୫-୧୧ ଜାନୁୟାରୀ
ଯିଶାଇୟ ୧୭–୨୦
ଗୀତ ୧୫୩ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ‘ଆମ୍ଭମାନଙ୍କ ଲୁଟକାରୀମାନଙ୍କର ଅଂଶ ଏହି’
(୧୦ ମି.)
ବାଇବଲରେ ମଣିଷମାନଙ୍କର ଜୀବନକୁ ଅଶାନ୍ତ ସମୁଦ୍ର ସହିତ ତୁଳନା କରାଯାଇଛି (ଯିଶା ୧୭:୧୨; ପ୍ର୧୮.୦୬-ହି ପୃ ୭ ¶୧୬)
ସେଥିପାଇଁ ଯେବେ ଆମେ ନିଷ୍ପକ୍ଷ ରହୁ, ତେବେ ଏହି ଦୁନିଆର ଲୋକମାନେ ଆମ ଉପରେ ଅତ୍ୟାଚାର କରନ୍ତି । ଏହା ଆମ ପାଇଁ କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ (ଯୋହ ୧୫:୧୮, ୧୯; ପ୍ର୧୬.୦୪-ହି ପୃ ୨୮ ¶୪)
ଯିହୋବା ଖୁବ୍ ଶୀଘ୍ର ‘ଆମ୍ଭମାନଙ୍କ ଲୁଟକାରୀମାନଙ୍କଠାରୁ’ ଆମକୁ ରକ୍ଷା କରିବେ (ଯିଶା ୧୭:୧୩, ୧୪; ଯିଶାଇୟ-୧ (ହିନ୍ଦୀ) ପୃ ୧୯୮ ¶୨୦)
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ଯିଶା ୨୦:୨—କʼଣ ଯିଶାଇୟ ପ୍ରକୃତରେ ତିନି ବର୍ଷ ପର୍ଯ୍ୟନ୍ତ ବିବସ୍ତ୍ର ହୋଇ ଭ୍ରମଣ କଲେ ? (ପ୍ର୦୬-ହି ୧୨/୧ ପୃ ୧୫ ¶୧)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଯିଶା ୧୯:୧-୧୨ (ଶିଖାଇବା ଅଧ୍ୟୟନ ୧୧)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ଘର ଘର ପ୍ରଚାର । ଘରମାଲିକ ବିବାହିତ ଅଟନ୍ତି । ତାଙ୍କୁ ଲୋକଙ୍କୁ ପ୍ରେମ ପୁସ୍ତିକାର ଆଉ କିଛି ପରାମର୍ଶ—କ ଭାଗରେ ଦିଆଯାଇଥିବା ବାଇବଲରୁ କୌଣସି କଥା କହନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୩)
୫.ପୁଣିଥରେ ଭେଟିବା ସମୟରେ
(୪ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ? (ଲୋକଙ୍କୁ ପ୍ରେମ ପାଠ ୮ ପଏଣ୍ଟ ନଂ. ୪)
୬. ଭାଷଣ
(୫ ମି.) ଲୋକଙ୍କୁ ପ୍ରେମ ଆଉ କିଛି ପରାମର୍ଶ—କ ପଏଣ୍ଟ ନଂ. ୧୪—ବିଷୟ: ଈଶ୍ୱର ଚାହାନ୍ତି ଯେ ଆମେ ତାଙ୍କୁ ପ୍ରାର୍ଥନା କରୁ ଓ ତାଙ୍କ ସହ କଥା ହେଉ । (ଶିଖାଇବା ଅଧ୍ୟୟନ ୮)
ଗୀତ ୧୪୮
୭. ‘ଆପଣା ଶୈଳକୁ ମନେ ରଖନ୍ତୁ’
(୧୦ ମି.) ଆଲୋଚନା ।
ଯିହୋବା ଆମର ଶୈଳ ଓ ଗଡ଼ ଅଟନ୍ତି । (ଯିଶା ୧୭:୧୦; ଗୀତ ୧୪୪:୧, ୨) ସେ ସେହି ଲୋକମାନଙ୍କୁ ରକ୍ଷା କରନ୍ତି, ଯେଉଁମାନେ ତାଙ୍କଠାରେ ଆଶ୍ରୟ ନିଅନ୍ତି । ଏହା ସତ ଯେ ଯିହୋବା ନିଜ ସାଙ୍ଗମାନଙ୍କ ଉପରେ ହେଉଥିବା ବିରୋଧକୁ ସବୁବେଳେ ରୋକନ୍ତି ନାହିଁ । କିନ୍ତୁ ସେ ସେମାନଙ୍କୁ ତାହା ସହିବା ପାଇଁ ନିଶ୍ଚୟ ଶକ୍ତି ଦିଅନ୍ତି ।—୧କରି ୧୦:୧୩.
