ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଅଗଷ୍ଟ ପୃଷ୍ଠା ୭
  • ଯୀଶୁ ଆପଣଙ୍କ ଭାଇ ପାଇଁ ମଧ୍ୟ ନିଜ ଜୀବନ ଦେଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁ ଆପଣଙ୍କ ଭାଇ ପାଇଁ ମଧ୍ୟ ନିଜ ଜୀବନ ଦେଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ମଣ୍ଡଳୀରେ ସମସ୍ତଙ୍କ ସହ ଏକତାରେ ରହନ୍ତୁ
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଅଗଷ୍ଟ ପୃଷ୍ଠା ୭

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯୀଶୁ ଆପଣଙ୍କ ଭାଇ ପାଇଁ ମଧ୍ୟ ନିଜ ଜୀବନ ଦେଲେ

ଯୀଶୁ ଅସିଦ୍ଧ ବା ଅପରିପୂର୍ଣ୍ଣ ଲୋକମାନଙ୍କ ପାଇଁ ନିଜ ଜୀବନ ବଳିଦାନ କଲେ । (ରୋମୀ ୫:୮) ଏଥିରେ କୌଣସି ସନ୍ଦେହ ନାହିଁ ଯେ ଯୀଶୁ ଆମ ପାଇଁ ନିଜ ଜୀବନ ଉତ୍ସର୍ଗ କରି ଆମ ପ୍ରତି ପ୍ରେମ ଦେଖାଇଛନ୍ତି । ତେଣୁ ଆମେ ବ୍ୟକ୍ତିଗତ ଭାବେ ତାହାଙ୍କ ନିକଟରେ କୃତଜ୍ଞ । କିନ୍ତୁ ଆମେ ସର୍ବଦା ମନେ ରଖିବା ଉଚିତ୍‌ ଯେ ଯୀଶୁ ଆମ ଭାଇ ପାଇଁ ମଧ୍ୟ ନିଜ ଜୀବନ ଦେଲେ । ଯୀଶୁଙ୍କ ଭଳି ଆମେ ନିଜ ଭାଇଭଉଣୀମାନଙ୍କ ପ୍ରତି ପ୍ରେମ କିପରି ଦେଖାଇପାରିବା, ଯେଉଁମାନେ ଆମ ଭଳି ଅପରିପୂର୍ଣ୍ଣ? ଆସନ୍ତୁ ତିନୋଟି ଉପାୟ ପ୍ରତି ଧ୍ୟାନ ଦେବା । ପ୍ରଥମତଃ, ଆମେ କିଛି ନିର୍ଦ୍ଦିଷ୍ଟ ଭାଇଭଉଣୀଙ୍କ ସହିତ ମିତ୍ରତା କରିବାରେ ସୀମିତ ନ ରହି ଅନ୍ୟମାନଙ୍କ ସହିତ ମଧ୍ୟ ମିତ୍ରତା କରିବା ଉଚିତ୍‌, ଯେଉଁମାନେ ଆମ ଭାଷାଭାଷୀ ଓ ସଂସ୍କୃତିର ନୁହନ୍ତି । (ରୋମୀ ୧୫:୭; ୨କରି ୬:୧୨, ୧୩) ଦ୍ୱିତୀୟତଃ, ଆମେ ଧ୍ୟାନ ଦେବା ଉଚିତ୍‌ ଯେ ଆମେ ଏପରି କାମ କରିବା ନାହିଁ କିମ୍ବା ଏପରି କଥା କହିବା ନାହିଁ, ଯାହା ଅନ୍ୟମାନଙ୍କୁ ଆଘାତ ଦେଇଥାଏ । (ରୋମୀ ୧୪: ୧୩-୧୫) ତୃତୀୟତଃ, ଯଦି ଆମ ବିରୁଦ୍ଧରେ କେହି ପାପ କରନ୍ତି, ତେବେ ଆମେ ତାଙ୍କୁ ତୁରନ୍ତ କ୍ଷମା କରିବା ଉଚିତ୍‌ । (ଲୂକ ୧୭:୩, ୪; ୨୩:୩୪) ଯଦି ଆମେ ଏହି ତିନୋଟି ଉପାୟରେ ଭାଇଭଉଣୀମାନଙ୍କ ପ୍ରତି ପ୍ରେମ ଦେଖାଇବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିବା, ତେବେ ଯିହୋବାଙ୍କ ଆଶିଷ ଦ୍ୱାରା ଆମ ମଣ୍ଡଳୀରେ ଶାନ୍ତି ଓ ଏକତା ବଜାୟ ରହିବ ।

ପ୍ରକୃତ ସୁନ୍ଦରତା ନାମକ ଭିଡିଓ ଦେଖନ୍ତୁ ଏବଂ ତାʼପରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ମିକି ଆରମ୍ଭରେ ମଣ୍ଡଳୀର ଭାଇଭଉଣୀମାନଙ୍କ ବିଷୟରେ କʼଣ ଭାବୁଥିଲେ?

  • ତାଙ୍କ ଭାବନା କାହିଁକି ବଦଳିଗଲା?

  • ଯୀଶୁଙ୍କ ଉଦାହରଣ ପ୍ରତି ଧ୍ୟାନ ଦେବା ଦ୍ୱାରା ମିକି କିପରି ନିଜ ଦୃଷ୍ଟିକୋଣକୁ ସୁଧାରିପାରିଲେ? (ମାର୍କ ୧୪:୩୮)

  • ହିତୋପଦେଶ ୧୯:୧୧ ପଦ ପ୍ରତି ଧ୍ୟାନ ଦେଲେ ଆମେ ଭାଇଭଉଣୀଙ୍କ ବିଷୟରେ କିପରି ଭଲ ମନୋଭାବ ରଖିପାରିବା?

ଚିନ୍ତନ ପାଇଁ:

କʼଣ ମୁଁ କୌଣସି ଭାଇ କିମ୍ବା ଭଉଣୀଙ୍କ ଉପରେ ରାଗ ରଖିଛି, ଯାହାଙ୍କୁ ମୁଁ କ୍ଷମା କରିଦେବା ଉଚିତ୍‌?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