ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ମାର୍ଚ୍ଚ ପୃଷ୍ଠା ୨-୧୬
  • ୩-୯ ମାର୍ଚ୍ଚ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୩-୯ ମାର୍ଚ୍ଚ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ମାର୍ଚ୍ଚ ପୃଷ୍ଠା ୨-୧୬

୩-୯ ମାର୍ଚ୍ଚ

ହିତୋପଦେଶ ୩

ଗୀତ ୮ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଦେଖାନ୍ତୁ ଯେ ଆପଣ ଯିହୋବାଙ୍କ ଉପରେ ଭରସା କରନ୍ତି

(୧୦ ମି.)

ଯିହୋବାଙ୍କ ଉପରେ ବିଶ୍ୱାସ ବା ଭରସା କରନ୍ତୁ, ନିଜ ଉପରେ ନୁହେଁ (ହିତୋ ୩:୫; ବାଇବଲ ପଦଗୁଡ଼ିକର ଜ୍ଞାନ (ଇଂରାଜୀ) ପୃ ୧୪ ¶୪-୫)

ଯିହୋବାଙ୍କୁ ମାର୍ଗଦର୍ଶନ ମାଗନ୍ତୁ ଓ ତାହା ଅନୁସାରେ ପଦକ୍ଷେପ ନିଅନ୍ତୁ (ହିତୋ ୩:୬; ବାଇବଲ ପଦଗୁଡ଼ିକର ଜ୍ଞାନ (ଇଂରାଜୀ) ପୃ ୧୪ ¶୬-୭)

ନିଜ ବୁଦ୍ଧି ଓ ଦକ୍ଷତା ଉପରେ ଅତ୍ୟଧିକ ଭରସା କରନ୍ତୁ ନାହିଁ (ହିତୋ ୩:୭; ସେବା ସ୍କୁଲ (ହିନ୍ଦୀ) ପୃ ୭୬ ¶୪)

ଜଣେ ଯୁବା ଭଉଣୀ ନିଜ ଟ୍ୟାବଲେଟରେ କିଛି ଅନୁସନ୍ଧାନ କରୁଛନ୍ତି ଯେ ସେ ଆଗକୁ କʼଣ କରିବେ । ତାଙ୍କ ବାମପଟେ ଉଚ୍ଚ ଶିକ୍ଷା ବିଷୟରେ ଦିଆଯାଇଥିବା କିଛି ପୁସ୍ତିକା ରଖା ହୋଇଛି । ତାଙ୍କ ଡାହାଣପଟେ ଯିହୋବାଙ୍କ ଆହୁରି ଅଧିକ ସେବା କରିବାର ଫର୍ମ ରଖା ହୋଇଛି ଏବଂ ବୈଥେଲ ବିଷୟରେ ତଥ୍ୟ ଦିଆଯାଇଛି ।

ନିଜକୁ ପଚାରନ୍ତୁ: ‘କʼଣ ମୁଁ ପ୍ରତ୍ୟେକ ମାମଲାରେ ଯିହୋବାଙ୍କ ମାର୍ଗଦର୍ଶନ ନିଏ ?’

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ହିତୋ ୩:୯—ଆମେ ମଣ୍ଡଳୀକୁ ସହଯୋଗ କରିବା ପାଇଁ କେଉଁ କେଉଁ ଉପାୟରେ ନିଜ ପଇସା ଓ ଜିନିଷଗୁଡ଼ିକୁ ବ୍ୟବହାର କରିପାରିବା ? (ଜୀବନ ବହି ପାଠ ୫୫ ପଏଣ୍ଟ ନଂ. ୨)

  • ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ହିତୋ ୩:୧-୧୮ (ଶିଖାଇବା ଅଧ୍ୟୟନ ୧୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୫)

୫. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣକୁ jw.org ୱେବସାଇଟ୍‌ ବିଷୟରେ କହନ୍ତୁ ଏବଂ ବାଇବଲରୁ ଶିଖନ୍ତୁ ସମ୍ପର୍କ କାର୍ଡ ଦିଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୩)

୬. ଭାଷଣ

(୫ ମି.) ପ୍ର୧୧-ହି ୩/୧୫ ପୃ ୧୪ ¶୭-୧୦—ବିଷୟ: ଯେବେ ପ୍ରଚାରରେ ଲୋକମାନେ ଶୁଣନ୍ତି ନାହିଁ, ତେବେ ଯିହୋବାଙ୍କ ଉପରେ ଭରସା ରଖନ୍ତୁ । (ଶିଖାଇବା ଅଧ୍ୟୟନ ୨୦)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୨୪

