ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w24 ଅଗଷ୍ଟ ପୃଷ୍ଠା ୭
  • ଆପଣଙ୍କ ପ୍ରଶ୍ନ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣଙ୍କ ପ୍ରଶ୍ନ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ପ୍ରାୟ ସମାନ ଲେଖା
  • କʼଣ ଆପଣଙ୍କ ପରାମର୍ଶ ଦ୍ୱାରା ଅନ୍ୟମାନଙ୍କ ହୃଦୟ ଖୁସି ହୁଏ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ପ୍ରାଚୀନମାନେ, ପାଉଲଙ୍କୁ ଅନୁକରଣ କରିବା ଜାରି ରଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
w24 ଅଗଷ୍ଟ ପୃଷ୍ଠା ୭

ଆପଣଙ୍କ ପ୍ରଶ୍ନ

୨ ଥେସଲନୀକୀୟ ୩:୧୪ ପଦ ଅନୁସାରେ କାହାରି ଉପରେ ନଜର ରଖିବାର ନିଷ୍ପତ୍ତି ପ୍ରାଚୀନମାନଙ୍କ ହେବା ଉଚିତ୍‌ ନା ମଣ୍ଡଳୀର ପ୍ରଚାରକମାନଙ୍କ ?

ପ୍ରେରିତ ପାଉଲ ଥେସଲନୀକୀୟର ଖ୍ରୀଷ୍ଟିୟାନମାନଙ୍କୁ ଲେଖିଲେ, “ଆଉ ଯେବେ କେହି ଏହି ପତ୍ରରେ ଲିଖିତ ଆମ୍ଭମାନଙ୍କ କଥା ନ ମାନେ, ତେବେ ସେହି ଲୋକକୁ ଚିହ୍ନି ରଖ” ଅର୍ଥାତ୍‌ ନଜର ରଖ । (୨ ଥେସ. ୩:୧୪) ପ୍ରଥମେ ଆମେ ନିଜ ପ୍ରକାଶନଗୁଡ଼ିକରେ କହିଥିଲୁ ଯେ ପାଉଲ ପ୍ରାଚୀନମାନଙ୍କୁ ଏହି ପରାମର୍ଶ ଦେଉଥିଲେ । ଆମେ ଏହା ବି କହିଥିଲୁ ଯେ ବାରମ୍ବାର ପରାମର୍ଶ ଦେଲା ପରେ ବି ଯଦି ଜଣେ ବ୍ୟକ୍ତି ବାଇବଲର ସିଦ୍ଧାନ୍ତଗୁଡ଼ିକ ମାନିବା ପାଇଁ ମନା କରିଦିଅନ୍ତି, ତେବେ ପ୍ରାଚୀନ ମଣ୍ଡଳୀରେ ସତର୍କ କରିବା ପାଇଁ ଭାଷଣ ଦେଇପାରିବେ । ତାʼପରେ ମଣ୍ଡଳୀର ପ୍ରଚାରକମାନେ ସେହି ବ୍ୟକ୍ତିଙ୍କ ସହିତ ଅନ୍ୟ ସମୟରେ ମିଳାମିଶା କିମ୍ବା ମନୋରଞ୍ଜନ କରିବା ବନ୍ଦ କରି ଦେଉଥିଲେ ।

କିନ୍ତୁ ଏବିଷୟରେ ଆମ ଜ୍ଞାନରେ ପରିବର୍ତ୍ତନ କରିବା ଜରୁରୀ ଅଟେ । ଏପରି ଜଣାପଡ଼େ ଯେ ପାଉଲ ଏହି ନିର୍ଦ୍ଦେଶ ମଣ୍ଡଳୀର ଭାଇଭଉଣୀମାନଙ୍କୁ ଦେଉଥିଲେ । ସେଥିପାଇଁ ଜଣେ ଖ୍ରୀଷ୍ଟିୟାନଙ୍କୁ ନିଜେ ନିଷ୍ପତ୍ତି ନେବା ଉଚିତ୍‌ ଯେ ସେ କୌଣସି ମାମଲାରେ ଜଣେ ଭାଇ କିମ୍ବା ଭଉଣୀଙ୍କ ଉପରେ ନଜର ରଖିବେ ନା ନାହିଁ । ତାହେଲେ ଏବେଠାରୁ ପ୍ରାଚୀନମାନଙ୍କୁ ମଣ୍ଡଳୀରେ ସତର୍କ କରିବା ପାଇଁ ଭାଷଣ ଦେବା ଆବଶ୍ୟକ ନାହିଁ । ଏହି ପରିବର୍ତ୍ତନ କାହିଁକି କରାଯାଉଛି ? ଏହାକୁ ବୁଝିବା ପାଇଁ ଆସନ୍ତୁ ଆମେ ୨ ଥେସଲନୀକୀୟ ୩:୧୪ ପଦର ଆଖପାଖ ପଦଗୁଡ଼ିକ ଉପରେ ଧ୍ୟାନ ଦେବା ।

