ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯିହୋବା ନିଜ ଲୋକମାନଙ୍କୁ ରକ୍ଷା କରନ୍ତି
ଯେତେବେଳେ ପ୍ରଥମ ଥର ପାଇଁ ନିସ୍ତାର ପର୍ବ ପାଳନ କରାଗଲା, ତାହା ଏକ ସ୍ମରଣୀୟ ଦିନ ଥିଲା । ସେହି ରାତିରେ ମିଶର ଦେଶର ସମସ୍ତ ପ୍ରଥମଜାତ ବା ବଡ଼ ପୁଅମାନଙ୍କର ମୃତ୍ୟୁ ହୋଇଥିଲା । ଯେତେବେଳେ ଫାରୋ ଏହା ଦେଖିଲା, ସେ ମୋଶାଙ୍କୁ କହିଲା: “ତୁମ୍ଭେମାନେ ଓ ଇସ୍ରାଏଲ ବଂଶ ଉଠି ଆମ୍ଭ ଲୋକମାନଙ୍କ ମଧ୍ୟରୁ ବାହାର ହୁଅ, ତୁମ୍ଭମାନଙ୍କ ବାକ୍ୟାନୁସାରେ ସଦାପ୍ରଭୁଙ୍କର ସେବା କରିବା ପାଇଁ ଯାତ୍ରା କର ।” (ଯାତ୍ରା ୧୨:୩୧) ସେହି ଦିନ ଯିହୋବା ପ୍ରମାଣିତ କଲେ ଯେ ସେ ସର୍ବଦା ନିଜ ଲୋକମାନଙ୍କ ସହିତ ଅଛନ୍ତି ଏବଂ ସେମାନଙ୍କୁ ସାହାଯ୍ୟ କରନ୍ତି ।
ଆଜି ଆମ ସମୟରେ ଯିହୋବାଙ୍କ ଲୋକମାନେ ଯେଉଁସବୁ ପରିସ୍ଥିତି ଦେଇ ଗତି କରିଛନ୍ତି, ସେଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଯିହୋବା ଏବେ ମଧ୍ୟ ନିଜ ଲୋକମାନଙ୍କ ସହିତ ଅଛନ୍ତି ଏବଂ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି । ଆମ ବିଶ୍ୱ ମୁଖ୍ୟାଳୟର ସଂଗ୍ରହାଳୟରେ ଏ କଥାକୁ ବୁଝାଇ ଦିଆଯାଇଛି । ଏହି ସଂଗ୍ରହାଳୟର ନାମ ହେଉଛି, “ଯିହୋବାଙ୍କ ନାମରେ ପରିଚିତ ଲୋକମାନେ” ।
ୱାରୱିକ୍ ସଂଗ୍ରହାଳୟର ଟୁର୍: “ଯିହୋବାଙ୍କ ନାମରେ ପରିଚିତ ଲୋକମାନେ” (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
୧୯୧୪ ମସିହାଠାରୁ ବାଇବଲ ବିଦ୍ୟାର୍ଥୀମାନେ ବାଇବଲ ଉପରେ ଲୋକମାନଙ୍କ ବିଶ୍ୱାସ ବଢ଼ାଇବା ପାଇଁ କେଉଁ ନୂଆ ଉପାୟ ଆପଣାଇବା ଆରମ୍ଭ କଲେ ? ଏହି ଉପାୟ କେତେ ସଫଳ ହେଲା ?
୧୯୧୬ ଓ ୧୯୧୮ ମସିହାରେ ବାଇବଲ ବିଦ୍ୟାର୍ଥୀମାନେ କେଉଁ ପରୀକ୍ଷାଗୁଡ଼ିକର ସାମନା କଲେ ? ସେସମୟରେ ଏହା କିପରି ପ୍ରମାଣିତ ହେଲା ଯେ ଯିହୋବା ନିଜ ସଂଗଠନକୁ ଚଲାଉଛନ୍ତି ?
ବିରୋଧ ସତ୍ତ୍ୱେ ଯିହୋବାଙ୍କ ଲୋକମାନେ କିପରି ବିଶ୍ୱସ୍ତ ରହିଲେ ?
୧୯୩୫ ମସିହାରେ ସଂଗଠନରେ କେଉଁ ବାଇବଲ ସତ୍ୟକୁ ବୁଝିବାରେ ପରିବର୍ତ୍ତନ ହେଲା ? ଯିହୋବାଙ୍କ ସାକ୍ଷୀମାନେ କʼଣ ଜାଣିବାକୁ ପାଇଲେ ?
ଏହି ଭିଡିଓ ଦେଖିବା ପରେ କେଉଁ କଥାରୁ ଆପଣଙ୍କ ବିଶ୍ୱାସ ବଢ଼ିଛି ଯେ ଯିହୋବା ନିଜ ଲୋକମାନଙ୍କ ସହିତ ଅଛନ୍ତି ଏବଂ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ?