ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ମେ ପୃଷ୍ଠା ୧୧
  • ନିଜ ଇଚ୍ଛାଗୁଡ଼ିକୁ କାବୁ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନିଜ ଇଚ୍ଛାଗୁଡ଼ିକୁ କାବୁ କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ମେ ପୃଷ୍ଠା ୧୧

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ନିଜ ଇଚ୍ଛାଗୁଡ଼ିକୁ କାବୁ କରନ୍ତୁ

ଆମେ ସମସ୍ତେ ଅପରିପୂର୍ଣ୍ଣ ଅଟୁ ତେଣୁ ଆମକୁ ନିଜ ଇଚ୍ଛାଗୁଡ଼ିକୁ କାବୁ ପାଇବା ପାଇଁ ଲଗାତାର ସଂଘର୍ଷ କରିବାକୁ ପଡ଼େ । ଯଦି ଆମେ ନିଜ ଇଚ୍ଛାଗୁଡ଼ିକୁ କାବୁରେ ରଖିବା ନାହିଁ ଏବଂ ଯାହା ଇଚ୍ଛା ତାହା କରିବା, ତେବେ ଆମ ଉପରେ ଯିହୋବାଙ୍କ ମଞ୍ଜୁରି ରହିବ ନାହିଁ । ଯେପରି, କିଛି ଲୋକଙ୍କ ପାଇଁ ଖାଇବା ପିଇବା ଜିନିଷ, କପଡ଼ା ଓ ଘର ବହୁତ ମହତ୍ତ୍ୱ ରଖେ । ସେମାନେ ଈଶ୍ୱରଙ୍କଠାରୁ ବେଶି ଏସବୁ ଜିନିଷଗୁଡ଼ିକୁ ଅଧିକ ମହତ୍ତ୍ୱ ଦିଅନ୍ତି । କିଛି ଲୋକଙ୍କ ଦୃଷ୍ଟିରେ ଈଶ୍ୱରଙ୍କ ମାନଦଣ୍ଡ କିଛି ମହତ୍ତ୍ୱ ରଖେ ନାହିଁ ଏବଂ ନିଜ ଯୌନ ଇଚ୍ଛାଗୁଡ଼ିକୁ ଭୁଲ ଉପାୟରେ ବ୍ୟବହାର କରନ୍ତି । (ରୋମୀ ୧:୨୬, ୨୭) କିଛି ଲୋକ ଏପରି ଥାʼନ୍ତି ଯେଉଁମାନେ ଚାହାନ୍ତି ଯେ ଲୋକମାନେ ତାଙ୍କୁ ପସନ୍ଦ କରନ୍ତୁ, ତେଣୁ ସେମାନେ ଲୋକମାନଙ୍କ କଥାରେ ପଡ଼ି ଭୁଲ କାମ କରନ୍ତି ।—ଯାତ୍ରା ୨୩:୨.

ଆମେ ନିଜ ଇଚ୍ଛାଗୁଡ଼ିକୁ କାବୁ କିପରି କରିପାରିବା ? ଆମେ ନିଜ ଧ୍ୟାନ ଯିହୋବାଙ୍କୁ ଖୁସି କରୁଥିବା ବିଷୟରେ ଲଗାଇବା ଉଚିତ୍‌ । (ମାଥି ୪:୪) ଏହାଛଡ଼ା ନିଜ ଇଚ୍ଛାଗୁଡ଼ିକୁ କାବୁ କରିବା ପାଇଁ ଆମେ ଯିହୋବାଙ୍କୁ ପ୍ରାର୍ଥନା କରିବା ଉଚିତ୍‌ । କାହିଁକି ? କାରଣ ସେ ଜାଣନ୍ତି ଯେ ଆମ ପାଇଁ କʼଣ ଭଲ ଏବଂ ସେ ଏପରି ସବୁ ଇଚ୍ଛା ପୂରା କରିପାରିବେ ଯାହା ତାଙ୍କ ଇଚ୍ଛା ମୁତାବକ ଅଛି ।—ଗୀତ ୧୪୫:୧୬.

ଧୂମ୍ରପାନ ନିଏ ଜୀବନ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • “ପାନ ନିଏ ଜୀବନ” ନାମକ ଭିଡିଓର ଏକ ଦୃଶ୍ୟ । ଗୋଟିଏ ମେସିନ୍‌ ଖେଳଣା ତିଆରି କରୁଛି ଏବଂ ସେହି ଖେଳଣାଗୁକ ସିଗାରେ ପିଉଛନ୍ତି ।

    କିଛି ଲୋକ ସିଗାରେଟ୍‌ କାହିଁକି ପିଅନ୍ତି ?

  • “ପାନ ନିଏ ଜୀବନ” ନାମକ ଭିଡିଓର ଏକ ଦୃଶ୍ୟ । ଜଣେ ସିଗାରେ ପିଉଥିବା ବ୍ୟକ୍ତିର ଫୁସ୍‌ଫୁସ୍‌ ବତ ଜୋର୍‌ରେ କାଶୁଛି ।

    ସିଗାରେଟ୍‌ ପିଇଲେ ଆପଣଙ୍କ କʼଣ କ୍ଷତି ହୋଇପାରିବ ?

  • “ପାନ ନିଏ ଜୀବନ” ନାମକ ଭିଡିଓର ଏକ ଦୃଶ୍ୟ । ଜଣେ ବିଜନେସ୍‌ ମ୍ୟାନ ଜଣେ ମହିଳାଙ୍କ ସିଗାରେକୁ ବଂଶୀ ଦାରା ଛଇ ନେଇଯାଉଛନ୍ତି ।

    ସିଗାରେଟ୍‌ ଓ ହୁକ୍‌କା ପିଇବା କାହିଁକି ଭୁଲ ଅଟେ ?—୨କରି ୭:୧

  • “ପାନ ନିଏ ଜୀବନ” ନାମକ ଭିଡିଓର ଏକ ଦୃଶ୍ୟ । ଜଣେ ଯୁବା ସ୍ତ୍ରୀ ନିଜ ଛାତ ଉପରୁ ଆକାଶକୁ ଦେଖୁଛନ୍ତି ।

    ଆପଣ ସିଗାରେଟ୍‌ ପିଇବାର ଇଚ୍ଛାକୁ କାବୁ କରିପାରିବେ !

    ଆପଣ ସିଗାରେଟ୍‌କୁ “ନା” କିପରି କହିପାରିବେ ? ଆପଣ ଏହି ଅଭ୍ୟାସକୁ କିପରି ଛାଡ଼ିପାରିବେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