ପାଉଲ ଏହି କଥା ଉପରେ ଧ୍ୟାନ ଦେଲେ ଯେ ମଣ୍ଡଳୀର କିଛି ଲୋକ “ଆଳସ୍ୟ ପରାୟଣ ଆଚରଣ କରୁଅଛନ୍ତି” [‘ନିୟମ ଅନୁସାରେ ଚାଲନ୍ତି ନାହିଁ,’ NWT] । ଈଶ୍ୱରଙ୍କ ପ୍ରେରଣାରେ ସେମାନଙ୍କୁ ଯେଉଁ ପରାମର୍ଶ ଦିଆଯାଇଥିଲା ତାହାକୁ ସେମାନେ ତୁଚ୍ଛ ମନେ କରୁଥିଲେ । ଏହା ପୂର୍ବେ ପାଉଲ ଯେବେ ତାଙ୍କ ପାଖକୁ ଆସିଥିଲେ, ତେବେ ସେମାନଙ୍କୁ ଏହା ନିର୍ଦ୍ଦେଶ ଦେଇଥିଲେ: “ଯେକେହି କାର୍ଯ୍ୟ କରିବାକୁ ଇଚ୍ଛା କରେ ନାହିଁ, ସେ ଭୋଜନ ମଧ୍ୟ ନ କରୁ ।” କିନ୍ତୁ ଏବେ ବି କିଛି ଲୋକ ଏହି ପରାମର୍ଶକୁ ମାନୁ ନ ଥିଲେ । ସେମାନେ କାମ କରିପାରନ୍ତେ, ତଥାପି ନିଜ ଆବଶ୍ୟକତା ପୂରା କରିବା ପାଇଁ ସେମାନେ କାମ କରିବାକୁ ଚାହୁଁ ନ ଥିଲେ । କେବଳ ଏତିକି ନୁହେଁ, ସେମାନେ ଅନ୍ୟମାନଙ୍କ ମାମଲାରେ ପଡ଼ୁଥିଲେ । ଯେଉଁମାନେ ନିୟମ ଅନୁସାରେ ଚାଲୁ ନ ଥିଲେ ସେମାନଙ୍କ ସହ ଭାଇଭଉଣୀମାନଙ୍କୁ କିପରି ବ୍ୟବହାର କରିବାର ଥିଲା ?—୨ ଥେସ. ୩:୬, ୧୦-୧୨.

ପାଉଲ କହିଲେ, ‘ସେହି ଲୋକଙ୍କ ଉପରେ ନଜର ରଖ ।’ ଯେଉଁ ଗ୍ରୀକ୍‌ ଶବ୍ଦର ଅନୁବାଦ “ନଜର ରଖ” କରାଯାଇଛି, ଏହାର ଅର୍ଥ ହେଉଛି ଏହି କଥା ଉପରେ ବିଶେଷ ଧ୍ୟାନ ଦେବା ଯେ ଜଣେ ବ୍ୟକ୍ତିଙ୍କ ଆପଣଙ୍କ ଉପରେ ଖରାପ ପ୍ରଭାବ ନ ପଡ଼ୁ । ପାଉଲ ଏହି ନିର୍ଦ୍ଦେଶ କେବଳ ପ୍ରାଚୀନମାନଙ୍କୁ ନୁହେଁ, ବରଂ ପୂରା ମଣ୍ଡଳୀକୁ ଦେଇଥିଲେ । (୨ ଥେସ. ୧:୧; ୩:୬) ସେଥିପାଇଁ ଯଦି ଜଣେ ଖ୍ରୀଷ୍ଟିୟାନ ଏହା ଦେଖନ୍ତେ ଯେ ମଣ୍ଡଳୀର ଜଣେ ବ୍ୟକ୍ତି ବାଇବଲର ପରାମର୍ଶ ମାନୁ ନାହାନ୍ତି ଏବଂ ନିୟମ ଅନୁସାରେ ଚାଲୁ ନାହାନ୍ତି, ତେବେ ସେ ଏହା ନିଷ୍ପତ୍ତି ନେଇପାରନ୍ତେ ଯେ ସେ ତାଙ୍କ ସହିତ “ସମ୍ବନ୍ଧ” [“ମିଳାମିଶା,” NWT] ରଖିବେ ନାହିଁ ।

