ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb24 ମେ ପୃଷ୍ଠା ୮-୯
  • ୩-୯ ଜୁନ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୩-୯ ଜୁନ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
mwb24 ମେ ପୃଷ୍ଠା ୮-୯

୩-୯ ଜୁନ୍‌

ଗୀତସଂହିତା ୪୫–୪୭

ଗୀତ ୨୭ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯୀଶୁ ଓ ତାଙ୍କ କନ୍ୟା ପରସ୍ପରର ହାତ ଧରିଛନ୍ତି ଓ ସ୍ୱର୍ଗରୁ ପୃଥିବୀକୁ ଦେଖୁଛନ୍ତି ।

ଯୀଶୁ ଖ୍ରୀଷ୍ଟ ନିଜ କନ୍ୟାଙ୍କ ସହ, ଯିଏ ୧,୪୪,୦୦୦ ଜଣ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଦର୍ଶାଏ

୧. ଜଣେ ରାଜାଙ୍କ ବିବାହ ବିଷୟରେ ଗୋଟିଏ ଗୀତ

(୧୦ ମି.)

ଗୀତସଂହିତା ୪୫ରେ ଈଶ୍ୱରଙ୍କ ରାଜ୍ୟର ରାଜାଙ୍କ ବିବାହ ବିଷୟରେ କୁହାଯାଇଛି (ଗୀତ ୪୫:୧, ୧୩, ୧୪; ପ୍ର୧୪-ହି ୨/୧୫ ପୃ ୯-୧୦ ¶୮-୯)

ରାଜାଙ୍କ ବିବାହ ହର୍ମିଗିଦ୍ଦୋନ୍‌ ଯୁଦ୍ଧ ପରେ ହେବ (ଗୀତ ୪୫:୩, ୪; ପ୍ର୨୨.୦୫ ପୃ ୧୭ ¶୧୦-୧୨)

ଏହି ବିବାହ ଯୋଗୁଁ ସମସ୍ତ ମଣିଷମାନଙ୍କୁ ଆଶିଷ ମିଳିବ (ଗୀତ ୪୬:୮-୧୧; ଇନସାଇଟ୍‌-୨ ପୃ ୧୧୬୯)


ନିଜକୁ ପଚାରନ୍ତୁ: ‘କʼଣ ଏହି ବିବାହ ବିଷୟରେ ଜାଣି ମୋ ହୃଦୟ “ଉତ୍ତମ ବିଷୟରେ ଉଚ୍ଛୁଳି ଉଠିଅଛି” ଯେ ମୁଁ ନିଜ ରାଜା, ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଖୁସିର ଖବର ଶୁଣାଏ ?’—ଗୀତ ୪୫:୧.

ପାରଦୀଶରେ ସ୍ୱାମୀ ସ୍ତ୍ରୀମାନେ ଜୀବନର ମଜା ନେଉଛନ୍ତି ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୪୫:୧୬—ଏହି ପଦରୁ ପାରଦୀଶ ବିଷୟରେ କʼଣ ଜଣାପଡ଼େ ? (ପ୍ର୧୭.୦୪-ହି ପୃ ୧୧-୧୨ ¶୯)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଗୀତ ୪୫:୧-୧୭ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୩)

୫. ଭାଷଣ

(୫ ମି.) ପ୍ର୧୪-ହି ୨/୧୫ ପୃ ୩-୪ ¶୩-୬—ବିଷୟ: ଗୀତସଂହିତା ୪୫:୧, ୨ ପଦରେ ଲେଖାଥିବା କଥାର ଅର୍ଥ କʼଣ ଅଟେ ? (ଶିଖାଇବା ଅଧ୍ୟୟନ ୧୮)

୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା

(୪ ମି.) ପ୍ରଦର୍ଶନୀ । ସଜା-ହି ୪/୧୧ ପୃ ୧୦-୧୨—ବିଷୟ: ସମଲିଙ୍ଗୀ ବିଷୟରେ ଆପଣଙ୍କ ମତ କʼଣ ଅଟେ ? (ଲୋକଙ୍କୁ ପ୍ରେମ ପାଠ ୬ ପଏଣ୍ଟ ନଂ. ୫)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୩୧

