ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ବିବାହ—ଆଜୀବନ ସମ୍ପର୍କ
ସଫଳ ବିବାହରୁ ଯିହୋବାଙ୍କ ମହିମା ହୁଏ ଏବଂ ସ୍ୱାମୀ-ସ୍ତ୍ରୀ ମଧ୍ୟ ଖୁସିରେ ରହନ୍ତି । (ମାର୍କ ୧୦:୯) କିନ୍ତୁ ବିବାହକୁ ସଫଳ କରିବା ପାଇଁ ଏହା ଜରୁରୀ ଯେ ଖ୍ରୀଷ୍ଟିୟାନମାନେ ବାଇବଲ ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ସଠିକ୍ ଜୀବନସାଥୀ ବାଛନ୍ତୁ ।
ଆପଣ “ଯୌବନ ଅବସ୍ଥାର ଆରମ୍ଭ ସମୟ” ପାର କରିବା ପରେ ହିଁ ଡେଟିଙ୍ଗ୍ କରନ୍ତୁ । (୧କରି ୭:୩୬, NW) ଏହି ବୟସରେ ଯୌନ ଇଚ୍ଛାଗୁଡ଼ିକ ବହୁତ ପ୍ରବଳ ହୋଇଥାଏ ଏବଂ ତାʼଯୋଗୁଁ ଆପଣ ଭୁଲ ନିଷ୍ପତ୍ତି ନେଇପାରିବେ । ତେଣୁ କିଛି ବର୍ଷ ଅପେକ୍ଷା କରନ୍ତୁ ଏବଂ ଏହି ସମୟରେ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ମଜବୁତ୍ କରନ୍ତୁ । ନିଜ ଭିତରେ ଭଲ ଗୁଣ ମଧ୍ୟ ବଢ଼ାନ୍ତୁ । ତେବେ ଆପଣ ଆଗକୁ ଯାଇ ଯେବେ ବିବାହ କରିବେ ଆପଣ ଜଣେ ଭଲ ସ୍ୱାମୀ କିମ୍ବା ଭଲ ସ୍ତ୍ରୀ ହୋଇପାରିବେ ।
କାହାରିକୁ ବିବାହ କରିବା ପୂର୍ବରୁ ସମୟ ନେଇ ଭଲଭାବେ ଜାଣନ୍ତୁ ଯେ ସେ ଭିତରୁ କିପରି ବ୍ୟକ୍ତି ଅଟେ । (୧ପିତ ୩:୪) ତାʼପରେ ଯଦି ଆପଣଙ୍କୁ ଲାଗେ ଯେ ତାʼଠାରେ ଏପରି ଦୁର୍ବଳତାଗୁଡ଼ିକ ଅଛି ଯାହା ଯୋଗୁଁ ହୁଏତ ଆଗକୁ ଯାଇ ସମସ୍ୟା ହୋଇପାରେ, ତେବେ ଏବିଷୟରେ ତାʼସହ କଥା ହୁଅନ୍ତୁ । କିନ୍ତୁ ମନେ ରଖନ୍ତୁ ଅନ୍ୟ ସମ୍ପର୍କଗୁଡ଼ିକ ଭଳି, ବିବାହ ସମ୍ପର୍କରେ ମଧ୍ୟ ଆପଣଙ୍କୁ ନିଜଠାରୁ ବେଶି ଅନ୍ୟର ଭଲ ବିଷୟରେ ଭାବିବା ଉଚିତ୍ । (ଫିଲିପ୍ ୨:୩, ୪) ଯଦି ଆପଣ ବିବାହ ପୂର୍ବରୁ ବାଇବଲ ସିଦ୍ଧାନ୍ତକୁ ମାନିବେ ତାହେଲେ ବିବାହ ପରେ ମଧ୍ୟ ଆପଣ ତାହା ମାନିବା ଜାରି ରଖିପାରିବେ । ଏଥିରୁ ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବ ।
ବୈବାହିକ ଜୀବନ ପାଇଁ ପ୍ରସ୍ତୁତି—ଭାଗ ୩: ‘ଖର୍ଚ୍ଚର ହିସାବ ଲଗାଇବା’ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
ଆରମ୍ଭରେ ଭଉଣୀ ଏବଂ ଶେନ୍ ମଧ୍ୟରେ ସବୁ କେମିତି ଚାଲୁଥିଲା ?
ଭଉଣୀ ଯେବେ ଶେନ୍କୁ ଭଲଭାବେ ଜାଣିବାକୁ ଲାଗିଲେ, ତେବେ ସେ କʼଣ ଦେଖିଲେ ?
ଭଉଣୀଙ୍କ ବାପାମାଆ ତାଙ୍କୁ କିପରି ସାହାଯ୍ୟ କଲେ ? ସେ ବୁଝିବିଚାରି କʼଣ ନିଷ୍ପତ୍ତି ନେଲେ ?