କʼଣ ଏହାର ଅର୍ଥ ହେଉଛି ଯେ ସେହି ବ୍ୟକ୍ତିଙ୍କ ସହିତ ଏପରି ବ୍ୟବହାର କରାଯାʼନ୍ତା, ଯେପରି ତାଙ୍କୁ ମଣ୍ଡଳୀରୁ ବାହାର କରି ଦିଆଯାଇଛି ? ଏପରି ନୁହେଁ । ପାଉଲ ଆଗକୁ କହିଲେ, “ତାହାକୁ ଭାଇ ବୋଲି ଜ୍ଞାନ କରି ଚେତନା ଦିଅ ।” ସେଥିପାଇଁ ଭାଇଭଉଣୀ ସେହି ବ୍ୟକ୍ତିଙ୍କ ସହ ସଭାରେ ଭେଟନ୍ତେ ଓ ପ୍ରଚାର ବି କରନ୍ତେ, କିନ୍ତୁ ଅନ୍ୟ ସମୟରେ ତାଙ୍କ ସହିତ ମିଳାମିଶା ବା ମନୋରଞ୍ଜନ କରନ୍ତେ ନାହିଁ । ତାହା କାହିଁକି ? ପାଉଲ କହିଲେ, “ସେ ଯେପରି ଲଜ୍ଜିତ” ହୁଅନ୍ତି । ଆଉ ଯେବେ ଭାଇଭଉଣୀ ତାଙ୍କ ସହିତ ମିଳାମିଶା ବନ୍ଦ କରି ଦିଅନ୍ତେ, ତେବେ ସେ ହୁଏତ ନିଜ ଚାଲିଚଳନ ପାଇଁ ଲଜ୍ଜିତ ହୁଅନ୍ତେ ଏବଂ ନିଜ ଜୀବନ ଶୈଳୀ ବଦଳାଇ ଦିଅନ୍ତେ ।—୨ ଥେସ. ୩:୧୪, ୧୫.

ଆଜି ଆମେ ଖ୍ରୀଷ୍ଟିୟାନମାନେ ପାଉଲଙ୍କ ପରାମର୍ଶ କିପରି ମାନିପାରିବା ? ପ୍ରଥମେ ଆମକୁ ଏହା ନିଶ୍ଚିତ କରିବାକୁ ହେବ ଯେ କʼଣ ଜଣେ ଭାଇ କିମ୍ବା ଭଉଣୀ ସତରେ ନିୟମ ଅନୁସାରେ ଚାଲୁ ନାହାନ୍ତି । ଯେବେ ପାଉଲ ଯେଉଁମାନେ ନିୟମ ଅନୁସାରେ ଚାଲୁ ନାହାନ୍ତି, ସେମାନଙ୍କ ବିଷୟରେ କହିଲେ ତେବେ ସେ ଏପରି ଲୋକମାନଙ୍କ ବିଷୟରେ କହୁ ନ ଥିଲେ ଯେଉଁମାନେ ବିବେକ ଉପରେ ଛଡ଼ା ଯାଇଥିବା ମାମଲାଗୁଡ଼ିକରେ ଆମଠାରୁ ଅଲଗା ନିଷ୍ପତ୍ତି ନିଅନ୍ତି । କିମ୍ବା ଯେଉଁମାନଙ୍କ ପସନ୍ଦ ନାପସନ୍ଦ ଆମଠାରୁ ଅଲଗା ଅଛି କିମ୍ବା ଯେଉଁମାନେ ହୁଏତ ଆମକୁ କଷ୍ଟ ପହଞ୍ଚାଇଛନ୍ତି । ଏହା ପରିବର୍ତ୍ତେ ସେ ବିଶେଷ କରି ଏପରି ଲୋକମାନଙ୍କ ବିଷୟରେ କହୁଥିଲେ, ଯେଉଁମାନଙ୍କୁ ବାରମ୍ବାର ବୁଝାଇବା ସତ୍ତ୍ୱେ ଈଶ୍ୱରଙ୍କ ପରାମର୍ଶ ମାନିବା ପାଇଁ ସ୍ପଷ୍ଟ ମନା କରିଦିଅନ୍ତି ।

