୧୯-୨୫ ନଭେମ୍ବର
ପ୍ରେରିତ ୪-୫
ଗୀତ ୧୩୭ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ସେମାନେ ସାହସର ସହ ଈଶ୍ୱରଙ୍କ ବାକ୍ୟ କହିବାକୁ ଲାଗିଲେ”: (୧୦ ମି.)
ପ୍ରେରି ୪:୫-୧୩—ପିତର ଓ ଯୋହନ “ଅଶିକ୍ଷିତ ଓ ଅଜ୍ଞାନ ଲୋକ” ଥିଲେ, ତଥାପି ସେମାନେ ଅଧ୍ୟକ୍ଷ ଓ ଶାସ୍ତ୍ରୀମାନଙ୍କ ସମ୍ମୁଖରେ ନିଜ ବିଶ୍ୱାସର ପ୍ରତିରକ୍ଷା କଲେ (ପ୍ର୦୮-ଇଂ ୯/୧ ୧୫, ବକ୍ସ; ପ୍ର୦୮-ହି ୫/୧୫ ୩୦-୩୧ ¶୬)
ପ୍ରେରି ୪:୧୮-୨୦—ପିତର ଓ ଯୋହନଙ୍କୁ ଧମକ ଦିଆଗଲା, ତଥାପି ସେମାନେ ପ୍ରଚାର କାମ ବନ୍ଦ କରିବାକୁ ମନା କରିଦେଲେ
ପ୍ରେରି ୪:୨୩-୩୧—ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ସାହସ ପାଇଁ ଯିହୋବାଙ୍କ ପବିତ୍ର ଶକ୍ତି ଉପରେ ନିର୍ଭର କଲେ (ଇନସାଇଟ୍-୧ ୧୨୮ ¶୩)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ପ୍ରେରି ୪:୧୧—ଯୀଶୁ କେଉଁ ଅର୍ଥରେ “କୋଣର ପ୍ରଧାନ ପ୍ରସ୍ତର” ଅଟନ୍ତି? (ଇନସାଇଟ୍-୧ ୫୧୪ ¶୪)
ପ୍ରେରି ୫:୧—ହନନୀୟ ଓ ଶଫୀରା ନିଜର କିଛି ସମ୍ପତ୍ତି କାହିଁକି ବିକ୍ରି କରିଦେଲେ? (ପ୍ର୧୩-ହି ୪/୧ ୯ ¶୪)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ପ୍ରେରି ୫:୨୭-୪୨
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଆପଣଙ୍କ ଅଞ୍ଚଳରେ ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ ।
ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଘରମାଲିକ କହନ୍ତି ଯେ ସେ ଜଣେ ଖ୍ରୀଷ୍ଟିୟାନ ନୁହନ୍ତି ।
ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“କାର୍ଟ ଲଗାଇ ପ୍ରଚାର କରିବାରେ ବିଶ୍ୱବ୍ୟାପୀ ମିଳିଥିବା ଲାଭ”: (୧୫ ମି.) ଆଲୋଚନା । ସେବା ଅଧ୍ୟକ୍ଷ ଏହି ଭାଗ ଉପରେ ଆଲୋଚନା କରିବେ । ଭିଡିଓ (ହିନ୍ଦୀ) ଦେଖାନ୍ତୁ । ଯଦି ଆପଣଙ୍କ ମଣ୍ଡଳୀ ଟେବୁଲ୍ କିମ୍ବା କାର୍ଟ ଲଗାଇ ପ୍ରଚାର କରେ, ତେବେ ଏସବୁକୁ ଦେଖାନ୍ତୁ । କାର୍ଟ ଲଗାଇ ପ୍ରଚାର କରିବା ପାଇଁ କʼଣ କʼଣ ବ୍ୟବସ୍ଥା କରାଯାଇଛି, ସେବିଷୟରେ ଜଣାନ୍ତୁ । ଯଦି ସମୟ ବଳେ, ତେବେ କୌଣସି ଭଲ ଅନୁଭୂତି କୁହନ୍ତୁ କିମ୍ବା ତାର ଅଭିନୟ କରାନ୍ତୁ । ପ୍ରଚାରକମାନଙ୍କୁ କୁହନ୍ତୁ ଯେ ସେମାନେ ଏହି କାମରେ ଭାଗ ନେବା ପାଇଁ କʼଣ କରିପାରିବେ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୧୩
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୨୧ ଏବଂ ପ୍ରାର୍ଥନା