୭. ଦେଖାନ୍ତୁ ଯେ ଆପଣ ଯିହୋବାଙ୍କ ସଂଗଠନ ଉପରେ ଭରସା କରନ୍ତି

(୧୫ ମି.) ଆଲୋଚନା ।

ଯେବେ ବାଇବଲରୁ କୌଣସି ନିର୍ଦ୍ଦେଶ ମିଳେ, ତେବେ ହୁଏତ ଆମକୁ ତାହା ଉପରେ ଭରସା କରିବା ସହଜ ଲାଗେ । କିନ୍ତୁ ଯେବେ ସଂଗଠନର କୌଣସି ଦାୟିତ୍ୱ ତୁଲାଉଥିବା ଅପରିପୂର୍ଣ୍ଣ ଭାଇ କିଛି ନିର୍ଦ୍ଦେଶ ଦିଅନ୍ତି, ତେବେ ହୁଏତ ତାହା ଉପରେ ଭରସା କରିବା କଠିନ ଲାଗେ । ଆଉ ବିଶେଷକରି ଯେବେ ସେହି ନିର୍ଦ୍ଦେଶ ଆମକୁ ବୁଝାପଡ଼େ ନାହିଁ କିମ୍ବା ଠିକ୍‌ ଲାଗେ ନାହିଁ ।

ମଲାଖି ୨:୭ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଆମକୁ କାହିଁକି ଏ କଥା ପାଇଁ ଆଶ୍ଚର୍ଯ୍ୟ ହେବା ଉଚିତ୍‌ ନୁହେଁ ଯେ ଯିହୋବା ଅପରିପୂର୍ଣ୍ଣ ଲୋକମାନଙ୍କ ଜରିଆରେ ନିଜ ଲୋକମାନଙ୍କୁ ମାର୍ଗଦର୍ଶନ ଦିଅନ୍ତି ?

ମାଥିଉ ୨୪:୪୫ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଯିହୋବାଙ୍କ ସଂଗଠନରୁ ମିଳୁଥିବା ନିର୍ଦ୍ଦେଶଗୁଡ଼ିକ ଉପରେ ଆମେ କାହିଁକି ଭରସା କରିବା ଉଚିତ୍‌ ?

ଏବ୍ରୀ ୧୩:୧୭ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଆମକୁ କାହିଁକି ନେତୃତ୍ୱ ନେଉଥିବା ସେହି ଭାଇମାନଙ୍କ ନିର୍ଦ୍ଦେଶ ମାନିବା ଉଚିତ୍‌, ଯେଉଁମାନଙ୍କ ଉପରେ ଯିହୋବା ଭରସା କରନ୍ତି ?

ଜଣେ ଭାଇ ଗୋଟିଏ ପରିବାରକୁ ଖାଇବା ଜିନିଷ ଦେଉଛନ୍ତି । ସମସ୍ତେ ମାସ୍କ ପିନ୍ଧିଛନ୍ତି ଏବଂ ସେମାନେ ଦୂରରୁ ହିଁ ପରସ୍ପରକୁ ଦେଖି ହାତ ହଲାଉଛନ୍ତି ।
ଜଣେ ଭଉଣୀ ସଭାରେ ଉତ୍ତର ଦେଉଛନ୍ତି । ଭାଇ ଜଣକ ମାଇକ ଧରିଛନ୍ତି । ସଭାରେ ସମସ୍ତେ ମାସ୍କ ପିନ୍ଧିଛନ୍ତି ।

୨୦୨୧ ପ୍ରଶାସନ ଦଳ ତରଫରୁ ଅପଡେଟ୍‌ ସଂ. ୯—ଉଦ୍ଧୃତାଂଶ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • କୋଭିଡ୍‌-୧୯ ମହାମାରୀ ସମୟରେ ଆମକୁ ଯେଉଁ ନିର୍ଦ୍ଦେଶ ମିଳିଲା, ସେଥିରୁ ସଂଗଠନ ଉପରେ ଆପଣଙ୍କ ଭରସା କିପରି ବଢ଼ିଛି ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୨.୦୪ ଆପଣଙ୍କ ପ୍ରଶ୍ନ ପୃ ୩୦-୩୧

ଶେଷ ଟିପ୍ପଣୀ (୩ ମି.) | ଗୀତ ୫୭ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