ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯୋହନ ୩-୪
ଯୀଶୁ ଏକ ଶମିରୋଣୀୟା ସ୍ତ୍ରୀକୁ ସାକ୍ଷ୍ୟ ଦେଲେ
୪:୬-୨୬, ୩୯-୪୧
ଯୀଶୁ କାହିଁକି ସୁଯୋଗ ଦେଖି ସାକ୍ଷ୍ୟ ଦେଇପାରିଲେ?
୪:୭—ସେ ଈଶ୍ୱରଙ୍କ ରାଜ୍ୟ ବିଷୟରେ କହି କିମ୍ବା ନିଜକୁ ମସୀହ ବୋଲି ପରିଚୟ ଦେଇ କଥାବାର୍ତ୍ତା ଆରମ୍ଭ କଲେ ନାହିଁ । ଏହା ପରିବର୍ତ୍ତେ, ସେ ପିଇବା ପାଇଁ ପାଣି ମାଗି କଥା ଆରମ୍ଭ କଲେ
୪:୯—ସେ ଶମିରୋଣୀୟା ସ୍ତ୍ରୀଟିର ଜାତି ଆଧାରରେ ଆଗରୁ ତାʼ ବିଷୟରେ କିଛି ଧାରଣା ରଖି ନ ଥିଲେ
୪:୯, ୧୨—ଯେତେବେଳେ ସ୍ତ୍ରୀ ଜଣକ କିଛି ବିବାଦୀୟ ପ୍ରସଙ୍ଗ ଉଠାଇଲା, ସେ ନିଜ ବିଷୟବସ୍ତୁରୁ ଓହରି ଗଲେ ନାହିଁ ।—ଅନୁଗମନ କର (ହିନ୍ଦୀ) ୭୭ ¶୩
୪:୧୦—ସେ ନିଜ କଥାବାର୍ତ୍ତା ଏପରି ଏକ ଉଦାହରଣରୁ ଆରମ୍ଭ କଲେ, ଯାହା ସ୍ତ୍ରୀଟିର ଦୈନନ୍ଦିନ ଜୀବନ ସହ ଜଡ଼ିତ ଥିଲା
୪:୧୬-୧୯—ଯଦିଓ ସ୍ତ୍ରୀଟି ଅନୈତିକ ଜୀବନ ବିତାଉଥିଲା, ତଥାପି ଯୀଶୁ ତାʼ ସହ ମର୍ଯ୍ୟାଦାର ସହିତ କଥା ହେଲେ
ସୁଯୋଗ ଦେଖି ସାକ୍ଷ୍ୟ ଦେବା କେତେ ଜରୁରୀ, ସେବିଷୟରେ ଆମେ ଏ ଘଟଣାରୁ କʼଣ ଶିଖୁ?