୩୧ ଅଗଷ୍ଟ–୬ ସେପ୍ଟେମ୍ବର
ଯିରିମୀୟ ୩୧
ଗୀତ ୨୭ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ‘ମୁଁ ଏକ ନୂତନ ନିୟମ ସ୍ଥାପନ କରିବି’
(୧୦ ମି.)
ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ମୋଶାଙ୍କ ନିୟମ ବଦଳରେ “ଏକ ନୂତନ ନିୟମ ସ୍ଥାପନ” କରିବେ, ଯେଉଁଥିରୁ ଅଧିକ ଲୋକଙ୍କୁ ଲାଭ ହେବ ଏବଂ ସେଥିରୁ ମିଳୁଥିବା ଆଶିଷଗୁଡ଼ିକ ସବୁଦିନ ପାଇଁ ରହିବ (ଯିରି ୩୧:୩୧, ୩୨; ଯିରିମୀୟ ପୃ ୧୬୯ ¶୪-mwbr)
ନୂତନ ନିୟମ ଯିହୋବା ଓ ପରମେଶ୍ୱରଙ୍କ ଇସ୍ରାଏଲ ମଧ୍ୟରେ ହୁଅନ୍ତା ଏବଂ ଏହାଯୋଗୁଁ ଯିହୋବାଙ୍କୁ, ଆମମାନଙ୍କୁ କ୍ଷମା କରିବାର ଆଇନଗତ ଆଧାର ମିଳନ୍ତା (ଯିରି ୩୧:୩୩, ୩୪; ପ୍ର୨୪.୧୨ ପୃ ୧୧ ¶୯)
ଯେଉଁ ଖ୍ରୀଷ୍ଟିୟାନମାନେ ପରମେଶ୍ୱରଙ୍କ ଇସ୍ରାଏଲର ଭାଗ ନୁହଁନ୍ତି, ସେମାନଙ୍କୁ ବି ନୂତନ ନିୟମରୁ ଲାଭ ହୋଇଥାଏ (ପ୍ର୧୦-ହି ୩/୧୫ ପୃ ୨୭ ¶୧୪; ଯିରିମୀୟ ପୃ ୧୭୭ ¶୧୮-mwbr)
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ଯିରି ୩୧:୩—ଆମେ କେଉଁ କଥା ଉପରେ ଭରସା କରୁ ବୋଲି ଯିହୋବା ଚାହାନ୍ତି ? (ପ୍ର୨୫.୦୮ ପୃ ୮-୯ ¶୨-୩)
ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଯିରି ୩୧:୧-୧୧ (ଶିଖାଇବା ଅଧ୍ୟୟନ ୧୨)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲରୁ ଶିଖିବା ପାଇଁ ଚାହାନ୍ତି । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୩)
୫. କଥାବାର୍ତ୍ତା ଆରମ୍ଭ କରିବା
(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ନିଜ କ୍ଲାସର ଏପରି ଜଣେ ପିଲାକୁ ଯୁବକ-ଯୁବତୀମାନଙ୍କ ପ୍ରଶ୍ନ (ହିନ୍ଦୀ) ୧୦୬ ଦେଖାନ୍ତୁ, ଯାହାକୁ ଲାଗେ ଯେ ଟିଚର ବହୁତ କ୍ରୋଧୀ ଅଟନ୍ତି । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୩)
୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା
(୫ ମି.) ଭାଷଣ । ବାରମ୍ବାର ପଚରାଯାଉଥିବା ପ୍ରଶ୍ନ (ହିନ୍ଦୀ) ଲେଖା ୩୭—ବିଷୟ: ଯିହୋବାଙ୍କ ସାକ୍ଷୀମାନେ କାହିଁକି ରାଜନୈତିକ ମାମଲାଗୁଡ଼ିକରେ ଭାଗ ନିଅନ୍ତି ନାହିଁ ? (ଶିଖାଇବା ଅଧ୍ୟୟନ ୧୪)
ଗୀତ ୬୭
୭. ବିଷୟ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହନ୍ତୁ—JW.ORG ୱେବସାଇଟ୍ ସାହାଯ୍ୟରୁ
(୧୫ ମି.) ଆଲୋଚନା ।
ପ୍ରଚାରରେ ଆମକୁ କିଭଳି ଲୋକ ମିଳିବେ ଏବଂ ସେମାନେ କେଉଁ ବିଷୟରେ କଥା ହେବେ, ସେବିଷୟରେ ଆମେ ଭଲଭାବେ ପ୍ରସ୍ତୁତି କରିକି ଯାଇଥାଉ । ତଥାପି ବେଳେବେଳେ ଘରମାଲିକ ଏପରି ବିଷୟରେ କଥା ହୁଅନ୍ତି, ଯାହା ପାଇଁ ଆମେ ପ୍ରସ୍ତୁତ ନ ଥାଉ । ଏପରି ସମୟରେ କେଉଁଥିରୁ ଆମକୁ ସାହାଯ୍ୟ ମିଳିପାରିବ ?
“ଲୁହା ଲୁହାକୁ ସତେଜ କରେ”—JW.ORG ୱେବସାଇଟ୍ର ଭଲ ବ୍ୟବହାର କରନ୍ତୁ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
ଭାବନ୍ତୁ ଯେ ଆପଣ ଅଭିଯାନ ସମୟରେ ଘର ଘର ପ୍ରଚାର କରୁଛନ୍ତି । ଜଣେ ଘରମାଲିକ କହନ୍ତି ଯେ ସେ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ, କାରଣ ଯେବେ ତାଙ୍କ ସହିତ ଗୋଟିଏ ଦୁଃଖଦ ଘଟଣା ଘଟିଲା, ତେବେ ତାଙ୍କୁ ଲାଗିଲା ଯେ ଭଗବାନ ତାଙ୍କ ସାହାଯ୍ୟ କଲେ ନାହିଁ ।
ତାଙ୍କୁ ସାକ୍ଷ୍ୟ ଦେବା ପୂର୍ବରୁ ଆମେ କିପରି ଦେଖାଇପାରିବା ଯେ ଆମେ ତାଙ୍କର ଚିନ୍ତା କରୁ ?—ଯାକୁ ୧:୧୯
ଆପଣ ତାଙ୍କୁ କେଉଁ ପଦ ଦେଖାଇବେ ? ଆପଣ jw.org ୱେବସାଇଟ୍ରୁ ସେହି ପଦ କିପରି ଖୋଜିବେ ?
ଯଦି ଆପଣଙ୍କୁ ତୁରନ୍ତ କୌଣସି ପଦ ମନେ ପଡ଼େନି, ତେବେ ଗୋଟିଏ ପଦ ଖୋଜିବା ପାଇଁ ଆପଣ ଖୋଜନ୍ତୁ ବକ୍ସରେ କʼଣ ଟାଇପ୍ କରିବେ ?
ଯଦି ଆପଣ jw.org ୱେବସାଇଟ୍ ଖୋଲିପାରୁ ନାହାନ୍ତି କିମ୍ବା ଆପଣଙ୍କ ପାଖରେ JW ଲାଇବ୍ରେରୀ ଆପ୍ ନାହିଁ, ତାହେଲେ ଆପଣ ଘରମାଲିକଙ୍କୁ କିପରି ସାହାଯ୍ୟ କରିପାରିବେ ?
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୨.୧୦ ଅଧ୍ୟୟନ ଲେଖା ୪୩ ¶୧-୧୩