ଆଜି ଯଦି ଆମେ ଦେଖୁ ଯେ କୌଣସି ଭାଇ କିମ୍ବା ଭଉଣୀ ବାଇବଲର ପରାମର୍ଶ ମାନୁ ନାହାନ୍ତି ଏବଂ ନିଜ ବ୍ୟବହାରରେ ପରିବର୍ତ୍ତନ କରୁ ନାହାନ୍ତି,a ତେବେ ହୁଏତ ଆମେ ନିଜେ ନିଷ୍ପତ୍ତି ନେବା ଯେ ଆମେ ସେହି ବ୍ୟକ୍ତିଙ୍କ ସହିତ ମିଳାମିଶା କିମ୍ବା ମନୋରଞ୍ଜନ କରିବା ନାହିଁ । ଏହା ଆମର ନିଜ ନିଷ୍ପତ୍ତି ଅଟେ ଏବଂ ଆମେ ଏହି ନିଷ୍ପତ୍ତି ବିଷୟରେ ନିଜ ପରିବାର ଲୋକଙ୍କ ଛଡ଼ା ଅନ୍ୟ କାହାରିକୁ କହିବା ଉଚିତ୍‌ ନୁହେଁ । କିନ୍ତୁ ଆମେ ସେହି ବ୍ୟକ୍ତିଙ୍କ ସହିତ ସଭାରେ ଭେଟିବା ଓ ପ୍ରଚାର ବି କରିବା । ଆଉ ଯଦି ସେ ନିଜ ବ୍ୟବହାରରେ ପରିବର୍ତ୍ତନ କରନ୍ତି, ତେବେ ଆମେ ପୂର୍ବ ଭଳି ତାଙ୍କ ସହିତ ମିଳାମିଶା କରିବା ।

a ହୋଇପାରେ ଜଣେ ଖ୍ରୀଷ୍ଟିୟାନଙ୍କ ସ୍ୱାସ୍ଥ୍ୟ ଭଲ ଅଛି, ତଥାପି ସେ କିଛି କାମ କରନ୍ତି ନାହିଁ କିମ୍ବା ଜଣେ ଅବିଶ୍ୱାସୀଙ୍କ ସହିତ ଡେଟିଙ୍ଗ୍‌ କରିବା ଛାଡ଼ନ୍ତି ନାହିଁ କିମ୍ବା ସେ ଏପରି କଥା ପ୍ରସାରିତ କରନ୍ତି ଯାହାଦ୍ୱାରା ମଣ୍ଡଳୀର ଏକତା ଭାଙ୍ଗିପାରେ କିମ୍ବା ସେ କ୍ଷତି ପହଞ୍ଚାଉଥିବା କଥାବାର୍ତ୍ତା ହୁଅନ୍ତି । (୧ କରି. ୭:୩୯; ୨ କରି. ୬:୧୪; ୨ ଥେସ. ୩:୧୧, ୧୨; ୧ ତୀମ. ୫:୧୩) ଯେଉଁମାନେ ଏପରି କାମରେ ଲାଗି ରହନ୍ତି, ସେମାନଙ୍କୁ ନିୟମ ଅନୁସାରେ ଚାଲୁ ନାହାନ୍ତି ବୋଲି କୁହାଯାଇଛି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