୭. ସ୍ୱାମୀ ସ୍ତ୍ରୀମାନେ, ପରସ୍ପରକୁ ଲଗାତାର ପ୍ରେମ ଦେଖାନ୍ତୁ

(୧୦ ମି.) ଆଲୋଚନା ।

“ବିବାହ ବନ୍ଧନକୁ ଦୃଢ଼ କରନ୍ତୁ: ପ୍ରେମ ଦେଖାନ୍ତୁ” ଭିଡିଓର ଗୋଟିଏ ଦୃଶ୍ୟ । ଜଣେ ସ୍ୱାମୀ ସ୍ତ୍ରୀ ଗୋଟିଏ ବେଞ୍ଚରେ ବସିଛନ୍ତି ଓ ସ୍ୱାମୀ ନିଜ ସ୍ତ୍ରୀକୁ ପ୍ରେମ ଦେଖାଉଛନ୍ତି ।

ବିବାହ ଦିନ ବହୁତ ଖୁସିର ଦିନ ଥାଏ । (ଗୀତ ୪୫:୧୩-୧୫) ସେହି ଦିନ ସେହି ଦମ୍ପତ୍ତିଙ୍କ ଜୀବନର ସବୁଠୁ ବଡ଼ ଖୁସିର ଦିନ ଥାଏ । କିନ୍ତୁ ସେମାନଙ୍କ ଖୁସି ସାରା ଜୀବନ ରହୁ, ତାʼପାଇଁ ସେମାନେ କʼଣ କରିପାରିବେ ?—ଉପ ୯:୯.

ସବୁଦିନ ଖୁସି ରହିବା ପାଇଁ ଜରୁରୀ ଅଟେ ଯେ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ଲଗାତାର ପ୍ରେମ ଦେଖାନ୍ତୁ । ସେମାନଙ୍କୁ ଇସ୍‌ହାକ ଓ ରିବିକାଙ୍କ ଭଳି ହେବା ଉଚିତ୍‌ । ବାଇବଲରେ କୁହାଯାଇଛି ଯେ ସେମାନଙ୍କ ବିବାହକୁ ୩୦ ବର୍ଷରୁ ବି ଅଧିକ ହୋଇସାରିଥିଲା, ତଥାପି ସେମାନେ ପରସ୍ପର ପାଇଁ ନିଜ ପ୍ରେମ ଦେଖାଇବା କମ୍‌ କଲେନି । (ଆଦି ୨୬:୮) ସେମାନଙ୍କ ଭଳି ପ୍ରେମ ଦେଖାଇବା ପାଇଁ କେଉଁ କଥା ଦମ୍ପତ୍ତିମାନଙ୍କୁ ସାହାଯ୍ୟ କରିପାରିବ ?

ବିବାହ ବନ୍ଧନକୁ ଦୃଢ଼ କରନ୍ତୁ: ପ୍ରେମ ଦେଖାନ୍ତୁ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • କେଉଁ କାରଣଗୁଡ଼ିକ ଯୋଗୁଁ ସ୍ୱାମୀ ସ୍ତ୍ରୀମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇପାରେ ?

  • ସେମାନେ ନିଜ ସାଥିକୁ କିପରି ଅନୁଭବ କରାଇପାରିବେ ଯେ ସେମାନେ ପରସ୍ପରକୁ ପ୍ରେମ କରନ୍ତି ଓ ଚିନ୍ତା କରନ୍ତି ?—ପ୍ରେରି ୨୦:୩୫

୮. ମଣ୍ଡଳୀର ଆବଶ୍ୟକତା

(୫ ମି.)

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୧.୧୧-ହି ଅଧ୍ୟୟନ ଲେଖା ୪୭ ¶୭-୧୪

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୧୧ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