ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଜୁନ୍‌ ପୃଷ୍ଠା ୮
  • ବ୍ୟକ୍ତିଗତ ଅଧ୍ୟୟନରୁ ଅଧିକରୁ ଅଧିକ ଲାଭ ପାଆନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବ୍ୟକ୍ତିଗତ ଅଧ୍ୟୟନରୁ ଅଧିକରୁ ଅଧିକ ଲାଭ ପାଆନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ବାଇବଲ ଶିଖିବା ଜାରି ରଖନ୍ତୁ
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଜୁନ୍‌ ପୃଷ୍ଠା ୮

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ବ୍ୟକ୍ତିଗତ ଅଧ୍ୟୟନରୁ ଅଧିକରୁ ଅଧିକ ଲାଭ ପାଆନ୍ତୁ

ଏହା କାହିଁକି ମହତ୍ତ୍ୱପୂର୍ଣ୍ଣ: ବ୍ୟକ୍ତିଗତ ଅଧ୍ୟୟନ କରିବା ଦ୍ୱାରା ଆମେ ଈଶ୍ୱରଙ୍କ ବାକ୍ୟରେ ଥିବା ସତ୍ୟର “ଦୈର୍ଘ୍ୟ ଓ ପ୍ରସ୍ଥ, ଉଚ୍ଚତା ଓ ଗଭୀରତା” ଭଲ ଭାବେ ବୁଝିପାରୁ। (ଏଫି ୩:୧୮) ତାʼ ସହ, ଆମେ ଏହି ଦୁଷ୍ଟ ଦୁନିଆରେ ନିର୍ଦ୍ଦୋଷ ଓ ଅନିନ୍ଦନୀୟ ରହିପାରୁ ଏବଂ “ଜୀବନରେ ବାକ୍ୟକୁ ଦୃଢ଼ ଭାବେ ଧରି” ରଖିପାରୁ। (ଫିଲିପ୍‌ ୨:୧୫, ୧୬, NW) ଈଶ୍ୱରଙ୍କ ବାକ୍ୟର ବ୍ୟକ୍ତିଗତ ଅଧ୍ୟୟନ କରିବା ପାଇଁ ଆମେ ନିଜ ଆବଶ୍ୟକତାକୁ ଧ୍ୟାନରେ ରଖି ବିଷୟ ବାଛିପାରିବା। ଆମେ ବାଇବଲର ଅଧ୍ୟୟନରୁ ଅଧିକରୁ ଅଧିକ ଲାଭ ପାଇବା ପାଇଁ କʼଣ କରିପାରିବା ?

ଏହା କିପରି କରିପାରିବା:

  • ନିଜ ବାଇବଲରେ ପଦଗୁଡ଼ିକୁ ଚିହ୍ନଟ କରନ୍ତୁ ଏବଂ ନୋଟ୍‌ସ ତିଆରି କରନ୍ତୁ। ଆପଣ ଫୋନ୍‌ କିମ୍ବା ଟାବଲେଟ୍‌ରେ ମଧ୍ୟ ଏପରି କରିପାରିବେ

  • ବାଇବଲ ପଢ଼ିବା ସମୟରେ ନିଜକୁ ପଚାରନ୍ତୁ: କିଏ ? କʼଣ ? କେବେ ? କେଉଁଠି ? କାହିଁକି ? କିପରି ?

  • ତଥ୍ୟ ସଂଗ୍ରହ କରନ୍ତୁ। ଗବେଷଣା କରିବା ପାଇଁ ଯେଉଁ ପ୍ରକାଶନ ଉପଲବ୍ଧ ରହିଛି, ସେଥିରେ ବିଷୟ ଓ ବାଇବଲ ପଦଗୁଡ଼ିକ ଅନୁସାରେ ଗବେଷଣା କରନ୍ତୁ

  • ଆପଣ ଯାହା ପଢ଼ନ୍ତି, ତାʼ ଉପରେ ଚିନ୍ତନ କରନ୍ତୁ ଯେ ଆପଣ ତାକୁ କିପରି ଲାଗୁ କରିପାରିବେ

  • ଆପଣ ଯାହା ଶିଖନ୍ତି, ତାକୁ ନିଜ ଜୀବନରେ ଲାଗୁ କରନ୍ତୁ।—ଲୂକ ୬:୪୭, ୪୮

ଗଭୀର ଭାବେ ଅଧ୍ୟୟନ କରି ‘ବାକ୍ୟକୁ ଦୃଢ଼ ଭାବେ ଧରି ରଖନ୍ତୁ’ (ହିନ୍ଦୀ) ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ବ୍ୟକ୍ତିଗତ ଅଧ୍ୟୟନ ବିଷୟରେ କିଛି ଭାଇଭଉଣୀ କʼଣ କହନ୍ତି ?

  • ଆମେ ପ୍ରତ୍ୟେକ ଥର କାହିଁକି ପ୍ରାର୍ଥନା କରି ବ୍ୟକ୍ତିଗତ ଅଧ୍ୟୟନ ଆରମ୍ଭ କରିବା ଉଚିତ୍‌ ?

  • ଆମେ ବାଇବଲର ପଦଗୁଡ଼ିକୁ ଭଲ ଭାବେ କିପରି ବୁଝିପାରିବା ?

  • ବାଇବଲର ଅଧ୍ୟୟନ କରିବା ସମୟରେ ଆମେ କିପରି ଚିହ୍ନ ଦେଇପାରିବା ?

  • ବାଇବଲର ଅଧ୍ୟୟନ କରିବା ସମୟରେ ଚିନ୍ତନ କରିବା କାହିଁକି ଜରୁରୀ ?

  • ଆମେ ଅଧ୍ୟୟନ କରିବା ପରେ କʼଣ କରିବା ଉଚିତ୍‌ ?

ଜଣେ ଭଉଣୀ ଗଭୀର ଭାବେ ବାଇବଲର ଅଧୟନ କରୁଛନ୍ତି; ଜଣେ ଭାଇ ନିଜ ବାଇବଲରେ ଭି ଭି ରଙ୍ଗ ଦେଇ ଚିଟ କରୁଛନ୍ତି; ଜଣେ ଭଉଣୀ ଦୁଇ ଜଣ ଲୋକଙ୍କୁ ନିଜ ବାଇବଲରେ ବା ନୋସ ଦେଖାଉଛନ୍ତି; ଜଣେ ଭାଇ ର୍ଥନା କରୁଛନ୍ତି

“ମୁଁ ତୁମ୍ଭର ବ୍ୟବସ୍ଥାକୁ କିପରି ପ୍ରିୟ ମଣେ। ତାହା ଦିନଯାକ ମୋହର ଧ୍ୟାନ।”—ଗୀତ ୧୧୯:୯୭

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