ଯିହୋବାଙ୍କୁ ମନେ ରଖିବାର ଗୋଟିଏ ଉପାୟ ହେଉଛି ତାଙ୍କର ଆଜ୍ଞା ମାନିବା । ଯିହୋବାଙ୍କ ସାଙ୍ଗମାନଙ୍କଠାରୁ ଶିଖନ୍ତୁ—ହନାନୀୟ, ମୀଶାୟେଲ ଓ ଅସରୀୟ । ଭିଡିଓ ଦେଖାନ୍ତୁ । ତାʼପରେ କିଛି ଛୋଟ ପିଲାମାନଙ୍କୁ ମଞ୍ଚ ଉପରକୁ ଡାକି ତଳେ ଦିଆଯାଇଥିବା ପ୍ରଶ୍ନ ପଚାରନ୍ତୁ କିମ୍ବା ଲୋକମାନଙ୍କୁ ପଚାରନ୍ତୁ:
ଯିହୋବା କିପରି ନିଜ ସାଙ୍ଗମାନଙ୍କୁ ରକ୍ଷା କଲେ ?—ଦାନି ୩:୨୪-୨୮
ହନାନୀୟ, ମୀଶାୟେଲ ଓ ଅସରୀୟ କିପରି ଦେଖାଇଲେ ଯେ ସେମାନେ ଯିହୋବାଙ୍କ ସାଙ୍ଗ ଅଟନ୍ତି ?
ଆପଣଙ୍କୁ କେଉଁ ସମୟରେ ଯିହୋବାଙ୍କ ଆଜ୍ଞା ମାନିବା କଠିନ ଲାଗେ ?
ଆପଣ କିପରି ଯିହୋବାଙ୍କ ଆଜ୍ଞା ମାନିପାରିବେ ?
୮. ଯିହୋବାଙ୍କ ସାଙ୍ଗମାନଙ୍କ ବିଷୟରେ ଜାଣିବା ପାଇଁ ସବୁଦିନ ସମୟ ବାହାର କରନ୍ତୁ
(୫ ମି.) ଆଲୋଚନା ।
ଯିହୋବାଙ୍କ ସାଙ୍ଗମାନଙ୍କଠାରୁ ଶିଖନ୍ତୁ ଭିଡିଓ ସିରିଜ୍ ସେହି ପିଲାମାନଙ୍କ ପାଇଁ ତିଆରି କରାଯାଇଛି, ଯେଉଁମାନେ ଏବେ ଏବେ ପଢ଼ିବା ଶିଖୁଛନ୍ତି । ଏହି ଭିଡିଓରେ ସେମାନେ ସେହି ଲୋକଙ୍କ ବିଷୟରେ ଶିଖିପାରିବେ, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରୁଥିଲେ । ପ୍ରତି ଭିଡିଓରେ ପିଲାମାନଙ୍କୁ ପ୍ରୋତ୍ସାହନ ଦିଆଯାଇଛି ଯେ “ସେମାନେ ଯିହୋବାଙ୍କ ସାଙ୍ଗମାନଙ୍କ ବିଷୟରେ ଜାଣିବା ପାଇଁ ସବୁଦିନ ସମୟ ବାହାର କରନ୍ତୁ ।”
ଆପଣ ସବୁଦିନ କେତେବେଳେ ଯିହୋବାଙ୍କ ସାଙ୍ଗମାନଙ୍କ ବିଷୟରେ ଜାଣିବା ପାଇଁ ସମୟ ବାହାର କରିପାରିବେ ?
ଆପଣ ବାଇବଲରେ ଦିଆଯାଇଥିବା କେଉଁ ଲୋକମାନଙ୍କ ବିଷୟରେ ଜାଣିବା ପାଇଁ ଚାହିଁବେ ଏବଂ କାହିଁକି ?
୯. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୫୦, ଭାଗ ୯ରେ କʼଣ ଅଛି ଏବଂ ପାଠ ୫୧