି ?’ (ସର୍ବ୧୧-ଇଂ ୩/୧ ପୃ ୩୦)a
a ଅନୁସନ୍ଧାନ କରିବା ପାଇଁ ଆଉ କିଛି ବିଷୟ ଜୁଲାଇ ୨୦୨୩ ମସିହାର ପ୍ରହରୀଦୁର୍ଗରେ “ଅଧ୍ୟୟନ ପାଇଁ ପରାମର୍ଶ” ଭାଗରେ ଦିଆଯାଇଛି ।